ଓଟିଡିସି ପକ୍ଷରୁ ବଲାଙ୍ଗୀରରୁ ହରିଶଙ୍କରକୁ ବସ୍‌ସେବାର ଶୁଭାରମ୍ଭ

ବଲାଙ୍ଗୀର ଅଫିସ,୧୮ା୧୧ – ବଲାଙ୍ଗୀର ସଦର ମହକୁମାରୁ ଜିଲାର ପ୍ରମୁଖ ପର୍ଯ୍ୟଟନସ୍ଥଳୀଗୁଡିକୁ ପର୍ଯ୍ୟଟକଙ୍କ ଯିବା ଆସିବାରେ ସୁବିଧା କରିବା ପାଇଁ ସୋମବାର ଏକ ବସ୍‌ସେବାର ଶୁଭାରମ୍ଭ କରାଯାଇଛି। ୨୫ ସିଟ୍‌ ବିଶିଷ୍ଟ ଏକ ଶୀତତାପ ନିୟନ୍ତ୍ରିତ ବସ୍‌ସେବାକୁ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ା ଏହି ଅବସରରେ ଜିଲାପାଳ ଚଞ୍ଚଳ ରାଣା ଉପସ୍ଥିତ ଥିଲେ ା ସ୍ଥାନୀୟ ଷ୍ଟେଟ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ହୋଟେଲ  ମ୍ୟାନେଜମେଣ୍ଟ(ଏସଆଇଏଚଏମ) ପରିସରରୁ ବସ୍‌ଟି ବାହାରି ହରିଶଙ୍କର ଅଭିମୁଖେ ଯାତ୍ରା କରିଥିଲା ା ପ୍ରାୟ ୨୦ଜଣ ଯାତ୍ରୀ ପ୍ରଥମ ଦିନ ହରିଶଙ୍କରକୁ ଯାତ୍ରା କରିଥିଲେ। ଏହି ବସ ପ୍ରତ୍ୟେକ ଶନିବାର, ରବିବାର ଓ ସ୍ବତନ୍ତ୍ର ଦିନମାନଙ୍କରେ ସକାଳ ୮ଟାରେ ସରକାରୀ ବସଷ୍ଟାଣ୍ଡରୁ ବାହାରି ହରିଶଙ୍କର ଯିବ। ସେହିପରି ପର୍ଯ୍ୟଟକ ଚାହିଁଲେ ଆବଶ୍ୟକ ଅର୍ଥ ପୈଠକରି ବଣଭୋଜି ଓ ଅନ୍ୟାନ୍ୟ ପର୍ଯ୍ୟଟନସ୍ଥଳକୁ ମଧ୍ୟ ବୁକିଂ କରି ବସ୍‌କୁ ନେଇପାରିବେ। ସ୍ଥାନୀୟ ଆରଟିଓ ଅଫିସ ଛକରେ ଜିଲା ପର୍ଯ୍ୟଟନ କାର୍ଯ୍ୟାଳୟ ପରିସରରେ ନୂତନ କୋଠା ପାଇଁ ମଧ୍ୟ ଶିଳାନ୍ୟାସ ହୋଇଥିଲା ା ମୁଖ୍ୟଅତିଥି ଭାବେ ଯୋଗଦେଇଥିବା ଓଟିଡିସି ଅଧ୍ୟକ୍ଷା ମିଶ୍ର ଏହାର ଶିଳାନ୍ୟାସ କରିଥିଲେ। ଉଭୟ କାର୍ଯ୍ୟକ୍ରମରେ ଜିଲାପାଳ ଚଞ୍ଚଳ ରାଣା, ଜିଲା ପର୍ଯ୍ୟଟନ ଅଧିକାରୀ ରବୀନ୍ଦ୍ର କୁମାର ଦଳେଇ, ଏସଆଇଏଚଏମର ଅଧ୍ୟକ୍ଷ ସୁରେଶ କୁମାର ଉପସ୍ଥିତ ଥିଲେ ା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଲାଙ୍ଗୀରର ଐତିହାସିକ ପଯର୍‌ୟଟନସ୍ଥଳୀ ହରିଶଙ୍କରର ଉନ୍ନତି ପାଇଁ ୧କୋଟି ଟଙ୍କା ମଞ୍ଜୁର କରିଛନ୍ତି। ସେଥିପାଇଁ ଓଟିଡିସିର ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି। ସେହିପରି ଜିଲା ପର୍ଯ୍ୟଟନ କାର୍ଯ୍ୟାଳୟ ପାଇଁ ୯୦ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା ା କିନ୍ତୁ ତାହା କାମ ଆରମ୍ଭ ହୋଇ ପାରି ନ ଥିଲା ା ଏହାର ଶିଳାନ୍ୟାସ କରାଯାଇ କାମ ଆରମ୍ଭ କରାଯାଇଛି ା ଆଗକୁ ପର୍ଯ୍ୟଟକମାନଙ୍କ ସୁବିଧା ପାଇଁ ବଲାଙ୍ଗୀରରେ ଗେଷ୍ଟହାଉସର ସୁବିଧା କରାଯିବାକୁ ସରକାର ପ୍ରସ୍ତାବ କରିଥିବା ଶ୍ରୀମତୀ ମିଶ୍ର କହିଛନ୍ତି ା ପରେ ଅଧ୍ୟକ୍ଷା ମିଶ୍ର ଅନ୍ୟତମ ପର୍ଯ୍ୟଟନସ୍ଥଳୀ ଭୀମଡୁଙ୍ଗୁରୀକୁ ପରିଦର୍ଶନରେ ଯାଇଥିଲେ। ସେଠାରେ ଦେଓଗଁା ପଞ୍ଚାୟତ ଅଧ୍ୟକ୍ଷା ରୀନା ମେହେର, ବିଡିସିସି ପୂର୍ବତନ ସଭାପତି ଲକ୍ଷ୍ମଣ କୁମାର ମେହେର, ବ୍ଲକ ଉପାଧ୍ୟକ୍ଷ ରାଜୁ ବାଗ, ମକୁନ୍ଦପୁର ସରପଞ୍ଚ ବାଳକ ପଧାନ ସ୍ବାଗତ ଜଣାଇ ଭୀମଡୁଙ୍ଗୁରୀର ଉନ୍ନୟନ ନେଇ ଦାବି ରଖିଥିଲେ ା କରୋନା ସଂକଟ ଟଳିଲେ ଏହି ପର୍ଯ୍ୟଟନସ୍ଥଳୀର ଉନ୍ନୟନ ପାଇଁ ସ୍ବତନ୍ତ୍ର ଧ୍ୟାନ ଦିଆଯିବ ବୋଲି ଓଟିଡିସି ଅଧ୍ୟକ୍ଷା ମିଶ୍ର ଉପସ୍ଥିତ ଲୋକଙ୍କୁ ପ୍ରତିଶ୍ରୁତି ଦେଇଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

୩ ବର୍ଷ ପରେ ଖୋଲିଲା ପୋଲ, ସ୍ବାଭାବିକ ହେଲା ଗାଡ଼ି ଚଳାଚଳ

କୋରାପୁଟ,୨ା୪(ଅମିତାଭ ବେହେରା): ଦୀର୍ଘ ୩ ବର୍ଷ ୭ ମାସର ପ୍ରତୀକ୍ଷା ପରେ ବୁଧବାର ଏନ୍‌ଏଚ୍‌-୩୨୬ର ବଙ୍ଗଳାଗୁଡା ପୋଲରେ ଯାତାୟାତ ସୱାଭାବିକ ହୋଇଛି। କୋରାପୁଟ ଜିଲା ବଙ୍ଗଳାଗୁଡ଼ା ନିକଟରେ…

ଚାଲିଥିଲା ଗ୍ରାମସଭା: ଗୁପ୍ତାଙ୍ଗ ଦେଖାଇଲେ ଯୁବକ, ଆଉ ତା’ ପରେ ଘଟିଲା…

ନିରାକାରପୁର,୨ା୪(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ନିରାକାରପୁର ଥାନା ଇଲାକାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଗାଁର ସଭା ଚାଲିଥିବା ବେଳେ ଗ୍ରାମର ଜଣେ ଯୁବକ…

ଆଜିଠୁ କଟିବ ଚାଲାଣ: ହୋଇଯାନ୍ତୁ ସାବଧାନ

କଟକ,୨।୪(କାର୍ତ୍ତିକ ସାହୁ):ମୋଟର ଯାନ ଆଇନ ଅନୁଯାୟୀ ଯାନର ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର (ପିୟୁସିସି) ନ ଥିଲେ ଏପ୍ରିଲ ୨ରୁ ଚାଲାଣ କଟିବ। ଏ ବାବଦରେ ମୋଟରଯାନ ବ୍ୟବହାରକାରୀମାନେ…

ବିଜୁବାବୁଙ୍କ ପ୍ରତି ଅଶାଳୀନ ମନ୍ତବ୍ୟର ପ୍ରତିବାଦ, ଏମ୍‌ପି ନିଶିକାନ୍ତ ଦୁବେଙ୍କ କୁଶପୁତ୍ତଳିକା ଦାହ କରି…

ଦେବଗଡ଼,୨ା୪(ଶଶାଙ୍କ ଶେଖର ଝାଙ୍କର): ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତି ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ଦେଇଥିବା ଅପମାନ ଜନକ ମନ୍ତବ୍ୟକୁ ଦେବଗଡ଼ ଜିଲା ବିଜେଡି ପକ୍ଷରୁ ଦୃଢ଼…

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri