୨୫୦ରୁ ଊର୍ଦ୍ଧ୍ୱ ବେଆଇନ ପାଥୋଲାଜି

ନୟାଗଡ଼ ଅଫିସ,୧୦।୪: ନୟାଗଡ଼ ଜିଲାରେ ଛତୁ ଫୁଟିଲା ଭଳି ବେଆଇନ ପାଥୋଲୋଜି ଚାଲିଛି। ଜିଲାରେ ମାତ୍ର ୧୫ଟି ପାଥୋଲୋଜିକୁ ଲାଇସେନ୍ସ ମିଳିଛି।
ହେଲେ ୨୫୦ରୁ ଊର୍ଦ୍ଧ୍ୱ ବେଆଇନ ଭାବେ ଚାଲିଛି। ବର୍ଷତମାମ ଏପରି ପାଥୋଲୋଜି ସଂକ୍ରାନ୍ତରେ ବାରମ୍ବାର ଅଭିଯୋଗ ହେଉଛି। ଏହା ପରେ ବି ତଦନ୍ତ ହେଉ ନାହିଁ। ଏଭଳିସ୍ଥଳେ ସରକାର ରାଜସ୍ବ ହରାଉଛନ୍ତି। ଆଉ ରୋଗୀମାନେ ନାନା ସମସ୍ୟାର ସମ୍ମୁଖୀନ ହୋଇ ମୃତ୍ୟୁ ମୁଖରେ ପଡୁଛନ୍ତି। ତଥାପି ସବୁ ଘଟଣା ଲୋକଲୋଚନକୁ ଆସି ପାରୁନି।
ଏ ଦିଗରେ ଜିଲା ସ୍ବାସ୍ଥ୍ୟବିଭାଗ ପକ୍ଷରୁ ତ୍ୱରିତ ପଦକ୍ଷେପ ନିଆ ନ ଗଲେ ଦିନକୁ ଦିନ ପରିସ୍ଥିତି ସାଂଘାତିକ ହେବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।
ଅଭିଯୋଗ ଅନୁଯାୟୀ, ୫ରୁ ୧୦ ହଜାର ଟଙ୍କା ଖର୍ଚ୍ଚ କଲେ ବିଭିନ୍ନ ଅନାମଧେୟ ସଂସ୍ଥାରୁ ଟେକ୍‌ନସିଆନ ସାର୍ଟିଫିକେଟ୍‌ ହାସଲ କରାଯାଇ ପାରୁଛି।
ସାର୍ଟିଫିକେଟ ହାସଲ ପରେ କ୍ୟାବିନ୍‌ ଗୋଟିଏ ପକାଇ ପାଥେ୍‌ାଲୋଜି ଫଳକ ମାରି ରକ୍ତ, ମଳ, ମୁତ୍ର ଆଦି ପରୀକ୍ଷା କରା ଯାଉଛି । ବ୍ୟବହାରିକ ଓ ବୃତ୍ତିଗତ ଜ୍ଞାନ ଅଭାବରୁ ରୋଗୀମାନେ ଆର୍ଥିକ ଦୃଷ୍ଟିରୁ ଶୋଷିତ ହୋଇ ଚାଲୁଛନ୍ତି। ଅନ୍ୟପକ୍ଷେ ତ୍ରୁଟିପୂର୍ଣ୍ଣ ପରୀକ୍ଷା ଯୋଗୁ ରୋଗୀଙ୍କ ବ୍ଲଡ ଗ୍ରୁପ ଭିନ୍ନ ବୋଲି ଦର୍ଶା ଯାଉଛି । ପୁଣି ବିଭିନ୍ନ ପରୀକ୍ଷଣ ରିପୋର୍ଟରେ ତ୍ରୁଟି ରହୁଛି। ଫଳରେ କେତେକ କ୍ଷେତ୍ରରେ ରୋଗୀ ଗୁରୁତର ଓ ପ୍ରାଣ ହରାଉଛନ୍ତି।
ଏଭଳି ଘଟଣା ବିଭିନ୍ନ ସମୟରେ ଘଟି ଚାଲିଥିଲେ ମଧ୍ୟ ଅଭିଯୋଗକୁ ଆର୍ଥିକ ଲୋଭ ଓ ରାଜନୈତିକ ଚାପ ପକାଇ ଚାପି ଦିଆଯାଉଥିବା ଅଭିଯୋଗ ହୋଇଛି।
ଏନେଇ ନୟାଗଡ଼ର ଚନ୍ଦ୍ରବିଜୟୀ ମିଶ୍ର କୁହନ୍ତି, କେଉଁ ପାଥୋଲାଜି ବେଆଇନ ଓ କିଏ ପଞ୍ଜିକୃତ ରୋଗୀ ଜାଣିବେ କିପରି ।
ସବୁ ପାଥୋଲାଜି ସଂସ୍ଥା ବୋର୍ଡ ମାରି ରୋଗୀମାନଙ୍କ ରକ୍ତ,ମଳ,ମୂତ୍ର ସହିତ ବିଭିନ୍ନ ପରୀକ୍ଷା କରୁଛନ୍ତି । କିଏ ଅସଲି କିଏ ନକଲି ରୋଗୀ ଜାଣି ନ ପାରି ଟଙ୍କା ଖର୍ଚ୍ଚକରି ବିପଦକୁ ଆମନ୍ତ୍ରଣ କରୁଛନ୍ତି । ସ୍ବାସ୍ଥ୍ୟବିଭାଗ ତୁରନ୍ତ ଏ ଦିଗରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦରକାର। ନଚେଚ୍‌ ରୋଗୀଙ୍କ ଜୀବନ ସହ ଖେଳ ଚାଲିଥିବ ବୋଲି କହିଛନ୍ତି।
ଗଣିଆର ସୁଦାମ ସ୍ବାଇଁ, ନୂଆଗଁାର ଭକ୍ତବଲ୍ଲଭ ସାହୁ, ରଣପୁରର ସୀତା ପ୍ରଧାନ କୁହନ୍ତି, ରୋଗୀ କ’ଣ ଜାଣି ପାରିବ ପାଥୋଲୋଜି ପରୀକ୍ଷାଗାର ଅସଲ କି ନକଲି। ସ୍ବାସ୍ଥ୍ୟ ବିଭାଗ ଏନେଇ ଜାଣି ଚୁପ ରହିଛି କିପରି। ରୋଗୀଙ୍କ ଜୀବନ ସହ ଖେଳୁଥିବା ପାଥୋଲୋଜି ସଂସ୍ଥାର ମାଲିକଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ତୁରନ୍ତ ହେବା ଦରକାର ବୋଲି କହିଛନ୍ତି।
ଜିଲା ମୁଖ୍ୟ ଚିକିତ୍ସାଧିକାରୀ ମକରନ୍ଦ ବେଉରା କୁହନ୍ତି, ଏନେଇ ଆମେ ତଦନ୍ତ ଆରମ୍ଭ କରିଛୁ। ଯେଉଁମାନେ ପଞ୍ଜିକୃତ ନ କରି ପାଥୋଲୋଜି ଖୋଲିଛନ୍ତି ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri