ଓଡ଼ିଆକୁ ପୋଲିସର ଅଣଦେଖା

ଭୁବନେଶ୍ୱର,୨୭।୧୧(ବ୍ୟୁରୋ): ଓଡ଼ିଆ ଭାଷାରେ ଓଡ଼ିଶା ଶାସନ ହେବ। ଆଇନ ଉଲ୍ଲଂଘନକାରୀଙ୍କ ପାଇଁ ଦଣ୍ଡବିଧାନ ନିମନ୍ତେ ଓଡ଼ିଶା ସରକାରୀ ଭାଷା (ସଂଶୋଧନ) ଆଇନ-୨୦୧୮ ଗୃହୀତ ହୋଇଛି। ହେଲେ ଉକ୍ତ ଆଇନର ଖୋଲାଖୋଲି ଉଲ୍ଲଂଘନ ହେଉଥିବା ଦେଖିବାକୁ ମିଳୁଛି। ଉଲ୍ଲଂଘନକାରୀଙ୍କ ବିରୋଧରେ ପ୍ରତିବାଦ କିମ୍ବା କୌଣସି ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ନିଆଯାଉ ନ ଥିବାରୁ ଅନେକ ସରକାରୀ କାର୍ଯ୍ୟକ୍ରମରେ ଓଡ଼ିଆ ପରିବର୍ତ୍ତେ ହିନ୍ଦୀ ଭାଷାର ବ୍ୟବହାର କରାଯାଉଛି। ଖୋଦ୍‌ ରାଜଧାନୀରେ ଏଭଳି ବ୍ୟତିକ୍ରମ ଦେଖିବାକୁ ମିଳୁଛି। କମିଶନରେଟ ପୋଲିସର ବିଭିନ୍ନ ଟ୍ରାଫିକ ପୋଷ୍ଟରେ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ ପକ୍ଷରୁ ଜନସାଧାରଣଙ୍କୁ ଟ୍ରାଫିକ୍‌ ସଚେତନତା ବାର୍ତ୍ତା ଦିଆଯାଉଛି। ହେଲେ ଏହି ବାର୍ତ୍ତା ଓଡ଼ିଆ ପରିବର୍ତ୍ତେ ହିନ୍ଦୀ ଭାଷାରେ ଦିଆଯାଉଛି। ହିନ୍ଦୀ ଭାଷା ଓଡ଼ିଶାବାସୀଙ୍କ ପାଇଁ କେତଦୂର ଗ୍ରହଣୀୟ, ତାହାକୁ ତର୍ଜମା କରିବାର ଅଛି। ଓଡ଼ିଆ ଭାଷାର ସୁରକ୍ଷା ପାଇଁ ଏହା କେତେ ମାତ୍ରାରେ କାର୍ଯ୍ୟକାରୀ ହେବ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେବେ ଏହାକୁ ନେଇ ବୁଦ୍ଧିଜୀବୀ ଓ ଜନସାଧାରଣ ଭିନ୍ନ ପ୍ରତିକ୍ରିୟା ଦେବା ସହ ଏଥିରେ ସୁଧାର ଦାବି କରିଛନ୍ତି।
ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ ପକ୍ଷରୁ ରାଜଧାନୀରେ ସମନ୍ବିତ ଟ୍ରାଫିକ୍‌ ପରିଚାଳନା ବ୍ୟବସ୍ଥା ବା ଇଣ୍ଟିଗ୍ରେଟେଡ ଟ୍ରାଫିକ ମ୍ୟାନେଜମେଣ୍ଟ ସିଷ୍ଟମ(ଆଇଟିଏମ୍‌ଏସ୍‌) ସହରର ପ୍ରମୁଖ ୩୦ଟି ଛକରେ କିଛି ଦିନ ପରେ ଆରମ୍ଭ ହେବାକୁ ଯାଉଛି। ଯାହାକି ଦ୍ରୁତ ଓ ବିପରୀତ ଦିଗରେ ଗାଡ଼ିଚାଳନା ଏବଂ ଟ୍ରାଫିକ ନିୟମ ଉଲ୍ଲଂଘନକରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇପାରିବ। ଏହି ବ୍ୟବସ୍ଥା ଦ୍ୱାରା ଉଲ୍ଲଂଘନକାରୀଙ୍କ ନିକଟକୁ ତୁରନ୍ତ ମୋବାଇଲ ନମ୍ବର କିମ୍ବା ଗାଡ଼ି ମାଲିକଙ୍କ ଠିକଣାରେ ଜରିମାନା ନୋଟିସ ପଠାଯାଇପାରିବ। ଅଧିକାଂଶ ଲୋକ ଏହି ବ୍ୟବସ୍ଥା ସମ୍ପର୍କରେ ସଚେତନ ହୋଇନାହାନ୍ତି। ଫଳରେ ସେମାନେ ବହୁ ଜରିମାନା ଦେବାର ଶିକାର ହେବେ। ତେଣୁ ଏହି ବ୍ୟବସ୍ଥାକୁ କାର୍ଯ୍ୟକରୀ କରାଯିବା ପୂର୍ବରୁ ଜନସାଧାରଣଙ୍କୁ କମିଶନରେଟ ପୋଲିସ ପକ୍ଷରୁ ସଚେତନ କରାଯାଉଛି। ହେଲେ ଏହି ସଚେତନତା ବାର୍ତ୍ତା ଓଡ଼ିଆରେ ଦେବା ପରିବର୍ତ୍ତେ ହିନ୍ଦୀରେ ଦିଆଯାଉଛି, ଯାହାକୁ ନେଇ ସ୍ଥାନୀୟ ବାସିନ୍ଦା ଓ ବୁଦ୍ଧିଜୀବୀ ମହଲରେ ନିନ୍ଦା କରାଯାଇଛି।
ରାଜଧାନୀରେ ଏକ ଆଇଟି ସଂସ୍ଥାରେ କାର୍ଯ୍ୟ କରୁଥିବା ପ୍ରିୟଙ୍କା ବାରିକ କହିଛନ୍ତି, ଯଦି ଏପରି ହିନ୍ଦୀ ଭାଷାରେ ସଚେତନତା କାର୍ଯ୍ୟକ୍ରମ କରାଯିବ, ତେବେ ଆମେ ଆମ ଭାଷା ଠାରୁ ଦୁରେଇ ଯିବା। ଏହା ଆମ ମାତୃଭୂମିର ଭାଷା ପ୍ରତି ଅପମାନ ହେଉଛି। ଜନସାଧାରଣ ଏପରି ହିନ୍ଦୀ ସଚେତନତା ବାର୍ତ୍ତାରେ ଅଭ୍ୟସ୍ତ ହେଲେ ଆଗାମୀ ପିଢ଼ି ଉପରେ ଏହାର ପ୍ରଭାବ ପଡ଼ିବା ସହ ଆମ ଭାଷା ପ୍ରତି ବିପଦ ବଢୁଛି।
ସେହିପରି ନୟାପଲ୍ଲୀ ଅଞ୍ଚଳର ବରିଷ୍ଠ ନାଗରିକ ପ୍ରଶାନ୍ତ କୁମାର ଦାସ କହିଛନ୍ତି, ହିନ୍ଦୀରେ ସଚେତନତାକୁ ଅନେକ ଲୋକ ସହଜରେ ଗ୍ରହଣ କରିପାରିବେ ନାହିଁ। କାରଣ ଅଧିକାଂଶ ଲୋକେ ହିନ୍ଦୀ ବୁଝନ୍ତି ନାହିଁ। ତେଣୁ ଏଠାରେ ଓଡ଼ିଆରେ ସଚେତନ କରାଗଲେ ଅଧିକ ଫଳପ୍ରଦ ହେବା ସହ ଆମ ଭାଷାର ମାନ ବଢ଼ିବ।
ସ୍ତମ୍ଭକାର ଜାନକିସ୍‌ ବଡ଼ପଣ୍ଡା କହିଛନ୍ତି, ଓଡିଶା ସରକାର ଓଡ଼ିଆରେ ଶାସନ କରିବା ପାଇଁ ଆଇନ ପ୍ରଣୟନ କରିଛନ୍ତି। ଉକ୍ତ ଆଇନରେ ଦଣ୍ଡ ବିଧାନ ବ୍ୟବସ୍ଥା ରହିଥିଲେ ମଧ୍ୟ ତାହାକୁ ଲାଗୁ କରାଯାଉ ନାହିଁ। ବଡ଼ ଦୁର୍ଭାଗ୍ୟର କଥା ବିଭିନ୍ନ ସରକାରୀ ବିଭାଗ ଏହାକୁ ଅମାନ୍ୟ କରୁଛନ୍ତି। ଆମେ ଓଡ଼ିଆମାନେ ଯେହେତୁ ଏହାର ପ୍ରତିବାଦ କରୁଜ୍‌ନାହୁଁ, ସେଥିପାଇଁ ନିୟମ ଉଲ୍ଲଂଘନକାରୀମାନେ ଏଭଳି କାର୍ଯ୍ୟକ୍ରମକୁ ଅଧିକରୁ ଅଧିକ ଆଗେଇ ନେବା ପାଇଁ ସାହାସ ପାଉଛନ୍ତି।

