ଓଟିଟିର ଚାହିଦା ବଲିଉଡ୍‌ ପାଇଁ ଚିନ୍ତା

ମୁମ୍ବାଇ: ଓଟିଟି (ଓଭର ଦ ଟପ୍‌) ପ୍ଲାଟଫର୍ମର ଚାହିଦା ଦିନକୁ ଦିନ ବଢ଼ିବାରେ ଲାଗିଛି, ଯାହା ହିନ୍ଦୀ ସିନେମା ଜଗତ ପାଇଁ ଚିନ୍ତାର ବିଷୟ ପାଲଟିଛି। ଓଟିଟିର ଲୋକପ୍ରିୟତା ବଢ଼ିବା ଦ୍ୱାରା ଲୋକେ ସିନେମାଘର ଯାଇ ଚଳଚ୍ଚିତ୍ର ଦେଖିବାକୁ ଆଉ ପସନ୍ଦ କରୁ ନାହାନ୍ତି। ଅନ୍ୟପଟେ ହିନ୍ଦୀ ଫିଲ୍ମର ମାନ ସବୁ ଦିନକୁ ଦିନ ନିମ୍ନଧରଣରେ ହେବାରେ ଲାଗିଛି। ବଲିଉଡ୍‌ରେ ଯେଉଁସବୁ ଫିଲ୍ମ ନିର୍ମାଣ କରାଯାଉଛି ତା’ର ମାନ ନିକୃଷ୍ଟ କରିବା ହୁଏତ ଭୁଲ୍‌ ହେବ ନାହିଁ। ଅକ୍ଷୟ କୁମାରଙ୍କ ଦ୍ୱାରା ଅଭିନୀତ ଫିଲ୍ମ ‘ରକ୍ଷାବନ୍ଧନ’ ନିକଟରେ ରିଲିଜ୍‌ ହୋଇଥିଲା। ଫିଲ୍ମଟି ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରିପାରି ନ ଥିବାବେଳେ ଏହା ପଛର କାରଣ ଅକ୍ଷୟ କୁମାର ନିଜକୁ ଦାୟୀ କରିଥିଲେ। ସେ କହିଥିଲେ, ଦର୍ଶକ କ’ଣ ଚାହୁଁଛନ୍ତି ତାହା ଜାଣିବା ନିହାତି ଦରକାର। କାମରେ ପରିବର୍ତ୍ତନ ଆଣିବା ନିହାତି ଦରକାର। ଭିନ୍ନ ଧରଣର ମନୋରଞ୍ଜନ କଲାଭଳି ଫିଲ୍ମ ତିଆରି କରିବା ଦରକାର ବୋଲି ଅକ୍ଷୟ କହିଥିଲେ। ମହାମାରୀ କରୋନା କରେ ବଲିଉଡ୍‌ରେ ଏ ପ୍ରକାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ଚଳଚ୍ଚିତ୍ରର ମୁଖ୍ୟ ଆକର୍ଷଣ ଫିଲ୍ମର କାହାଣୀ ହୋଇଥିବାବେଳେ ଦୁର୍ବଳ ସଂଳାପ ପାଇଁ ଫିଲ୍ମ ଫ୍ଲପ୍‌ ହେଉଥିବା କେତେଜଣ ମତ ପ୍ରକାଶ କରିଛନ୍ତି।
କରୋନା କଟକଣା ହଟିବା ପରେ ପାଖାପାଖି ୨୬ଟି ବଲିଉଡ୍‌ ଫିଲ୍ମ ରିଲିଜ୍‌ ହୋଇଛି, ଯେଉଁଥିରୁ ୨୨ରୁ ୭୭ ପ୍ରତିଶତ ଫ୍ଲପ୍‌। ୨୦୧୬ରେ ନେଟଫ୍ଲିକ୍ସ ଏବଂ ଆମାଜନ ଏଣ୍ଟରଟେନ୍‌ମେଣ୍ଟ ମଇଦାନକୁ ଓହ୍ଲାଇଥିଲେ। ପ୍ରାରମ୍ଭିକ ସମୟରେ ଏହି ଦୁଇ ଓଟିଟି ପ୍ଲାଟଫର୍ମ ଆମେରିକା, ୟୁରୋପର କଣ୍ଟେଣ୍ଟ୍‌ ସବୁ ବ୍ୟବହାର କରି ଓ୍ବେବ୍‌ ସିରିଜ୍‌ମାନ ତିଆରି କରିବା ଆରମ୍ଭ କରାଯାଇଥିଲା। ଭାରତର ଏକଚତୁର୍ଥାଂଶ ଲୋକଙ୍କ କ୍ଷେତ୍ରରେ ଓଟିଟି ପ୍ଲାଟଫର୍ମ ବ୍ୟବହାରର ବୃଦ୍ଧି ଘଟିଛି। ୨୦୧୯ରେ ଏହାର ଚାହିଦା ୧୨% ବୃଦ୍ଧି ଘଟିଥିବାବେଳେ ୨୦୨୭ ବେଳକୁ ଏହା ୩୧%ରେ ପହଞ୍ଚିବ ବୋଲି କୁହାଯାଉଛି। ଟିକେଟ ବିକ୍ରି କମିଥିବାବେଳେ ବଲିଉଡ୍‌ ଇଣ୍ଡଷ୍ଟ୍ରିରୁ ଆଦାୟ ହେଉଥିବା ଟିକସର ପରିମାଣ ୪୫ % କମିଥିବା ଖବର ପ୍ରକାଶ ପାଇଛି। ମିଡିଆ ଆନାଲିଷ୍ଟ କରନ ତଉରାନିଙ୍କ ମତରେ, ସୁପରଷ୍ଟାର ଅଭିନୟ କରୁଥିବା ଫିଲ୍ମ ଗୁଡ଼ିକର ସ୍କ୍ରିପ୍ଟ ଓ ସିନ୍‌ ସବୁ ସେମାନଙ୍କ ନିୟନ୍ତ୍ରଣରେ ରହୁଛି। ଡରରେ ଏଥିରେ କୌଣସି ନିର୍ଦ୍ଦେଶକ ତଥା ପ୍ରଯୋଜକ ହସ୍ତକ୍ଷେପ କରୁ ନାହାନ୍ତି। ଚଳଚ୍ଚିତ୍ର ବ୍ୟବସାୟରୁ ଲାଭବାନ ହେବା ଲାଗି କେତେଜଣ ପ୍ରଯୋଜକ ରେଭିନ୍ୟୁ ଶେୟାରିଂ ମଡେଲମାନଙ୍କୁ ଫିଲ୍ମରେ ନେଉଛନ୍ତି। ଫିଲ୍ମକୁ ମନୋରଞ୍ଜନର ଏକ ମାଧ୍ୟମ ବଦଳରେ ରୋଜଗାରର ଏକ ମାଧ୍ୟମ ଭାବିବା କାରଣରୁ ବର୍ତ୍ତମାନ ଶହେ ବର୍ଷର ଇଣ୍ଡଷ୍ଟ୍ରିର ସ୍ଥିତି ଟଳମଳ ଅବସ୍ଥାରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

କଙ୍ଗନାଙ୍କୁ ରାଖୀଙ୍କ ଖୋଲା ଚ୍ୟାଲେଞ୍ଜ

ବମ୍ବେ: ଅଭିନେତ୍ରୀ କଙ୍ଗନା ରାଣାଓ୍ବତଙ୍କୁ ବଡ଼ ଚ୍ୟାଲେଞ୍ଜ ଦେଇଛନ୍ତି ଡ୍ରାମା କୁଇନ୍‌ ରାଖୀ ସାଓ୍ବନ୍ତ। ସର୍ବଦା କିଛି ନା କିଛି କାରଣକୁ ନେଇ ବିବାଦରେ ରହୁଥିବା...

ବାପା ହେଲେ ଏହି ବଲିଉଡ୍‌ ଅଭିନେତା

ବମ୍ବେ: ପୁଣିଥରେ ବାପା ହୋଇଛନ୍ତି ବଲିଉଡ୍‌ ଅଭିନେତା ହରମନ ବାବେଜା। ତାଙ୍କ ଘରକୁ ଏକ କୁନି ରାଜକୁମାରୀ ଆସିଛନ୍ତି। ମାର୍ଚ୍ଚରେ ଅଭିନେତା ବାପା ହୋଇଥିଲେ ହେଁ...

