ଆମ ଗାଁକୁ ରାସ୍ତା ନାହିଁ ତ ଭୋଟ ନାହିଁ

କେନ୍ଦ୍ରାପଡ଼ା ଅଫିସ,୮।୧୦: ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ବାଚନ ପ୍ରକ୍ରିୟାକୁ ଆକଳନ କଲେ ଆସନ୍ତାବର୍ଷ ଫେବୃୟାରୀରେ ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ହେବ। ଏଥିପାଇଁ କେନ୍ଦ୍ରାପଡ଼ା ଜିଲାରେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ସଙ୍ଗଠନକୁ ମଜଭୁତ ପାଇଁ ରଣକୌଶଳ ଆରମ୍ଭ ହୋଇଛି। କରୋନା ସଂକ୍ରମଣ ତୃଣମୂଳସ୍ତରରେ ଉନ୍ନୟନ କାର୍ଯ୍ୟରେ ବାଧା ଦେଇଛି। ଲୋକ ପ୍ରତିନିଧି ଏବେ ଗ୍ରାମାଞ୍ଚଳ ରାସ୍ତାକୁ ନେଇ ସମସ୍ୟାରେ ପଡିଛନ୍ତି। ଗତ ଅଗଷ୍ଟ ଓ ସେପ୍ଟେମ୍ବରରେ ଲଗାଣ ବର୍ଷା, ବନ୍ୟା ଗାଁ ରାସ୍ତାକୁ ଶୋଚନୀୟ କରି ଦେଇଛି। ସାମାଜିକ ଗଣମାଧ୍ୟମରେ ଆମ ଗାଁକୁ ରାସ୍ତା ନାହିଁ ତ ଭୋଟ ନାହିଁ ବୋଲି ପ୍ରଚାର ଚାଲିଛି। ଶୋଚନୀୟ ରାସ୍ତାରେ ଆମ୍ବୁଲାନ୍ସ, ଦମକଳ ଆଦି ଗାଁରେ ପହଞ୍ଚତ୍ ପାରିନାହିଁ। ଲୋକେ ଭୋଗିଥିବା ଦୁରବସ୍ଥାର ଭିଡିଓ ଓ ଫଟୋ ପୋଷ୍ଟ କରୁଛନ୍ତି। ଗ୍ରାମାଞ୍ଚଳର ରାସ୍ତା ଦୁରବସ୍ଥା ସମ୍ପର୍କରେ କେବଳ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆର୍‌ଇଜିଏସ୍‌)ର ତଥ୍ୟକୁ ଦେଖିଲେ ଏହାର ବାସ୍ତବତା ଉପଲବ୍ଧି ହେଉଛି।
କେନ୍ଦ୍ରାପଡ଼ା ଜିଲାର ୨୪୯ ପଞ୍ଚାୟତରେ ସମୁଦାୟ ୧୩,୫୭୩ ଗ୍ରାମାଞ୍ଚଳ ରାସ୍ତା ନିର୍ମାଣ ଅପେକ୍ଷାରେ ଥିବା ପଞ୍ଚାୟତିରାଜ ବିଭାଗର ତଥ୍ୟ ଦର୍ଶାଉଛି। ଏଥିମଧ୍ୟରୁ ଅଦ୍ୟାବଧି ୫୨୨୫ଟି ରାସ୍ତା ପ୍ରକଳ୍ପକୁ ମଞ୍ଜୁରୀ ମିଳିନାହିଁ। ସେହିପରି ୩୪୨୧ଟି ପ୍ରକଳ୍ପ ମଞ୍ଜୁରୀ ସତ୍ତ୍ୱେ କାର୍ଯ୍ୟ ଆରମ୍ଭ ହୋଇନାହିଁ। ୪୯୨୭ଟି ଗ୍ରାମାଞ୍ଚଳ ରାସ୍ତା ନିର୍ମାଣାଧୀନ ଥିବା ବିଭାଗୀୟ ତଥ୍ୟରେ ଉଲ୍ଲେଖ ଅଛି। ମାର୍ଶାଘାଇ ଓ ପଟ୍ଟାମୁଣ୍ଡାଇ ବ୍ଲକ ଅଞ୍ଚଳରେ ଗୋଟିଏ ବି ଗ୍ରାମାଞ୍ଚଳ ରାସ୍ତା ଚଳିତ ଆର୍ଥିକବର୍ଷରେ ନିର୍ମାଣ ସରିନାହିଁ। ଶୋଚନୀୟ ରାସ୍ତା ପାଇଁ ଆର୍ଥିକ, ସାମାଜିକ ପ୍ରଗତିରେ ପ୍ରତିବନ୍ଧକ ସୃଷ୍ଟି ହେଉଛି ବୋଲି ମତ ମିଳିଛି।
ମହାକାଳପଡ଼ା ୟୁଥ କ୍ଲବ ଉପସଭାପତି ବିଭୂତି ଭୂଷଣ ରାଉତ କହିଛନ୍ତି, ରାସ୍ତା ନିର୍ମାଣକୁ କେବଳ ପଞ୍ଚାୟତିରାଜ ବିଭାଗ ନୁହେଁ, ପୂର୍ତ୍ତ, ଜଳ ସମ୍ପଦ, ଗ୍ରାମ୍ୟ ଉନ୍ନୟନ, ଲୁଣା ତଟବନ୍ଧ ଆଦି ବିଭାଗର ଅଧିକାରୀ ଅବହେଳା କରୁଛନ୍ତି। ଲୋକଙ୍କୁ ମୌଳିକ ସୁବିଧା ଯୋଗାଇବା ଗଣତାନ୍ତ୍ରିକ ଦେଶର ମୂଳ ଲକ୍ଷ୍ୟ। ଯାତାୟାତ ସୁବ୍ୟବସ୍ଥା ନ ଥିଲେ ସାମାଜିକ, ସାଂସ୍କୃତିକ ଓ ଆର୍ଥିକ ପ୍ରଗତି ହୋଇପାରିବନି। ଗାଁରେ ଶୋଚନୀୟ ରାସ୍ତା ପାଇଁ ପ୍ରସୂତି ଓ ରୋଗୀ ଅକାଳରେ ମୃତ୍ୟୁ ମୁଖରେ ପଡୁଛନ୍ତି। ସେହିପରି ଶିକ୍ଷା, ପାନୀୟ ଜଳ ଯୋଗାଣ ଆଦି ବାଧକ ହେଉଛି। ଭାଟେଣି ଗାଁର ଗୌତମ ବେହେରା କହିଛନ୍ତି, ଉପାନ୍ତ ଅଞ୍ଚଳରେ ଗମନାଗମନ ସମସ୍ୟାର ସୁଧାର ଆସି ପାରୁନାହିଁ। ମହାକାଳପଡ଼ା, ରାଜକନିକା, ଆଳି ଓ ରାଜନଗର ବ୍ଲକ ଅଞ୍ଚଳରେ ଯାତାୟାତକୁ ନଦୀ ନାଳ ରୋକୁଥିବା ବେଳେ ବର୍ଷାଦିନେ ଜରୁରୀ ସେବା ମିଳିବା କଷ୍ଟ ହୋଇଛି। ଚଳିତବର୍ଷର ଲଗାତାର ବର୍ଷା ରାସ୍ତା ଅବସ୍ଥାକୁ ଶୋଚନୀୟ କରିଛି। ବଡକୂଳ, କରଞ୍ଜ, ବତିଘର ପଞ୍ଚାୟତ ସମେତ ବିଜୟନଗର, ବଳିପାଳ, ଦଶୀପୁର, ରାଧାନଗର, କେୟାରବାଙ୍କ, ଗୁଲୁଦୁଆ ରାସ୍ତା ଆଦି ଏବେ ଶୋଚନୀୟ ହୋଇଛି। ରାସ୍ତା ନିର୍ମାଣ ନାହିଁ ତ ଭୋଟ ନାହିଁ ବୋଲି ସ୍ଥାନୀୟ ଲୋକେ ମତ ଦେଇଛନ୍ତି। ପଟ୍ଟାମୁଣ୍ଡାଇ ବ୍ଲକ ସିଂହଗାଁର ରମେଶ ମଲ୍ଲିକ କହିଛନ୍ତି, କଣ୍ଠିଆ ନାଳ ସେତୁ ଓ ଦାଣ୍ଡିସାହିରୁ ସିଂହଗାଁ ରାସ୍ତା ଦୀର୍ଘ ୯ବର୍ଷ ଧରି ନିର୍ମାଣ କାର୍ଯ୍ୟ ସରୁନାହିଁ। ଫଳରେ ଧୋୟାଞ୍ଚଳ ସାମାନ୍ୟ ବର୍ଷାରେ ବାହ୍ୟ ଜଗତରୁ ବିଚ୍ଛିନ୍ନ ହେଉଛି। ଏ ସମ୍ପର୍କରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପିଡି ରାଜେନ୍ଦ୍ର କୁମାର ପଣ୍ଡା କୁହନ୍ତି, ରାସ୍ତା ନିର୍ମାଣ ସମସ୍ୟାକୁ ନେଇ ବହୁବାର ବୈଠକ ହୋଇଛି। ଏ ନେଇ ବିଭିନ୍ନ ବିଭାଗକୁ ସଜାଗ କରାଯାଇଛି। ଏପ୍ରିଲରୁ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌କୁ ଗୁରୁତ୍ୱ ଦିଆଯାଇ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲିଛି। ତେବେ ଲଗାଣ ବର୍ଷା ଓ ବନ୍ୟା ଗ୍ରାମାଞ୍ଚଳ ରାସ୍ତା ନିର୍ମାଣରେ ବାଧକ ସାଜିଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମା’ ଦକ୍ଷିଣ କାଳୀଙ୍କ ୧୩ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ, ଢହଢହ ଖରାରେ ଭୋକତା ଭୋଗିବେ….

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ସହର କଲେଜ ରୋଡ଼ ସ୍ଥିତ ମା’ ଦକ୍ଷିଣ କାଳୀଙ୍କ ତେର ଦିନିଆ ଦଣ୍ଡଯାତ୍ରା ଗୁରୁବାର ଶୁଭାରମ୍ଭ ହୋଇଛି । ମା’ ଦକ୍ଷିଣ…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ସରିଲା ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ଅଧରପଣା ପାଇ ଫେରିଗଲେ ସର୍ବଦେବାଦେବୀ

ପୁରୁଷୋତ୍ତମପୁର,୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ଅଧିଷ୍ଟାତ୍ରୀ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ଦୀର୍ଘ ଏକମାସ ଧରି ମହାଆଡମ୍ବର ସହକାରେ ପାଳିତ ହେଉଥିବା ପ୍ରସିଦ୍ଧ ଚୈତ୍ରପର୍ବ ଗୁରୁବାର…

ବିଧାୟକ ଅଖିଳ ନାଏକଙ୍କ ଠାରୁ ଆରମ୍ଭ ହେଲା ସ୍ବ ଜନଗଣନା: ପାଟଣାବାସୀଙ୍କୁ କଲେ ଏହି ଅପିଲ

ପାଟଣା,୨।୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ପ୍ରଶାସନ ପକ୍ଷରୁ ଗୁରୁବାର ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ ଠାରୁ ସ୍ବ ଜନଗଣନା ଶୁଭାରମ୍ଭ ହୋଇଛି। ପାଟଣା ତହସିଲ…

ଯୁଦ୍ଧ ମଧ୍ୟରେ ପାକିସ୍ତାନରେ ହାହାକାର, ଭାରତ ଶୁଣିଲେ ହୋଇଯିବ ଖୁସି

ନୂଆଦିଲ୍ଲୀ,୨।୪: ଭାରତ ଦ୍ୱାରା ସିନ୍ଧୁ ଜଳ ଚୁକ୍ତିନାମା ବାତିଲ କରିବା ଏବଂ ନଦୀ ଜଳରେ ପାକିସ୍ତାନର ଅଂଶକୁ ଅବରୋଧ କରିବା ନିଷ୍ପତ୍ତି ଦକ୍ଷିଣ ଏସିଆରେ ଜଳ ସୁରକ୍ଷା…

ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ

ସମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା…

ନିଆଁ ସହ ଖେଳୁଛି ଭାଜପା, ପରିଣାମ ଭୟଙ୍କର ହେବ: ନିଆଁବାଣ ହେଲେ ମମତା

କୋଲକାତା,୨।୪: ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ଏକ ରାଲିରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସାମ୍ପ୍ରତିକ ମାଲଦା ଘଟଣା ଉପରେ କେନ୍ଦ୍ର ସରକାର ଏବଂ ଭାଜପାକୁ ଟାର୍ଗେଟ୍‌ କରିଛନ୍ତି। ରାଜ୍ୟର ପରିସ୍ଥିତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri