ଓଡ଼ିଶାରୁ ଆଇଏସ୍‌ଆଇକୁ ଓଟିପି ଶେୟାରିଂ ଘଟଣା: ନୟାଗଡ଼ରୁ ଆଉ ଜଣେ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର,୯ା୬ (ବ୍ୟୁରୋ): ପାକିସ୍ତାନର ଗୋଇନ୍ଦା ସଂସ୍ଥା ଇଣ୍ଟର ସର୍ଭିସେସ୍‌ ଇଣ୍ଟେଲିଜେନ୍‌ସ (ଆଇଏସ୍‌ଆଇ)ର ଏଜେଣ୍ଟଙ୍କୁ ସିମ୍‌ କାର୍ଡର ଓଟିପି ଶେୟାରିଂ ମାମଲାରେ କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କଫୋର୍ସ (ଏସ୍‌ଟିଏଫ୍‌) ଆଉ ଜଣେ ଅଭିଯୁକ୍ତଙ୍କୁ ନୟାଗଡ଼ରୁ ଗିରଫ କରିଛି। ସେ ହେଲେ ନୂଆଗାଁ ଥାନା ଅଞ୍ଚଳର ପ୍ରଦ୍ୟୁମ୍ନ କୁମାର ସାହୁ (୩୨)। ପ୍ରଦ୍ୟୁମ୍ନଙ୍କୁ ଗୁରୁବାର କୋର୍ଟଚାଲାଣ କରାଯିବା ପରେ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଏହି ମାମଲାରେ ପୂର୍ବରୁ ନୟାଗଡ଼ ଜିଲାର ଆଇଟିଆଇ ଶିକ୍ଷକ ପଠାଣିସାମନ୍ତ ଲେଙ୍କା, ସରୋଜ କୁମାର ନାୟକ ଏବଂ ଯାଜପୁର ଜିଲାର ସୌମ୍ୟ ପଟ୍ଟନାୟକଙ୍କୁ ଏସ୍‌ଟିଏଫ୍‌ ଗିରଫ କରିଥିଲା। ଏସ୍‌ଟିଏଫ୍‌ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଅଭିଯୁକ୍ତ ପ୍ରଦ୍ୟୁମ୍ନ ଗ୍ରାଜୁଏଟ୍‌ ହୋଇଥିବାବେଳେ ସେ ପୂର୍ବରୁ ଆଇଡିଆର ଟେରିଟୋରି ସେଲ୍ସ ଏକ୍‌ଜିକ୍ୟୁଟିଭ୍‌ ଓ ଜିଓ ପଏଣ୍ଟ ମ୍ୟାନେଜର ଭାବେ କାର୍ଯ୍ୟ କରୁଥିଲେ। ତେବେ ସେ ବର୍ତ୍ତମାନ ବ୍ଲାକ ବକ୍‌ ଓ ଫାସ୍‌ଟାଗ୍‌ କମ୍ପାନୀରେ କାମ କରୁଛନ୍ତି। ପ୍ରଦ୍ୟୁମ୍ନ ପୂର୍ବରୁ ବହୁ ଲୋକଙ୍କୁ ଜାଲରେ ଫସାଇ ଅନେକ ସିମ୍‌ କରିଥିଲେ। ତଦନ୍ତବେଳେ ଜଣାପଡ଼ିଛି ଯେ, ଆଇଟିଆଇ ଶିକ୍ଷକ ପଠାଣିସାମନ୍ତ ଲେଙ୍କାଙ୍କୁ ପ୍ରଦ୍ୟୁମ୍ନ ୫୦୦ରୁ ଉର୍ଦ୍ଧ୍ୱ ପ୍ରି-ଆକ୍ଟିଭେଟେଡ୍‌ ସିମ୍‌ ଓ ୧୫୦ରୁ ଊର୍ଦ୍ଧ୍ୱ ପ୍ରି-ଆକ୍ଟିଭେଟେଡ୍‌ ପେଟିଏମ୍‌ ୱାଲେଟ୍‌ ବିକ୍ରି କରିଛନ୍ତି। ଏହି ସିମ୍‌ ଓ ୱାଲେଟ୍‌କୁ ଆଇଏସ୍‌ଆଇ ଏଜେଣ୍ଟମାନେ ବ୍ୟବହାର କରୁଥିଲେ ବୋଲି ଏସ୍‌ଟିଏଫ୍‌ କହିଛି। ଏହି ମାମଲାରେ ଏସ୍‌ଟିଏଫ୍‌ ଅଧିକ ତଦନ୍ତ ଜାରି ରଖିଛି।
ସୂଚନାଯୋଗ୍ୟ, ପଠାଣିସାମନ୍ତ, ସରୋଜ, ସୌମ୍ୟ ପ୍ରି-ଆକ୍ଟିଭେଟେଡ୍‌ ସିମ୍‌ର ବିଭିନ୍ନ ସୋସିଆଲ ମିଡିଆ ଗ୍ରୁପ୍‌ ଦ୍ୱାରା ଆଇଏସ୍‌ଆଇ ଏଜେଣ୍ଟଙ୍କୁ ଓଟିପି ଶେୟାର କରି ବିପୁଳ ଟଙ୍କା ପାଉଥିଲେ। ଆଇଏସ୍‌ଆଇ ଏଜେଣ୍ଟମାନେ ଉକ୍ତ ଓଟିପିକୁ ଆଧାର କରି ହ୍ବାଟ୍‌ସଆପ୍‌, ଟେଲିଗ୍ରାମ, ଫେସ୍‌ବୁକ୍‌, ଇନ୍‌ଷ୍ଟାଗ୍ରାମ୍‌, ଟୁଇଟର୍‌ ଆଦି ସୋସିଆଲ ମିଡିଆ ଏବଂ ଆମାଜନ, ଫ୍ଲିପକାର୍ଟ ଭଳି ଶପିଂ ଆପ୍‌ରେ ଆକାଉଣ୍ଟ ଅପରେଟ୍‌ କରିପାରୁଛନ୍ତି। କିଛିଦିନ ତଳେ ଏସ୍‌ଟିଏଫ୍‌ ଏଭଳି ଏକ ହ୍ବାଟ୍‌ସଆପ୍‌ ଗ୍ରୁପ୍‌ର ସନ୍ଧାନ ପାଇଥିଲା। ସେଥିରେ ବହୁ ସଦସ୍ୟ ଥିବାବେଳେ ଏସ୍‌ଟିଏଫ୍‌ ଉପରୋକ୍ତ ୩ ଅଭିଯୁକ୍ତଙ୍କ ପରିଚୟ ପାଇବା ପରେ ସେମାନଙ୍କୁ ଗିରଫ କରି ଗତ ମେ’ ୧୪ରେ କୋର୍ଟଚାଲାଣ କରିଥିଲା। ପରେ ୩ ଅଭିଯୁକ୍ତଙ୍କୁ ୩ ଦିନିଆ ରିମାଣ୍ଡରେ ଆଣି ବହୁ ତଥ୍ୟ ହାସଲ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଆରମ୍ଭ ହେଲା ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା

ବାଲିଗୁଡା,୨।୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାର ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା ଆରମ୍ଭ ହୋଇଯାଇଛି। ଏନେଇ ଗାଁଠୁ ସହର ଉତ୍ସବମୁଖର ହୋଇପଡିଛି। ଶତାଧିକ ମାନସିକଧାରୀ ଦଣ୍ଡୁଆ ମା’ଙ୍କ ଦଣ୍ଡଯାତ୍ରାରେ…

୨୫ ଫୁଟ ଉଚ୍ଚ ପାଣି ଟାଙ୍କିରେ ଚଢ଼ିଗଲେ ଛାତ୍ର, ସୁରକ୍ଷାକୁ ନେଇ ବଢ଼ିଲା ଚିନ୍ତା

ଖଜୁରିପଡ଼ା,୨ା୪(ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପିରିକୁଡ଼ି ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶତାଧିକ ଛାତ୍ରୀଛାତ୍ର ହଷ୍ଟେଲରେ ରହି ପାଠପଢୁଥିବା ବେଳେ ସେମାନଙ୍କ ସୁରକ୍ଷାକୁ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri