Posted inଖେଳ

ଆମ ପଦକ ଦେଶକୁ ନବୀନଙ୍କ ଉପହାର: ମନପ୍ରୀତ୍‌

ଭୁବନେଶ୍ୱର,୧୭।୮: ଭାରତୀୟ ଅଧିନାୟକ ମନପ୍ରୀତ୍‌ ସିଂ ହକିରେ ଦୃଷ୍ଟାନ୍ତମୂକଳ ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭୂୟସୀ ପ୍ରଶଂସା କରିଛନ୍ତି। ପୁରୁଷ ଦଳର ବ୍ରୋଞ୍ଜ ପଦକ ଦେଶକୁ ନବୀନଙ୍କ ଏକ ବଡ଼ ଉପହାର ବୋଲି ସେ କହିଛନ୍ତି। କ୍ରୀଡ଼ାର ଜଣେ ବଡ଼ ସମର୍ଥକ ଭାବେ ନବୀନ ବେଶ୍‌ ଜଣାଶୁଣା। ଆମେ ଯେଉଁ ବ୍ରୋଞ୍ଜ ପଦକ ଜିତିଛୁ ତାହା ପ୍ରକୃତରେ ଦେଶକୁ ନବୀନଙ୍କ ଏକ ବହୁମୂଲ୍ୟ ଉପହାର ବୋଲି ସେ କହିଛନ୍ତି। ତାଙ୍କ ଦୂରଦୃଷ୍ଟି ଓ ପ୍ରୋତ୍ସାହନ କାରଣରୁ ଆମେ ଏହି ସଫଳତା ପାଇଛୁ ଓ ଦୀର୍ଘ ୪୧ ବର୍ଷ ପରେ ଅଲିମ୍ପକ୍ସ ପଦକ ହାସଲ କରିଛୁ। ଆମେ ସମସ୍ତଙ୍କ ପଛରେ ସେ ଖୁଣ୍ଟ ଭଳି ଠିଆ ହୋଇ ସମର୍ଥନ ଦେଇ ଆସିଛନ୍ତି। ତାଙ୍କ ନିରନ୍ତର ସମର୍ଥନ ଓ ମାର୍ଗଦର୍ଶନ ଏହି ସ୍ବପ୍ନ ସାକାର ହୋଇ ନ ଥାନ୍ତା ବୋଲି ମନପ୍ରୀତ କହିଛନ୍ତି।

ଏହାପୂର୍ବରୁ ଶେଷଥର ପାଇଁ ଭାରତ ୧୯୮୦ ମସ୍କୋ ଅଲିମ୍ପିକ୍ସରେ ଭାରତ ପଦକ ହାସଲ କରିଥିଲା। ଓଡ଼ିଶା ଆମ ପାଇଁ ଦ୍ୱିତୀୟ ଘର ସଦୃଶ। ଏହା ଆମ ଘର ଭଳି। ତେଣୁ ଦୀର୍ଘ ଦିନ ପରେ ଏଠାକୁ ଆସି ଖୁସି ଲାଗୁଛି। ଟୋକିଓ ଅଲିମ୍ପିକ୍ସର ସଫଳତାର ଶ୍ରେୟ ଓଡ଼ିଶାକୁ ଯାଉଛି। ଏଠାରେ ହକିକୁ ସମସ୍ତେ ଭଲ ପାଆନ୍ତି। ଓଡ଼ିଶାର ଲୋକେ ମଧ୍ୟ ଆମକୁ ବହୁତ ଭଲ ପାଉଛନ୍ତି। ଏହା ଅବର୍ଣ୍ଣନୀୟ। ଓଡ଼ିଶାରେ ଗତ କିଛି ବର୍ଷ ମଧ୍ୟରେ ବିଶ୍ୱକପ୍‌ ସମେତ ଏକାଧିକ ବିଶ୍ୱସ୍ତରୀୟ ଟୁର୍ନାମେଣ୍ଟ ଆୟୋଜନ ହୋଇଛି। ଏହି ଟୁର୍ନାମେଣ୍ଟ ଖେଳି ଆମେ ବହୁତ ଅଭିଜ୍ଞତା ହାସଲ କରିଛୁ। ଓଡ଼ିଶାରେ ହକିର ଲୋକପ୍ରିୟତା ଦେଶରେ ସର୍ବାଧିକ। ଓଡ଼ିଶାର ପୃଷ୍ଠପୋଷକତାରେ ହକିର ଆହୁରି ଉନ୍ନତି ହେବ ବୋଲି ମନପ୍ରୀତ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟି-୨୦ ବିଶ୍ୱକପ୍: ପାକିସ୍ତାନକୁ ଧୂଳି ଚଟାଇ ସୁପର-୮ରେ ଭାରତ; ଧରାଶାୟୀ ପଡ଼ୋଶୀ ଦଳ

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ହାଇଭୋଲ୍ଟେଜ୍ ମୁକାବିଲାରେ ଭାରତୀୟ ଦଳ ପାକିସ୍ତାନକୁ ୬୧ ରନ୍‌ର ଏକ ବଡ଼ ବ୍ୟବଧାନରେ ପରାସ୍ତ କରିଛି। ଏହି ବିଜୟ ସହ ଭାରତ ଲଗାତାର…

ଟି-୨୦ ବିଶ୍ୱକପ୍: କଲମ୍ବୋରେ ପାକିସ୍ତାନକୁ ଧ୍ୱଂସ କରିଦେଲା ସୂର୍ଯ୍ୟକୁମାରଙ୍କ ସେନା, ଗର୍ଜିଲେ ଇଶାନ କିଷାନ

କଲମ୍ବୋ,୧୫।୨: ଶ୍ରୀଲଙ୍କାର ଆର୍. ପ୍ରେମଦାସା ଷ୍ଟାଡିୟମରେ ଅନୁଷ୍ଠିତ ହାଇଭୋଲ୍ଟେଜ୍ ଟି-୨୦ ବିଶ୍ୱକପ୍ ମୁକାବିଲାରେ ଭାରତୀୟ ଦଳ ପାକିସ୍ତାନକୁ ୬୧ ରନ୍‌ରେ ପରାସ୍ତ କରିଛି। ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ…

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଧୋନିଙ୍କ ପାଇଁ ପାକିସ୍ତାନ ଦଳରେ ସୁଯୋଗ ପାଇଛନ୍ତି ଉସମାନ ତାରିକ! ହୋଇଗଲା ଖୁଲାସା

କଲମ୍ବୋ,୧୫।୨: ଚଳିତ ଟି-୨୦ ବିଶ୍ୱକପ୍‌ରେ ପାକିସ୍ତାନର ରହସ୍ୟମୟ ସ୍ପିନର ଉସ୍ମାନ ତାରିକ୍ ନିଜର ଅଜବ ବୋଲିଂ ଆକ୍ସନ ପାଇଁ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛନ୍ତି। ତେବେ ତାଙ୍କ କ୍ରିକେଟ୍…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଟି-୨୦ ବିଶ୍ୱକପ୍: ପାକିସ୍ତାନ ଆଗରେ ୧୭୬ ରନ୍‌ର ବିଜୟ ଲକ୍ଷ୍ୟ; ଇଶାନ କିଷାନଙ୍କ ଧୂଆଁଧାର ବ୍ୟାଟିଂ

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍ ୨୦୨୬ର ହାଇଭୋଲ୍ଟେଜ୍ ମ୍ୟାଚରେ ଭାରତ, ପାକିସ୍ତାନ ସମ୍ମୁଖରେ ୧୭୬ ରନ୍‌ର ଚ୍ୟାଲେଞ୍ଜିଂ ଟାର୍ଗେଟ୍ ରଖିଛି। ଓପନର୍ ଇଶାନ କିଷାନଙ୍କ ବିସ୍ଫୋରକ ବ୍ୟାଟିଂ ଏବଂ…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri