ନକଲି ଭିଡିଓ ଭାଇରାଲ ମାମଲା: ଅପମାନିତ କରିଛି ଓଟିଭି

ଭୁବନେଶ୍ୱର/କେନ୍ଦୁଝର,୧୮ା୧୦(ବ୍ୟୁରୋ/ସ୍ବ.ପ୍ର.): ୨୦୧୯ ସାଧାରଣ ନିର୍ବାଚନ ସମୟରେ କେନ୍ଦୁଝର ଲୋକ ସଭା ଆସନପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଚନ୍ଦ୍ରାଣୀ ମୁର୍ମୁଙ୍କ ନକଲି ଭିଡିଓ ଭାଇରାଲ କରାଯାଇଥିଲା। ଉକ୍ତ ଘଟଣାରେ ଓଟିଭି ସାମ୍ବାଦିକ ରମେଶ ରଥଙ୍କ ସମ୍ପୃକ୍ତି ଥିବା ଜଣାପଡ଼ିବା ପରେ ତାଙ୍କୁ ନେଇ କେନ୍ଦୁଝର ପୋଲିସ ଖୋଳତାଡ଼ କରୁଛି। ଅପରପକ୍ଷରେ ଓଟିଭିର ପରିଚାଳନା ନିର୍ଦ୍ଦେଶିକା ଜଗି ମଙ୍ଗତ ପଣ୍ଡା ଏବଂ ତାଙ୍କ ସ୍ବାମୀ ତଥା ପୂର୍ବତନ ଏମ୍‌ପି ବୈଜୟନ୍ତ ପଣ୍ଡା ଏଭଳି ଏକ ସମ୍ବେଦନଶୀଳ ଘଟଣାରେ ନିଜର କର୍ମଚାରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେବା ପରିବର୍ତ୍ତେ ଅଭିଯୁକ୍ତଙ୍କୁ ସୁରକ୍ଷା ଦେଉଛନ୍ତି ବୋଲି ଏମ୍‌ପି ଚନ୍ଦ୍ରାଣୀ ମୁର୍ମୁ ଅଭିଯୋଗ ଆଣିଛନ୍ତି। ଚନ୍ଦ୍ରାଣୀ ଏକ ଭିଡିଓ ଜାରି କରି କହିଛନ୍ତି ଯେ, ମୋର ସମ୍ମାନହାନି କରିବା ସହ ମାନସିକ ଯନ୍ତ୍ରଣା ଦେବା ପାଇଁ ଓଟିଭିର ସାମ୍ବାଦିକ ଓ ଅନ୍ୟମାନେ ଅଶ୍ଳୀଳ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ କରିଥିଲେ। ଉକ୍ତ ଘଟଣାରେ ପୋଲିସ ତଦନ୍ତ କରି ଓଟିଭି ସାମ୍ବାଦିକଙ୍କ ସମେତ ୫ଜଣଙ୍କୁ ଗିରଫ ମଧ୍ୟ କରିଛି। ଏହା ସତ୍ତ୍ୱେ ଓଟିଭିର ମାଲିକାଣୀ କାର୍ଯ୍ୟାନୁଷ୍ଠାନ ପରିବର୍ତ୍ତେ ନିଜ କର୍ମଚାରୀଙ୍କୁ ବଞ୍ଚାଇବାକୁ ସଫେଇ ଦେଉଛନ୍ତି, ଯାହାକି ମୋ’ ଭଳି ଏକ ଆଦିବାସୀ ଝିଅର ସମ୍ମାନକୁ ଆଞ୍ଚ ପହଞ୍ଚାଇଛି। ଯଦି ମୋ ସ୍ଥାନରେ ନିଜ ଝିଅ ସହ ଏଭଳି ଘଟଣା ଘଟିଥାନ୍ତା, ତା’ହେଲେ ଓଟିଭି କର୍ତ୍ତୃପକ୍ଷ କ’ଣ ଏଭଳି କରିଥାନ୍ତେ ବୋଲି ଚନ୍ଦ୍ରାଣୀ ପ୍ରଶ୍ନ କରିଛନ୍ତି। ଏନେଇ ମୋତେ ନ୍ୟାୟ ଆବଶ୍ୟକ ବୋଲି ସେ କହିଛନ୍ତି। କେନ୍ଦୁଝର ଲୋକ ସଭା ଆସନରୁ ଚନ୍ଦ୍ରାଣୀ ବିଜୟୀ ହୋଇ ପାର୍ଲାମେଣ୍ଟର ସର୍ବକନିଷ୍ଠ ଏମ୍‌ପି ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ତାଙ୍କର ପ୍ରତିଷ୍ଠା କ୍ଷୁଣ୍ଣ ଓ ନିର୍ବାଚନରେ ପରାଜିତ କରିବା ପାଇଁ ନିର୍ବାଚନ ପୂର୍ବରୁ ଏଭଳି ଏକ ହୀନ ଚକ୍ରାନ୍ତ କରାଯାଇଥିଲା। ହେଲେ ଲୋକମାନଙ୍କ ଆଶୀର୍ବାଦରୁ ସେ ବିଜୟୀ ହୋଇଛନ୍ତି ବୋଲି ଚନ୍ଦ୍ରାଣୀ କହିଛନ୍ତି।
ପ୍ରକାଶ ଯେ, ଚନ୍ଦ୍ରାଣୀଙ୍କ ନକଲି ଭିଡିଓ ଭାଇରାଲ ହେବା ପରେ କେନ୍ଦୁଝର ସଦର ଥାନାରେ ଏକ ମାମଲା(୧୦୬/୨୦୧୯) ରୁଜୁ ହୋଇଥିଲା। ତଦନ୍ତ ସମୟରେ ଓଟିଭିର ସାମ୍ବାଦିକ ସୀମାଞ୍ଚଳ ପାତ୍ରଙ୍କୁ ୨୦୧୯ ଏପ୍ରିଲ ୧୯ରେ ଗିରଫ କରାଯାଇଥିଲା। ଏପରିକି ଏହି ଘଟଣାରେ ଅନ୍ୟ ଜଣେ ସାମ୍ବାଦିକ ପ୍ରଶାନ୍ତ ମିଶ୍ରଙ୍କ ସହ ଅନ୍ୟ ୩ଜଣଙ୍କୁ ମଧ୍ୟ ଗିରଫ କରାଯାଇଥିଲା। ତେବେ ଓଟିଭି ସାମ୍ବାଦିକ ରମେଶଙ୍କ ପ୍ରରୋଚନାରେ ଏଭଳି କରାଯାଇଥିବା ପୋଲିସ ଜାଣିବା ପରେ ତାଙ୍କୁ ପଚରାଉଚରା ଜାରି ରଖିଛି। ଗତ ଗୁରୁବାର ରମେଶଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରିବା ସହ ରାତିରେ ଛାଡ଼ିଥିଲା। ଏଥିସହ ତାଙ୍କୁ ଆସନ୍ତା ୨୧ତାରିଖରେ କେନ୍ଦୁଝର ଥାନାରେ ହାଜର ହେବାକୁ ନୋଟିସ୍‌ କରିଛି। ଏନେଇ କେନ୍ଦୁଝର ଏସ୍‌ଡିପିଓ ପି.ଜେ. ଟପ୍ପୋଙ୍କୁ ପଚାରିବାରେ ଘଟଣାର ତଦନ୍ତ ପାଇଁ କେନ୍ଦୁଝର ପୋଲିସର ଏକ ଟିମ୍‌ ଭୁବନେଶ୍ୱର ଯାଇଥିଲା। ସେଠାରୁ ତଦନ୍ତ କରି ଫେରିଛନ୍ତି। ରମେଶ ୨୧ତାରିଖରେ ହାଜର ହେବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଟପ୍ପୋ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri