ଭୁବନେଶ୍ୱର,୧୮।୫: ରାଜ୍ୟର ପ୍ରମୁଖ ଶିଳ୍ପ ସଂଘ ତଥା କଟକ ଖପୁରିଆ ଶିଳ୍ପାଞ୍ଚଳଠାରେ ଥିବା ଓଡ଼ିଶା ଆସମ୍ବଲି ଅଫ୍ ସ୍ମଲ ଆଣ୍ଡ ମିଡିୟମ ଏଣ୍ଟରପ୍ରାଇଜେସ୍ (ଓଏଏସ୍ଏମ୍ଇ ବା ଓସ୍ମେ)ର ଓଡ଼ିଶା ମହିଳା ଶିଳ୍ପୋଦ୍ୟୋଗୀ ସଂଘର ନୂତନ କର୍ମକର୍ତ୍ତା ନିର୍ବାଚନ ନିକଟରେ ସଂଘର ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି। ଓସ୍ମେ ଓଡ଼ିଶା ମହିଳା ଶିଳ୍ପୋଦ୍ୟୋଗୀ ସଂଘର କେନ୍ଦ୍ରୀୟ ସ୍ବତନ୍ତ୍ର ସଂଘ ୨୦୨୪-୨୬ ବର୍ଷ ପାଇଁ ନୂତନ କର୍ମକର୍ତ୍ତା ନିର୍ବାଚନ ନିକଟରେ ଆୟୋଜିତ ହୋଇଯାଇଛି। ଓସ୍ମେର କେନ୍ଦ୍ରୀୟ ଅର୍ଥ ସଚିବ ଆଦିକନ୍ଦ ରାଉତ ଓ ଉପାଧ୍ୟକ୍ଷ ରଣଜିତ୍ କୁମାର ସାହୁ ନିର୍ବାଚନ ଅଧିକାରୀ ଭାବେ ଦାୟିତ୍ୱ ତୁଲାଇଥିଲାବେଳେ ସଂଘର ଅଧ୍ୟକ୍ଷ ଗୌରୀଶଙ୍କର ଦାଶ, ମହାସଚିବ ସାତ୍ତ୍ୱିକ ସ୍ବାଇଁ, ଅତିରିକ୍ତ ସଚିବ ଅଭିଳାଷ ଦାଶ ପ୍ରମୁଖ ଉପସ୍ଥିତ ଥିଲେ। ମହିଳା ଶିଳ୍ପୋଦ୍ୟୋଗୀ ଶାଖାର ନୂତନ କର୍ମକର୍ତ୍ତା ଜ୍ୟୋତିର୍ମୟୀ ମହାନ୍ତି ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲାବେଳେ ଉପାଧ୍ୟକ୍ଷ ଭାବେ ଅମ୍ରିତା ପାତ୍ର, ସମ୍ପାଦକ ଅନ୍ବେଷା ରାଉତ, ଯୁଗ୍ମ ସମ୍ପାଦକ ସୋନାଲି ଶତପଥୀ, ସଙ୍ଗଠନ ସମ୍ପାଦକ ବିଜୟିନୀ ମିଶ୍ର, କାର୍ଯ୍ୟନିର୍ବାହୀ ସମ୍ପାଦକ କଳ୍ପନା ଧଳ, କୋଷାଧ୍ୟକ୍ଷ ସଙ୍ଗୀତା ଦାସ ଏବଂ ସଂଘର ପଲିସି ଆଫେୟାର୍ସ ବୁଝିବା ପାଇଁ ସୁରେଖା ରାଉତରାୟ ପ୍ରମୁଖ ନିର୍ବାଚିତ ହୋଇଥିଲେ। କଟକ ଜିଲା ମହିଳା ସଂଘ ପାଇଁ ରୀନା ବେହେରା ସମ୍ପାଦକ ଭାବେ ମନୋନୀତ ହୋଇଥିଲେ। କେନ୍ଦ୍ରୀୟ ପରିଚାଳନା ସମିତିକୁ ସଭ୍ୟ ଭାବେ ଚନ୍ଦନା ଦାସ, ରଶ୍ମିତା ପ୍ରସାଦ, ଶିବାନୀ ପଣ୍ଡା, ବନଜା ବେହେରା, ଗାୟତ୍ରୀ ପଟ୍ଟନାୟକ, ପ୍ରଭାତୀ ନାୟକ ଓ କବିତା ସାହୁ ପ୍ରମୁଖ ମନୋନୀତ ହୋଇଥିଲେ। ନିର୍ବାଚନ ଅଧିକାରୀ ଆଦିକନ୍ଦ ରାଉତ ସମସ୍ତ ନିର୍ବାଚିତ ପ୍ରତିନିଧିଙ୍କୁ ଶପଥ ପାଠ କରାଇଥିଲେ।
ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦ୍ଘାଟିତ: ଏହି ତାରିଖ ଯାଏ…
ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ଏନଏସି ପ୍ରଶାସନ ପକ୍ଷରୁ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜାତୀୟ ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ…
ଗଞ୍ଜାମରେ ଜୋରଦାର ଧରପକଡ: ୩ ଦିନରେ ଗାଡି ଚାଳକଙ୍କଠୁ ଆଦାୟ ହେଲାଣି ୩୯ ଲକ୍ଷରୁ ଅଧିକ ଜରିମାନା
ଛତ୍ରପୁର,୨୩।୩ (ଦିଲ୍ଲୀପ ସାମଲ): ଏଣିକି ବେପରୁଆଓ ନିୟମ ଉଲ୍ଲଙ୍ଘନ କରୁଥିବା ଗାଡି ଚାଳକଙ୍କୁ ସାବାଡ କରାଯିବ । ସଡ଼କ ଦୁର୍ଘଟଣା ଓ ମୃତ୍ୟୁସଂଖ୍ୟା ହ୍ରାସ ଲକ୍ଷ୍ୟରେ ସ୍ବତନ୍ତ୍ର…
ଇସ୍ତଫା ଦେଲେ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ, କଲେ ବଡ଼ ଖୁଲାସା, ଏହି କାରଣରୁ…
ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ପୂର୍ବତନ ଜିଲା ପରିଷଦ ସଦସ୍ୟ ତଥା ପ୍ରଦେଶ କଂଗ୍ରେସ କମିିଟି ସଦସ୍ୟ ଅରବିନ୍ଦ ନାହାକ ସୋମବାର ସନ୍ଧ୍ୟାରେ…
ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…
ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…
‘ସରୁନି ଗପ କି ସରୁନି ପାପ ‘ନାଟକ ମଞ୍ଚସ୍ଥ…
ଦିଗପହଣ୍ଡି,୨୩|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ପଡିଆ ପୁରୁଷୋତ୍ତମପୁର ଗ୍ରାମ ପ୍ରକଳ୍ପ ଉଚ୍ଚ ପ୍ରଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି।…
୨୨ ବସ୍ତା ଚାଉଳ ସହ ଜିପ୍ ଜବତ, ଡ୍ରାଇଭର ଅଟକ
କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ ଜିପ୍ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…
ମାଟ୍ରିକ ଛାତ୍ରୀଙ୍କ ସନ୍ଦେହଜନକ ମତ୍ୟୁ; ଶୋକାକୁଳ ପରିବେଶରେ…
ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ମାଟ୍ରିକ ପରୀକ୍ଷା ଦେଇଥିବା ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ…
୧୫ଦିନରେ ଚାଷୀଙ୍କ ଧାରଣା, ବିକ୍ରି ହେଲାନି ଧାନ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଚାଷୀ
ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ): ରବି ଧାନବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଚାଲିଛି । କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ଧାନ ବିକ୍ରି…
Archives

