ସାରୁଅ ଜମି ବିବାଦ: ଓଟିଭି ସିଏଫ୍‌ଓଙ୍କୁ ଗିରଫ କଲା କ୍ରାଇମ୍‌ବ୍ରାଞ୍ଚ

ଭୁବନେଶ୍ୱର,୧ ା୧୧(ବ୍ୟୁରୋ): ବହୁ ଚର୍ଚ୍ଚିତ ଖୋର୍ଦ୍ଧା ସାରୁଅ ଜମି ବିବାଦ ମାମଲାରେ କ୍ରାଇମ୍‌ବ୍ରାଞ୍ଚର ଇଓଡବ୍ଲ୍ୟୁ ଓଟିଭିର ସିଏଫ୍‌ଓ ମନୋରଞ୍ଜନ ଷଡ଼ଙ୍ଗୀଙ୍କୁ ଗିରଫ କରିଛି। କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ରବିବାର ତାଙ୍କୁ ୯ଘଣ୍ଟା ଜେରା କରାଯିବା ପରେ ଗିରଫ କରାଯାଇଛି। ମନୋରଞ୍ଜନ ଷଡ଼ଙ୍ଗୀଙ୍କ ବିରୋଧରେ ଇଓଡବ୍ଲ୍ୟୁ ଆଇପିସି ଦଫା ୪୨୦, ୪୨୩, ୪୬୭, ୪୬୮, ୪୭୧, ୧୨୦(ଖ) ଏବଂ ଏସ୍‌ସିଏସ୍‌ଟି ଆକ୍ଟର ୩(୧)(ଜି)(କ୍ୟୁ) ଲଗାଯାଇଛି। ମନୋରଞ୍ଜନଙ୍କୁ ଗିରଫ କରାଯିବା ପରେ କ୍ୟାପିଟାଲ ହସ୍ପିଟାଲରେ ତାଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ଏହାପରେ ଭବନେଶ୍ୱର ସ୍ବତନ୍ତ୍ର ଏସ୍‌ସି/ଏସ୍‌ଟି କୋର୍ଟକୁ ଚାଲାଣ କରାଯାଇଥିଲା।