Posted inଜାତୀୟ

ବିସ୍ତାରବାଦୀ ଉଦ୍ୟମକୁ ପଣ୍ଡ କରିଛନ୍ତି ଆମ ବୀର ଯବାନ- ରାଷ୍ଟ୍ରପତି

ନୂଆଦିଲ୍ଲୀ,୨୫।୧: ଭାରତ ସବୁବେଳେ ଶାନ୍ତି ପାଇଁ ପ୍ରତିଶ୍ରୁତିବଦ୍ଧ ରହିଆସିଛି। ଏହା ସତ୍ତ୍ୱେ ବିସ୍ତାରବାଦୀ ଶକ୍ତି ସୀମାନ୍ତ ଅଞ୍ଚଳ କବ୍‌ଜା କରିବା ଲାଗି ଉଦ୍ୟମ ଚଳାଇଛନ୍ତି। ସେମାନଙ୍କର ଏହି ଉଦ୍ୟମକୁ ଆମ ବୀର ଯବାନମାନେ ପଣ୍ଡ କରିଦେଇଛନ୍ତି। ଗତବର୍ଷ ଲଦାଖରେ ଚାଇନାର ବିସ୍ତାରବାଦୀ ଆଭିମୁଖ୍ୟ ଯୋଗୁ ଜାତୀୟ ସୁରକ୍ଷା ପ୍ରତି ସୃଷ୍ଟ ବିପଦ ଟାଳିବାରେ ଭାରତୀୟ ଯବାନମାନଙ୍କ ସୁସମନ୍ବିତ ଉଦ୍ୟମ ସଫଳ ହୋଇଥିଲା। ଯେକୌଣସି ମୂଲ୍ୟ ଦେଇ ଜାତୀୟ ସ୍ବାର୍ଥର ସୁରକ୍ଷା କରାଯିବ ବୋଲି ୭୨ତମ ସାଧାରଣତନ୍ତ୍ର ଦିବସ ପୂର୍ବ ସନ୍ଧ୍ୟାରେ ରାଷ୍ଟ୍ରକୁ ସମ୍ବୋଧିତ କରି ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି। ୩ କୃଷି ଆଇନକୁ ନେଇ ଚାଷୀମାନେ ଆଶଙ୍କା ଦୂର କରିବାକୁ ଏହି ଅବସରରେ ରାଷ୍ଟ୍ରପତି ଆହ୍ବାନ ଦେଇଛନ୍ତି।
କରୋନା ମହାମାରୀ ବିରୋଧରେ ଭାରତର ଲଢ଼େଇ ଫଳପ୍ରଦ ହୋଇଛି। ଦେଶବାସୀଙ୍କ ମଧ୍ୟରେ ସାମ୍ବିଧାନିକ ମୂଲ୍ୟବୋଧ ‘ଭ୍ରାତୃତ୍ୱ’ ବିନା ଏହା ସମ୍ଭବ ହୋଇ ନ ଥାନ୍ତା। ମହାମାରୀ ମୁକାବିଲାରେ ସ୍ବାସ୍ଥ୍ୟ କର୍ମଚାରୀମାନଙ୍କ ଉତ୍ସର୍ଗୀକୃତ ଉଦ୍ୟମକୁ ରାଷ୍ଟ୍ରପତି ପ୍ରଶଂସା କରିବା ସହ ସମସ୍ତେ କୋଭିଡ୍‌ ଟିକା ନେବା ପାଇଁ ଅନୁରୋଧ କରିଥିଲେ। ବିଶ୍ୱରୁ ରୋଗ ଯନ୍ତ୍ରଣା ଦୂର କରିବା ଲାଗି ବିଭିନ୍ନ ଦେଶକୁ ଔଷଧ ଓ ଟିକା ଯୋଗାଇ ଭାରତ ‘ବିଶ୍ୱ ଫାର୍ମାସୀ’ର ପରିଚୟ ହାସଲ କରିବା ବାସ୍ତବରେ ଗର୍ବର ବିଷୟ ବୋଲି ରାଷ୍ଟ୍ରପତି କହିଥିଲେ। ଗୋଟିଏ ବର୍ଷର ଅପ୍ରତ୍ୟାଶିତ କଠିନ ପରୀକ୍ଷା ସତ୍ତ୍ୱେ ଭାରତ ନିରାଶ ନ ହୋଇ ଆଜି ଦୃଢ଼ ଆତ୍ମବିଶ୍ୱାସର ସହ ଛିଡ଼ା ହୋଇଛି।
ଗତବର୍ଷ ଜୁନ୍‌ରେ ପୂର୍ବ ଲଦାଖର ଗଲଓ୍ବାନ ଉପତ୍ୟକାରେ ଚାଇନା ସୈନ୍ୟଙ୍କ ସହ ସଂଘର୍ଷରେ ଶହୀଦ ହୋଇଥିବା ୨୦ ଭାରତୀୟ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ଅବସରରେ ଗତବର୍ଷ ବିପତ୍ତିର ସମୟ ଥିଲା ବୋଲି ରାଷ୍ଟ୍ରପତି କହିଥିଲେ। ବିସ୍ତାରବାଦୀଙ୍କ ଉଦ୍ୟମକୁ ବିଫଳ କରିବାରେ ୨୦ ଯବାନଙ୍କୁ ପ୍ରାଣବଳି ଦେବାକୁ ପଡ଼ିଥିଲା। ଦୁଃସାହସୀ ଯବାନମାନଙ୍କ ପାଖରେ ରାଷ୍ଟ୍ର କୃତଜ୍ଞ ରହିବ।
ବିପତ୍ତି ବେଳେବେଳେ ମହାନ୍‌ ଶିକ୍ଷକର ଭୂମିକା ନେଇଥାଏ ଓ ଲୋକଙ୍କୁ ଅଧିକ ଦୃଢ଼ ଓ ଆତ୍ମବିଶ୍ୱାସୀ କରିଥାଏ। ସେହି ଆତ୍ମବିଶ୍ୱାସ ବଳରେ ଭାରତ ବିଭିନ୍ନ କ୍ଷେତ୍ରରେ ବଡ଼ ପ୍ରଗତି ହାସଲ କରିପାରିଛି। ଅର୍ଥନୈତିକ ସଂସ୍କାର ଜାରି ରହିଛି। ଏଥିସହିତ ଆଇନ ମାଧ୍ୟମରେ କୃଷି ଓ ଶ୍ରମ କ୍ଷେତ୍ରରେ ସଂସ୍କାର ଅଣାଯାଉଛି। ତେବେ ସଂସ୍କାରର ପ୍ରାରମ୍ଭିକ ପର୍ଯ୍ୟାୟରେ ଭୁଲ୍‌ ବୁଝାମଣା ହୋଇପାରେ। ତେବେ ଏହା ନିଃନ୍ଦେହ ଯେ, ଚାଷୀମାନଙ୍କ କଳ୍ୟାଣ ପାଇଁ ସରକାର ଉତ୍ସର୍ଗୀକୃତ ବୋଲି ରାଷ୍ଟ୍ରପତି କହିଛନ୍ତି।
ବିଶ୍ୱରେ ଭାରତର ପ୍ରଭାବ ବୃଦ୍ଧି ପାଇଛି। ଫଳରେ ଜାତିସଂଘ ସୁରକ୍ଷା ପରିଷଦର ଅସ୍ଥାୟୀ ସଦସ୍ୟ ହେବାରେ ଏହାକୁ ଅନ୍ତର୍ଜାତୀୟ ସମୁଦାୟର ଜବରଦସ୍ତ ସମର୍ଥନ ମିଳିଥିଲା। ବିଭିନ୍ନ ପ୍ରସଙ୍ଗରେ ବିଶ୍ୱ ନେତାମାନଙ୍କ ସହ ଭାରତର ଯୋଗାଯୋଗ ବୃଦ୍ଧି ପାଇଛି। ଏକ ଉଜ୍ଜ୍ଜଳ ଗଣତନ୍ତ୍ର ଭାବେ ଏହା ଦାୟିତ୍ୱସମ୍ପନ୍ନ ଓ ବିଶ୍ୱସନୀୟ ରାଷ୍ଟ୍ରର ମର୍ଯ୍ୟାଦା ହାସଲ କରିଆସିଛି ବୋଲି ରାଷ୍ଟ୍ରପତି କହିଥିଲେ। ଖାଦ୍ୟଶସ୍ୟ ଓ ଦୁଗ୍ଧଜାତ ସାମଗ୍ରୀରେ ଜନବହୁଳ ଭାରତକୁ ଆତ୍ମନିର୍ଭରଶୀଳ କରାଇଥିବା ଚାଷୀମାନଙ୍କୁ ପ୍ରତ୍ୟେକ ଭାରତୀୟ ସାଲ୍ୟୁଟ କରନ୍ତି। ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ଓ କରୋନା ମହାମାରୀ ସତ୍ତ୍ୱେ କୃଷକ ଉତ୍ପାଦନ ଜାରି ରଖିଛି। କୃତଜ୍ଞ ରାଷ୍ଟ୍ର ସେମାନଙ୍କ କଲ୍ୟାଣ ପାଇଁ ପୂର୍ଣ୍ଣ ରୂପରେ ପ୍ରତିଶ୍ରୁତିବଦ୍ଧ ବୋଲି ରାଷ୍ଟ୍ରପତି ତାଙ୍କ ବାର୍ତ୍ତାରେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

ଧର୍ମ ନାମରେ ଭୋଟ ମାଗିବାରୁ ଅଯୋଗ୍ୟ ଘୋଷଣା ହେବେ ମୋଦି! କୋର୍ଟରେ ପହଞ୍ଚିଲା ମାମଲା

ନୂଆଦିଲ୍ଲୀ,୨୬।୪: ହିନ୍ଦୁ, ଶିଖ ଓ ଧର୍ମପୀଠ ନାଁରେ ଭାଜପା ପାଇଁ ଭୋଟ ମାଗୁଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାମରେ କୋର୍ଟରେ ମାମଲା ଦାୟର ହୋଇଛି। ଆସନ୍ତା...

ଭାଜପା ପ୍ରାର୍ଥୀଙ୍କ ନାଁରେ ଏଫଆଇଆର, ଧର୍ମ ନାମରେ ଭୋଟ ମାଗୁଥିବା ଅଭିଯୋଗ

ବେଙ୍ଗାଲୁରୁ,୨୬।୪: ଦ୍ୱିତୀୟ ପର୍ଯ୍ୟାୟରେ କର୍ନାଟକର ୨୮ ଟି ଲୋକ ସଭା ଆସନ ମଧ୍ୟରୁ ୧୪ ଟି ପାଇଁ ମତଦାନ ଚାଲିଛି। ଏହି ସମୟରେ ବେଙ୍ଗାଲୁରୁ ଦକ୍ଷିଣ...

ରାଜନୈତିକ ଦଳଙ୍କ ମନର କଥା କହିଲେ ନିର୍ବାଚନ କମିଶନ

ନୂଆଦିଲ୍ଲୀ,୨୬।୪: ଭୋଟ ଦେବା ପରେ ପ୍ରତ୍ୟେକ VVPAT ସ୍ଲିପ ସହିତ ଇଭିଏମ ମେଳାଇବାକୁ ଦାବି କରି ସୁପ୍ରିମକୋର୍ଟ ଶୁକ୍ରବାର ଏହି ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଏହା...

ଗୋଟିଏ ବର୍ଷରେ ଶେଷ ହୋଇଯିବ କଲ ସେଣ୍ଟର

ନୂଆଦିଲ୍ଲୀ,୨୬।୪: ଦେଶରେ ଅର୍ଥନୈତିକ ଉଦାରୀକରଣ ଆରମ୍ଭ ହେବା ପରେ ସାରା ବିଶ୍ୱରୁ କମ୍ପାନୀମାନେ ଭାରତ ଆସିଥିଲେ। ବିଶ୍ୱର ଅନେକ କମ୍ପାନୀ ସେମାନଙ୍କର ବ୍ୟବସାୟକୁ ଭାରତକୁ ସ୍ଥାନାନ୍ତର...

ସୋସିଆଲ ମିଡିଆରେ ଛାତ୍ରୀଙ୍କ ପାଠପଢା କେତେ ସୁରକ୍ଷିତ? ମାନସିକ ସ୍ବାସ୍ଥ୍ୟ ଉପରେ ପଡୁଛି ପ୍ରଭାବ: ରିପୋର୍ଟ

ନୂଆଦିଲ୍ଲୀ, ୨୬।୪: ଗୁରୁବାର ‘ଟେକ୍ନୋଲୋଜି ଅନ ଟର୍ମ’ ଶୀର୍ଷକ ଏକ ରିପୋର୍ଟ ସାର୍ବଜନୀନ କରାଯାଇଛି। ଏହା ପ୍ରକାଶ କରିଛି ଯେ ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାରରେ ଥିବା...

ରାଏବରେଲିରେ ପ୍ରିୟଙ୍କାଙ୍କୁ ଟକ୍କର ଦେବେ ବରୁଣ ଗାନ୍ଧି? ୨୦୨୪ ନିର୍ବାଚନର ସବୁଠୁ ବଡ଼ ସର୍‌ପ୍ରାଇଜ୍‌ ଦେବ କି ଭାଜପା…

ନୂଆଦିଲ୍ଲୀ,୨୬।୪: କଂଗ୍ରେସ ଆମେଠିରୁ ରାହୁଲ ଗାନ୍ଧୀ ଏବଂ ରାଏବରେଲିରୁ ପ୍ରିୟଙ୍କା ଗାନ୍ଧିଙ୍କୁ ପ୍ରାର୍ଥୀ କରିପାରେ। ଏନେଇ ଚର୍ଚ୍ଚା ହେଉଥିବା ବେଳେ ଭାଜପା ରାଏବରେଲିକୁ ନେଇ ସ୍ବତନ୍ତ୍ର...

ରାଜନୀତିକୁ ଏଣ୍ଟ୍ରି କରିବେ ଡି.କେ ଶିବକୁମାରଙ୍କ ଝିଅ! ଦେଲେ ସଙ୍କେତ…

ବେଙ୍ଗାଲୁରୁ,୨୬।୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଏପ୍ରିଲ ୨୬ରେ ୧୩ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ୮୮ଟି ଆସନରେ ଭୋଟ ଗ୍ରହଣ କରାଯାଉଛି। ଦ୍ୱିତୀୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri