Posted inଖେଳ

ଓସାକାଙ୍କୁ ଟେନିସ ଖେଳାଳି, ଅନ୍ୟ କ୍ରୀଡ଼ାବିତ୍‌ଙ୍କ ସମର୍ଥନ

ପ୍ୟାରିସ୍‌,୨।୬(ଏପି): ଡିପ୍ରେସନ କାରଣରୁ ଫ୍ରେଞ୍ଚ୍‌ ଓପନରୁ ଓହରିଯିବାକୁ ନାଓମି ଓସାକା ନେଇଥିବା ନିଷ୍ପତ୍ତିକୁ ଅନ୍ୟ ଟେନିସ ତାରକା ଓ କ୍ରୀଡ଼ାବିତ୍‌ମାନେ ସମର୍ଥନ କରିଛନ୍ତି। ଅଭିଜ୍ଞ ମହିଳା ଟେନିସ ତାରକା ସେରେନା ଓ୍ବିଲିୟମ୍ସ, ଚେକ୍‌ ଗଣରାଜ୍ୟ- ଆମେରିକୀୟ ମହିଳା ଖେଳାଳି ମାର୍ଟିନ ନାଭ୍ରାତିଲୋଭା, ଆମେରିକୀୟ ପୂର୍ବତନ ମହିଳା ଖେଳାଳି ବିଲି ଜିନ୍‌ କିଙ୍ଗ୍‌, ଆମେରିକୀୟ ବାସ୍କେଟବଲ୍‌ ଖେଳାଳି ଷ୍ଟିଫେନ କ୍ୟୁରୀ, କେଭିନ ଲଭ୍‌, ପୂର୍ବତନ ଡବ୍ଲ୍ୟୁଏନ୍‌ବିଏ ତାରକା ଲିସା ଲେସ୍‌ଲି ଓସାକାଙ୍କ ସପକ୍ଷରେ ମତ ଦେଇଛନ୍ତି।
ସମସ୍ତେ ସମାନ ନୁହନ୍ତି। ତେଣୁ ଓସାକା ମଧ୍ୟ ସମସ୍ତଙ୍କଠାରୁ ଅଲଗା। ସେ ଯେଉଁ ବାଟରେ ସମାଧାନ ଚାହୁଁଛନ୍ତି ତାଙ୍କୁ ସେହି ସୁଯୋଗ ଦିଆଯିବା ଆବଶ୍ୟକ। ତାଙ୍କ ନିଷ୍ପତ୍ତିକୁ ସମ୍ମାନ ଦିଆଯିବା ଉଚିତ ବୋଲି ସେରେନା କହିଛନ୍ତି। ଗତ ସପ୍ତାହରେ ସେ ମଧ୍ୟ ଏ ସଂକ୍ରାନ୍ତରେ ସୂଚନା ଦେଇଥିଲେ। ସେ ଖବରଦାତା ସମ୍ମିଳନୀରେ ଯୋଗ ନ ଦେବାକୁ କହିଥିଲେ ବୋଲି ସେରେନା କହିଛନ୍ତି।
ଓସାକାଙ୍କ ପାଇଁ ମୁଁ ଦୁଃଖିତ। ଖୁବ୍‌ଶୀଘ୍ର ସେ ସୁସ୍ଥ ହୋଇଯିବେ। ଶାରୀରିକ ଓ ମାନସିକ ଭାବେ ଆଥ୍‌ଲେଟମାନେ ସୁସ୍ଥ ରହିବା ଉପରେ ଗୁରୁତ୍ୱଦେବା ଆବଶ୍ୟକ। ଖରରଦାତା ସମ୍ମିଳନୀରେ ଯୋଗଦେବା ବ୍ୟତୀତ ଜଣେ ଆଥ୍‌ଲେଟ ଖେଳ ପାଇଁ ଅଧିକ କିଛି କରିବାର ଆବଶ୍ୟକତା ରହିଛି ବୋଲି ନାଭ୍ରାତିଲୋଭା କହିଛନ୍ତି।
ମାନସିକ ଅବସାଦ ସହ ଲଢ଼ିବା ଓ ସଂଘର୍ଷ କରୁଥିବା କଥା ସମସ୍ତଙ୍କ ଆଗରେ ସ୍ବୀକାର କରି ଓସାକା ସାହସିକତାର ପରିଚୟ ଦେଇଛନ୍ତି। ଏବେ ତାଙ୍କୁ ଆମେ ସମସ୍ତେ ସମର୍ଥନ ଦେବା ଦରକାର। ତାଙ୍କୁ ଆବଶ୍ୟକ ସମୟ ଓ ସ୍ବାଧୀନତା ଦେବା ଉଚିତ ବୋଲି ବିଲି ଜିନ୍‌ କିଙ୍ଗ୍‌ କହିଛନ୍ତି। ସେହିପରି ଓସାକାଙ୍କୁ ସମର୍ଥନ ଦେବା ଦରକାର ବୋଲି ଷ୍ଟିଫେନ କ୍ୟୁରୀ କହିଛନ୍ତି। ଓସାକାଙ୍କ ନିଷ୍ପତ୍ତିକୁ ସମ୍ମାନ ଜଣାଉଛି ବୋଲି ସେ କହିଛନ୍ତି।
ଓସାକାଙ୍କ ଭଳି ଯୁବା ଖେଳାଳି ଡିପ୍ରେସନରେ ଶିକାର ହେବା ଓ ସହାୟତା ଲୋଡ଼ିବା ନିଶ୍ଚିତ ଭାବେ ଦୁଃଖଦାୟକ। ଲୋକେ ଏହି ପରିସ୍ଥିତିରେ ତାଙ୍କ ଉପରେ କ୍ଷୁବ୍ଧ ହେବା ଓ ତାଙ୍କୁ ସମର୍ଥନ ନ କରିବା ଠିକ୍‌ ନୁହେଁ। ଜଣେ ଆଥ୍‌ଲେଟ ଶାରୀରିକ ଓ ମାନସିକ ଭାବେ ସୁସ୍ଥ ରହିବା ସମାନ ଭାବେ ଗୁରୁତ୍ୱପୂର୍ଣ୍ଣ। ମୁଁ ତାଙ୍କୁ ସମର୍ଥନ କରୁଛି ଓ ତାଙ୍କ ସହ ଅଛି ବୋଲି ଲିସା ଲେସ୍‌ଲି କହିଛନ୍ତି।
କୈଫ୍‌, ମିଥାଲିଙ୍କ ଭିନ୍ନ ମତ
ପୂର୍ବତନ ଭାରତୀୟ କ୍ରିକେଟର ମହମ୍ମଦ କୈଫ୍‌ ମଧ୍ୟ ତାଙ୍କୁ ସମର୍ଥନ କରିଛନ୍ତି। ଟେନିସ ଭଳି କୌଣସି ବ୍ୟକ୍ତିଗତ କ୍ରୀଡ଼ାରେ ମେଣ୍ଟାଲ ହେଲ୍‌ଥର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଯଦି କୌଣସି ଖେଳାଳି ଗଣମାଧ୍ୟମଠାରୁ ଦୂରରେ ରହିବାକୁ ଚାହୁଁଛନ୍ତି ତେବେ ତାଙ୍କୁ ସେହି ଅଧିକାର ଦିଆଯିବା ଉଚିତ ବୋଲି କୈଫ୍‌ କହିଛନ୍ତି। ଜାପାନରେ ମଧ୍ୟ ଓସାକାଙ୍କ ନିଷ୍ପତ୍ତିକୁ ବହୁଳ ଭାବେ ସମର୍ଥନ କରାଯାଇଛି। ତାଙ୍କର ଏହି ନିଷ୍ପତ୍ତିକୁ ସାହସିକ ପଦକ୍ଷେପ ବୋଲି କୁହାଯାଇଛି। ତେବେ ଭାରତୀୟ ମହିଳା କ୍ରିକେଟର ମିଥାଲି ରାଜ ଏ ନେଇ ଭିନ୍ନମତ ପୋଷଣ କରିଛନ୍ତି। କେବେ ଖବରଦାତା ସମ୍ମିଳନୀ ନ ଯିବା କଥା ଚିନ୍ତା କରିନାହିଁ। ମହିଳା କ୍ରିକେଟର ସ୍ଥିତି ସେତେଟା ଭଲ ନାହିଁ। ତେଣୁ ମହିଳା କ୍ରିକେଟକୁ ଗଣମାଧ୍ୟମ ସହାୟତାର ଆବଶ୍ୟକତା ରହିଛି। ଏହାଦ୍ୱାରା କ୍ରିକେଟର ପ୍ରଚାର ଓ ପ୍ରସାର ହୋଇଥାଏ ବୋଲି ମିଥାଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଏଲ୍‌ଏସ୍‌ଜି ବିଜୟୀ…

ମୁମ୍ବାଇ, ୧୬।୪ : ଆଇପିଏଲ୍‌ ସିଜିନ୍‌ର ୧୫ତମ ସଂସ୍କରଣରେ ଶନିବାର ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ୍‌(ଏଲ୍‌ଏସ୍‌ଜି) ମୁମ୍ବାଇ ଇଣ୍ଡିଆନ୍ସ୍‌(ଏମ୍‌ଆଇ) ବିପକ୍ଷରେ ବିଜୟୀ ହୋଇଛି।  ମହାରାଷ୍ଟ୍ର ମୁମ୍ବାଇର ବ୍ରେବୋର୍ନ...

ଜଣେ ଲଙ୍ଗ ଜମ୍ପର, ଅଫିସିଆଲ ବାସନ୍ଦ

ମୋନାକୋ, ୧୦ା୧୨(ଏପି): ଗତବର୍ଷ ଟୋକିଓ ଅଲିମ୍ପିକ୍ସରେ ଜଣେ ଆଥ୍‌ଲେଟଙ୍କୁ ଯୋଗ୍ୟତା ହାସଲ କରାଇବାରେ ସହାୟତା କରିଥିବା ଅଭିଯୋଗରେ ଆଲ୍‌ବାନିଆର ଦୁଇଜଣ ଅଫିସିଆଲ ବାସନ୍ଦ ଦଣ୍ଡର ସମ୍ମୁଖୀନ...

ପୁରୁଷ ହକି ବିଶ୍ୱକପ୍‌: କ୍ବାର୍ଟର ଫାଇନାଲ୍‌ରେ ଜର୍ମାନୀ

ଭୁବନେଶ୍ବର,୨୩।୧: କଳିଙ୍ଗ ଷ୍ଟାଡିୟମରେ ସୋମବାର ଖେଳାଯାଇଥିବା ପୁରୁଷ ହକି ବିଶ୍ୱକପ୍‌ର କ୍ରସ୍‌ ଓଭର ମ୍ୟାଚ୍‌ରେ ଜର୍ମାନୀ ବିଜୟ ହୋଇଛି। ଫ୍ରାନ୍ସକୁ ୫-୧ ଗୋଲରେ ପରାସ୍ତ କରି...

ଜାତୀୟ ହକି ପାଇଁ ନୂଆ କାର୍ଯ୍ୟସୂଚୀ

ନୂଆଦିଲ୍ଲୀ, ୧୬।୩- କରୋନା ଭାଇରସ ସଂକ୍ରମଣ ଜନିତ ଗମ୍ଭୀର ପରିସ୍ଥିତିକୁ ଦୃଷ୍ଟିରେ ରଖି ହକି ଇଣ୍ଡିଆ ପକ୍ଷରୁ ଏପ୍ରିଲ ୧୦ରୁ ବିଭିନ୍ନ ଭେନ୍ୟୁରେ ଆରମ୍ଭ ହେବାକୁଥିବା...

ଭାରତର ରୋମାଞ୍ଚକ ବିଜୟ

ମୁମ୍ବାଇ, ୪।୧: ଦୀପକ ହୁଦା ଓ ଅକ୍ଷର ପଟେଲଙ୍କ ଦୃଢ଼ ବ୍ୟାଟିଂ ପରେ ପଦାର୍ପଣକାରୀ ଶିବମ୍‌ ମାଭିଙ୍କ ଚମତ୍କାର ବୋଲିଂ ବଳରେ ଭାରତ ମଙ୍ଗଳବାର ଅନୁଷ୍ଠିତ...

ଭାରତର ଅଲିମ୍ପିକ୍‌ ପ୍ରସ୍ତୁତିକୁ ଶକ୍ତ ଝଟ୍‌କା

ନୂଆଦିଲ୍ଲୀ,୨୩।୭(ପି.ଟି.): ବିଶ୍ୱ ନିଶା ନିବାରଣ ସଂସ୍ଥା (ଓ୍ବାଡା) ଦେଶର ନ୍ୟାଶନାଲ ଡୋପ୍‌ ଟେଷ୍ଟିଂ ଲାବରେଟୋରି (ଏନ୍‌ଡିଟିଏଲ୍‌) ଉପରେ ଜାରି କରିଥିବା ବାସନ୍ଦାଦେଶକୁ ଆଉ ୬ ମାସକୁ...

ବାରବାଟୀରେ ବିଶ୍ୱକପ୍‌ ମ୍ୟାଚ ହେବନି

କଟକ ଅଫିସ, ୧୬ା୨: ଆସନ୍ତା ଅକ୍ଟୋବର ୧୦ରୁ ଆରମ୍ଭ ହେବାକୁଥିବା ପୁରୁଷ କ୍ରିକେଟ ବିଶ୍ୱକପ୍‌ ମ୍ୟାଚ ବାରବାଟୀ ଷ୍ଟାଡିୟମରେ ହେବ ନାହିଁ। ଅନ୍ତର୍ଜାତୀୟ ବିମାନ ସେବା...

ଘରେ ସମାନ ବୟସର ଝିଅ ଥିବା ସତ୍ତ୍ୱେ ଏହି କ୍ରିକେଟରଙ୍କୁ ରହିବାକୁ ଦେଇଥିଲେ କୋଚ୍‌: ଏପରି ବଦଳି ଯାଇଥିଲା ଭାଗ୍ୟ

ନୂଆଦିଲ୍ଲୀ,୩।୭: ଭାରତୀୟ ଦଳରେ ଶାର୍ଦ୍ଦୁଳ ଠାକୁର ନିଜର ସ୍ଥାନ ନିର୍ଧାରିତ କରିଛନ୍ତି। ବିଶେଷକରି ଅଷ୍ଟ୍ରେଲିଆ ଗସ୍ତ ପରେ ମୁମ୍ବାଇ ର ଏହି ଅଲରାଉଣ୍ଡର କ୍ରିକେଟ ପ୍ରଶଂସକଙ୍କ...

Advertisement
Archives

Model This Week