 

ଜ୍ୟୋତିରଞ୍ଜନ ମହାପାତ୍ର


Enter your email to get our daily news in your inbox.

All Right Reserved By Dharitri.Com

କୋର୍ଟକୁ ବୋମା ପକାଇ ଉଡ଼ାଇ ଦେବାକୁ ଧମକ: ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

କେନ୍ଦୁଝର,୩।୩(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା କୋର୍ଟକୁ ବୋମା ପକାଇ ଉଡ଼ାଇ ଦେବାକୁ ସନ୍ଦେହପୂର୍ଣ୍ଣ ଇ-ମେଲ ଆସିବା ପରେ ଆଜି ପୋଲିସ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି।…

ସ୍କୁଲ ହଷ୍ଟେଲରେ ଆଖିବୁଜିଲେ ଛାତ୍ରୀ: ସାଂଘାତିକ ଅଭିଯୋଗ ଆଣିଲେ ପରିବାର

ରାୟଗଡା,୩/୩(ଆଶିଷ ରଞ୍ଜନ ପଣ୍ଡା): ରାୟଗଡା ଜିଲା ମୁନିଗୁଡା ବ୍ଲକ ଅନ୍ତର୍ଗତ ଅମ୍ବାଦଳା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ହଷ୍ଟେଲରେ ରହି ପାଠ ପଢୁଥିବା ଜଣେ ଛାତ୍ରୀଙ୍କ ମୃତ୍ୟୁ…

ରାଜ୍ୟସଭା ନିର୍ବାଚନ: ବୈଠକକୁ କାହିଁକି ଆସିଲେନି କଂଗ୍ରେସର ୨ ବିଧାୟକ, କହିଲେ…

ଭୁବନେଶ୍ୱର,୩।୩: କାହିଁକି ବିଧାୟକ ବୈଠକରେ ପହଞ୍ଚି ପାରିଲେନି ସାନଖେମୁଣ୍ଡି ବିଧାୟକ ରମେଶ ଜେନା କହିଲେ କାରଣ । ସେ କହିଛନ୍ତି, ପୂର୍ବ ସ୍ଥିରୀକୃତ କାର୍ଯ୍ୟ ପାଇଁ ବିଳମ୍ବ…

ଛେଳି ଚୋରିକୁ ନେଇ କଙ୍ଗାରୁ କୋର୍ଟ: ନବମ ଶ୍ରେଣୀ ଛାତ୍ରଙ୍କ ଗଲା ଜୀବନ, ୧୨ ଗ୍ରାମବାସୀ ଗିରଫ

ବାରିପଦା,୩।୩ (ନୀଳାଦ୍ରି ବିହାରୀ ଦଣ୍ଡପାଟ): ଛେଳି ଚୋରକୁ ନେଇ କଙ୍ଗାରୁ କୋର୍ଟ। ଘଟଣାକୁ ନେଇ ଦୁଇ ଜଣଙ୍କୁ ନିସ୍ତୁକ ମାଡ଼ ପରେ ଜଣଙ୍କ ମୃତ୍ୟୁ ଘଟିଛି। ଏଭଳି…

ରୁଷିଆ ଏବେବି ଭାରତର ସବୁଠାରୁ ବଡ଼ ତେଲ ସପ୍ଲାୟର! ଦେଖନ୍ତୁ ସଂଖ୍ୟା

ନୂଆଦିଲ୍ଲୀ,୩।୩: ଯେତେ ଦାବି କରାଯାଉ ଏବଂ ଯେତେ ପ୍ରତିବନ୍ଧକର ଧମକ ଦିଆଯାଉ, ଭାରତ ଏବଂ ରୁଷିଆ ମଧ୍ୟରେ ବନ୍ଧୁତା ଭାଙ୍ଗିପାରିବ ନାହିଁ। ଉଭୟ ଦେଶ ପରସ୍ପର ସହିତ…

ଟ୍ରମ୍ପ ନା ନେତାନ୍ୟାହୁ, କାହାପାଇଁ ହେଲା ଯୁଦ୍ଧ, ଜାଣନ୍ତୁ କ’ଣ କହୁଛନ୍ତି ଆମେରିକା-ଇସ୍ରାଏଲ

ଓ୍ବାଶିଂଟନ,୩।୩: ଇସ୍ରାଏଲ ଏବଂ ଆମେରିକା ଇରାନ ଉପରେ ଆକ୍ରମଣ ଜାରି ରଖିଛନ୍ତି। ମଙ୍ଗଳବାର ଆକ୍ରମଣର ଚତୁର୍ଥ ଦିନ। ଇସ୍ରାଏଲ ଏବଂ ଇରାନ ଶନିବାର ମିଳିତ ଭାବରେ ଇରାନ…

ସେଦିନ କଳା ରାତିରେ କ’ଣ ଘଟିଥିଲା, ସାମ୍ନାକୁ ଆସି ଚାଞ୍ଚଲ୍ୟକର ବୟାନ ଦେଲେ ରାହୁଲଙ୍କ ସାଙ୍ଗ ଶିବା

ଭୁବନେଶ୍ୱର,୩।୩: ଜିଜିପି କଲୋନୀ ରାହୁଲ ମହାରଣାଙ୍କ ହତ୍ୟା ଘଟଣାରେ ସାମ୍ନାକୁ ଆସିଲେ ସାଙ୍ଗ ଶିବା। କଳା ରାତିର କଳା କାହାଣୀ କହିଲା ବେଳେ ପୁଣି ତଦନ୍ତକୁ ନେଇ…

ଭାଜପାର ମିଶ୍ରଣ ପର୍ବ କଂଗ୍ରେସ, ବିଜେଡିର ୩ ଶହରୁ ଊର୍ଦ୍ଧ୍ୱ କାର୍ଯ୍ୟକର୍ତ୍ତା ସାମିଲ

ଭବାନୀପାଟଣା,୨ା୩(ଉତ୍ତମ କୁମାର ଦାଶ:) କଳାହାଣ୍ଡି ଜିଲା ଭବାନୀପାଟଣା ଟାଉନ ହଲଠାରେ ଭାଜପାର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଜିଲା ସଭାପତି ଯୁଗଳ କିଶୋର ପୋଡ଼ଙ୍କ ନେତୃତ୍ୱରେ ଅନୁଷ୍ଠିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri