‘ଆମ ନେତା କାମ ନ କରି ଶୋଇଲେ’

ଭୁବନେଶ୍ୱର, ୧୨।୧୧ (ବ୍ୟୁରୋ):ବାଲେଶ୍ୱର ଏବଂ ତିର୍ତ୍ତୋଲ ବିଧାନସଭା ଆସନରେ ହୋଇଥିବା ଉପନିର୍ବାଚନର ଫଳ ବିଜେଡି ସପକ୍ଷରେ ଯାଇଛି। ଦୁଇଟି ଯାକ ଆସନରେ ଶାସକ ଦଳର ବିଜୟ ପରେ ବିରୋଧୀ କଂଗ୍ରେସ ଏବଂ ଭାଜପା ପରାଜୟକୁ ସ୍ବୀକାର କରିଛନ୍ତି। କଂଗ୍ରେସ ବିଶ୍ୱାସଘାତ କଥା କହିଥିବା ବେଳେ ଭାଜପା ଜନମତକୁ ସ୍ବୀକାର କରିଛି। ଅନ୍ୟପଟେ ବିଜେଡି ନେତାମାନେ ଖୁସି ବ୍ୟକ୍ତ କରିଛନ୍ତି।
କଂଗ୍ରେସ ବରିଷ୍ଠ ନେତା ସୁରେଶ କୁମାର ରାଉତରାୟ(ସୁର) କହିଛନ୍ତି, ମହାତ୍ମା ଗାନ୍ଧୀଙ୍କ ଡାକରାରେ ଅନୁପ୍ରାଣିତ ହୋଇ ହରେକୃଷ୍ଣ ମହତାବଙ୍କ ନେତୃତ୍ୱରେ ବାଲେଶ୍ୱରବାସୀ ସ୍ବାଧୀନତା ସଂଗ୍ରାମରେ ସାମିଲ ହୋଇଥିଲେ। ସେମାନେ ଭାରି ସ୍ବାଭିମାନୀ। କିନ୍ତୁ ସେମାନେ ପଇସା ନେଲେ ଭୋଟ ଦେଲେ। ଟଙ୍କା ନେବାପରେ ଆଉ କି ପ୍ରକାର ସ୍ବାଭିମାନ ରହିଲା। ଉପନିର୍ବାଚନରେ ଭାଜପା ଭୋଟ ପିଛା ୩ ହଜାର ଏବଂ ବିଜେଡି ୫ ହଜାର ଟଙ୍କା ବାଣ୍ଟିଲା। ସେଠାରେ କଂଗ୍ରେସର ୧୦୦, ୨୦୦ ଟଙ୍କା କେମିତି କାମ ଦେବ ବୋଲି ସେ କହିଛନ୍ତି। ସୁର ଆହୁରି କହିଛନ୍ତି, କେତେଜଣ ନେତାଙ୍କ ଅନ୍ତର୍ଘାତି କାର୍ଯ୍ୟ ଯୋଗୁ ଉଭୟ ଆସନରେ କଂଗ୍ରେସ ପରାଜିତ ହୋଇଛି। ବାଲେଶ୍ୱରରେ ଠିକ୍‌ରେ ପ୍ରଚାର ନ କରି ହୋଟେଲରେ ଶୋଇଲେ। ସେହିପରି ତିର୍ତ୍ତୋଲରେ ଦଳ ଆହୁରି ଭଲ କରି ଥାଆନ୍ତା। ସେଠାରେ ମଧ୍ୟ କିଛି କର୍ମୀ ଠିକରେ କାମ କଲେନାହିଁ। ନିରଞ୍ଜନ ପଟ୍ଟନାୟକଙ୍କୁ ପଦରୁ ହଟାଇବାକୁ ଲାଗିଲେ, ଯେଉଁଥି ପାଇଁ ହାରିଲୁ ବୋଲି ସୁର କହିଛନ୍ତି।
ଭାଜପା ରାଜ୍ୟ ସଭାପତି ସମୀର ମହାନ୍ତି ବୁଧବାର ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି, ଉପନର୍ବାଚନକୁ ଭାଜପା ପ୍ରସଙ୍ଗ ଭିତ୍ତିକ ଭାବେ ଲଢେଇ କରିଥିଲା। କଂଗ୍ରେସର କେବଳ ମିଥ୍ୟା ପ୍ରଚାର ଛଡା ଆଉ କିଛି କରିନାହିଁ। ରାଜ୍ୟରେ କଂଗ୍ରେସ ଶକ୍ତିହୀନ ହୋଇପଡିଥିବା ବାଲେଶ୍ୱର ଏବଂ ତିର୍ତ୍ତୋଲବାସୀ ସଙ୍କେତ ଦେଇଛନ୍ତି। ରାଜ୍ୟରେ କେବଳ ଦ୍ୱିପାକ୍ଷିକ ନିର୍ବାଚନ ଚାଲିବ। ଏଭଳି ଏକ ସଙ୍କଟ ସମୟରେ ଘରୁ ବାହାରି ନିଜ ମତ ସାବ୍ୟସ୍ତ କରିଥିବାରୁ ମତଦାତାଙ୍କୁ ଧନ୍ୟବାଦ ଦେବା ସହ ଜମମତକୁ ନମ୍ରତାର ସହ ସ୍ବୀକାର କରୁଛୁ। ସେହିପରି ଏହି ୨ ଆସନରେ କଠିନ ପରିଶ୍ରମ କରିଥିବା ଦଳୀୟ ନେତା ଏବଂ କାର୍ଯ୍ୟକର୍ତ୍ତାଙ୍କୁ ସାଧୁବାଦ ଜଣାଉଛୁ ବୋଲି ସମୀର କହିଛନ୍ତି।
ବିଜେଡି ନେତା ପ୍ରତାପ ଜେନା କହିଛନ୍ତି, ଏହି ଉପନିର୍ବାଚନ ଦଳ ପାଇଁ ଚ୍ୟାଲେଞ୍ଜ ଥିଲା। ସେଥିଲାଗି ଆମେ ସନ୍ତୁଷ୍ଠ ଅଛୁ। ବିଜେଡି ବାଲେଶ୍ୱର ଉପନିର୍ବାଚନରେ ଦେଇଥିବା ପ୍ରାର୍ଥୀ ପ୍ରତିଷ୍ଠିତ ନେତା ନ ଥିଲେ, ଜଣେ ସାଧାରଣ କର୍ମୀଙ୍କୁ ପ୍ରାର୍ଥୀ କରି ଜିତାଇଛୁ। ଗତ ନିର୍ବାଚନରେ ଭାଜପା ହାତରେ ବାଲେଶ୍ୱର ଆସନ ଥିଲା। ଭାଜପା ଗତଥର ଯେତିକି ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲା ଉପନିର୍ବାଚନରେ ସେତିକି ଭୋଟରେ ଜିତିଲୁ। ଭାଜପାର କେନ୍ଦ୍ରମନ୍ତ୍ରୀ ଓ ଅନ୍ୟ ନେତା ପ୍ରଚାର କଲେ, ବିଜେଡି ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେବଳ ଭର୍ଚୁଆଲ ପ୍ରଚାର କଲେ। ଅର୍ଥବଳ ଓ ବାହୁବଳ କହୁଥିବା ଦଳ ମଧ୍ୟ ଖର୍ଚ୍ଚ କରିଛନ୍ତି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri