Posted inଜାତୀୟ

ବିସ୍ତାରବାଦୀ ଉଦ୍ୟମକୁ ପଣ୍ଡ କରିଛନ୍ତି ଆମ ବୀର ଯବାନ- ରାଷ୍ଟ୍ରପତି

ନୂଆଦିଲ୍ଲୀ,୨୫।୧: ଭାରତ ସବୁବେଳେ ଶାନ୍ତି ପାଇଁ ପ୍ରତିଶ୍ରୁତିବଦ୍ଧ ରହିଆସିଛି। ଏହା ସତ୍ତ୍ୱେ ବିସ୍ତାରବାଦୀ ଶକ୍ତି ସୀମାନ୍ତ ଅଞ୍ଚଳ କବ୍‌ଜା କରିବା ଲାଗି ଉଦ୍ୟମ ଚଳାଇଛନ୍ତି। ସେମାନଙ୍କର ଏହି ଉଦ୍ୟମକୁ ଆମ ବୀର ଯବାନମାନେ ପଣ୍ଡ କରିଦେଇଛନ୍ତି। ଗତବର୍ଷ ଲଦାଖରେ ଚାଇନାର ବିସ୍ତାରବାଦୀ ଆଭିମୁଖ୍ୟ ଯୋଗୁ ଜାତୀୟ ସୁରକ୍ଷା ପ୍ରତି ସୃଷ୍ଟ ବିପଦ ଟାଳିବାରେ ଭାରତୀୟ ଯବାନମାନଙ୍କ ସୁସମନ୍ବିତ ଉଦ୍ୟମ ସଫଳ ହୋଇଥିଲା। ଯେକୌଣସି ମୂଲ୍ୟ ଦେଇ ଜାତୀୟ ସ୍ବାର୍ଥର ସୁରକ୍ଷା କରାଯିବ ବୋଲି ୭୨ତମ ସାଧାରଣତନ୍ତ୍ର ଦିବସ ପୂର୍ବ ସନ୍ଧ୍ୟାରେ ରାଷ୍ଟ୍ରକୁ ସମ୍ବୋଧିତ କରି ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି। ୩ କୃଷି ଆଇନକୁ ନେଇ ଚାଷୀମାନେ ଆଶଙ୍କା ଦୂର କରିବାକୁ ଏହି ଅବସରରେ ରାଷ୍ଟ୍ରପତି ଆହ୍ବାନ ଦେଇଛନ୍ତି।
କରୋନା ମହାମାରୀ ବିରୋଧରେ ଭାରତର ଲଢ଼େଇ ଫଳପ୍ରଦ ହୋଇଛି। ଦେଶବାସୀଙ୍କ ମଧ୍ୟରେ ସାମ୍ବିଧାନିକ ମୂଲ୍ୟବୋଧ ‘ଭ୍ରାତୃତ୍ୱ’ ବିନା ଏହା ସମ୍ଭବ ହୋଇ ନ ଥାନ୍ତା। ମହାମାରୀ ମୁକାବିଲାରେ ସ୍ବାସ୍ଥ୍ୟ କର୍ମଚାରୀମାନଙ୍କ ଉତ୍ସର୍ଗୀକୃତ ଉଦ୍ୟମକୁ ରାଷ୍ଟ୍ରପତି ପ୍ରଶଂସା କରିବା ସହ ସମସ୍ତେ କୋଭିଡ୍‌ ଟିକା ନେବା ପାଇଁ ଅନୁରୋଧ କରିଥିଲେ। ବିଶ୍ୱରୁ ରୋଗ ଯନ୍ତ୍ରଣା ଦୂର କରିବା ଲାଗି ବିଭିନ୍ନ ଦେଶକୁ ଔଷଧ ଓ ଟିକା ଯୋଗାଇ ଭାରତ ‘ବିଶ୍ୱ ଫାର୍ମାସୀ’ର ପରିଚୟ ହାସଲ କରିବା ବାସ୍ତବରେ ଗର୍ବର ବିଷୟ ବୋଲି ରାଷ୍ଟ୍ରପତି କହିଥିଲେ। ଗୋଟିଏ ବର୍ଷର ଅପ୍ରତ୍ୟାଶିତ କଠିନ ପରୀକ୍ଷା ସତ୍ତ୍ୱେ ଭାରତ ନିରାଶ ନ ହୋଇ ଆଜି ଦୃଢ଼ ଆତ୍ମବିଶ୍ୱାସର ସହ ଛିଡ଼ା ହୋଇଛି।
ଗତବର୍ଷ ଜୁନ୍‌ରେ ପୂର୍ବ ଲଦାଖର ଗଲଓ୍ବାନ ଉପତ୍ୟକାରେ ଚାଇନା ସୈନ୍ୟଙ୍କ ସହ ସଂଘର୍ଷରେ ଶହୀଦ ହୋଇଥିବା ୨୦ ଭାରତୀୟ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ଅବସରରେ ଗତବର୍ଷ ବିପତ୍ତିର ସମୟ ଥିଲା ବୋଲି ରାଷ୍ଟ୍ରପତି କହିଥିଲେ। ବିସ୍ତାରବାଦୀଙ୍କ ଉଦ୍ୟମକୁ ବିଫଳ କରିବାରେ ୨୦ ଯବାନଙ୍କୁ ପ୍ରାଣବଳି ଦେବାକୁ ପଡ଼ିଥିଲା। ଦୁଃସାହସୀ ଯବାନମାନଙ୍କ ପାଖରେ ରାଷ୍ଟ୍ର କୃତଜ୍ଞ ରହିବ।
ବିପତ୍ତି ବେଳେବେଳେ ମହାନ୍‌ ଶିକ୍ଷକର ଭୂମିକା ନେଇଥାଏ ଓ ଲୋକଙ୍କୁ ଅଧିକ ଦୃଢ଼ ଓ ଆତ୍ମବିଶ୍ୱାସୀ କରିଥାଏ। ସେହି ଆତ୍ମବିଶ୍ୱାସ ବଳରେ ଭାରତ ବିଭିନ୍ନ କ୍ଷେତ୍ରରେ ବଡ଼ ପ୍ରଗତି ହାସଲ କରିପାରିଛି। ଅର୍ଥନୈତିକ ସଂସ୍କାର ଜାରି ରହିଛି। ଏଥିସହିତ ଆଇନ ମାଧ୍ୟମରେ କୃଷି ଓ ଶ୍ରମ କ୍ଷେତ୍ରରେ ସଂସ୍କାର ଅଣାଯାଉଛି। ତେବେ ସଂସ୍କାରର ପ୍ରାରମ୍ଭିକ ପର୍ଯ୍ୟାୟରେ ଭୁଲ୍‌ ବୁଝାମଣା ହୋଇପାରେ। ତେବେ ଏହା ନିଃନ୍ଦେହ ଯେ, ଚାଷୀମାନଙ୍କ କଳ୍ୟାଣ ପାଇଁ ସରକାର ଉତ୍ସର୍ଗୀକୃତ ବୋଲି ରାଷ୍ଟ୍ରପତି କହିଛନ୍ତି।
ବିଶ୍ୱରେ ଭାରତର ପ୍ରଭାବ ବୃଦ୍ଧି ପାଇଛି। ଫଳରେ ଜାତିସଂଘ ସୁରକ୍ଷା ପରିଷଦର ଅସ୍ଥାୟୀ ସଦସ୍ୟ ହେବାରେ ଏହାକୁ ଅନ୍ତର୍ଜାତୀୟ ସମୁଦାୟର ଜବରଦସ୍ତ ସମର୍ଥନ ମିଳିଥିଲା। ବିଭିନ୍ନ ପ୍ରସଙ୍ଗରେ ବିଶ୍ୱ ନେତାମାନଙ୍କ ସହ ଭାରତର ଯୋଗାଯୋଗ ବୃଦ୍ଧି ପାଇଛି। ଏକ ଉଜ୍ଜ୍ଜଳ ଗଣତନ୍ତ୍ର ଭାବେ ଏହା ଦାୟିତ୍ୱସମ୍ପନ୍ନ ଓ ବିଶ୍ୱସନୀୟ ରାଷ୍ଟ୍ରର ମର୍ଯ୍ୟାଦା ହାସଲ କରିଆସିଛି ବୋଲି ରାଷ୍ଟ୍ରପତି କହିଥିଲେ। ଖାଦ୍ୟଶସ୍ୟ ଓ ଦୁଗ୍ଧଜାତ ସାମଗ୍ରୀରେ ଜନବହୁଳ ଭାରତକୁ ଆତ୍ମନିର୍ଭରଶୀଳ କରାଇଥିବା ଚାଷୀମାନଙ୍କୁ ପ୍ରତ୍ୟେକ ଭାରତୀୟ ସାଲ୍ୟୁଟ କରନ୍ତି। ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ଓ କରୋନା ମହାମାରୀ ସତ୍ତ୍ୱେ କୃଷକ ଉତ୍ପାଦନ ଜାରି ରଖିଛି। କୃତଜ୍ଞ ରାଷ୍ଟ୍ର ସେମାନଙ୍କ କଲ୍ୟାଣ ପାଇଁ ପୂର୍ଣ୍ଣ ରୂପରେ ପ୍ରତିଶ୍ରୁତିବଦ୍ଧ ବୋଲି ରାଷ୍ଟ୍ରପତି ତାଙ୍କ ବାର୍ତ୍ତାରେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

‘ଆମ ଆଙ୍ଗୁଠି ଏବେବି ଟ୍ରିଗର ଉପରେ ଅଛି…’, ପାକିସ୍ତାନରେ ଆମେରିକା ସହିତ ବୈଠକ ପୂର୍ବରୁ ଇସ୍ରାଏଲକୁ ଖୋଲା ଧମକ ଦେଇଛି ଇରାନ

ତେହରାନ,୯।୪: ଶୁକ୍ରବାର (୧୦ ଏପ୍ରିଲ) ପାକିସ୍ତାନର ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ହେବାକୁ ଯାଉଛି। ଏହା ପୂର୍ବରୁ, ଇରାନ ଇସ୍ରାଏଲକୁ ଏକ ଧମକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri