ମଙ୍ଗଳବାର ଶ୍ରୀ ଜଗନ୍ନାଥ ମନ୍ଦିରରେ ସକାଳ ୧୦ ପରେ ଦର୍ଶନ ବନ୍ଦ

ପୁରୀ,୨୨।୯: ପୁରୀ ଜଗନ୍ନାଥ ମନ୍ଦିରର ରତ୍ନ ଭଣ୍ଡାରରେ ସଂରକ୍ଷିତ ମୂଲ୍ୟବାନ ଅଳଙ୍କାର ଓ ସମ୍ପତ୍ତି, ଯାହା ଗତ ବର୍ଷ ଜୁଲାଇରେ ମନ୍ଦିର ପରିସରରେ ଏକ ଅସ୍ଥାୟୀ ଭଣ୍ଡାରକୁ ସ୍ଥାନାନ୍ତର କରାଯାଇଥିଲା, ଆସନ୍ତାକାଲି (ମଙ୍ଗଳବାର, ୨୩ ସେପ୍ଟେମ୍ବର) ପୁନର୍ବାର ରତ୍ନ ଭଣ୍ଡାରକୁ ଫେରାଯିବ। ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ (ଏସଜେଟିଏ) ଏହା ଘୋଷଣା କରିଛି।

ରତ୍ନ ଭଣ୍ଡାରର ମରାମତି କାର୍ଯ୍ୟ ସମାପ୍ତ ହୋଇଛି। ରାଜ୍ୟ ସରକାରଙ୍କ ଅନୁମୋଦିତ ମାନକ ପ୍ରଚାଳନ ପ୍ରଣାଳୀ (ଏସଓପି) ଅନୁଯାୟୀ ଅଳଙ୍କାର ଓ ମୂଲ୍ୟବାନ ସମ୍ପତ୍ତି ରତ୍ନ ଭଣ୍ଡାରକୁ ସ୍ଥାନାନ୍ତର କରାଯିବ। ଏହି ପ୍ରକ୍ରିୟା ସୁଗମ କରିବା ପାଇଁ ମଙ୍ଗଳବାର ସକାଳ ୧୦ ପରେ ମନ୍ଦିରରେ ଭକ୍ତଙ୍କ ପ୍ରବେଶ ବନ୍ଦ ରହିବ।

ଏସଜେଟିଏ କହିଛି, “ଅଳଙ୍କାର ସ୍ଥାନାନ୍ତର ପୂର୍ବରୁ ନାଟମଣ୍ଡପ ଓ ଜଗମୋହନରେ ପରିଷ୍କାର କାର୍ଯ୍ୟ ହେବ। ମଙ୍ଗଳବାର ମୁଖ୍ୟ ମନ୍ଦିର ଓ ଝୁଲନ ମଣ୍ଡପରେ ଭକ୍ତଙ୍କ ପ୍ରବେଶ ନିଷିଦ୍ଧ ରହିବ।” ତେବେ, ଭକ୍ତମାନେ ମନ୍ଦିର ପରିସରରେ ଅନନ୍ଦ ବଜାରରୁ ମହାପ୍ରସାଦ ଗ୍ରହଣ କରିପାରିବେ। ଅଳଙ୍କାର ସ୍ଥାନାନ୍ତର ସମାପ୍ତ ହେବା ପରେ ପ୍ରବେଶ ନିଷେଧାଜ୍ଞା ଉଠାଇ ନିଆଯିବ ବୋଲି ଏସଜେଟିଏ ସୂଚନା ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନର ସର୍ତ୍ତ ପୂରଣ ହେଲେ ହର୍ମୁଜ ପ୍ରଣାଳୀରୁ ବାହାରିବ ଜହାଜ, ନୂଆ ସର୍ତ୍ତକୁ ନେଇ ଚିନ୍ତାରେ ପଡିଲାଣି ସାରା ବିଶ୍ୱ

ତେହରାନ,୨୧।୬: ଆମେରିକା ଏବଂ ଇରାନ ମଧ୍ୟରେ ଚୁକ୍ତିନାମା ପରେ, ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ପଥ ମଧ୍ୟରୁ ଗୋଟିଏ ହର୍ମୁଜ ପ୍ରଣାଳୀକୁ ବାଣିଜ୍ୟିକ ଜାହାଜ ପାଇଁ ପୁନଃ…

International Yoga Day: ୩୫୦୦୦ ଲୋକଙ୍କ ସହ ଯୋଗ କଲେ ମୋଦି, କୋଲକାତାରେ ଭବ୍ୟ ଆୟୋଜନ

କୋଲକାତା,୨୧।୬: ଆଜି ଅନ୍ତର୍ଜାତୀୟ ଯୋଗ ଦିବସ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୋଲକାତାର ରେଡ ରୋଡରେ ଆୟୋଜିତ ଦ୍ୱାଦଶ ଅନ୍ତର୍ଜାତୀୟ ଯୋଗ ଦିବସ କାର୍ଯ୍ୟକ୍ରମରେ…

ରକ୍ଷକ ପାଲଟିବେ ଲୁଟେରା! ପ୍ରଥମେ କହିଥିଲେ ହର୍ମୁଜ ପ୍ରଣାଳୀ ମୁକ୍ତ ରହିବ, ଏବେ ଟ୍ରମ୍ପ କହୁଛନ୍ତି…

ଓ୍ବାଶିଂଟନ,୨୧।୬: ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଚୁକ୍ତିନାମା ସମ୍ପର୍କରେ ଆଲୋଚନା ଚାଲିଛି, କିନ୍ତୁ ଏହା ମଧ୍ୟରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂଆ ପଦକ୍ଷେପ…

ଏନ୍‌ଇଇଟି-ୟୁଜି ପୁନଃ ପରୀକ୍ଷା ଆଜି, ୨୨ ଲକ୍ଷରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର…

ନୂଆଦିଲ୍ଲୀ,୨୧।୬(ପି.ଟି.): ରବିବାର ଅନୁଷ୍ଠିତ ହେବାକୁ ଥିବା ଡାକ୍ତରୀ ଶିକ୍ଷା ପ୍ରବେଶିକା ପରୀକ୍ଷା (ଏନ୍‌ଇଇଟି-ୟୁଜି)କୁ ନିର୍ବିଘ୍ନ, ସୁରକ୍ଷିତ ଓ ସ୍ବଚ୍ଛ ଭାବେ ସମ୍ପାଦନ କରିବା ପାଇଁ ଶନିବାର ଦେଶବ୍ୟାପୀ…

ଧର୍ମେନ୍ଦ୍ର ଇସ୍ତଫା ନ ଦେବା ଯାଏ ଯନ୍ତରମନ୍ତର ଛାଡ଼ିବୁନୁ: ଦୀପ୍‌କେ

ନୂଆଦିଲ୍ଲୀ,୨୧।୬(ପି.ଟି.): କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ନ ଦେବା ଯାଏ ନୂଆଦିଲ୍ଲୀର ଯନ୍ତରମନ୍ତର ଛାଡ଼ିବେ ନାହିଁ ବୋଲି କକ୍‌ରୋଚ୍‌ ଜନତା ପାର୍ଟି (ସିଜେପି) ପ୍ରତିଷ୍ଠାତା ଅଭିଜିତ…

୧ରେ ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ: ୨୪ରେ ୧ ଘଣ୍ଟିଆ ଓପିଡି ସେବା ବନ୍ଦ

ଭୁବନେଶ୍ୱର, ୨୧ା୬ (ବନ୍ଦନା ସେଠୀ): ଅନ୍ତର୍ଜାତୀୟ ଡାକ୍ତର ଦିବସ ଅବସରରେ ଜୁଲାଇ ୧ରେ କାର୍ଯ୍ୟ ବନ୍ଦ ଆନ୍ଦୋଳନର ଆହ୍ବାନ ଦେଇଛି ଓଡ଼ିଶା ମେଡିକାଲ ସର୍ଭିସେସ୍‌ ଆସୋସିଏଶନ (ଓମ୍‌ସା)।…

ଏସ୍‌ଆଇଆର୍‌ରେ ଆଠମଲ୍ଲିକ ରାଜ୍ୟରେ ପ୍ରଥମ

ଆଠମଲ୍ଲିକ,୨୧ା୬(ଉଦୀପ୍ତ ପୁରୋହିତ) ଅନୁଗୋଳ ଜିଲା ଆଠମଲ୍ଲିକ ଉପଜିଲାପାଳ ତଥା ନିର୍ବାଚନ ପଞ୍ଜୀକରଣ ଅଧିକାରୀ ଉପେନ୍ଦ୍ର ଲୁହାଙ୍କ ନେତୃତ୍ୱରେ ଚାଲିଥିବା ସ୍ବତନ୍ତ୍ର ସଂଘନ ସଂଶୋଧନ (ଏସ୍‌ଆଇଆର୍‌) ୨୦୨୬ କାର୍ଯ୍ୟକ୍ରମ…

ଭବାନୀପାଟଣା: ଜଜ୍‌ଙ୍କ ବାସଭବନ ପରେ ମେଡିକାଲ ପଛପଟେ ବୁଲୁଛି ଜଙ୍ଗଲୀ ଭାଲୁ, ଉଦ୍ଧାର କାର୍ଯ୍ୟରେ…

ଭବାନୀପାଟଣା, ,୨୦।୬(ଉତ୍ତମ କୁମାର ଦାଶ)- କଳାହାଣ୍ଡି ଜିଲା ଭବାନୀପାଟଣା ସହରରେ ଜଙ୍ଗଲୀ ଭାଲୁ ପଶିଆସିବା ଯୋଗୁ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ତୀବ୍ର ଆତଙ୍କ ପ୍ରକାଶ ପାଇଛି। ଶନିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri