ପୂର୍ଣ୍ଣସଂଖ୍ୟା ୧୦୦ରୁ ପରୀକ୍ଷାରେ ୧୫୧ ରଖିଲେ ବିଶ୍ୱବିଦ୍ୟାଳୟ ସ୍ନାତକ ଛାତ୍ର, ସୋସିଆଲ ମିଡ଼ିଆରେ ଭାଇରାଲ…

ଦରଭଙ୍ଗା, ୩୧।୭ :ବିହାରର ଦରଭଙ୍ଗା ଜିଲାରେ ଅବସ୍ଥିତ ଲଲିତ ନାରାୟଣ ମିଥିଲା ବିଶ୍ୱବିଦ୍ୟାଳୟର ଜଣେ ଛାତ୍ର ପରୀକ୍ଷାରେ ପୂର୍ଣ୍ଣସଂଖ୍ୟା ୧୦୦ରୁ ୧୫୧ ମାର୍କ ପାଇଛନ୍ତି। ସେ ବିଶ୍ୱବିଦ୍ୟାଳୟରେ ସ୍ନାତକ ପାଠ୍ୟକ୍ରମର ଛାତ୍ର। ସିଲାବସର ପାର୍ଟ-୨ରେ ରାଜନୀତି ବିଜ୍ଞାନର ପେପର -୪ ରେ ସେ ଏହି ମାର୍କ ପାଇଛନ୍ତି। ଛାତ୍ରଙ୍କୁ ମିଳିଥିବା ଆଶ୍ଚର୍ଯ୍ୟଜନକ ମାର୍କ ଏବେ ସୋସିଆଲ ମିଡ଼ିଆରେ ଚର୍ଚ୍ଚାର ବିଷୟ ପାଲଟିଛି।

୧୦୦ ରୁ ୧୫୧ ମାର୍କ ପାଇଥିବା ଛାତ୍ରଙ୍କ ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିଛି। ଛାତ୍ର ଜଣକ କହିଛନ୍ତି ଯେ ଫଳାଫଳ ଦେଖି ସେ ପ୍ରକୃତରେ ଆଶ୍ଚର୍ଯ୍ୟ ହୋଇଛନ୍ତି। ଯଦିଓ, ଏହା ଏକ ପ୍ରୋଭିଜନାଲ ମାର୍କ ସିଟ ଥିଲା କିନ୍ତୁ ଫଳାଫଳ ପ୍ରକାଶ କରିବା ପୂର୍ବରୁ ଅଧିକାରୀମାନେ ଏହାକୁ ଯାଞ୍ଚ କରିବା ଉଚିତ।

ସେହି ସମାନ ବିଶ୍ୱବିଦ୍ୟାଳୟର ଅନ୍ୟ ଜଣେ ଛାତ୍ର ଯିଏକି ବିକମ୍‌ ପାର୍ଟ-୨ ପରୀକ୍ଷାରେ ଆକାଉଣ୍ଟିଂ ଏବଂ ଫାଇନାନ୍ସ ପେପର -୪ ରେ ଶୂନ ମାର୍କ ପାଇଛନ୍ତି । ତେବେ ଏହା ସତ୍ତ୍ୱେ ତାଙ୍କୁ ପରବର୍ତ୍ତୀ ଶ୍ରେଣୀକୁ ଉନ୍ନୀତ କରାଯାଇଛି। ତେବେ ଏହା ଏକ ଟାଇପିଂ ତ୍ରୁଟି ବୋଲି ବିଶ୍ୱବିଦ୍ୟାଳୟ ସ୍ବୀକାର କରିଛି। ଛାତ୍ରମାନଙ୍କୁ ଏକ ସଂଶୋଧିତ ମାର୍କ ସିଟ ପ୍ରଦାନ କରାଯାଇଛି।

ଲଲିତ ନାରାୟଣ ମିଥୀଲା ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର ମୁସ୍ତାକ ଅହମ୍ମଦ କହିଛନ୍ତି ଯେ ଉଭୟ ଛାତ୍ରଙ୍କ ମାର୍କସିଟରେ ଟାଇପିଂ ତ୍ରୁଟି ରହିଛି। ତ୍ରୁଟି ସଂଶୋଧନ କରିବା ପରେ ଦୁଇ ଛାତ୍ରଙ୍କୁ ନୂଆ ମାର୍କ ସିଟ ପ୍ରଦାନ କରାଯାଇଛି। ଏହାର କେବଳ ଏକ ଟାଇପିଂ ତ୍ରୁଟି ଏବଂ ଆଉ କିଛି ନୁହେଁ ।


Enter your email to get our daily news in your inbox.

All Right Reserved By Dharitri.Com

ଡିସ୍‌କାଉଣ୍ଟ ଦେବାରୁ ଚଢ଼ାଉ, ଔଷଧର ମାନ ନେଇ ପ୍ରଶ୍ନ କଲା ସଂଘ, ଲାଇସେନ୍ସ ଅଛି କହି…

ବଲାଙ୍ଗୀର,୧୧ା୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ ବୁଧବାର ଏକ ଅଜବ ଘଟଣା ଘଟିଛି। ଜଣେ ଔଷଧ ଦୋକାନୀ କ୍ରେତାଙ୍କୁ ଅଧିକ ଡିସ୍‌କାଉଣ୍ଟ ଦେବାରୁ ତାଙ୍କ ଔଷଧର ମାନ…

ଟ୍ରେନରେ ବିନା ବୁକିଙ୍ଗରେ କ୍ୱିଣ୍ଟାଲ କ୍ୱିଣ୍ଟାଲ ବରକୋଳି ଚାଲାଣ, ରେଳ କର୍ତ୍ତୃପକ୍ଷ ନିରବ

କେସିଙ୍ଗା,୧୧।୨(ତୁମେଶ୍ୱର ସାହୁ): ସମ୍ବଲପୁର ରେଲୱେ ଡିଭିଜନ ଅନ୍ତର୍ଗତ କେସିଙ୍ଗା, ନର୍ଲା, ରୁପ୍ରା, ଲାଞ୍ଜିଗଡ଼, ଟିଟିଲାଗଡ଼ ଆଦି ରେଲୱେ ଷ୍ଟେସନରୁ ଆନ୍ଧ୍ରପ୍ରଦେଶର ବରକୋଳି ବ୍ୟବସାୟିମାନେ ବିନା ଟିକେଟରେ ଜିନିଷ…

ତ୍ରିକୋଣୀୟ ପ୍ରେମରୁ ସତ୍ୟବ୍ରତଙ୍କୁ ହତ୍ୟା, ଲିଜାଙ୍କୁ ନେଇ ଆସିଲା ବଡ଼ ଅପ୍‌ଡେଟ୍‌…

ଭୁବନେଶ୍ୱର,୧୧ା୨: ଭୁବନେଶ୍ୱର ନୀଳାଦ୍ରିବିହାର ସତ୍ୟବ୍ରତ ପ୍ରଧାନଙ୍କ ହତ୍ୟା ଉପରୁ ପର୍ଦ୍ଦା ହଟାଇଛି ପୋଲିସ। ତ୍ରିକୋଣୀୟ ପ୍ରେମରୁ ହତ୍ୟା ବୋଲି ସ୍ପଷ୍ଟ କରିଛନ୍ତି ଏସିପି ସୋନାଲ ସିଂ ପରମାର।…

‘ଶ୍ରମିକଙ୍କୁ ମିଳିବ ରୋଜଗାରର ନୂଆ ଗ୍ୟାରେଣ୍ଟି’

କର୍ଲାମୁଣ୍ଡା,୧୧।୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ପଞ୍ଚାୟତ ସମିତି ରାଜୀବ ଗାନ୍ଧୀ ସେବା ଭବନଠାରେ ବିକଶିତ ଭାରତ-ଜୀ ରାମ ଜୀ ଆକ୍ଟ ସମ୍ପର୍କୀୟ ବ୍ଲକସ୍ତରୀୟ ପ୍ରସ୍ତୁତି…

SA vs AFG: ହାର ମାନିଲା ଆଫଗାନିସ୍ତାନ, ୨ଟି ସୁପର ଓଭର ମୁକାବିଲାରେ ବାଜି ମାରିଲା ସାଉଥ ଆଫ୍ରିକା

ଅହମ୍ମଦାବାଦ,୧୧।୨: ଅହମ୍ମଦାବାଦ ଗ୍ରାଉଣ୍ଡରେ ଟି-୨୦ ବିଶ୍ୱକପ୍ ୨୦୨୬ର ସବୁଠାରୁ ରୋମାଞ୍ଚକର ମ୍ୟାଚ୍ ଦେଖିବାକୁ ମିଳିଛି। ଗୋଟିଏ ନୁହେଁ, ବରଂ ଦୁଇଟି ସୁପର ଓଭର ପରେ ଦକ୍ଷିଣ ଆଫ୍ରିକା…

ରାମାୟଣ ନିର୍ଦ୍ଦେଶକଙ୍କୁ ଝୁରୁଛନ୍ତି ଅଞ୍ଚଳବାସୀ, ୫୦ରୁ ଅଧିକ ନାଟକରେ ନିର୍ଦ୍ଦେଶନା ଦେଇ…

ଦିଗପହଣ୍ଡି,୧୧ା୨(ଅଶେଷ ନାଥ ମିଶ୍ର): ଅବିଭକ୍ତ ଗଞ୍ଜାମ ଜିଲାର ପୌରାଣିକ ରାମାୟଣ ଥିଏଟର ନିର୍ଦ୍ଦେଶକ ଦାମୋଦର ବାଡ଼ତ୍ୟା (ଦାମ ମାଷ୍ଟ୍ର)ଙ୍କ ୮୫ ବର୍ଷ ବୟସରେ ତାଙ୍କ ପୈତୃକ ଗ୍ରାମ…

ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କ ବଡ଼ ବୟାନ, ରାଜ୍ୟରେ ହାତୀ ସଂଖ୍ୟା ବଢ଼ିବା…

ଭୁବନେଶ୍ବର,୧୧।୨: ଦିନକୁ ଦିନ ହାତୀ ଆକ୍ରମଣରେ ମନୁଷ୍ୟଙ୍କ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । ଯାହାକି ଏକ ପ୍ରକାର ଚିନ୍ତାର କାରଣ ସାଜିଛି । ତେବେ ଆଜି…

ଟି-୨୦ ବିଶ୍ୱକପ୍‌ରେ ପ୍ରଥମ: ଦକ୍ଷିଣ ଆଫ୍ରିକା-ଆଫଗାନିସ୍ତାନ ମଧ୍ୟରେ ୨ ସୁପର ଓଭର, ଜାଣନ୍ତୁ କିଏ ମାରିଲା ବାଜି

ଅହମ୍ମଦାବାଦ,୧୧।୨: ଅହମ୍ମଦାବାଦରେ ଦକ୍ଷିଣ ଆଫ୍ରିକା ଏବଂ ଆଫଗାନିସ୍ତାନ ମଧ୍ୟରେ ଏକ ରୋମାଞ୍ଚକ ମ୍ୟାଚ୍ ଖେଳା ଯାଇଥିଲ। ପ୍ରଥମେ ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକା ୨୦ ଓଭରରେ ୬…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri