ଓଟିଡିସି ପକ୍ଷରୁ ବଲାଙ୍ଗୀରରୁ ହରିଶଙ୍କରକୁ ବସ୍‌ସେବାର ଶୁଭାରମ୍ଭ

ବଲାଙ୍ଗୀର ଅଫିସ,୧୮ା୧୧ – ବଲାଙ୍ଗୀର ସଦର ମହକୁମାରୁ ଜିଲାର ପ୍ରମୁଖ ପର୍ଯ୍ୟଟନସ୍ଥଳୀଗୁଡିକୁ ପର୍ଯ୍ୟଟକଙ୍କ ଯିବା ଆସିବାରେ ସୁବିଧା କରିବା ପାଇଁ ସୋମବାର ଏକ ବସ୍‌ସେବାର ଶୁଭାରମ୍ଭ କରାଯାଇଛି। ୨୫ ସିଟ୍‌ ବିଶିଷ୍ଟ ଏକ ଶୀତତାପ ନିୟନ୍ତ୍ରିତ ବସ୍‌ସେବାକୁ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ା ଏହି ଅବସରରେ ଜିଲାପାଳ ଚଞ୍ଚଳ ରାଣା ଉପସ୍ଥିତ ଥିଲେ ା ସ୍ଥାନୀୟ ଷ୍ଟେଟ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ହୋଟେଲ  ମ୍ୟାନେଜମେଣ୍ଟ(ଏସଆଇଏଚଏମ) ପରିସରରୁ ବସ୍‌ଟି ବାହାରି ହରିଶଙ୍କର ଅଭିମୁଖେ ଯାତ୍ରା କରିଥିଲା ା ପ୍ରାୟ ୨୦ଜଣ ଯାତ୍ରୀ ପ୍ରଥମ ଦିନ ହରିଶଙ୍କରକୁ ଯାତ୍ରା କରିଥିଲେ। ଏହି ବସ ପ୍ରତ୍ୟେକ ଶନିବାର, ରବିବାର ଓ ସ୍ବତନ୍ତ୍ର ଦିନମାନଙ୍କରେ ସକାଳ ୮ଟାରେ ସରକାରୀ ବସଷ୍ଟାଣ୍ଡରୁ ବାହାରି ହରିଶଙ୍କର ଯିବ। ସେହିପରି ପର୍ଯ୍ୟଟକ ଚାହିଁଲେ ଆବଶ୍ୟକ ଅର୍ଥ ପୈଠକରି ବଣଭୋଜି ଓ ଅନ୍ୟାନ୍ୟ ପର୍ଯ୍ୟଟନସ୍ଥଳକୁ ମଧ୍ୟ ବୁକିଂ କରି ବସ୍‌କୁ ନେଇପାରିବେ। ସ୍ଥାନୀୟ ଆରଟିଓ ଅଫିସ ଛକରେ ଜିଲା ପର୍ଯ୍ୟଟନ କାର୍ଯ୍ୟାଳୟ ପରିସରରେ ନୂତନ କୋଠା ପାଇଁ ମଧ୍ୟ ଶିଳାନ୍ୟାସ ହୋଇଥିଲା ା ମୁଖ୍ୟଅତିଥି ଭାବେ ଯୋଗଦେଇଥିବା ଓଟିଡିସି ଅଧ୍ୟକ୍ଷା ମିଶ୍ର ଏହାର ଶିଳାନ୍ୟାସ କରିଥିଲେ। ଉଭୟ କାର୍ଯ୍ୟକ୍ରମରେ ଜିଲାପାଳ ଚଞ୍ଚଳ ରାଣା, ଜିଲା ପର୍ଯ୍ୟଟନ ଅଧିକାରୀ ରବୀନ୍ଦ୍ର କୁମାର ଦଳେଇ, ଏସଆଇଏଚଏମର ଅଧ୍ୟକ୍ଷ ସୁରେଶ କୁମାର ଉପସ୍ଥିତ ଥିଲେ ା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଲାଙ୍ଗୀରର ଐତିହାସିକ ପଯର୍‌ୟଟନସ୍ଥଳୀ ହରିଶଙ୍କରର ଉନ୍ନତି ପାଇଁ ୧କୋଟି ଟଙ୍କା ମଞ୍ଜୁର କରିଛନ୍ତି। ସେଥିପାଇଁ ଓଟିଡିସିର ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି। ସେହିପରି ଜିଲା ପର୍ଯ୍ୟଟନ କାର୍ଯ୍ୟାଳୟ ପାଇଁ ୯୦ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା ା କିନ୍ତୁ ତାହା କାମ ଆରମ୍ଭ ହୋଇ ପାରି ନ ଥିଲା ା ଏହାର ଶିଳାନ୍ୟାସ କରାଯାଇ କାମ ଆରମ୍ଭ କରାଯାଇଛି ା ଆଗକୁ ପର୍ଯ୍ୟଟକମାନଙ୍କ ସୁବିଧା ପାଇଁ ବଲାଙ୍ଗୀରରେ ଗେଷ୍ଟହାଉସର ସୁବିଧା କରାଯିବାକୁ ସରକାର ପ୍ରସ୍ତାବ କରିଥିବା ଶ୍ରୀମତୀ ମିଶ୍ର କହିଛନ୍ତି ା ପରେ ଅଧ୍ୟକ୍ଷା ମିଶ୍ର ଅନ୍ୟତମ ପର୍ଯ୍ୟଟନସ୍ଥଳୀ ଭୀମଡୁଙ୍ଗୁରୀକୁ ପରିଦର୍ଶନରେ ଯାଇଥିଲେ। ସେଠାରେ ଦେଓଗଁା ପଞ୍ଚାୟତ ଅଧ୍ୟକ୍ଷା ରୀନା ମେହେର, ବିଡିସିସି ପୂର୍ବତନ ସଭାପତି ଲକ୍ଷ୍ମଣ କୁମାର ମେହେର, ବ୍ଲକ ଉପାଧ୍ୟକ୍ଷ ରାଜୁ ବାଗ, ମକୁନ୍ଦପୁର ସରପଞ୍ଚ ବାଳକ ପଧାନ ସ୍ବାଗତ ଜଣାଇ ଭୀମଡୁଙ୍ଗୁରୀର ଉନ୍ନୟନ ନେଇ ଦାବି ରଖିଥିଲେ ା କରୋନା ସଂକଟ ଟଳିଲେ ଏହି ପର୍ଯ୍ୟଟନସ୍ଥଳୀର ଉନ୍ନୟନ ପାଇଁ ସ୍ବତନ୍ତ୍ର ଧ୍ୟାନ ଦିଆଯିବ ବୋଲି ଓଟିଡିସି ଅଧ୍ୟକ୍ଷା ମିଶ୍ର ଉପସ୍ଥିତ ଲୋକଙ୍କୁ ପ୍ରତିଶ୍ରୁତି ଦେଇଥିଲେ ା