Posted inଖେଳ

ଆଥଲେଟ୍ସ ଭିଲେଜରେ ଆଉଟଡୋର୍‌ ଡ୍ରିଙ୍କିଙ୍ଗ ପାର୍ଟି

ଟୋକିଓ, ୨ା୮(ଏପି)-କୋଭିଡ୍‌ କଟକଣା ସତ୍ତ୍ୱେ ଅଲିମ୍ପିକ ଆଥଲେଟ୍ସ ଭିଲେଜରେ ଏକ ଆଉଟଡୋର୍‌ ଡ୍ରିଙ୍କିଙ୍ଗ ପାର୍ଟି ହୋଇଥିବା ଖବର ଏବେ ଚର୍ଚ୍ଚାର ବିଷୟ ହୋଇଛି। ଘଟଣାର ତଦନ୍ତ ଆରମ୍ଭ ହୋଇଥିବା ଟୋକିଓ ଅଲିମ୍ପିକ ଅଫିସିଆଲମାନେ କହିଛନ୍ତି। ଆୟୋଜକ କମିଟି ସିଇଓ ତୋଶିରୋ ମୁଟୋ କହିଛନ୍ତି, ଶୁକ୍ରବାର ଭିଲେଜସ୍ଥିତ ଏକ ପାର୍କରେ ବିଳମ୍ବିତ ରାତିରେ କେତେଜଣ ଆଥଲେଟ ଏବଂ ଟିମ୍‌ ଅଫିସିଆଲ ମଦ୍ୟପାନ କରିଥିଲେ। ଘଟଣା ପରେ ପୋଲିସ ପହଞ୍ଚତ୍ଥିଲା। ମୁଟୋ କିନ୍ତୁ ଏଥିରେ ଅଂଶଗ୍ରହଣ କରିଥିବା ଆଥଲେଟ ଅବା କୌଣସି ଟିମ୍‌ର ସମ୍ପୃକ୍ତି କିମ୍ବା କ’ଣ ଘଟିଥିଲା, ସେ ସମ୍ପର୍କରେ କୌଣସି ବିବରଣୀ ଦେଇ ନ ଥିଲେ। କୋଭିଡ୍‌ ନିୟମ ଅନୁସାରେ ଏକତ୍ର ହୋଇ ମଦ୍ୟପାନକୁ ବାରଣ କରାଯାଇଥିବା ଟୋକିଓ ଅଲିମ୍ପିକ୍ସରେ ଭାଗ ନେଉଥିବା ୧୧,୦୦୦ ଆଥଲେଟଙ୍କୁ ଗେମ୍ସ ଆରମ୍ଭ ପୂର୍ବରୁ ଚେତାଇ ଦିଆଯାଇଥିଲା। ଆଥଲେଟମାନେ କିନ୍ତୁ ଚାହିଁଲେ ସେମାନଙ୍କ ରୁମ୍‌ରେ ଏକାକୀ ମଦ୍ୟପାନ କରିପାରିବେ ବୋଲି ସେମାନଙ୍କୁ କୁହାଯାଇଥିଲା। କୌଣସି ଆଥଲେଟ ନିୟମ ଉଲ୍ଲଂଘନ କଲେ ତାଙ୍କୁ ଭିଲେଜରୁ ହଟାଇ ଦିଆଯିବ। ସେମାନଙ୍କ ନିକଟରୁ ଅଲିମ୍ପିକ ପ୍ରମାଣପତ୍ର ପ୍ରତ୍ୟାହାର କରିନିଆଯିବ। ମୁଟୋ କହିଛନ୍ତି, ଘଟଣାର ତଦନ୍ତ ଚାଲିଛି। ରିପୋର୍ଟ ମିଳିବା ପରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ନିକଟରେ ଦୁଇଜଣ ପଦକ ବିଜୟୀ ଆଥଲେଟ ବିନା ଅନୁମତିରେ ଭିଲେଜ ବାହାରକୁ ପର୍ଯ୍ୟଟନରେ ଚାଲିଯାଇଥିବା ଜଣାପଡ଼ିବା ପରେ ସେମାନଙ୍କଠାରୁ ଅଲିମ୍ପିକ ସ୍ବୀକୃତିପତ୍ର ପ୍ରତ୍ୟାହାର କରି ନିଆଯାଇଥିଲା। ଏହି ଆଥଲେଟ୍‌ ଦ୍ୱୟ ହେଲେ ଭାଝା ମାର୍ଗଭେଲାସଭିଲି ଓ ଲାଶା ଶବଦଭାସଭିଲି। ଦୁହେଁ ଜୁଡୋରେ ଜର୍ଜିଆ ପାଇଁ ରୌପ୍ୟ ଜିତିଥିଲେ। ସେମାନଙ୍କ ଇଭେଣ୍ଟ ଶେଷ ହେବାପରେ ଉଭୟଙ୍କୁ ମଙ୍ଗଳବାର ଟୋକିଓ ଟାଓ୍ବାର ନିକଟରେ ଦେଖିବାକୁ ମିଳିଥିଲା। ଏହି ଘଟଣା ପାଇଁ ଜର୍ଜିଆ ଦୂତାବାସ ତରଫରୁ କ୍ଷମାପ୍ରାର୍ଥନା କରାଯାଇଥିଲା। କରୋନା ସଂକ୍ରମଣ ଆଶଙ୍କା ଥିବାରୁ ଆଥଲେଟମାନଙ୍କୁ ଅଲିମ୍ପିକ ବବଲ ଛାଡ଼ି ବାହାରକୁ ନ ଯିବା ଏବଂ ଜାପାନ ବାସିନ୍ଦାଙ୍କ ସହ ମିଳାମିଶା ନ କରିବା ଲାଗି କଡ଼ା ଚେତାବନୀ ଦିଆଯାଇଛି। ସୂଚନାଯୋଗ୍ୟ, ଅଲିମ୍ପିିକ୍ସ ବେଳେ ଟୋକିଓ ଏବଂ ଜାପାନର ଅବଶିଷ୍ଟ ଅଞ୍ଚଳରେ କରୋନା ପଜିଟିଭଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ପରିଲକ୍ଷିତ ହେଉଛି। ସ୍ଥାନୀୟ ସରକାରଙ୍କ ପାଇଁ ଏହା ଚିନ୍ତାର କାରଣ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ମାତ୍ର ୫୬ ବଲରେ କମାଲ୍‌ କରିଦେଲେ ରିଙ୍କୁ ସିଂ: ଟି-୨୦ ବିଶ୍ୱକପ୍‌ ପୂର୍ବରୁ…