ସଲମାନଙ୍କ ଘର ଉପରକୁ ଗୁଳିମାଡ଼ କରିଥିବା ଅଭିଯୁକ୍ତଙ୍କ ଆତ୍ମହତ୍ୟା

ମୁମ୍ବାଇ,୧ା୫: ବି’ ଟାଉନ୍‌ର ଭାଇଜାନ ସଲମାନ ଖାନଙ୍କ ଘର ଉପରକୁ ଗୁଳିମାଡ଼ ଘଟଣାର ଏକ ବଡ଼ ଖବର ସାମ୍ନାକୁ ଆସିଛି। ସଲମାନଙ୍କ ଗାଲାକ୍ସି ଆପାର୍ଟମେଣ୍ଟ ବାହାରେ...

ଋଷିଙ୍କୁ ମନେପକାଇଲେ ନୀତୁ

ମୁମ୍ବାଇ: ଅଭିନେତା ଋଷି କପୁରଙ୍କ ଚତୁର୍ଥ ଶ୍ରାଦ୍ଧବାର୍ଷିକୀ ମଙ୍ଗଳବାର ପାଳିତ ହୋଇଯାଇଛି। ବଲିଉଡ୍‌ ଇଣ୍ଡଷ୍ଟ୍ରିର ଏହି ଭେଟେରାନ ଅଭିନେତାଙ୍କର ଦେହାନ୍ତ ହେବାରେ ଇତି ମଧ୍ୟରେ ୪...

ଏହି ଯୁବ କ୍ରିକେଟରଙ୍କୁ ନେଇ ମନର କଥା କହିଲେ ଶାହାରୁଖ

ମୁମ୍ବାଇ,୩୦।୪: କୋଲକାତା ନାଇଟ ରାଇଡର୍ସ ମାଲିକ ଶାହରୁଖ ଖାନ ଆସନ୍ତା ଟି -୨୦ ବିଶ୍ୱକପରେ ତାଙ୍କ ଦଳର ଆକ୍ରମଣାତ୍ମକ ବ୍ୟାଟ୍ସମ୍ୟାନ ରିଙ୍କୁ ସିଂଙ୍କୁ ଭାରତୀୟ ଦଳରେ...

ପୁଅ ଅଭ୍ୟାନଙ୍କ ସହ ୱାର୍କଆଉଟ୍‌ କଲେ ଦିୟା

ମୁମ୍ବାଇ: ବଲିଉଡ୍‌ର ଷ୍ଟାର୍‌ ଅଭିନେତ୍ରୀମାନଙ୍କ ମଧ୍ୟରୁ ଦିୟା ମିର୍ଜା ଅନ୍ୟତମ। ସେ ନିଜର ନିଖୁଣ ଅଭିନୟ ଦ୍ୱାରା ବହୁବାର ଦର୍ଶକଙ୍କ ପ୍ରଶଂସା ସାଉଁଟିବାରେ ସଫଳ ହୋଇଛନ୍ତି। ମିସ୍‌...

ଫସିଗଲେ ଅଭିନେତା ସାହିଲ

ମୁମ୍ବାଇ,୨୮।୪: ମହାଦେବ ଅନଲାଇନ ବେଟିଂ ଆପ ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ମୁମ୍ବାଇ ପୋଲିସ ବର୍ତ୍ତମାନ ଠକେଇ ଏବଂ ଜୁଆର ବିଭିନ୍ନ ବିଭାଗରେ ଆପର ପ୍ରମୋଟରଙ୍କ...

ନ୍ୟୁୟର୍କ ଇଣ୍ଡିଆନ ଫିଲ୍ମ ଫେଷ୍ଟିଭାଲ: ଦମନ, ପ୍ରତୀକ୍ଷା ମନୋନୀତ

ଭୁବନେଶ୍ୱର,୨୭ା୪(ଶର୍ମିଷ୍ଠା ପାଣିଗ୍ରାହୀ): ଓଡ଼ିଆ ଚଳଚ୍ଚିତ୍ର ଜଗତ ପାଇଁ ଏକ ଖୁସି ଓ ଗର୍ବର ଖବର। ନିକଟରେ ଓଡ଼ିଆ ସିନେମାରେ ଚର୍ଚ୍ଚାରେ ଥିବା ଦୁଇଟି ଚଳଚ୍ଚିତ୍ର ‘ଦମନ’...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri