୧୨ ବର୍ଷରେ ୧୩ରୁ ଊର୍ଦ୍ଧ୍ୱ ଶିଳ୍ପ ପ୍ରତିଷ୍ଠାନ ବନ୍ଦ

କେନ୍ଦୁଝର,୮ା୮(ଦୀପକ ମିଶ୍ର): କେନ୍ଦୁଝର ଜିଲା କଳକାରଖାନା ଓ ଖଣିଖାଦାନଭରା ଜିଲା ଭାବେ ରାଜ୍ୟରେ ଜଣାଶୁଣା। ମାତ୍ର ଜିଲାରେ ପ୍ରତିଷ୍ଠା ହୋଇଥିବା ୪୦ଟି ବଡ଼ କଳକାରଖାନା ମଧ୍ୟରୁ ୧୩ରୁ ଊର୍ଦ୍ଧ୍ୱ ବିିଭିନ୍ନ କାରଣରୁ ବନ୍ଦ ହୋଇଯାଇଛି। ଫଳରେ ରତ୍ନଗର୍ଭା ଜିଲାର ଅନେକ ଶ୍ରମିକଙ୍କ ଅବସ୍ଥା ବର୍ତ୍ତମାନ ଜଟିଳ ପରିସ୍ଥିତି ଦେଇ ଗତି କରୁଛି। ଉକ୍ତ ପ୍ରତିଷ୍ଠାନରେ କାମ କରୁଥିବା ଶହ ଶହ ଶ୍ରମିକ ଓ କର୍ମଚାରୀଙ୍କ ପରିବାର ରୋଜଗାର ହରାଇ ଦୁର୍ଦ୍ଦିନରେ କାଳାତିପାତ କରୁଛନ୍ତି। ଅନେକ କାରଖାନାର ଭାଗ୍ୟ ଇତି ମଧ୍ୟରେ ଅନିଶ୍ଚିତତା ମଧ୍ୟକୁ ଚାଲିଯାଇଛି। ଫଳରେ ଆଗକୁ ଆହୁରି ଶ୍ରମିକ କର୍ମଚାରୀ ରୋଜଗାର ହରାଇବେ ବୋଲି ଅଭିଯୋଗ ହେଉଛି। କେବଳ ସେତିକି ନୁହେଁ, ଉପରୋକ୍ତ କଳକାରଖାନାଗୁଡ଼ିକ ବନ୍ଦ ହୋଇଯିବା ଯୋଗୁ ଜିଲା ଅର୍ଥନୀତି ମଧ୍ୟ ବ୍ୟାପକ ପ୍ରଭାବିତ ହୋଇଛି।
ସୂଚନା ମୁତାବକ, ଦୀପକ ଷ୍ଟିଲ ଆଣ୍ଡ ପାୱାର ଲିଃ କାରଖାନା ୨୦୧୨ ସେପ୍ଟେମ୍ବରରୁ ଉପତ୍ାଦନ ବନ୍ଦ ରହିଛି। ଗ୍ରେୱାଲ ଆସୋସିଏଟ୍‌ ପ୍ରାଇଭେଟ ଲିଃ କାରଖାନାରେ ୨୦୧୫ ଜାନୁୟାରୀରୁ ଉତ୍ପାଦନ ବନ୍ଦ କାରଣରୁ ଏଠାରେ କାର୍ଯ୍ୟ କରୁଥିବା ୬୮ଜଣ କର୍ମଚାରୀ ବହୁବିଧ ସମସ୍ୟା ମଧ୍ୟରେ ରହିଛନ୍ତି। ବିଜୁବାବୁଙ୍କର ମାନସପୁତ୍ର କୁହାଯାଉଥିବା ବଡ଼ବିଲର ମାଟକାମବେଡ଼ାଠାରେ ଥିବା ଇଡ୍‌କଲ କଳିଙ୍ଗ ଆଇରନ ୱାର୍କସରେ ୭୭୫ଜଣ ରେଗୁଲାର, ୬୯୧ଜଣ ଠିକା ଶ୍ରମିକ ଓ କର୍ମଚାରୀଙ୍କୁ ମିଶାଇ ମୋଟ ୧୪୬୬ ଶ୍ରମିକ ଓ କର୍ମଚାରୀ କାର୍ଯ୍ୟରତ ଥିଲେ। ତାହା ୨୦୧୫ ଫେବୃୟାରୀରୁ ଏଠାରେ ଉପତ୍ାଦନ ବନ୍ଦ ହେବା କାରଣରୁ କାରଖାନା ବନ୍ଦ ହୋଇପଡ଼ିଛି। ଏସିଆ ମହାଦେଶର ସର୍ବପ୍ରଥମ ସ୍ପଞ୍ଜ କାରଖାନା ଭାବେ ପରିଗଣିତ ପଳାଶପଙ୍ଗାସ୍ଥିତ ଓଡ଼ିଶା ସ୍ପଞ୍ଜ ଆଇରନ ଲିଃରେ ୪୬୪ଜଣ ରେଗୁଲାର ଓ ୫ଶହ ଠିକା କର୍ମଚାରୀଙ୍କୁ ମିଶାଇ ମୋଟ ୯୬୪ ଜଣ କାର୍ଯ୍ୟରତ ଥିଲେ। ୨୦୧୨ ଅକ୍ଟୋବରରୁ କାରଖାନା କର୍ତ୍ତୃପକ୍ଷ କାରଖାନାରେ ଲକ୍‌ଆଉଟ୍‌ କରିବା କାରଣରୁ ୧୦ବର୍ଷ କାରଖାନା ବନ୍ଦ ରହିବା ପରେ ୨୦୨୨ରୁ କାର୍ଯ୍ୟକ୍ଷମ ହେଲେ ମଧ୍ୟ ଏହାର ମାଲିକାନା ପରିବର୍ତ୍ତନ ହୋଇଛି। ଅଳ୍ପ ସଂଖ୍ୟାରେ ନୂତନ କର୍ମଚାରୀ ଯୋଗ ଦେଇଛନ୍ତି। ବସନ୍ତପୁରଠାରେ ଗଢ଼ି ଉଠିଥିବା ପ୍ରୋ ମିନେରାଲ୍ସ ପ୍ରାଇଭେଟ ଲିଃ କମ୍ପାନୀରେ ୭୫ଜଣ ରେଗୁଲାର ଓ ୧୦୮ଜଣ ଠିକା କର୍ମଚାରୀଙ୍କୁ ନେଇ ୧୮୩ଜଣ ଶ୍ରମିକ ସେମାନଙ୍କର ଜୀବିକା ନିର୍ବାହ କରୁଥିଲେ। କାରଖାନା ଡିସେମ୍ବର ୨୦୧୬ରେ ଉତ୍ପାଦନ ବନ୍ଦ ରହିବା କାରଣରୁ ଶ୍ରମିକ ଓ କର୍ମଚାରୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେହିପରି ସୁମ୍ରିତ ମେଟାଲିକ୍‌ ପ୍ରାଇଭେଟ ଲିଃ. କାରଖାନା, ଭଦ୍ରାସାହିସ୍ଥିତ ଶ୍ରୀଜୀ ଇସ୍ପାତ ଲିଃ କାରଖାନା ଅନେକ ଦିନ ହେବ ବନ୍ଦ ହୋଇପଡ଼ିଛି। ଚିପିଣ୍ଡା-କୁଟଗାଁଠାରେ ଥିବା ଶ୍ରୀ ଗଣେଶ ସ୍ପଞ୍ଜ ଆଇରନ କାରଖାନାରେ ୨୦୧୨ ସେପ୍ଟେମ୍ବରରୁ ଉତ୍ପାଦନ ବନ୍ଦ ରହିଛି। ଏହାବାଦ୍‌ କେନ୍ଦୁଝର ସଦର ବ୍ଲକ୍‌ ଖପରାଖାଇଠାରେ ଥିବା ଶ୍ରୀ ଜଗନ୍ନାଥ ମେଟାଲିକ୍‌ ଲିଃ କାରଖାନା ମଧ୍ୟ ବନ୍ଦ ହୋଇପଡ଼ିଛି। ଫଳରେ କାର୍ଯ୍ୟରତ ୨୫୫ ଶ୍ରମିକ ଓ କର୍ମଚାରୀ ଅଭାବରେ କାଳାତିପାତ କରୁଛନ୍ତି। ଏହିଭଳି ଆହୁରି ୫ରୁ ଊର୍ଦ୍ଧ୍ୱ କାରଖାନା ବନ୍ଦ ହୋଇଯାଇଛି। ପୂର୍ବରୁ ଗଣେଶ ସ୍ପଞ୍ଜ କାରଖାନାରେ ଶ୍ରମିକ ଭାବେ କାର୍ଯ୍ୟକରୁଥିବା ବାବରାମ ଦେହୁରୀ କହିଛନ୍ତି, କମ୍ପାନୀ ବନ୍ଦ ପରେ ରୋଜଗାର ହରାଇ ଦୁଃଖ ଦୁର୍ଦ୍ଦଶାରେ ଦିନ କାଟୁଛନ୍ତି। ଏବେ ପୁଣି କାରଖାନା ଖୋଲା ହେବ ବୋଲି ଶୁଣିବାକୁ ମିଳୁଛି। ତେଣୁ ପୁନଃ ନିଯୁକ୍ତି ଦେବାକୁ ଦାବି କରିଛନ୍ତି। ଓଡ଼ିଶା ସ୍ପଞ୍ଜ ଆଇରନ୍‌ ଲିମିଟେଡ୍‌ର ପୂର୍ବତନ କର୍ମଚାରୀ ମୋହନ ସୁନ୍ଦର ମିଶ୍ର କହିଛନ୍ତି, ୧୨ ବର୍ଷ ପୂର୍ବେ ପ୍ଲାଣ୍ଟ ବନ୍ଦ ହୋଇଯାଇଥିଲା। ଫଳରେ ତାଙ୍କ ସହ ବହୁ କର୍ମଚାରୀ ଚାକିରି ହରାଇଥିଲେ। ଏପରି କି ଚାକିରି ହରାଇଥିବା କର୍ମଚାରୀମାନେ ଦୀର୍ଘ ୫ବର୍ଷ ଶ୍ରମ ବିଭାଗ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଥିଲେ ହେଁ କିଛି ଫଳ ମିଳି ନ ଥିଲା। ଏବେ ପୁନଃ କାରଖାନା ଖୋଲିଥିଲେ ମଧ୍ୟ ସେମାନଙ୍କୁ ନିଯୁକ୍ତି ମିଳି ନ ଥିବାରୁ ବହୁ ଅସୁବିଧାରେ ପରିବାର ପ୍ରତିପୋଷଣ କରୁଛନ୍ତି। କାରଖାନା ବନ୍ଦ କାରଣରୁ ବର୍ତ୍ତମାନ ଜିଲା ଅର୍ଥନୀତି ମଧ୍ୟ ମାନ୍ଦା ଅବସ୍ଥା ଦେଇ ଗତି କରୁଛି। ଶ୍ରମିକମାନଙ୍କୁ ଦୁର୍ଦ୍ଦିନରୁ ଉଦ୍ଧାର କରିବାକୁ ହେଲେ ରାଜ୍ୟ ସରକାର ଓ ଜିଲା ପ୍ରଶାସନ ଠୋସ ପଦକ୍ଷେପ ଗ୍ରହଣ କରିବା ବାଞ୍ଛନୀୟ ବୋଲି ବୁଦ୍ଧିଜୀବୀ ପ୍ରଦୀପ ମହାନ୍ତ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଧାରଣାକୁ ମାସେ ବିତିଲା: ଡାଲି, ଚାଉଳ ମାଗି ଚୁଲି ଜାଳୁଛନ୍ତି ଚାଷୀ; ତଥାପି ସରକାରୀ କଳ…

ବରଗଡ଼, ୧୦।୪(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଗତ ୭ତାରିଖରୁ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟାକୁ ସରିଯାଇଛି। ଅନ୍ୟ ପକ୍ଷରେ ଆଉ ପ୍ରାୟ ମାସକ ପରେ ଜିଲାରେ…

ଭାଜପା ରାଜ୍ୟ କାର୍ଯ୍ୟକାରିଣୀ କମିଟି ସଦସ୍ୟ ଭାବେ ମନୋନୀତ ହେଲେ ବିପିନ,ସମର୍ଥକଙ୍କ ମଧ୍ୟରେ…

ଦିଗପହଣ୍ଡି,୧୦|୪(ଅଶେଷ ନାଥ ମିଶ୍ର): ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ଶୁକ୍ରବାର  ଦିଗପହଣ୍ଡି ବ୍ଳକର ପୂର୍ବତନ ଅଧ୍ୟକ୍ଷ ତଥା  ୨୬ ନଂ…

ଥୁଆମୂଳ ରାମପୁର ବ୍ଲକରେ ବିକାଶ କାର୍ଯ୍ୟର ସମୀକ୍ଷା; ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିବାକୁ ଚେତାବନୀ ଦେଲେ ପ୍ରଦୀପ ଦିଶାରୀ

ଥୁଆମୂଳ ରାମପୁର, ୧୦/୦୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଭାଗୃହରେ ଶୁକ୍ରବାର ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକରେ ପ୍ରଶାସନିକ ଅବହେଳାର ଏକ ନଗ୍ନ…

ଏଲ୍‌ପିଜି ସଙ୍କଟ ଯୋଗୁ ରୋଜଗାର ହରାଇଛନ୍ତି କ୍ଷୁଦ୍ର ବ୍ୟବସାୟୀ, ପରିବାର ଚଳାଇବା କଷ୍ଟସାଧ୍ୟ, ଯୋଗାଣ ଦାବିରେ…

କୋରାପୁଟ, ୧୦।୪ (ଅମିତାଭ ବେହେରା): ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବେ ସ୍ଥାନୀୟ ରନ୍ଧନ ଗ୍ୟାସ (LPG) ବଜାର ଉପରେ ଶକ୍ତ ଆଘାତ ଦେଇଛି। ଏହି ଗ୍ୟାସ…

ପୁରୀ ରଥଯାତ୍ରା: ଘୋଗଡରୁ ଟ୍ରକ ଯୋଗେ ପୁରୀ ଗଲା ରଥକାଠ

ଭଞ୍ଜନଗର,୧୦।୪(ବାବୁଲା ପ୍ରଧାନ)-ପୁରୀ ରଥଯାତ୍ରାରେ ରଥ ନିର୍ମାଣ ପାଇଁ ଆବଶ୍ୟକ ହେଉଥିବା ରଥ କାଠ ରାଜ୍ୟର ବିଭିନ୍ନ ଜଙ୍ଗଲରୁ ଯାଉଛି। ବିଗତ କିଛି ବର୍ଷ ହେବ ଗଞ୍ଜାମ ଜିଲା…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri