ଓଲଟିଲା ଓଟୋ: ଜଣେ ମୃତ,୧୧ ଆହତ

ଠାକୁରମୁଣ୍ଡା,୧୭।୧(ଡି.ଏନ.ଏ.): ମୟୁରଭଞ୍ଜ ଜିଲା ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ମାଛଗଡ଼- ଅସନବଣି ରାସ୍ତାର ସାରୁବିଲ ନିକଟରେ ମଙ୍ଗଳବାର ଏକ ଓଟୋ ଭାରସାମ୍ୟ ହରାଇ ଓଲଟି ପଡିଛି। ଏଥିରେ ଘଟଣାସ୍ଥଳରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ଡ୍ରାଇଭର ସମେତ ୧୧ ଜଣ ଆହତ ହୋଇଛି। ମୃତ ମହିଳା ଜଣଙ୍କ ହେଲେ ଶରତ ଥାନା ଅନ୍ତର୍ଗତ ନୋଟ ଗ୍ରାମର ଅହଲ୍ୟା ମହାନ୍ତ (୨୩) ବୋଲି ଜଣାପଡିଛି। ଘଟଣା ପରେ ଗୁରୁତରଙ୍କୁ ଉଦ୍ଧାର କରାଯାଇ ଠାକୁରମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଖବରପାଇ ଠାକୁରମୁଣ୍ଡା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଓଟୋକୁ ଜବତ କରି ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇଛି।