ଓଏସଏସ୍‌ସି ପ୍ରଶ୍ନପ୍ରତ୍ର ଡିଲ୍‌ ମାମଲା: ଓଏସଏସ୍‌ସି ପରୀକ୍ଷାରୁ ଜୀବନବ୍ୟାପୀ ବାରଣ

ବାଲେଶ୍ୱର,୨୯।୭(ମାନସ ବିଶ୍ୱାଳ) ଓଏସଏସ୍‌ସି ପ୍ରଶ୍ନପ୍ରତ୍ର ଡିଲ୍‌ ମାମଲାରେ ବାଲେଶ୍ବର ପୋଲିସ ରିପୋର୍ଟ ପରେ ଓଏସଏସ୍‌ସିି ଆଉ ପାଦେ ଆଗେଇଛି ।
ସୂଚନା ଅନୁସାରେ, ୫୫ ପରୀକ୍ଷାର୍ଥୀଙ୍କୁ ଓଏସଏସ୍‌ସି କାରଣଦର୍ଶାଅ ନୋଟିସ ଜାରି କରିଛି। ଓଏସଏସ୍‌ସି ପରୀକ୍ଷାରୁ ଜୀବନବ୍ୟାପୀ ବାରଣ ନେଇ ନୋଟିସ ଜାର କରାଯାଇଥିବା ଜଣାପଡ଼ିଛି । ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ବିଶାଳ କୁମାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ବିହାର ଆକାଉଣ୍ଟସ ଜେନେରାଲଙ୍କୁ ମଧ୍ୟ ବାଲେଶ୍ବର ପୋଲିସ ଚିଠି ଲେଖୁଛି । ଏଥି ସହିତ ଓଡିଶାର ଏଜେଣ୍ଟ ସାଜିଥିବା ସରକାରୀ ଶିକ୍ଷକ ଗୋବିନ୍ଦ ତ୍ରିପାଠୀ ଓ ସୁଶାନୁ ସାହୁଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ କନ୍ଧମାଳ ଓ ଯାଜପୁର ଜିଲା ଶିକ୍ଷାଧ୍ୟାକାରୀଙ୍କୁ ବାଲେଶ୍ବର ପୋଲିସ ଅବଗତ କରାଇଥିଲା । ୯୨ ଜଣ ଛାତ୍ରୀଛାତ୍ରଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନେବାକୁ ଓଏସଏସ୍‌ସିିକୁ ଚିଠି ଲେଖିଛି ବାଲେଶ୍ବର ଏସପି ।