୧ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ସହ ୯ ମୋବାଇଲ ଜବତ, ୭ ଜୁଆଡ଼ିଙ୍କୁ ଗିରଫ କରି…

ଗଞ୍ଜାମ,୨୪ା୧୦(ବିଦ୍ୟାଧର ସାହୁ): ରମ୍ଭା ଥାନା ପୋଲିସକୁ ମିଳିଛି ବଡ଼ ସଫଳତା। ପୋଇରାଶି ପଞ୍ଚାୟତ ବରପଲ୍ଲୀ ଓ ଭୁଆଁଭୂଇଁ ଗ୍ରାମ ନିକଟସ୍ଥ ଠାକୁରାଣୀ ମନ୍ଦିରଠାରେ ଜୁଆଆଡ୍ଡା ଚାଲିଥିବାବେଳେ ରମ୍ଭା ଥାନା ଆଇଆଇସି କୁମାର ମୁଦୁଲିଙ୍କ ନେତୃତ୍ୱରେ ଏକ ପୋଲିସ ଟିମ୍‌ ଅତର୍କିତ ଚଢ଼ାଉ କରିଥିଲା। ସେଠାରୁ ୭ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ୧ ଲକ୍ଷ ଛଅ ହଜାର ଟଙ୍କା ସହ ୯ଟି ମୋବାଇ ଜବତ କରିଛି ରମ୍ଭା ପୋଲିସ। ଗିରଫ ବ୍ୟକ୍ତିମାନେ ଅଜୟ ବେହେରା, ରବୀନ୍ଦ୍ର ନାଥ ବେହେରା, ନରସିଂହ ବେହେରା, ଜୟଦେବ ବେହେରା, ପ୍ରଶାନ୍ତ ବେହେରା, ସୁଶାନ୍ତ ବେହେରା, ଅଶୋକ ବେହେରା ବୋଲି ରମ୍ଭା ଥାନା ପୋଲିସ ପକ୍ଷରୁ କୁହାଯାଇଛି।

Dharitri – Odisha’s No.1 Odia Daily

Share