ନୂଆଦିଲ୍ଲୀ,୨୬।୧୨: ବିଜୟ ହଜାରେ ଟ୍ରଫିରେ ଚଣ୍ଡିଗଡ଼ ବିପକ୍ଷରେ ଉତ୍ତର ପ୍ରଦେଶର ଅଧିନାୟକ ରିଙ୍କୁ ସିଂହ ଏକ ଚମତ୍କାର ଶତକ ହାସଲ କରିଥିଲେ। ଏହା ପୂର୍ବରୁ, ୟୁପି...

ନ୍ୟୁଜିଲାଣ୍ଡ ସିରିଜ୍‌ ଖେଳିବା ଆଶାରେ ଶ୍ରେୟସ

ବେଙ୍ଗାଲୁରୁ,୨୬।୧୨:ଭାରତର ଦିନିକିଆ ଉପ ଅଧିନାୟକ ଶ୍ରେୟସ ଆୟାର ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍‌ରେ ଆହତ ହେବା ପରେ ପ୍ରଥମ ଥର ପାଇଁ ବ୍ୟାଟିଂ ଅଭ୍ୟାସ କରିଛନ୍ତି।...

ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିଲା ବଡ଼ ପୁରସ୍କାର: ରାଷ୍ଟ୍ରପତି ଦେଲେ….

ନୂଆଦିଲ୍ଲୀ,୨୬।୧୨: ଭାରତର ଯୁବ କ୍ରିକେଟର ବୈଭବ ସୂର୍ଯ୍ୟବଂଶୀ ପ୍ରତ୍ୟେକ ଦିନ ନୂଆ ନୂଆ ସଫଳତା ହାସଲ କରୁଛନ୍ତି। ମାତ୍ର ୧୪ ବର୍ଷ ବୟସରେ ବୈଭବ କ୍ରିକେଟ...

ରାତି ଅଧରେ ଲାଗିଲା ଗାଡ଼ି ଆଉ ତୁରନ୍ତ ଖାଲି ହେଲା ସରକାରୀ ଘର, ଗୋଟିଏ ମାସ ପୂର୍ବରୁ ମିଳିଥିଲା ନୋଟିସ

ପାଟନା,୨୬।୧୨: ବିହାରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରିଙ୍କ ବାସଭବନରୁ ଛୋଟ ଜିନିଷପତ୍ର ହଟାଇବା ପ୍ରକ୍ରିୟା ଆରମ୍ଭ ହୋଇଛି। ଗୁରୁବାର ରାତିରେ, ପାଟନାର ୧୦ ସର୍କୁଲାର ରୋଡରେ ଥିବା...

୨୯ ବଲରେ ଅର୍ଦ୍ଧଶତକ କରି ପ୍ରଶଂସକଙ୍କ ମନ ଜିଣିଲେ ବିରାଟ

ନୂଆଦିଲ୍ଲୀ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ବ୍ୟାଟସମ୍ୟାନ ବିରାଟ କୋହଲି ୨୦୨୫-୨୬ ବିଜୟ ହଜାରେ ଟ୍ରଫିରେ ଆଉ ଏକ ଚମତ୍କାର ଇନିଂସ ଖେଳି ତାଙ୍କର ପ୍ରଭାବଶାଳୀ ଫର୍ମ...

ଗତ ୭ ବର୍ଷ ହେବ BCCI ବଢାଇନାହିଁ ଅମ୍ପାୟର୍ସଙ୍କ ଦରମା, ଜାଣନ୍ତୁ ଗୋଟିଏ ମ୍ୟାଚ ପାଇଁ କେତେ ମିଳେ

ନୂଆଦିଲ୍ଲୀ,୨୬।୧୨: ଗତ କିଛି ବର୍ଷ ମଧ୍ୟରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଆନ୍ତର୍ଜାତୀୟ ଏବଂ ଘରୋଇ, ପୁରୁଷ ଏବଂ ମହିଳା ଉଭୟ ଖେଳାଳିଙ୍କ ଦରମାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri