Categories: ଜାତୀୟ

ଟିକା ନେବା ପରେ ୪୦ ହଜାର ସଂକ୍ରମିତ

ନୂଆଦିଲ୍ଲୀ,୧୧।୮: କେରଳରେ କୋଭିଡ୍‌ ଟିକାର ୨ଟି ଡୋଜ୍‌ ନେଇଥିବା ୪୦ ହଜାରରୁ ଊର୍ଦ୍ଧ୍ୱ ଲୋକ ପୁଣିଥରେ କରୋନାରେ ସଂକ୍ରମିତ ହୋଇଛନ୍ତି। ସମସ୍ତ ମାମଲାର ନମୁନା ଜିନୋମ୍‌ ସିକ୍ୱେନ୍ସିଂ ପାଇଁ ପଠାଇବାକୁ କେନ୍ଦ୍ର ସରକାର କେରଳକୁ ନିର୍ଦ୍ଦେଶ ଦେଇଛନ୍ତି। ଯଦି ଭୂତାଣୁ ଅଧିକ ନୂଆ ରୂପ ନେଉଥାଏ, ତେବେ ଏହା ଚିନ୍ତାର କାରଣ। ତେବେ ଏହି ସଂକ୍ରମଣ ଡେଲ୍ଟା ଭାରିଆଣ୍ଟ ଯୋଗୁ ହୋଇଛି କି ନାହିଁ ତାହା ଜଣାପଡ଼ିନାହିଁ। ଟିକା ନେବା ପରେ କରୋନାରେ ସଂକ୍ରମଣ ହେବା ମାମଲା କେରଳର ପଥନମ୍‌ଥିଟ୍ଟାରେ ସର୍ବାଧିକ ଦେଖାଯାଇଛି। ଉକ୍ତ ଜିଲାରେ ପ୍ରଥମ ଡୋଜ୍‌ ନେଇଥିବା ୧୪,୯୭୪ ଜଣ ଏବଂ ଦ୍ୱିତୀୟ ଡୋଜ୍‌ ନେଇଥିବା ୫,୦୪୨ ଜଣ ସଂକ୍ରମିତ ହୋଇଛନ୍ତି।

Share