Posted inଫୁରସତ

ନିଆରା ଆମ ଦେଶ

ଆମ ଦେଶ ଭାରତ କଳା, ସଂସ୍କୃତି ଓ ପରମ୍ପରା ପାଇଁ ପୃଥିବୀ ପ୍ରସିଦ୍ଧ। ତେବେ ଏଠାରେ ଆହୁରି ଅନେକ କଥା ରହିଛି, ଯାହାକି ଏହାକୁ ଅନ୍ୟ ଦେଶଠାରୁ ସ୍ବତନ୍ତ୍ର କରାଇଥାଏ। ଜାଣିରଖନ୍ତୁ ସେ ସମ୍ପର୍କରେ …
ପୃଥିବୀର ସର୍ବାଧିକ ସଂଖ୍ୟକ କ୍ରିକେଟ୍‌ ଷ୍ଟାଡିୟମ୍‌ ଆମ ଦେଶରେ ରହିଛି। ଅର୍ଥାତ୍‌ ୨୦୧୮ ମସିହା ରିପୋର୍ଟ ଅନୁଯାୟୀ ଏଠାରେ ୫୨ଟି ଇଣ୍ଟରନ୍ୟାଶନାଲ କ୍ରିକେଟ୍‌ ଗ୍ରାଉଣ୍ଡ ରହିଛି। ତେବେ ହିମାଚଳ ପ୍ରଦେଶରେ ଥିବା ଚେଲ୍‌ କ୍ରିକେଟ୍‌ ଗ୍ରାଉଣ୍ଡ ହେଉଛି
ପୃଥିବୀର ସବୁଠୁ ବଡ଼ କ୍ରିକେଟ୍‌ ଗ୍ରାଉଣ୍ଡ।
ସେହିପରି ଆମ ଦେଶରେ ସର୍ବାଧିକ ସଂଖ୍ୟକ ପୋଷ୍ଟ ଅଫିସ ମଧ୍ୟ ରହିଛି। ଯାହା ମଧ୍ୟରେ ଭାସମାନ ପୋଷ୍ଟ ଅଫିସ ମଧ୍ୟ ରହିଛି।
ଉତ୍ତର ପ୍ରଦେଶର ବାରାଣସୀ ସହର ପୃଥିବୀର ସବୁଠୁ ପୁରାତନ ସହରମାନଙ୍କ ମଧ୍ୟରେ ଗୋଟିଏ ବୋଲି ଗଣାଯାଏ।
ଜମ୍ମୁ କଶ୍ମୀରରେ ଥିବା ଚେନାବ୍‌ ବ୍ରିଜ୍‌ ହେଉଛି ପୃଥିବୀର ସବୁଠୁ ଉଚ୍ଚତମ ରେଲ୍‌ ବ୍ରିଜ୍‌ ।
ପୃଥିବୀର ସବୁଠୁ ଆର୍ଦ୍ର ସ୍ଥାନ ହେଉଛି ମେଘାଳୟ। ଏଠାରେ ଥିବା ମାଉସିନ୍ରାମ୍‌ ଗ୍ରାମରେ ବାର୍ଷିକ ହାରାହାରି ୪୭୦ ଇଞ୍ଚ ବର୍ଷା ଅର୍ଥାତ୍‌ ଦିନକୁ ପ୍ରାୟ ୩୩ମିଲି. ବୃଷ୍ଟିପାତ ହୋଇଥାଏ।
ଖାଦ୍ୟକୁ ସୁସ୍ବାଦୁ କରିବା ଲାଗି ଆବଶ୍ୟକ ହୋଇଥାଏ ମସଲା। ତେବେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ସମଗ୍ର ପୃଥିବୀରେ ବ୍ୟବହାର ହେଉଥିବା ମସଲାର ପ୍ରୟ ୭୦% ମସଲା ଆମ ଦେଶରେ ଉତ୍ପାଦନ ହୋଇଥାଏ।
ମହାକାଶରୁ ଯଦି ପୃଥିବୀପୃଷ୍ଠକୁ ଦେଖାଯାଏ, ତେବେ କୁମ୍ଭମେଳା ଦେଖାଯାଏ।
ପୃଥିବୀର ସର୍ବପ୍ରଥମ ହୀରା ଖଣି ଆମ ଦେଶରେ ହିଁ ଖୋଳା ଯାଇଥିଲା।
ଚେସ୍‌ ଖେଳ ଭାରତରେ ଆରମ୍ଭ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ଏହି ଦେଶ ପାଖରେ ରହିଛି ସବୁଠୁ ଘାତକ ବାୟୁସେନା, ଜାଣନ୍ତୁ କେଉଁ ସ୍ଥାନରେ ରହିଛି ଭାରତ…

ବିଶ୍ୱରେ ବଢ଼ୁଥିବା ଭୂରାଜନୈତିକ ଉତ୍ତେଜନା ଯେପରିକି ୟୁକ୍ରେନ ସଙ୍କଟ ଏବଂ ମଧ୍ୟପ୍ରାଚ୍ୟର ପରିସ୍ଥିତି, ସାମରିକ ଖର୍ଚ୍ଚ ରେକର୍ଡ ସ୍ତରରେ ପହଞ୍ଚିବାରେ ଲାଗିଛି। ଷ୍ଟକହୋମ୍‌ ଇଣ୍ଟରନ୍ୟାଶନାଲ ପିସ୍‌ ରିସର୍ଚ୍ଚ…

ଜାଣନ୍ତି କି ପାଇପ୍‌ଲାଇନ୍‌ ଗ୍ୟାସ୍‌ କେଉଁଠାରୁ ଆସେ? କେମିତି ଆସି ସିଧାସଳଖ ପହଞ୍ଚୁଛି ରୋଷେଇ ଘରେ…

ନୂଆଦିଲ୍ଲୀ,୨୯ା୩: ଦେଶର ଲୋକମାନେ ବର୍ଦ୍ଧିତ ଗ୍ୟାସ୍‌ ଦର ଏବଂ ସିଲିଣ୍ଡର ପାଇଁ ହଇରାଣ ହରକତ ହେଉଥିବାରୁ ଏବେ PNG (ପାଇପ୍‌ ନାଚୁରାଲ୍‌ ଗ୍ୟାସ୍‌) ଆଡ଼କୁ ମୁହାଁଇଛନ୍ତି। ଆଜି…

ଦୁନିଆର ଏମିତି ଏକ ମନ୍ଦିର, ଯେଉଁଠି ରାଜା ରାମଙ୍କୁ ଗାର୍ଡ ଅଫ ଅନର ଦିଅନ୍ତି ପୋଲିସ, ରାଜକୀୟ ନିୟମ ଅନୁସାରେ…

ଭାରତରେ ଏମିତି ଏକ ସହର ଅଛି, ଦେବତାଙ୍କୁ ମନ୍ଦିରରେ ନୁହେଁ ବରଂ ରାଜକୀୟ ଆଡ଼ମ୍ବର ଏବଂ ମହିମା ସହିତ ଏକ ପ୍ରାସାଦରେ ପୂଜା କରାଯାଏ। ଏଠାରେ ପରମ୍ପରା…

ରୋଜଗାରର ପହିଲି ପୁଲକ ପାଇଥିଲି ବାପାଙ୍କ ଖୁସିରୁ: ନଳିନୀକାନ୍ତ ନାୟକ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି …

ଦୀର୍ଘ ବର୍ଷର ବ୍ୟବଧାନ ପରେ ଯେତେବେଳେ ନିଜ ପ୍ରଥମ ରୋଜଗାର ବିଷୟରେ କିଛି ଲେଖିବାକୁ ଯାଉଛି, ମୁଁ ବେଶ୍‌ ଭାବପ୍ରବଣ ହୋଇ ପଡୁଛି। ମୋ ପିଲାଦିନ କଟିଗଲା…

ଘର-ଘର LPG ସିଲିଣ୍ଡର ପହଞ୍ଚାଉଥିବା ବ୍ୟକ୍ତି ମାସକୁ କରନ୍ତି ୭୦ହଜାର ଟଙ୍କା ଯାଏ ରୋଜଗାର! କମିଶନ ବିଷୟରେ ଜାଣିଲେ ହୋଇଯିବେ ତାଜୁବ

ଏଲପିଜି ସିଲିଣ୍ଡର ଡେଲିଭରି କରୁଥିବା ବ୍ୟକ୍ତି କେତେ ରୋଜଗାର କରନ୍ତି? ଏଠାରେ ସେମାନଙ୍କର କମିଶନ ଏବଂ ମାସିକ ଆୟର ସମ୍ପୂର୍ଣ୍ଣ ବିବରଣୀ ଦିଆଯାଇଛି। ସାମ୍ପ୍ରତିକ ଦିନଗୁଡ଼ିକରେ, ଏଲପିଜି…

ଯୁଦ୍ଧ ଭିତରେ ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ: ଭାରତ ଉପରେ ପଡିବ ସାଂଘାତିକ ପ୍ରଭାବ!

ବୁଲଗେରିଆର ରହସ୍ୟମୟୀ ବାବା ଭେଙ୍ଗାଙ୍କ (Baba Vanga) ୨୦୨୬ ପାଇଁ ଯେଉଁ ଭବିଷ୍ୟବାଣୀ ଏବେ ତାହା ସତ ହେବାରେ ଲାଗିଛି! ବିଶେଷ କରି ଆମେରିକା, ଇସ୍ରାଏଲ ଏବଂ…

ପ୍ରକୃତିର ଅଜବ କାରନାମା: ବିନା ବିଶ୍ରାମରେ ୧୧ ଦିନରେ ୧୩,୫୬୦ କିଲୋମିଟର ଉଡ଼ିଲା ଏହି ପକ୍ଷୀ

ନୂଆଦିଲ୍ଲୀ,୧୨ା୩: ଆପଣମାନେ ଅନେକ ଦୂରଗାମୀ ବିମାନ ଯାତ୍ରା ବିଷୟରେ ଶୁଣିଥିବେ, କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ପକ୍ଷୀ ବିଷୟରେ କହିବୁ ଯାହା କୌଣସି ସୁପରମ୍ୟାନ୍‌ଠାରୁ…

ହୋଟେଲ ରୁମ୍‌ କିମ୍ବା ଚେଞ୍ଜିଂ ରୁମ୍‌ରେ ଅଛି କି ‘Hidden Camera’? ଏଭଳି ଉପାୟରେ କରନ୍ତୁ ଚିହ୍ନଟ, ନହେଲେ ରେକର୍ଡ ହୋଇଯିବ…

ଭୁବନେଶ୍ୱର,୬।୩: ଆଜିର ସମୟରେ ଟେକ୍ନୋଲୋଜି ଯେତିକି ଦ୍ରୁତ ଗତିରେ ଆଗକୁ ବଢ଼ୁଛି, ସେତିକି ପ୍ରାଇଭେସି ବା ଗୋପନୀୟତାକୁ ନେଇ ଚିନ୍ତା ମଧ୍ୟ ବଢ଼ିବାରେ ଲାଗିଛି। ଅନେକ ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri