ପାଣି ଅଭାବରୁ ଆମ ଶୌଚାଳୟରେ ତାଲା

ବ୍ରହ୍ମପୁର ଅଫିସ, ୧୧।୬: ସ୍ବଚ୍ଛ ଓଡିଶା, ସୁସ୍ଥ ଓଡିଶା ଲକ୍ଷ୍ୟ ନେଇ ବ୍ରହ୍ମପୁର ମହାନଗର ନିଗମ (ବିଇଏମସି)ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ଗୋଷ୍ଠୀ ଶୌଚାଳୟ ଓ ସର୍ବସାଧାରଣଙ୍କ ନିମନ୍ତେ ଶୌଚାଳୟ ନିର୍ମାଣ କରାଯାଇଛି। ଏହାର ରକ୍ଷଣାବେକ୍ଷଣ ଦାୟିତ୍ୱ ସୁଲଭ ଇଣ୍ଟର ନ୍ୟାଶନାଲ ସୋସିଆଲ ସର୍ଭିସ ସଂସ୍ଥାକୁ ପ୍ରଦାନ କରାଯାଇଛି। କିନ୍ତୁ ଶୌଚାଳୟର ପରିଷ୍କାର ପରିଚ୍ଛନତା ଦାୟିତ୍ୱ ବିଇଏମସି ସାନିଟେସନ ବିଭାଗ ହାତରେ ନ୍ୟସ୍ତ ଅଛି। ସହରର ୧୨ଟି ଶାୈଚାଳୟ ରହିଛି। ସେଥିମଧ୍ୟରୁ ହରିଡାଖଣ୍ଡି, ବଡବଜାର ପରିବା ମାର୍କେଟ, ପାଣ୍ଡବ ନଗର, ନୀଳାଞ୍ଚଳ ସାହି, କାମ୍ପ ସାହି, ପୁରୁଣା ବସଷ୍ଟାଣ୍ଡ, ବିଜିପୁର ଟ୍ୟାଙ୍କ, ଉତ୍ତରେଶ୍ୱର ମନ୍ଦିର, କମାପଲୀ, ଏମକେସିଜି ଓ ମର୍ଦ୍ଦରାଜ ଭେଣ୍ଡିଂ ଜୋନଠାରେ ସୁଲଭ ଶୌଚାଳୟ ରହିଛି। କିନ୍ତୁ ପରିଷ୍କାର ରହୁ ନ ଥିବା କାରଣରୁ ସହରବାସୀ ଓ ପଥଚାରୀ ଶୌଚାଳୟ ବ୍ୟବହାର କରିବାକୁ ନାପସନ୍ଦ କରୁଛନ୍ତି। ଏପରିକି ପାଣି ସୁବିଧା ନ ଥିବା କାରଣରୁ ଶୌଚାଳୟଗୁଡିକରେ ତାଲା ଝୁଲୁଥିବା ଦେଖିବାକୁ ମିଳିଛି।
ମହାନଗରର ୨୩ ନଂ. ୱାର୍ଡ ଅନ୍ତର୍ଗତ ପାୟଲ ସିନେମା ହଲ ସମ୍ମୁଖରେ ଥିବା ଆମ ଶାୈଚାଳୟଟି ୨୦୧୬ରେ ପୂର୍ବତନ ବ୍ରହ୍ମପୁର ଏମପି ଡ. ସିଦ୍ଧାନ୍ତ ମହାପାତ୍ରଙ୍କ ଦ୍ୱାରା ଉଦଘାଟିତ ହୋଇଥିଲା। ତାହା ସ୍ଥାନୀୟ ବାସିନ୍ଦାଙ୍କ ବ୍ୟବହାର କ୍ଷେତ୍ରରେ ଉପଯୋଗୀ ହେଲା। ବହୁ ପଥଚାରୀ ମଧ୍ୟ ତାହାକୁ ବ୍ୟବହାର କରି ପାରୁଥିଲେ। ଏଥିରେ ଉଭୟ ମହିଳା ଓ ପୁରୁଷଙ୍କ ନିମନ୍ତେ ସୁବିଧା ରହିଛି। ପୂର୍ବରୁ ସୁଲଭ ଶୌଚାଳୟ ଗୁଡିକରେ ଦେୟ ଆଦାୟ କରାଯାଉଥିବା ବେଳେ ବର୍ତ୍ତମାନ ସୁଲଭ ଶାୈଚାଳୟ ଦେୟ ମୁକ୍ତ ହୋଇଛି। କିନ୍ତୁ ଶାୈଚାଳୟଟିରେ ସବୁ ସୁବିଧା ଥାଇ ମଧ୍ୟ ପାଣି ସମସ୍ୟା ଯୋଗୁ ତାଲା ଝୁଲୁଛି। ଶାୈଚାଳୟକୁ ପାଣି ଯୋଗାଣ ନିମନ୍ତେ ବିଇଏମସି ପକ୍ଷରୁ ପାଣିପମ୍ପ, ପାଇପ ଲାଇନ ଓ ପାଣି ଗଚ୍ଛିତ ରଖିବା ନିମନ୍ତେ ସମ୍ପ ମଧ୍ୟ ରହିଛି। ହେଲେ ପାଇପ ଯୋଗେ ପାଣି ଆସୁ ନାହିଁ। ସମସ୍ୟାକୁ ନେଇ ଏଠାରେ ଦାୟିତ୍ୱରେ ଥିବା କର୍ମଚାରୀ ବିଇଏମସି ସାନିଟେସନ ବିଭାଗକୁ ଅବଗତ କରାଇଥିଲେ। କିନ୍ତୁ ଏଯାବତ ସେ ଦିଗରେ କାୈଣସି ପଦକ୍ଷେପ ଗ୍ରହଣ କରାଯାଇ ନ ଥିବା ସେ ଅଭିଯୋଗ କରିଛନ୍ତି। ପୁଣି କିଛିଦିନ ତଳେ ବିଇଏମସି ପକ୍ଷରୁ ପୋଖରୀ ପାଣିକୁ ଶାୈଚାଳୟରେ ବ୍ୟବହାର କରିବା ପାଇଁ ପରାମର୍ଶ ଦିଆଗଲା। ଏହାପରେ ପାଣି ପମ୍ପ ସାହାର୍ଯ୍ୟରେ ପୋଖରୀ ପାଣି ଶାୈଚାଳୟରେ ବ୍ୟବହାର କରାଯାଇଥିଲା। କିନ୍ତୁ ପାଣି ପମ୍ପ ଅଚଳ ହୋଇଯିବା ପରେ ବର୍ତ୍ତମାନ ଶାୈଚାଳୟକୁ ପାଣି ଆସୁ ନାହିଁ। ଯାହାଫଳରେ ବର୍ତ୍ତମାନ ଶାୈଚାଳୟରେ ତାଲା ଝୁଲୁଥିବା ଦେଖିବାକୁ ମିଳିଛି। ଯାହାକୁ ନେଇ ସ୍ଥାନୀୟ ବାସିନ୍ଦା ଅସନ୍ତୋଷ ପ୍ରକାଶ କରିଛନ୍ତି। ଏପରିକି ଶାୈଚାଳୟ ସମ୍ମୁଖରେ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ସିମେଣ୍ଟ୍‌ ଓ ଅନ୍ୟାନ୍ୟ ସାମଗ୍ରୀ ଶାୈଚାଳୟ ମଧ୍ୟରେ ପଡି ରହିଛି। ଶାୈଚାଳୟଟି ବ୍ୟବହାର ହେଉ ନ ଥିବା ବେଳେ ଶାୈଚାଳୟ ପରିସରରେ କେଉଁ କାରଣରୁ ରାସ୍ତା ନିର୍ମାଣ ସାମଗ୍ରୀ ରଖାଯାଇଛି ବୋଲି ସାଧାରଣର ପ୍ରଶ୍ନବାଚୀ ସୃଷ୍ଟି କରିଛି। ବିଇଏମସି ସାନିଟେସନ ବିଭାଗ ଏ ବାବଦରେ ଅବଗତ ଥାଇ ମଧ୍ୟ କାୈଣସି ପଦକ୍ଷେପ ଗ୍ରହଣ କରୁ ନ ଥିବା ଅଭିଯୋଗ ହୋଇଛି। ଏଥିସହ ଶାୈଚାଳୟରେ ଖୁବ ଶୀଘ୍ର ପାଣି ବ୍ୟବସ୍ଥା କରି ଶାୈଚାଳୟଟିକୁ ପୁନଃ ବ୍ୟବହାର୍ଯ୍ୟ ଉପଯୋଗୀ କରିବା ପାଇଁ ସାଧାରଣରେ ଦାବି ହୋଇଛି। ଏ ନେଇ ବିଇଏମସି ସାନିଟେସନ ବିଭାଗ ଦାୟିତ୍ୱରେ ଥିବା ଡେପୁଟି କମିଶନର ଆର୍ଶୀବାଦ ପରିଡାଙ୍କ ସହ ଯୋଗାଯୋଗ କରିବାରୁ, ବିଭାଗୀୟ କର୍ମଚାରୀଙ୍କ ସହ ଆଲୋଚନା କରି ସମସ୍ୟା ସମାଧାନ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri