ଖୁସି ଖବର: ‘କୋଭିସିଲ୍‌ଡ’ ପରେ ରାଜ୍ୟରେ ପହଞ୍ଚିଲା ‘କୋଭାକ୍ସିନ’

ଭୁବନେଶ୍ୱର, ୧୩।୧(ବ୍ୟୁରୋ): ଗତ ୨ ଦିନ ହେଲା ରାଜ୍ୟବାସୀଙ୍କୁ ମିଳୁଛି ଆଶ୍ୱସ୍ତିକର ଖବର। ମଙ୍ଗଳବାର ଓଡ଼ିଶାରେ କରୋନା ଟିକା ‘କୋଭିସିଲ୍‌ଡ’ ପହଞ୍ଚିଥିବା ବେଳେ ବୁଧବାର ସକାଳେ ପହଞ୍ଚିଥି କୋଭିସିଲ୍ଡ। ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ କୋଭାକ୍ସିନର ୨୦ ହଜାର ଡୋଜ ଆଜି ସକାଳେ ରାଜ୍ୟରେ ପହଞ୍ଚିଛି।
ଭାରତ ବାୟୋଟେକ, ଆଇସିଏମ୍‌ଆର ଓ ଏନ୍‌ଆଇଭି ଦ୍ୱାରା ପ୍ରସ୍ତୁତ କରୋନା ଟିକା କୋଭାକ୍ସିନ ସଂପୂର୍ଣ୍ଣ ଭାବେ ଭାରତରେ ତିଆରି ପ୍ରଥମ କରୋନା ଟିକା । ଆଜି ଭୋରରୁ ହାଇଦ୍ରାବାଦର ଜିନୋମ ଭ୍ୟାଲିରେ ଥିବା ଭାରତ ବାୟୋଟେକ୍‌ର ମାନୁଫାକ୍ଚରିଂ ୟୁନିଟରୁ କୁଲିଂ ସିଷ୍ଟମ ଥିବା ଟ୍ରକରେ ହାଇଦ୍ରାବାଦ ବିମାନବନ୍ଦର ନିଆଯାଇଥିଲା । ଏହାପରେ ସେଠାରୁ ସ୍ବତନ୍ତ୍ର ବିମାନରେ ଭୁବନେଶ୍ୱର ଆସିଛି କୋଭାକ୍ସିନ।

ବିମାନବନ୍ଦରରେ ପହଞ୍ଚିବା ପରେ ଛୋଟ ଛୋଟ ଭ୍ୟାନରେ ରାଜ୍ୟ ଭ୍ୟାକ୍‌ସିନ ସେଣ୍ଟରକୁ ଅଣାଯାଇଛି । ଏହାକୁ ଏୟାରପୋର୍ଟରୁ ରାଜ୍ୟ ଭ୍ୟାକ୍‌ସିନ ଷ୍ଟୋରକୁ ପଠାଯାଇଛି।