Posted inଫୁରସତ

ନିଆରା ଆମ ଦେଶ

ଆମ ଦେଶ ଭାରତ କଳା, ସଂସ୍କୃତି ଓ ପରମ୍ପରା ପାଇଁ ପୃଥିବୀ ପ୍ରସିଦ୍ଧ। ତେବେ ଏଠାରେ ଆହୁରି ଅନେକ କଥା ରହିଛି, ଯାହାକି ଏହାକୁ ଅନ୍ୟ ଦେଶଠାରୁ ସ୍ବତନ୍ତ୍ର କରାଇଥାଏ। ଜାଣିରଖନ୍ତୁ ସେ ସମ୍ପର୍କରେ …
ପୃଥିବୀର ସର୍ବାଧିକ ସଂଖ୍ୟକ କ୍ରିକେଟ୍‌ ଷ୍ଟାଡିୟମ୍‌ ଆମ ଦେଶରେ ରହିଛି। ଅର୍ଥାତ୍‌ ୨୦୧୮ ମସିହା ରିପୋର୍ଟ ଅନୁଯାୟୀ ଏଠାରେ ୫୨ଟି ଇଣ୍ଟରନ୍ୟାଶନାଲ କ୍ରିକେଟ୍‌ ଗ୍ରାଉଣ୍ଡ ରହିଛି। ତେବେ ହିମାଚଳ ପ୍ରଦେଶରେ ଥିବା ଚେଲ୍‌ କ୍ରିକେଟ୍‌ ଗ୍ରାଉଣ୍ଡ ହେଉଛି
ପୃଥିବୀର ସବୁଠୁ ବଡ଼ କ୍ରିକେଟ୍‌ ଗ୍ରାଉଣ୍ଡ।
ସେହିପରି ଆମ ଦେଶରେ ସର୍ବାଧିକ ସଂଖ୍ୟକ ପୋଷ୍ଟ ଅଫିସ ମଧ୍ୟ ରହିଛି। ଯାହା ମଧ୍ୟରେ ଭାସମାନ ପୋଷ୍ଟ ଅଫିସ ମଧ୍ୟ ରହିଛି।
ଉତ୍ତର ପ୍ରଦେଶର ବାରାଣସୀ ସହର ପୃଥିବୀର ସବୁଠୁ ପୁରାତନ ସହରମାନଙ୍କ ମଧ୍ୟରେ ଗୋଟିଏ ବୋଲି ଗଣାଯାଏ।
ଜମ୍ମୁ କଶ୍ମୀରରେ ଥିବା ଚେନାବ୍‌ ବ୍ରିଜ୍‌ ହେଉଛି ପୃଥିବୀର ସବୁଠୁ ଉଚ୍ଚତମ ରେଲ୍‌ ବ୍ରିଜ୍‌ ।
ପୃଥିବୀର ସବୁଠୁ ଆର୍ଦ୍ର ସ୍ଥାନ ହେଉଛି ମେଘାଳୟ। ଏଠାରେ ଥିବା ମାଉସିନ୍ରାମ୍‌ ଗ୍ରାମରେ ବାର୍ଷିକ ହାରାହାରି ୪୭୦ ଇଞ୍ଚ ବର୍ଷା ଅର୍ଥାତ୍‌ ଦିନକୁ ପ୍ରାୟ ୩୩ମିଲି. ବୃଷ୍ଟିପାତ ହୋଇଥାଏ।
ଖାଦ୍ୟକୁ ସୁସ୍ବାଦୁ କରିବା ଲାଗି ଆବଶ୍ୟକ ହୋଇଥାଏ ମସଲା। ତେବେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ସମଗ୍ର ପୃଥିବୀରେ ବ୍ୟବହାର ହେଉଥିବା ମସଲାର ପ୍ରୟ ୭୦% ମସଲା ଆମ ଦେଶରେ ଉତ୍ପାଦନ ହୋଇଥାଏ।
ମହାକାଶରୁ ଯଦି ପୃଥିବୀପୃଷ୍ଠକୁ ଦେଖାଯାଏ, ତେବେ କୁମ୍ଭମେଳା ଦେଖାଯାଏ।
ପୃଥିବୀର ସର୍ବପ୍ରଥମ ହୀରା ଖଣି ଆମ ଦେଶରେ ହିଁ ଖୋଳା ଯାଇଥିଲା।
ଚେସ୍‌ ଖେଳ ଭାରତରେ ଆରମ୍ଭ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

୨୪ ଘଣ୍ଟାରେ ୨୬୦୦୦ ବସ୍‌ ଉଠ୍‌ ହୋଇ ଗିନିଜ ଓ୍ବାର୍ଲଡ ରେକର୍ଡ

ପିଲାଦିନେ ସ୍କୁଲରେ ପାଠ ପଢି ନ ଥିଲେ ଦଣ୍ଡ ଆକାରରେ ସାର୍‌ କହୁଥିଲେ ବସ୍‌ ଉଠ୍‌ ହେବା ପାଇଁ। ୩୦ ଥର ବସ୍‌ ଉଠ୍‌ ହେଲା...

ଉଛୁଳା ଭକ୍ତିର ଅନ୍ତରାଳେ….

ମା’ଛେଉଣ୍ଡ ମାଧବ ବାବୁ ଭଦ୍ରଲୋକରେ ଗଣାହେଲେ, ଯେବେଠୁଁ କଷ୍ଟକରି ଉଚ୍ଚଶିକ୍ଷା ଲାଭ କଲା ପରେ ଉଚ୍ଚ ପଦବୀଯୁକ୍ତ ଚାକିରି ପାଇଲେ। ତାଙ୍କର ସବୁଗୁଣ ଭଲ l...

ନିମାପଡ଼ାର ‘ମାଇପି ମେଳା’

ଗୁହାରିଆ ପଡ଼ିଲେ ମାନସିକ ପୂରଣ ହୋଇଥାଏ l ଅନ୍ଧବିଶ୍ୱାସ ହେଉ କି ବିଶ୍ୱାସ, ଏଭଳି ଏକ ପ୍ରଥା କିନ୍ତୁ ପ୍ରଚଳିତ ହୋଇଆସୁଅଛି କାହିଁ କେବେଠୁ। ପୁରାଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri