ଏହି ସହଜ ଉପାୟରେ କରିପାରିବେ ଶତ୍ରୁଙ୍କୁ ପରାସ୍ତ

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ଜୀବନକୁ ସଫଳ କରିବା ପାଇଁ ଅନେକ କିଛି ବର୍ଣ୍ଣନା କରିଛନ୍ତି। ସେ ଏକ ଶ୍ଳୋକ ମାଧ୍ୟମରେ ଅପମାନର ପ୍ରତିଶୋଧ ନେବା ଓ ଶତ୍ରୁକୁ ପରାସ୍ତ କରିବା ବିଷୟରେ କହିଛନ୍ତି। ଜାଣନ୍ତୁ ସେ ସମ୍ପର୍କରେ…

ସେ କହିଛନ୍ତି, ଜଣେ ବ୍ୟକ୍ତି ନିଜ ଶତ୍ରୁ ବିଷୟରେ ସମ୍ପୂର୍ଣ୍ଣ ଜ୍ଞାନ ଅର୍ଜନ କରିବା ଅତ୍ୟନ୍ତ ଜରୁରୀ । ଶତ୍ରୁ ଦୁର୍ବଳ କି ବଳଶାଳୀ ନ ଜାଣିଲେ ତାଙ୍କ ବିରୋଧରେ କୌଣସି ନୀତି ପ୍ରସ୍ତୁତ କରାଯାଇପାରିବ ନାହିଁ ।

ଯଦି ଶତ୍ରୁ ଅଧିକ ଶକ୍ତିଶାଳୀ, ତେବେ ତାଙ୍କୁ ପରାସ୍ତ କରିବାକୁ ହେଲେ ତାଙ୍କୁ ଅଡ଼ୁଆରେ ପକାଇବା ପାଇଁ ଅନୁକୂଳ ଆଚରଣ ଦେଖାଇବା ଉଚିତ୍‌। ଯଦି ଶତ୍ରୁର ପ୍ରକୃତି ମନ୍ଦ, ସେ ପ୍ରତାରଣା କରିବାକୁ ଚାହେଁ, ତେବେ ତାଙ୍କୁ ପରାସ୍ତ କରିବାକୁ, ତାଙ୍କ ବିରୋଧରେ ଯିବା ଉଚିତ୍‌ ।

ଆହୁରି ମଧ୍ୟ ସେ କହିଛନ୍ତି, ଯଦି ଶତ୍ରୁ ତୁମ ସମକକ୍ଷ, ତେବେ ତାଙ୍କୁ ନମ୍ର କିମ୍ବା ବଳପୂର୍ବକ ପରାସ୍ତ କରାଯିବା ଉଚିତ୍‌। ଅସ୍ତ୍ରଶସ୍ତ୍ରରେ ଆକ୍ରମଣ କରିବା ପୂର୍ବରୁ ସେମାନଙ୍କୁ ଜାଲରେ ପକାଇବା ଉଚିତ, ଯାହାଫଳରେ ସେମାନେ ଚାହିଁଲେ ମଧ୍ୟ ବାହାରକୁ ଯାଇ ପାରିବେ ନାହିଁ।

ଅପମାନକୁ ନେଇ ଚାଣକ୍ୟ କହିଛନ୍ତି, ଯଦି ଜଣେ ଅପମାନିତ ହୁଏ, ତେବେ ଚୁପ ରହିବା ଆବଶ୍ୟକ। ଅପମାନ ଦେଇଥିବା ବ୍ୟକ୍ତିଙ୍କୁ ଦେଖି ହସିଦେବା ଉଚିତ୍‌। ନିରବତା ହେଉଛି ସବୁଠାରୁ ବଡ ଅସ୍ତ୍ର। ନୀରବଥିଲେ, ସାମ୍ନାରେ ଥିବା ବ୍ୟକ୍ତି ଆପଣଙ୍କ ଅବସ୍ଥା ବିଷୟରେ ଜାଣିବାକୁ ଅସମର୍ଥ ।


Enter your email to get our daily news in your inbox.

All Right Reserved By Dharitri.Com

କରୋନାରୁ ସୁସ୍ଥ ହେବାପରେ ଦେଖାଦେଉଛି ପାର୍ଶ୍ୱ ପ୍ରତିକ୍ରିୟା: ୧୦ରୁ ୯ ଜଣଙ୍କର ରହିଛି ଏହି ସମସ୍ୟା

ମହାମାରୀ କରୋନା ସମଗ୍ର ବିଶ୍ୱରେ କାୟା ବିସ୍ତାର କରିସାରିଛି। ଲକ୍ଷ ଲକ୍ଷ ଲୋକ ଏଥିରେ ଆକ୍ରାନ୍ତ ହେଉଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିଚାଲିଛି। ମାତ୍ର...

ରାତିରେ ଏସବୁ ଖାଦ୍ୟ ଖାଇଲେ ବଢ଼ିଯାଏ ଓଜନ

ଆଜିକାଲି ଓଜନ ବଢ଼ିବା ସମସ୍ୟା ନେଇ ପ୍ରାୟ ସମସ୍ତେ ଚିନ୍ତିତ। ଏମିତି କିଛି ଖାଦ୍ୟ ରହିଛି ଯାହାକୁ ରାତିରେ ଶୋଇବା ପୂର୍ବରୁ ଖାଇଲେ ଓଜନ ବଢ଼ିବାର...

ସାଇନସ୍‌ରୁ ଦୂରେଇ ରଖେ ଏହି ପତ୍ର ରସ…

ସାଇନସ୍‌ରୁ ମୁକ୍ତି ପାଇବା ପାଇଁ ଆୟୁବେର୍ଦରେ ଅନେକ ପ୍ରକାର ପରାମର୍ଶ ଦିଆଯାଇଥାଏ। ଏହି ରୋଗରେ ତୁଳସୀ ପତ୍ର ସକାଳେ ବାଟି ଏହାର ରସ ପିଇଲେ ସୁଫଳ...

ଉଚ୍ଚ ରକ୍ତଚାପରେ ପୀଡ଼ିତ ଥିଲେ ଏହି ଡାଏଟ୍‌ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ

ନିୟମିତ ଜୀବନଶୈଳୀ ଏବଂ ସନ୍ତୁଳିତ ଖାଦ୍ୟପେୟ ପ୍ରତି ଧ୍ୟାନ ଦେଲେ ଉଚ୍ଚ ରକ୍ତଚାପ ସମସ୍ୟାରୁ ମୁକ୍ତି ପାଇପାରିବେ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତ। ତେଣୁ କିଛି...

ମୋବାଇଲରୁ ମିଳିବ ଭୂମିକମ୍ପ ସୂଚନା

ଭୂମିକମ୍ପ ଏପରି ଏକ ପ୍ରାକୃତିକ ବିପର୍ଯ୍ୟୟ ଯାହାକୁ ହଠାତ ପୂର୍ବାନୁମାନ କରିବା ସହଜ ନୁହେଁ। ଅବଶ୍ୟ କେଉଁ ଅଞ୍ଚଳରେ ଭୂମିକମ୍ପ ହେବ ତାହା ଏବେ ଆକଳନ...

ସ୍ବପ୍ନରେ କାହିଁକି ଦେଖା ଦିଅନ୍ତି ପୂର୍ବପୁରୁଷ: ଜାଣନ୍ତୁ କେଉଁ ସ୍ବପ୍ନ ଦେଖିଲେ ମିଳିବ ସଫଳତା

ଶୋଇବା ଅବସ୍ଥାରେ ଦେଖାଯାଉଥିବା କେତେକ ଘଟଣାକୁ ସ୍ବପ୍ନ କୁହାଯାଏ। ମାତ୍ର ସ୍ବପ୍ନ ପ୍ରକୃତରେ ଶୋଇ ଥିବା ଅବସ୍ଥାରେ ଆସି ନ ଥାଏ। ଏହା ଶୋଇବା ଏବଂ...

ମା’ଙ୍କୁ ଡରନ୍ତି ୧୦ ଲକ୍ଷ ଟଙ୍କା ଚାର୍ଜ କରୁଥିବା ଏହି ଲୋକପ୍ରିୟ ଅଭିନେତ୍ରୀ

  ଭୋଜପୁରୀ ସିନେମାର ଅଭିନେତ୍ରୀ ଆମ୍ରାପାଲି ଦୁବେ ବର୍ତ୍ତମାନ ଚର୍ଚ୍ଚାରେ । ସେ ତାଙ୍କର ପ୍ରଥମ ଚଳଚ୍ଚିତ୍ର ‘ନିରହୁଆ ହିନ୍ଦୁସ୍ତାନୀ’ ସହିତ ଦର୍ଶକଙ୍କ ହୃଦୟ ଜିତିଥିଲେ।...

ବଳୟ ଗ୍ରହର ନୀଳ ବିଜୁଳି

‘ପୃଥିବୀ ଗ୍ରହକୁ ବାୟୁମଣ୍ଡଳ ଘେରି ରହିଥିବାରୁ ବିଜୁଳି ମାରିବା ସମ୍ଭବ ହେଉଛି। ଯଦି ଏଠାରେ ବାୟୁମଣ୍ଡଳ ନ ଥାଆନ୍ତା, ତା’ହେଲେ ବାଦଲ ନ ଥାଆନ୍ତା କି...

Advertisement
Archives

Model This Week