ଆମ ଗାଁକୁ ରାସ୍ତା ନାହିଁ ତ ଭୋଟ ନାହିଁ

କେନ୍ଦ୍ରାପଡ଼ା ଅଫିସ,୮।୧୦: ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ବାଚନ ପ୍ରକ୍ରିୟାକୁ ଆକଳନ କଲେ ଆସନ୍ତାବର୍ଷ ଫେବୃୟାରୀରେ ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ହେବ। ଏଥିପାଇଁ କେନ୍ଦ୍ରାପଡ଼ା ଜିଲାରେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ସଙ୍ଗଠନକୁ ମଜଭୁତ ପାଇଁ ରଣକୌଶଳ ଆରମ୍ଭ ହୋଇଛି। କରୋନା ସଂକ୍ରମଣ ତୃଣମୂଳସ୍ତରରେ ଉନ୍ନୟନ କାର୍ଯ୍ୟରେ ବାଧା ଦେଇଛି। ଲୋକ ପ୍ରତିନିଧି ଏବେ ଗ୍ରାମାଞ୍ଚଳ ରାସ୍ତାକୁ ନେଇ ସମସ୍ୟାରେ ପଡିଛନ୍ତି। ଗତ ଅଗଷ୍ଟ ଓ ସେପ୍ଟେମ୍ବରରେ ଲଗାଣ ବର୍ଷା, ବନ୍ୟା ଗାଁ ରାସ୍ତାକୁ ଶୋଚନୀୟ କରି ଦେଇଛି। ସାମାଜିକ ଗଣମାଧ୍ୟମରେ ଆମ ଗାଁକୁ ରାସ୍ତା ନାହିଁ ତ ଭୋଟ ନାହିଁ ବୋଲି ପ୍ରଚାର ଚାଲିଛି। ଶୋଚନୀୟ ରାସ୍ତାରେ ଆମ୍ବୁଲାନ୍ସ, ଦମକଳ ଆଦି ଗାଁରେ ପହଞ୍ଚତ୍ ପାରିନାହିଁ। ଲୋକେ ଭୋଗିଥିବା ଦୁରବସ୍ଥାର ଭିଡିଓ ଓ ଫଟୋ ପୋଷ୍ଟ କରୁଛନ୍ତି। ଗ୍ରାମାଞ୍ଚଳର ରାସ୍ତା ଦୁରବସ୍ଥା ସମ୍ପର୍କରେ କେବଳ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆର୍‌ଇଜିଏସ୍‌)ର ତଥ୍ୟକୁ ଦେଖିଲେ ଏହାର ବାସ୍ତବତା ଉପଲବ୍ଧି ହେଉଛି।
କେନ୍ଦ୍ରାପଡ଼ା ଜିଲାର ୨୪୯ ପଞ୍ଚାୟତରେ ସମୁଦାୟ ୧୩,୫୭୩ ଗ୍ରାମାଞ୍ଚଳ ରାସ୍ତା ନିର୍ମାଣ ଅପେକ୍ଷାରେ ଥିବା ପଞ୍ଚାୟତିରାଜ ବିଭାଗର ତଥ୍ୟ ଦର୍ଶାଉଛି। ଏଥିମଧ୍ୟରୁ ଅଦ୍ୟାବଧି ୫୨୨୫ଟି ରାସ୍ତା ପ୍ରକଳ୍ପକୁ ମଞ୍ଜୁରୀ ମିଳିନାହିଁ। ସେହିପରି ୩୪୨୧ଟି ପ୍ରକଳ୍ପ ମଞ୍ଜୁରୀ ସତ୍ତ୍ୱେ କାର୍ଯ୍ୟ ଆରମ୍ଭ ହୋଇନାହିଁ। ୪୯୨୭ଟି ଗ୍ରାମାଞ୍ଚଳ ରାସ୍ତା ନିର୍ମାଣାଧୀନ ଥିବା ବିଭାଗୀୟ ତଥ୍ୟରେ ଉଲ୍ଲେଖ ଅଛି। ମାର୍ଶାଘାଇ ଓ ପଟ୍ଟାମୁଣ୍ଡାଇ ବ୍ଲକ ଅଞ୍ଚଳରେ ଗୋଟିଏ ବି ଗ୍ରାମାଞ୍ଚଳ ରାସ୍ତା ଚଳିତ ଆର୍ଥିକବର୍ଷରେ ନିର୍ମାଣ ସରିନାହିଁ। ଶୋଚନୀୟ ରାସ୍ତା ପାଇଁ ଆର୍ଥିକ, ସାମାଜିକ ପ୍ରଗତିରେ ପ୍ରତିବନ୍ଧକ ସୃଷ୍ଟି ହେଉଛି ବୋଲି ମତ ମିଳିଛି।
ମହାକାଳପଡ଼ା ୟୁଥ କ୍ଲବ ଉପସଭାପତି ବିଭୂତି ଭୂଷଣ ରାଉତ କହିଛନ୍ତି, ରାସ୍ତା ନିର୍ମାଣକୁ କେବଳ ପଞ୍ଚାୟତିରାଜ ବିଭାଗ ନୁହେଁ, ପୂର୍ତ୍ତ, ଜଳ ସମ୍ପଦ, ଗ୍ରାମ୍ୟ ଉନ୍ନୟନ, ଲୁଣା ତଟବନ୍ଧ ଆଦି ବିଭାଗର ଅଧିକାରୀ ଅବହେଳା କରୁଛନ୍ତି। ଲୋକଙ୍କୁ ମୌଳିକ ସୁବିଧା ଯୋଗାଇବା ଗଣତାନ୍ତ୍ରିକ ଦେଶର ମୂଳ ଲକ୍ଷ୍ୟ। ଯାତାୟାତ ସୁବ୍ୟବସ୍ଥା ନ ଥିଲେ ସାମାଜିକ, ସାଂସ୍କୃତିକ ଓ ଆର୍ଥିକ ପ୍ରଗତି ହୋଇପାରିବନି। ଗାଁରେ ଶୋଚନୀୟ ରାସ୍ତା ପାଇଁ ପ୍ରସୂତି ଓ ରୋଗୀ ଅକାଳରେ ମୃତ୍ୟୁ ମୁଖରେ ପଡୁଛନ୍ତି। ସେହିପରି ଶିକ୍ଷା, ପାନୀୟ ଜଳ ଯୋଗାଣ ଆଦି ବାଧକ ହେଉଛି। ଭାଟେଣି ଗାଁର ଗୌତମ ବେହେରା କହିଛନ୍ତି, ଉପାନ୍ତ ଅଞ୍ଚଳରେ ଗମନାଗମନ ସମସ୍ୟାର ସୁଧାର ଆସି ପାରୁନାହିଁ। ମହାକାଳପଡ଼ା, ରାଜକନିକା, ଆଳି ଓ ରାଜନଗର ବ୍ଲକ ଅଞ୍ଚଳରେ ଯାତାୟାତକୁ ନଦୀ ନାଳ ରୋକୁଥିବା ବେଳେ ବର୍ଷାଦିନେ ଜରୁରୀ ସେବା ମିଳିବା କଷ୍ଟ ହୋଇଛି। ଚଳିତବର୍ଷର ଲଗାତାର ବର୍ଷା ରାସ୍ତା ଅବସ୍ଥାକୁ ଶୋଚନୀୟ କରିଛି। ବଡକୂଳ, କରଞ୍ଜ, ବତିଘର ପଞ୍ଚାୟତ ସମେତ ବିଜୟନଗର, ବଳିପାଳ, ଦଶୀପୁର, ରାଧାନଗର, କେୟାରବାଙ୍କ, ଗୁଲୁଦୁଆ ରାସ୍ତା ଆଦି ଏବେ ଶୋଚନୀୟ ହୋଇଛି। ରାସ୍ତା ନିର୍ମାଣ ନାହିଁ ତ ଭୋଟ ନାହିଁ ବୋଲି ସ୍ଥାନୀୟ ଲୋକେ ମତ ଦେଇଛନ୍ତି। ପଟ୍ଟାମୁଣ୍ଡାଇ ବ୍ଲକ ସିଂହଗାଁର ରମେଶ ମଲ୍ଲିକ କହିଛନ୍ତି, କଣ୍ଠିଆ ନାଳ ସେତୁ ଓ ଦାଣ୍ଡିସାହିରୁ ସିଂହଗାଁ ରାସ୍ତା ଦୀର୍ଘ ୯ବର୍ଷ ଧରି ନିର୍ମାଣ କାର୍ଯ୍ୟ ସରୁନାହିଁ। ଫଳରେ ଧୋୟାଞ୍ଚଳ ସାମାନ୍ୟ ବର୍ଷାରେ ବାହ୍ୟ ଜଗତରୁ ବିଚ୍ଛିନ୍ନ ହେଉଛି। ଏ ସମ୍ପର୍କରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପିଡି ରାଜେନ୍ଦ୍ର କୁମାର ପଣ୍ଡା କୁହନ୍ତି, ରାସ୍ତା ନିର୍ମାଣ ସମସ୍ୟାକୁ ନେଇ ବହୁବାର ବୈଠକ ହୋଇଛି। ଏ ନେଇ ବିଭିନ୍ନ ବିଭାଗକୁ ସଜାଗ କରାଯାଇଛି। ଏପ୍ରିଲରୁ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌କୁ ଗୁରୁତ୍ୱ ଦିଆଯାଇ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲିଛି। ତେବେ ଲଗାଣ ବର୍ଷା ଓ ବନ୍ୟା ଗ୍ରାମାଞ୍ଚଳ ରାସ୍ତା ନିର୍ମାଣରେ ବାଧକ ସାଜିଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସରିଲା ନାମାଙ୍କନ: ବିଧାନସଭା ପାଇଁ ନୂଆପଡ଼ାରେ ୯, ଖଡ଼ିଆଳରେ ୬ ପ୍ରାର୍ଥୀ

ନୂଆପଡ଼ା,୨୬ା୪(ମକାରୁ ବେମାଲ): ନାମାଙ୍କନର ଶେଷ ଦିନରେ ନୂଆପଡ଼ା ଏବଂ ଖଡିଆଳ ନିର୍ବାଚନ ମଣ୍ଡଳୀର ୪ ବିଧାୟକ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ନୂଆପଡା ନିର୍ବାଚନ...

ଗାଁକୁ ଆସିପାରିଲା ନି ଆମ୍ବୁଲାନ୍ସ: ଖଟିଆରେ ବୁହାହେଲେ ଗର୍ଭବତୀ

ବାଲେଶ୍ୱର,(ମାନସ ବିଶ୍ୱାଳ)୨୬।୪: ବାଲେଶ୍ୱର ଜିଲା ସୋର ବ୍ଲକ ଅନନ୍ତପୁର ପଞ୍ଚାୟତରେ ସ୍ବାଧୀନତାର ୭୭ ବର୍ଷ ପରେ ମଧ୍ୟ ଗର୍ଭବତୀ ମହିଳାଙ୍କୁ ହସ୍ପିଟାଲ ଯିବା ପାଇଁ ଖଟିଆର...

ଏପଟେ ଜଙ୍ଗଲ ନିଆଁ ଉତ୍ତାପକୁ କରୁଛି ଦ୍ୱିଗୁଣିତ, ସେପଟେ ବିଦ୍ୟୁତ୍‌କାଟ୍‌ ଘୋଷଣା

ଦାରିଙ୍ଗବାଡ଼ି,୨୬ା୪(ଅରୁଣ): କନ୍ଧମାଳ ଜିଲାରେ ଭଞ୍ଜନଗରଠାରୁ ଫୁଲବାଣୀକୁ ଆସିଥିବା ଓଡ଼ିଶା ବିଦ୍ୟୁତ୍‌ ଶକ୍ତି ପରିବହନ ନିଗମ ଲିମିଟେଡ୍‌ (ଓପିଟିସିଏଲ୍‌) ଅଧୀନସ୍ଥ ୧୩୨ କେଭି ଲାଇନର ବାର୍ଷିକ ରକ୍ଷଣାବେକ୍ଷଣ...

ଭାଜପାରେ ସାମିଲ ହେଲେ ସୋର ବିଧାୟକ ପର୍ଶୁରାମ ଧଡ଼ା

ଭୁବନେଶ୍ବର, ୨୬।୪: ଭାଜପାରେ ସାମିଲ ହେଲେ ସୋର ବିଧାୟକ ପର୍ଶୁରାମ ଧଡ଼ା। ଶୁକ୍ରବାର ଭୁବନେଶ୍ବର ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚି ବିଧିବଦ୍ଧ ଭାବେ ସେ ପଦ୍ମ ଧରିଛନ୍ତି।...

ଶୁଖୁଛି ଜଳଭଣ୍ଡାର, ସଙ୍କଟରେ ହାତୀ

କେନ୍ଦୁଝର,୨୬ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ତାପମାତ୍ରା ୪୩ ଡିଗ୍ରୀ ଉପରେ ରହୁଛି। ଅତ୍ୟଧିକ ଉତ୍ତାପରେ ଜନଜୀବନ ବ୍ୟତିବ୍ୟସ୍ତ ହୋଇପଡ଼ିଛି। ଗରମ ସାଙ୍ଗକୁ ନଦୀ, ନାଳ,...

ଏଏପି ଛାଡିଥିଲେ: ଏବେ ବିଜେଡ଼ିରେ ଯୋଗଦେବେ ବୋଲି ଚର୍ଚ୍ଚା

ବରଗଡ଼,୨୬।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଆମ ଆଦମୀ ପାର୍ଟି(ଏଏପି)ର ୪କାର୍ଯ୍ୟକର୍ତ୍ତା ଗୁରୁବାର ଦଳ ଛାଡ଼ିଛନ୍ତି । ସେମାନେ ହେଲେ, ଦଳର ବିଜେପୁର ବ୍ଳକ ସଭାପତି ରାମଚନ୍ଦ୍ର...

ନିର୍ବାଚନୀ ପ୍ରଚାର ପାଇଁ ଓଡ଼ିଶା ଆସିବେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ

ଭୁବନେଶ୍ୱର,୨୬।୪: ଓଡ଼ିଶା ଆସିବେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ଆସନ୍ତା ୨୮ ତାରିଖରେ ନଡ୍ଡା ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ। ନଡ୍ଡାଙ୍କ ଗସ୍ତକୁ ନେଇ...

ଗୋଟିଏ ଡାଳରେ ଝୁଲିପଡ଼ିଲେ ନାବାଳକ-ଯୁବତୀ

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ସ୍ଥାନୀୟ ସଦର ଥାନା ଅଧୀନ ଶଙ୍ଖାଭଙ୍ଖା ପଞ୍ଚାୟତ, ଶିଖରଘାଟି ଗ୍ରାମର ଏକ ଆମ୍ବଗଛ ଡାଳରେ ଜଣେ ନାବାଳକ ଓ ଯୁବତୀଙ୍କ ଝୁଲନ୍ତା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri