ଜାତୀୟସ୍ତରରେ ୧ ନମ୍ବର ର଼୍ୟାଙ୍କରେ ଓଡ଼ିଆ ଡାକ୍ତର

ଭୁବନେଶ୍ୱର,୭।୧୧(ବ୍ୟୁରୋ): ଓୟୁଏଟି ସ୍ଥିତ ଭେଟେରିନାରି କଲେଜର ସର୍ଜରି ବିଭାଗର ସହକାରୀ ପ୍ରଧ୍ୟାପକ ଡାକ୍ତର ବିଶ୍ୱଦୀପ ଜେନା ଚଳିତ ବର୍ଷର ଭାରତୀୟ କୃଷି ଅନୁସନ୍ଧାନ ଓ ଗବେଷଣା ପରିଷଦ ଆନୁକୂଲ୍ୟରେ ହୋଇଥିବା ପିଏଚ୍‌ ଏଣ୍ଟ୍ରାନ୍ସ ପରୀକ୍ଷାରେ ସାଧାରଣ ବର୍ଗରେ ସର୍ବ ଭାରତୀୟ ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ସୂଚନାଯୋଗ୍ୟ, ଡାକ୍ତର ଜେନା ବନ୍ୟପ୍ରାଣୀ ସର୍ଜରୀ ବିଶେଷ କରି ସାପମାନଙ୍କ ଚିକିତ୍ସା କ୍ଷେତ୍ରରେ ସାରା ରାଜ୍ୟ ତଥା ଦେଶରେ ଅନେକ କିର୍ତ୍ତିମାନ ସ୍ଥାପିତ କରିଛନ୍ତି। ଭାରତର ଯେ କୌଣସି ସରୀସୃପ ପାଇଁ ସିଟି ସ୍କାନ କରିବାରେ ଡାକ୍ତର ବିଶ୍ୱଦୀପ ଦେଶରେ ପ୍ରଥମ ବ୍ୟକ୍ତି ହୋଇଥିଲେ। ଏକ ବର୍ମିଜ ଅଜଗରର ସିଟି ସ୍କାନ କରି ସେ ଚର୍ଚ୍ଚାକୁ ଆସିଥିଲେ। ସେହିପରି ସାପମାନଙ୍କ ଚିକିତ୍ସା ପାଇଁ ବଣ୍ୟପ୍ରାଣୀ ସର୍ଜରୀରେ ଜାତୀୟ ସମ୍ମିଳନୀରେ ବିଶ୍ୱଦୀପ ସ୍ବର୍ଣ୍ଣ ପଦକ ମଧ୍ୟ ଜିତିଛନ୍ତି। ପ୍ରଥମ ସ୍ଥାନ ଅଧିକାର କରିଥିବାରୁ ନିଜ ମନପସନ୍ଦର ଯେ କୌଣସି ଭାରତୀୟ ଭେଟେରିନାରି କଲେଜରେ ପିଏଚ୍‌ କରିବାକୁ ସୁଯୋଗ ପାଇବେ ବିଶ୍ୱଦୀପ ।