OSEPAର ବଡ଼ ଘୋଷଣା: ଏହି ଦିନ ହେବ ସମେଟିଭ-୧ ପରୀକ୍ଷା

ଭୁବନେଶ୍ୱର,୩୧।୮: OSEPA ପକ୍ଷରୁ ଛାତ୍ରୀଛାତ୍ରମାନଙ୍କ ପାଇଁ ସୋମବାର ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦିଆଯାଇଛି। ସେପ୍ଟେମ୍ବର ଚତୁର୍ଥ ସପ୍ତାହରେ ଛାତ୍ରୀଛାତ୍ରମାନଙ୍କ ସମେଟିଭ ଆସେସମେଣ୍ଟ-୧ ପରୀକ୍ଷା ହେବ ବୋଲି ଘୋଷଣା କରାଯାଇଛି।

ଶିଶୁବାଟିକା-୩ରୁ ଅଷ୍ଟମ ଶ୍ରେଣୀ ଯାଏ ରାଜ୍ୟର ସମସ୍ତ ବିଦ୍ୟାଳୟରେ ଏହି ପରୀକ୍ଷା କରାଯିବ ବୋଲି OSEPA ପକ୍ଷରୁ ଅବଗତ କରାଯାଇଛି। ସମେଟିଭ-୧ ପରୀକ୍ଷାକୁ ଠିକ୍‌ ସମୟରେ ସୂଚାରୁ ଭାବେ କରିବାକୁ DEOମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

Share