ସହାୟତା ଅପେକ୍ଷାରେ ଅନାଥ ଭଉଣୀଭାଇ

ବିରିଡି,୨୯ା୪(ଡି.ଏନ୍‌.ଏ.): ଜଗତ୍‌ସିଂହପୁର ଜିଲା ବିରିଡି ବ୍ଲକ ଅନ୍ତର୍ଗତ ଶଙ୍ଖାରିସାହି ଗଁାର ରଘୁନାଥ ନାୟକ ଓ ପ୍ରଭାତିଙ୍କ ପରଲୋକ ପରେ ନାବାଳକ ଝିଅପୁଅ ଏବେ ଅନାଥ ହୋଇଯାଇଛନ୍ତି। ତାଙ୍କର ଭରଣପୋଷଣ ସହ ପାଠପଢାରେ ସହଯୋଗ କରିବାକୁ କେହି ନ ଥିବାରୁ ଭଉଣୀଭାଇ ସରକାରୀ ସାହାଯ୍ୟକୁ ଅନାଇ ବସିଛନ୍ତି। ଗତ ୭ବର୍ଷ ତଳେ ଏହି ଦୁଇ ପିଲାଙ୍କ ପିତା ରଘୁନାଥଙ୍କ ମୃତ୍ୟୁ ଘଟିଥିଲା। ଗତ ୧୯ ଦିନ ତଳେ ରଘୁନାଥଙ୍କ ସ୍ତ୍ରୀ ପ୍ରଭାତିଙ୍କ ହୃଦ୍‌ଘାତରେ ମୃତ୍ୟୁ ହୋଇଥିଲା। ଫଳରେ ପୁତ୍ର ରାକେଶ (୧୧) ଓ ଝିଅ ସସ୍ମିତା (୭) ଅସହାୟ ହୋଇପଡିଛନ୍ତି। ବର୍ତ୍ତମାନ ୨ ପିଲା ସେମାନଙ୍କ ପିଉସା କାହ୍ନୁ ବେହେରାଙ୍କ ଘରେ ରହିଛନ୍ତି। ଜଗତ୍‌ସିଂହପୁର ଜିଲା ଶିଶୁ ସୁରକ୍ଷା ବିଭାଗର କର୍ମକର୍ତ୍ତାମାନେ ଶଙ୍ଖାରିସାହିରେ ପହଞ୍ଚତ୍ ଅନାଥ ପିଲା ଦ୍ୱୟଙ୍କ ସମ୍ପର୍କରେ ପଚାରି ବୁଝିଥିଲେ। ହେଲେ କୌଣସି ସହାୟତା ପହଞ୍ଚତ୍ ନାହିଁ। ଅପରପକ୍ଷରେ ବିରିଡି ବ୍ଲକ ଅଢଙ୍ଗ ମଜୁରାଇର ଏକ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ସଭାପତି ଦେବୀ ପ୍ରସାଦ ତ୍ରିପାଠୀ ୨୦ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରିଛନ୍ତି। ମଙ୍ଗୁଲି ବସୁମାତା ପକ୍ଷରୁ ଦୁଇ ଅନାଥ ପିଲାଙ୍କୁ ମାଗଣାରେ ମାଟ୍ରିକ ପର୍ଯ୍ୟନ୍ତ ପାଠ ପଢାଇବା ସହ ସୁକନ୍ୟା ଯୋଜନାରେ ଝିଅକୁ ଆର୍ଥିକ ସହାୟତା ଦେବାକୁ ସମ୍ପାଦକ ଗୟାଧର ମହାନ୍ତି କହିଛନ୍ତି। ଖବରପାଇ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ ବୁଧବାର ରାତିରେ ଶଙ୍ଖାରିସାହିକୁ ଆସି ଦୁଇ ଅନାଥ ଶିଶୁଙ୍କ ଭଲ ମନ୍ଦ ପଚାରି ବୁଝିଥିଲେ। ତାଙ୍କ ସହ ବ୍ଲକ ଅଧ୍ୟକ୍ଷା ମମତା ପାତ୍ର, ସରପଞ୍ଚ ନିରଞ୍ଜନ ସେଠୀ, ଟ୍ରଷ୍ଟର ସଭାପତି ତ୍ରିପାଠୀ, ବସୁମାତାର ସମ୍ପାଦକ ଗୟାଧର ମହାନ୍ତି ବିଧାୟକଙ୍କ ସମ୍ମୁଖରେ ସହାୟତା ଘୋଷଣା କରିଥିଲେ। ପରେ ପୁରଣ ସରପଞ୍ଚ ଯୁଧିଷ୍ଠିର ବେହେରା ପହଞ୍ଚତ୍ ୨ ପିଲାଙ୍କୁ ୧ ହଜାର ଟଙ୍କା ଲେଖାଏ ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ବିଜେଡି ସଭାପତି ରବୀନ୍ଦ୍ର ରାଉଳ, ବିଜେଡି ଜିଲା ସମ୍ପାଦକ ପବିତ୍ର ପଶାୟତ, ପ୍ରଦୀପ୍ତ ଭୂୟଁା, ତୃପ୍ତି ରଞ୍ଜନ ରାୟ,ରବୀନ୍ଦ୍ର ସାହୁ, କେଦାରନାଥ ସାହୁ, ଶିବପ୍ରସାଦ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ। ସିଡିପିଓ ଗୌରୀ ଦେଈ କୁହନ୍ତି, ଏ ସମ୍ପର୍କରେ ଜିଲାପାଳ ପାରୁଲ ପଟଓ୍ବାରୀଙ୍କୁ ଅବଗତ କରାଯାଇଛି। ସେ ଯାହା କିଛି ବ୍ୟବସ୍ଥା ଗ୍ରହଣ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଗାଁ ମୁହାଁ ନିଆଁକୁ ଆୟତ୍ତ କଲେ କୁନିକୁନି ପିଲା

ପାଟଣା,୧ା୫(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଅଞ୍ଚଳରେ ଦିନକୁ ଦିନ ତାପମାତ୍ରା ବୃଦ୍ଧି ପାଉଛି। ସେହି ଅନୁପାତରେ ପାଟଣା ରେଞ୍ଜରେ ପ୍ରତି ଦିନ ଜଙ୍ଗଲ ନିଆଁ...

କଳାହାଣ୍ଡିରେ କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ, ଏମ୍‌ପି-ବିଧାୟକଙ୍କ ପାଇଁ କଲେ ଭୋଟ୍‌ ନିବେଦନ

ଭବାନୀପାଟଣା,୧ା୫(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ନିର୍ବାଚନ ମଣ୍ଡଳୀର ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଉଦେଶୃଙ୍ଗଠାରେ ବୁଧବାର ଭାଜପାର ପରିବର୍ତ୍ତନ ସଭା ଓ ମିଶ୍ରଣ ପର୍ବ...

କଳାହାଣ୍ଡିରେ କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ, ଏମ୍‌ପି-ବିଧାୟକଙ୍କ ପାଇଁ କଲେ ଭୋଟ୍‌ ନିବେଦନ

ଭବାନୀପାଟଣା,୧ା୫(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ନିର୍ବାଚନ ମଣ୍ଡଳୀର ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଉଦେଶୃଙ୍ଗଠାରେ ବୁଧବାର ଭାଜପାର ପରିବର୍ତ୍ତନ ସଭା ଓ ମିଶ୍ରଣ ପର୍ବ...

କୂଅରୁ ପାଣି କାଢ଼ୁଥିବା ବେଳେ କୂଅରେ ପଡି ବୃଦ୍ଧା ମୃତ

କୋରାପୁଟ,୧ା୫: (ଅମିତାଭ ବେହେରା ) ବୁଧବାର କୋରାପୁଟ ସହରର ହାଟ ପଦା ଅଂଚଳରେ ଏକ ଅଭାବନୀୟ ଘଟଣା ଘଟିଛି। କୂଅରୁ ପାଣି କାଢ଼ୁଥିବା ବେଳେ କୂଅରେ...

ପୋର୍ଟ ଭିତରୁ କୋଇଲା ଚାଲାଣ ଘଟଣା: ୫ ଜଣଙ୍କୁ ଗିରଫ କଲା ପୋଲିସ

ପାରାଦୀପ,୧ା୫(ଶରତ ରାଉତ): ପାରାଦୀପ ଆଦର୍ଶଥାନା ପୋଲିସ ୩ ଦିନର ତଦନ୍ତ ପରେ ବୁଧବାର ଚୋରା କୋଇଲା ଟ୍ରକ୍‌ ସମ୍ପର୍କରେ କାର୍ଯ୍ୟାନୁଷ୍ଠାନ ନେଇଛି। କେସ୍‌ ନଂ ୧୨୨/୨୪ରେ...

ବାଇକ୍‌ ସହ ପିଟିହେଲା ବାଇକ୍‌: ୨ ଜଣଙ୍କ ଜୀବନ ଗଲା, ୨ ଆହତ

ଛତ୍ରପୁର,୧ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅନ୍ତର୍ଗତ ବାଟ ଛତ୍ରପୁର ଗ୍ରାମ ନିକଟ କାଜୁ ଫ୍ୟାକ୍ଟରି ସମ୍ମୁଖ ରାଜପଥରେ ବାଇକ୍‌ ସହ ବାଇକ ଧକ୍କାରେ...

ଦଳିତ ପରିବାରରେ କେନ୍ଦ୍ର ମନ୍ତ୍ରୀଙ୍କ ଭୋଜନ

ଭବାନୀପାଟଣା,୧।୫ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଗୋଲାମୁଣ୍ଡା ବ୍ଲକ ଉଦେଶୃଙ୍ଗ ଠାରେ ବୁଧବାର ଭାଜପାର ମିଶ୍ରଣ ପର୍ବରେ କେନ୍ଦ୍ର ମନ୍ତ୍ରୀ ଭୁପେନ୍ଦ୍ର ସିଂହ ଯାଦବ...

ଭାଜପାରେ ଯୋଗଦେଲେ ପୂର୍ବତନ କଂଗ୍ରେସ ଲୋକ ସଭା ପ୍ରାର୍ଥୀ ଦୁଲାଲ ପ୍ରଧାନ

ସମ୍ବଲପୁର,୧ା୫: ଭାଜପାରେ ଯୋଗ ଦେଇଛନ୍ତି ପୂର୍ବତନ କଂଗ୍ରେସ ଲୋକ ସଭା ପ୍ରାର୍ଥୀ ଦୁଲାଲ ପ୍ରଧାନ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ‌ଙ୍କ ଉପସ୍ଥିତିରେ ଜିଲା ଭାଜପା କାର୍ଯ୍ୟାଳୟରେ ଅନୁଷ୍ଠିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri