ସ୍ବର୍ଗତ ପିତାଙ୍କ ଋଣ ଶୁଝିବାକୁ ଅନାଥ ପୁଅଙ୍କୁ ସମନ, ହସ୍ତକ୍ଷେପ କରିବାକୁ ରାଷ୍ଟ୍ରପତିଙ୍କୁ ନିବେଦନ

ସମ୍ବଲପୁର,୨୩।୩(ପ୍ରମୋଦ ବହିଦାର): ମା’ବାପା ଛେଉଣ୍ଡ ଦୁଇ ନାବାଳଙ୍କ ନାମରେ ଭାରତୀୟ ଷ୍ଟେଟ୍‌ବ୍ୟାଙ୍କ ବରଗଡ଼ ଶାଖା ପକ୍ଷରୁ ପିତାଙ୍କ ନାମରେ ଥିବା ଋଣ ଶୁଝିବାକୁ ସମନ ଜାରି କରାଯାଇଛି। ଏ ନେଇ ନାବାଳକ ଦ୍ୱୟ ପତ୍ର ମାଧ୍ୟମରେ ରାଷ୍ଟ୍ରପତି ଓ ଜାତୀୟ ମାନବାଧିକାର କମିଶନଙ୍କ ଦୃଷ୍ଟି ଆକର୍ଷଣ କରି ହସ୍ତକ୍ଷେପ ପାଇଁ ନିବେଦନ କରିଛନ୍ତି।

ମିଳିଥିବା ସୂଚନା ଅନୁସାରେ ବର୍ତ୍ତମାନ ମାମୁଁ ଘରେ ବୃଦ୍ଧ ଅଜାଙ୍କ ସହିତ ରହି ଗାଁ ସ୍କୁଲରେ ପାଠ ପଢ଼ୁଛନ୍ତି ପ୍ରତୀକ ପ୍ରିୟଦର୍ଶୀ ପୁଟା (୧୧) ଓ ପ୍ରାଜିତ ପ୍ରିୟଦର୍ଶୀ ପୁଟା (୭)। ସେମାନଙ୍କ ପିତା ବଲାଙ୍ଗୀର ଜିଲା ପଲସାପଦର ଗ୍ରାମର ବିଧୁ ଭୂଷଣ ପୁଟା ବରଗଡ଼ରେ ଜଣେ ସରକାରୀ କର୍ମଚାରୀ ଭାବେ କାର୍ଯ୍ୟ କରୁଥିଲେ। ୨୦୨୦ କୋଭିଡ୍‌ କାଳରେ ତାଙ୍କର ମୃତ୍ୟୁ ଘଟିଥିବା ବେଳେ ଏକବର୍ଷର ବ୍ୟବଧାନରେ ସେମାନଙ୍କ ମାତାଙ୍କ ମଧ୍ୟ ମୃତ୍ୟୁ ଘଟିଥିଲା। ଏପରି କି କିଛିଦିନ ପରେ ସେମାନଙ୍କ ଜେଜେବାପା ମଧ୍ୟ ସେମାନଙ୍କୁ ଛାଡ଼ି ଆରପାରିକୁ ଚାଲିଗଲେ। ନାବାଳକ ଦ୍ୱୟଙ୍କୁ ସେମାନଙ୍କ ମାତାଙ୍କ ପିତା (୭୨) ଆସି ନିଜ ଘର ସମ୍ବଲପୁର ଜିଲା କେନାଢ଼ିପାକୁ ନେଇ ଭରଣପୋଷଣ କରୁଛନ୍ତି।

ଏଭଳି ପରିସ୍ଥିତିରେ ୨୦୨୪ ଜାନୁଆରୀ ୩୦ରେ ପ୍ରତିକ ଓ ପ୍ରାଜିତଙ୍କ ନାମରେ ଭାରତୀୟ ଷ୍ଟେଟବ୍ୟାଙ୍କ ବରଗଡ଼ ଶାଖାରୁ ଏକ କୋର୍ଟ ନୋଟିସ ଆସିଥିଲା। ଏହି ନୋଟିସ ଦେଖି ସେମାନଙ୍କ ଅଜା ଜାଣିବାକୁ ପାଇଲେ ଯେ, ୨୦୧୮ରେ ବିଧୁଭୂଷଣ ବରଗଡ଼ରେ କାର୍ଯ୍ୟରତ ଥିବା ସମୟରେ ଭାରତୀୟ ଷ୍ଟେଟବ୍ୟାଙ୍କରୁ ଋଣ ନେଇଥିଲେ, ଯାହା ବର୍ତ୍ତମାନ ସୁଧମୂଳ ମିଶି ୪ ଲକ୍ଷ ୯୯ ହଜାର ପାଖାପାଖି ହୋଇଛି। ଏହାକୁ ପରିଶୋଧ କରିବା ପାଇଁ ତାଙ୍କ ନାବାଳକ ନାତିଦ୍ୱୟଙ୍କ ନାମରେ ଏହି ନୋଟିସ ଜାରି କରାଯାଇ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି।

କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଉଭୟେ ବୃଦ୍ଧ ଅଜାଙ୍କ ସହିତ କୋର୍ଟରେ ହାଜର ହୋଇଥିଲେ। ସେମାନଙ୍କୁ ଦେଖି କୋର୍ଟରେ ସମସ୍ତ କର୍ମଚାରୀ ଆଶ୍ଚର୍ଯ୍ୟ ଚକିତ ହୋଇଯାଇଥିଲେ। ଋଣ ଶୁଣିବାକୁ ଅକ୍ଷମ ଓ ନାବାଳକ ଦ୍ୱୟଙ୍କ ନିକଟକୁ କୋର୍ଟ ସମନ ନେଇ ଦୁଇ ଭାଇ ସେମାନଙ୍କ ପିତାଙ୍କ ଋଣକୁ ଛାଡ଼ କରି ନ୍ୟାୟ ପ୍ରଦାନ କରିବାକୁ ରାଷ୍ଟ୍ରପିତ ଓ ଜାତୀୟ ମାନବାଧିକାର କମିଶନଙ୍କ ନିକଟକୁ ପତ୍ର ଲେଖିଛନ୍ତି।

 

 


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକାଙ୍କୁ ବ୍ଲାକମେଲିଂ: ଫେକ ଆକାଉଣ୍ଟ ଖୋଲି ଛାଡୁଥିଲେ…

ଜଗତ୍‌ସିଂହପୁର,୩୧ା୧(ପ୍ରମୋଦ କୁମାର ନାୟକ): ଜଗତ୍‌ସିଂହପୁର ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ବ୍ଲାକ ମେଲିଂ ଅଭିଯୋଗରେ ଜଣେ ଯୁବକ ଗିରଫ ହୋଇଛନ୍ତି। ସେ ହେଲେ କେନ୍ଦୁଝର ଜିଲା ନନ୍ଦିପଡ଼ା…

୧୯ବର୍ଷରୁ କମ୍‌ ସାଫ୍‌ ମହିଳା ଫୁଟ୍‌ବଲ: ବିଜୟ ସହ ଭାରତର ଅଭିଯାନ ଆରମ୍ଭ

ପୋଖରା, ୩୧ା୧:ସ୍ଥାନୀୟ ପୋଖାରା ରଙ୍ଗଶାଂଳା ଷ୍ଟାଡିୟମରେ ଆୟୋଜକ ନେପାଳ ବିପକ୍ଷରେ ୧-୦ ଗୋଲ୍‌ରେ ବିଜୟ ହାସଲ କରି ଭାରତ ୧୯ ବର୍ଷରୁ କମ୍‌ ସାଫ୍‌ ମହିଳା ଫୁଟ୍‌ବଲ…

ମାଗଣାରେ ରୋଗୀଙ୍କୁ ମେଡିକାଲ ନେବାକୁ ନିଆରା ପ୍ରୟାସ: ଅଟୋ ଶୁଭାରମ୍ଭ କଲେ ବିଡିଓ

ବିଷମକଟକ,୩୧।୧ (ପ୍ରସନ୍ନ କୁମାର ପଣ୍ଡା) : ରାୟଗଡ଼ା ଜିଲା ବିଷମକଟକ ବ୍ଲକ୍‌ ଅନ୍ତର୍ଗତ ହାଟ ମୁନିଗୁଡ଼ା ପଞ୍ଚାୟତରେ ରୋଗୀ ସେବା ଯୋଗାଇଦେବାକ ଏକ ଛୋଟ ପ୍ରୟାସ କରାଯାଇଛି।…

ନଳିନୀ ବିଦ୍ୟା ମନ୍ଦିରରେ ଝାଡ଼ାବାନ୍ତି ଆତଙ୍କ: ଜଣେ ଛାତ୍ରୀ ମୃତ, ୪୦ ଗୁରୁତର

ବିଷମ କଟକ, ୩୧।୧(ପ୍ରସନ୍ନ କୁମାର ପଣ୍ଡା): ରାୟଗଡ଼ା ଜିଲା ବିଷମକଟକ ବ୍ଲକ୍‌ ଅନ୍ତର୍ଗତ ଚାଟିକଣା ପଞ୍ଚାୟତରେ ମଙ୍ଗଳ ବିଭାଗ ଦ୍ୱାରା ପରିଚାଳନିତ ନଳିନୀ ବିଦ୍ୟାମନ୍ଦିରର ହଷ୍ଟେଲରେ ଶୁକ୍ରବାରଠାରୁ…

ଖଣି ଭୁଶୁଡ଼ି ଚାଲିଗଲା ୨୦୦ ଲୋକଙ୍କ ଜୀବନ, ପଶି ରହିଛନ୍ତି ଅନେକ…

ଗୋମା(କଙ୍ଗୋ),୩୧ା୧ପୂର୍ବ କଙ୍ଗୋର କୋଲଟାନ ଖଣି ଅଞ୍ଚଳରେ କେତେକ ଖଣି ଭୁଶୁଡ଼ିପଡ଼ିବାରୁ ଅନୂ୍ୟନ ୨୦୦ ଲୋକଙ୍କ ମୃତ୍ୟୁ ଘଟିଥିବା ଶନିବାର ବିଦ୍ରୋହୀ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଏମ୍‌୨୩…

ଦାରିଙ୍ଗବାଡ଼ି ପ୍ରଶଂସାରେ ଶତମୁଖ ବିଦେଶୀ ପର୍ଯ୍ୟଟକ: ସାଇକେଲରେ ବୁଲିଲେ, ଇକୋ ରିଟ୍ରିଟ୍‌ରେ…

ଦାରିଙ୍ଗବାଡି, ୩୧।୧ (ଅରୁଣ ସାହୁ): ଓଡ଼ିଶାର ଅନ୍ୟତମ ପର୍ଯ୍ୟଟନ କ୍ଷେତ୍ର ମଧ୍ୟରୁ କନ୍ଧମାଳ ଜିଲା ଦାରିଙ୍ଗବାଡି ଗୋଟିଏ। ଏଠାକୁ ବୁଲି ଆସିବାକୁ ବିଦେଶୀ ପର୍ଯ୍ୟଟକଙ୍କ ଆଗ୍ରହ ପୁଣି…

ଅନାସ୍ଥା ପରେ ଖାଲି ପଡ଼ିଥିଲା ଗୁଡ଼ାରି ବ୍ଲକ ଅଧ୍ୟକ୍ଷା ପଦ: ଉପାଧ୍ୟକ୍ଷ ବିଶ୍ୱନାଥଙ୍କୁ ମିଳିଲା ଅତିରିକ୍ତ ଦାୟିତ୍ୱ

ଗୁଣପୁର,୩୧।୧(ସଂକେତ ପାତ୍ର)- ଅନାସ୍ଥା ପ୍ରସ୍ତାବ ଗୃହୀତ ହେବା ପରେ ଲକ୍ଷ୍ମୀ ଶବରଙ୍କ ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ ଅଧ୍ୟକ୍ଷା ପଦ ଗତ ୨୨ତାରିଖର ରଦ୍ଦ ହୋଇଥିଲା। ଏହାପରେ…

ଖାଦ୍ୟ ପରିବେଷଣରେ ବିଳମ୍ବ ହେବାରୁ ସଂଘର୍ଷ: ଗଡ଼ିଲା ୨ ମୁଣ୍ଡ

ଗାଜିଆବାଦ,୩୧ା୧: ଗାଜିଆବାଦର ଏକ ଭୋଜନାଳୟରେ ଖାଦ୍ୟ ପରିବେଷଣରେ ବିଳମ୍ବକୁ ନେଇ ବିବାଦ ଦେଖାଦେବା ସହ ଛୁରାମାଡ଼ରେ ୨ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ଅନ୍ୟ ଜଣେ ଗୁରୁତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri