ସହାୟତା ଅପେକ୍ଷାରେ ଅନାଥ ଭଉଣୀଭାଇ

ବିରିଡି,୨୯ା୪(ଡି.ଏନ୍‌.ଏ.): ଜଗତ୍‌ସିଂହପୁର ଜିଲା ବିରିଡି ବ୍ଲକ ଅନ୍ତର୍ଗତ ଶଙ୍ଖାରିସାହି ଗଁାର ରଘୁନାଥ ନାୟକ ଓ ପ୍ରଭାତିଙ୍କ ପରଲୋକ ପରେ ନାବାଳକ ଝିଅପୁଅ ଏବେ ଅନାଥ ହୋଇଯାଇଛନ୍ତି। ତାଙ୍କର ଭରଣପୋଷଣ ସହ ପାଠପଢାରେ ସହଯୋଗ କରିବାକୁ କେହି ନ ଥିବାରୁ ଭଉଣୀଭାଇ ସରକାରୀ ସାହାଯ୍ୟକୁ ଅନାଇ ବସିଛନ୍ତି। ଗତ ୭ବର୍ଷ ତଳେ ଏହି ଦୁଇ ପିଲାଙ୍କ ପିତା ରଘୁନାଥଙ୍କ ମୃତ୍ୟୁ ଘଟିଥିଲା। ଗତ ୧୯ ଦିନ ତଳେ ରଘୁନାଥଙ୍କ ସ୍ତ୍ରୀ ପ୍ରଭାତିଙ୍କ ହୃଦ୍‌ଘାତରେ ମୃତ୍ୟୁ ହୋଇଥିଲା। ଫଳରେ ପୁତ୍ର ରାକେଶ (୧୧) ଓ ଝିଅ ସସ୍ମିତା (୭) ଅସହାୟ ହୋଇପଡିଛନ୍ତି। ବର୍ତ୍ତମାନ ୨ ପିଲା ସେମାନଙ୍କ ପିଉସା କାହ୍ନୁ ବେହେରାଙ୍କ ଘରେ ରହିଛନ୍ତି। ଜଗତ୍‌ସିଂହପୁର ଜିଲା ଶିଶୁ ସୁରକ୍ଷା ବିଭାଗର କର୍ମକର୍ତ୍ତାମାନେ ଶଙ୍ଖାରିସାହିରେ ପହଞ୍ଚତ୍ ଅନାଥ ପିଲା ଦ୍ୱୟଙ୍କ ସମ୍ପର୍କରେ ପଚାରି ବୁଝିଥିଲେ। ହେଲେ କୌଣସି ସହାୟତା ପହଞ୍ଚତ୍ ନାହିଁ। ଅପରପକ୍ଷରେ ବିରିଡି ବ୍ଲକ ଅଢଙ୍ଗ ମଜୁରାଇର ଏକ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ସଭାପତି ଦେବୀ ପ୍ରସାଦ ତ୍ରିପାଠୀ ୨୦ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରିଛନ୍ତି। ମଙ୍ଗୁଲି ବସୁମାତା ପକ୍ଷରୁ ଦୁଇ ଅନାଥ ପିଲାଙ୍କୁ ମାଗଣାରେ ମାଟ୍ରିକ ପର୍ଯ୍ୟନ୍ତ ପାଠ ପଢାଇବା ସହ ସୁକନ୍ୟା ଯୋଜନାରେ ଝିଅକୁ ଆର୍ଥିକ ସହାୟତା ଦେବାକୁ ସମ୍ପାଦକ ଗୟାଧର ମହାନ୍ତି କହିଛନ୍ତି। ଖବରପାଇ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ ବୁଧବାର ରାତିରେ ଶଙ୍ଖାରିସାହିକୁ ଆସି ଦୁଇ ଅନାଥ ଶିଶୁଙ୍କ ଭଲ ମନ୍ଦ ପଚାରି ବୁଝିଥିଲେ। ତାଙ୍କ ସହ ବ୍ଲକ ଅଧ୍ୟକ୍ଷା ମମତା ପାତ୍ର, ସରପଞ୍ଚ ନିରଞ୍ଜନ ସେଠୀ, ଟ୍ରଷ୍ଟର ସଭାପତି ତ୍ରିପାଠୀ, ବସୁମାତାର ସମ୍ପାଦକ ଗୟାଧର ମହାନ୍ତି ବିଧାୟକଙ୍କ ସମ୍ମୁଖରେ ସହାୟତା ଘୋଷଣା କରିଥିଲେ। ପରେ ପୁରଣ ସରପଞ୍ଚ ଯୁଧିଷ୍ଠିର ବେହେରା ପହଞ୍ଚତ୍ ୨ ପିଲାଙ୍କୁ ୧ ହଜାର ଟଙ୍କା ଲେଖାଏ ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ବିଜେଡି ସଭାପତି ରବୀନ୍ଦ୍ର ରାଉଳ, ବିଜେଡି ଜିଲା ସମ୍ପାଦକ ପବିତ୍ର ପଶାୟତ, ପ୍ରଦୀପ୍ତ ଭୂୟଁା, ତୃପ୍ତି ରଞ୍ଜନ ରାୟ,ରବୀନ୍ଦ୍ର ସାହୁ, କେଦାରନାଥ ସାହୁ, ଶିବପ୍ରସାଦ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ। ସିଡିପିଓ ଗୌରୀ ଦେଈ କୁହନ୍ତି, ଏ ସମ୍ପର୍କରେ ଜିଲାପାଳ ପାରୁଲ ପଟଓ୍ବାରୀଙ୍କୁ ଅବଗତ କରାଯାଇଛି। ସେ ଯାହା କିଛି ବ୍ୟବସ୍ଥା ଗ୍ରହଣ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

କାହିଁକି ମିଳିଲାନି ବୈଭବ ସୂର୍ଯ୍ୟବଂଶୀଙ୍କୁ ଡେବ୍ୟୁର ସୁଯୋଗ? ନିରାଶ ହେଲେ ପ୍ରଶଂସକ

ନୂଆଦିଲ୍ଲୀ, ୨୬।୬: ଆୟରଲ୍ୟାଣ୍ଡ ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚ୍‌ରେ ଭାରତୀୟ କ୍ରିକେଟ୍ ପ୍ରେମୀଙ୍କୁ ସାମାନ୍ୟ ନିରାଶ ହେବାକୁ ପଡ଼ିଛି। ଦଳର ନୂଆ ଅଧିନାୟକ ଶ୍ରେୟସ ଆୟର ଟସ୍…

ବିଷାକ୍ତ ଛତୁ ଖାଇ ୩ ଶିଶୁ ଗୁରୁତର: କଲ୍ୟାଣସିଂହପୁର ମେଡିକାଲରେ ଭର୍ତ୍ତି, ଚିକିତ୍ସା ପରେ ଅବସ୍ଥା ସ୍ଥିର

କଲ୍ୟାଣସିଂହପୁର, ୨୬।୬ (ଦୀପକ କୁମାର ପରିଡା): ବିଷାକ୍ତ ଛତୁ ଖାଇ ୩ ଜଣ ଶିଶୁ ଗୁରୁତର ଅସୁସ୍ଥ ହୋଇ ପଡ଼ିଛନ୍ତି। ସେମାନଙ୍କୁ ଗୁରୁତର ଅବସ୍ଥାରେ କଲ୍ୟାଣସିଂହପୁର ଗୋଷ୍ଠୀ…

ବରଗଡ଼ରେ ଚାଞ୍ଚଲ୍ୟ: ଏ-କ୍ଲାସ୍ କଣ୍ଟ୍ରାକ୍ଟରଙ୍କୁ ବନ୍ଧୁକ ମୁନରେ ଧମକ, ଥାନାରେ ଏତଲା ପରେ…

ବରଗଡ଼, ୨୬।୬ (ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଏକ ସାଙ୍ଘାତିକ ଘଟଣା ସାମ୍ନାକୁ ଆସିଛି। ଜଣେ ଜଣାଶୁଣା ଏ-କ୍ଲାସ କଣ୍ଟ୍ରାକ୍ଟର ସୁଜୟ ଶ୍ରୀମନ୍ତ ବିଶିଙ୍କୁ ବନ୍ଧୁକ ମୁନରେ…

ପୋଡ଼ି ପାଉଁଶ ହେଲା ୩,୧୧୬ କିଲୋ ଗଞ୍ଜେଇ, NDPS ଆକ୍ଟ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ

ମୋହନା, ୨୬।୬ (ମନ୍ମଥ ମିଶ୍ର): ଗଜପତି ଜିଲା ରା. ଉଦୟଗିରି ଥାନା ପୋଲିସ ପକ୍ଷରୁ ଆଜି ମାଦକ ଦ୍ରବ୍ୟ କାରବାର ବିରୋଧରେ ଏକ ବଡ଼ ପଦକ୍ଷେପ ଗ୍ରହଣ…

ବାଣପୁରରେ ଦୁର୍ଘଟଣା: ଭାରସାମ୍ୟ ହରାଇ ବିଲ ମଝିକୁ ଓଲଟିଲା ଦ୍ରୁତଗାମୀ କାର୍, ୫ ମଦ୍ୟପ ଯୁବକ…

ବାଣପୁର, ୨୬।୬ (ଦିଲ୍ଲୀପ କୁମାର ସ୍ୱାଇଁ): ନାଚୁଣୀ ଥାନା ଅଧୀନ ଦେଓଗାଁ ଆଗୁଳଛକ ନିକଟ ବ୍ରିଜ୍‌ ପାଖରେ ଏକ ବଡ଼ ଧରଣର ସଡ଼କ ଦୁର୍ଘଟଣା ଘଟିଛି। ଏକ…

ଦୁବାଇରେ ହଠାତ ବାଜିଲା ସାଇରନ୍‌! ମିସାଇଲ୍‌ ଆକ୍ରମଣର ଚେତାବନୀ, ଖେଳିଗଲା ଆତଙ୍କ

ଦୁବାଇ,୨୬।୬: ସଂଯୁକ୍ତ ଆରବ ଏମିରେଟ୍ସ (UAE) କର୍ତ୍ତୃପକ୍ଷଙ୍କ ପକ୍ଷରୁ ଶୁକ୍ରବାର ଦିନ ଦୁବାଇ ପାଇଁ ଏକ ମିସାଇଲ ଆକ୍ରମଣର ସତର୍କ ସୂଚନା (Alert) ଜାରି କରାଯାଇଛି। ଏହାକୁ…

ଭାଜପାରେ ମିଶିଲେ ବିଜେଡି ନେତା କେଦାର ସ୍ୱାଇଁ

ଗଞ୍ଜାମ, ୨୬/୬ (ବିଦ୍ୟାଧର ସାହୁ): କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ୫୭ତମ ଜନ୍ମଦିନ ଅବସରରେ ଛତ୍ରପୁରରେ ଆୟୋଜିତ ମେଗା ରକ୍ତଦାନ ଶିବିରରେ ବିଜେଡି ନେତା ତଥା ପୂର୍ବତନ ସରପଞ୍ଚ…

ଚାଇନାର ୧୦୯ ମହଲା ବିଶିଷ୍ଟ ଅଟ୍ଟାଳିକା ‘CITIC  ଟାଓ୍ବାର’ ସହ ପିଟିହେଲା ବିମାନ, ସାମ୍ନାକୁ ଆସିଲା ଭୟଙ୍କର VIDEO

ବେଜିଂ,୨୬।୬: ଚାଇନାର ରାଜଧାନୀ ବେଜିଂରେ ଶୁକ୍ରବାର ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ବେଜିଂର ସବୁଠାରୁ ଉଚ୍ଚ ସ୍କାଈସ୍କ୍ରେପର (ଗଗନଚୁମ୍ବୀ ଅଟ୍ଟାଳିକା) ଅଟ୍ଟାଳିକା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri