Posted inଫୁରସତ

ଓଡ଼ିଆ ଅଭିଧାନ ଓ ରଙ୍ଗିନ ଚକ୍‌ଖଡ଼ି କିଣିଥିଲି

ଅଧ୍ୟାପକ, ସାହିତି୍ୟକ ତଥା ସାହିତ୍ୟ ସଂଗଠକ ପ୍ରେମାନନ୍ଦ ମହାରଣା
ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି…
୧୯୬୭ ମସିହାରେ ଖୋର୍ଦ୍ଧା ଜିଲା କୁହୁଡ଼ିଠାରେ ମୋର ଜନ୍ମ। ଜନତା ଉଚ୍ଚ ବିଦ୍ୟାଳୟରୁ ମାଟ୍ରିକ ପାସ୍‌ କରି ପୁରୀ ଏସ୍‌ସିଏସ୍‌ କଲେଜରେ ପଢ଼ିଥିଲି। ସେଠାରୁ ଅର୍ଥନୀତି ସମ୍ମାନରେ ବି.ଏ. ପାସ୍‌ କରି ବ୍ରହ୍ମପୁର ୟୁନିଭରସିଟିରେ ଏମ୍‌.ଏ.କଲି। ତା’ପରେ ଉତ୍କଳ ୟୁନିଭରସିଟିରେ ଏଲ୍‌.ଏଲ୍‌.ବି. ପଢ଼ିଲି। ଏଲ୍‌.ଏଲ୍‌.ବି. ପଢ଼ା ସରୁସରୁ ମୋର ଚାକିରି ହୋଇଗଲା। ଜଟଣୀ ଅରଗୁଳସ୍ଥିତ ଶରତ ପାଇକରାୟ ମହାବିଦ୍ୟାଳୟରେ ଅର୍ଥନୀତି ବିଭାଗର ଅଧ୍ୟାପକ ଭାବେ ୧୯୯୨ରେ ମୁଁ ପ୍ରଥମେ ଜଏନ୍‌ କରିଥିଲି। ୫୦୦ ଟଙ୍କା ଥିଲା ମୋର ପ୍ରଥମ ରୋଜଗାର। ଯେହେତୁ ସାହିତ୍ୟ ପ୍ରତି ମୋର ରୁଚି ଥିଲା, ତେଣୁ ପ୍ରଥମ ମାସ ଦରମାରୁ ୪୨୭ ଟଙ୍କା ଦେଇ ମୁଁ ପ୍ରଥମେ ଏକ ଓଡ଼ିଆ ଅଭିଧାନ କିଣିଥିଲି। ତା’ସହିତ ଯେହେତୁ ମଫସଲ ଅଞ୍ଚଳରେ ଏହି କଲେଜଟି ଥିଲା, ତେଣୁ ସେଠାରେ ଅର୍ଥନୀତି ବିଷୟ ନେଇ ପଢ଼ିବାକୁ ବେଶି ପିଲା ଆଗ୍ରହ କରୁ ନ ଥିଲେ। କାରଣ ସେମାନଙ୍କର ଧାରଣା ଥିଲା ଏହି ବିଷୟ ପଢ଼ିବାକୁ ଭାରି କଷ୍ଟ। ଖାସ୍‌ ସେମାନଙ୍କର ଏହି ଧାରଣା ଦୂର କରିବା ଓ ସେମାନଙ୍କୁ ଏହି ବିଷୟ ପ୍ରତି ଆକୃଷ୍ଟ କରିବା ପାଇଁ ବଳକା ଟଙ୍କାରେ ଭୁବନେଶ୍ବରରୁ ୩ ପ୍ୟାକେଟ୍‌ ରଙ୍ଗିନ ଚକ୍‌ଖଡ଼ି କିଣିଥିଲି। କାରଣ ମୋର ଧାରଣା ଥିଲା ଯେ, ରଙ୍ଗିନ ଚକ୍‌ଖଡ଼ିରେ ଗ୍ରାଫ୍‌ କାଟି ସେମାନଙ୍କୁ ବୁଝାଇଲେ ସେମାନେ ଆକର୍ଷିତ ହେବା ସହିତ ପାଠକୁ ଭଲରେ ବୁଝିପାରିବେ। ଏହିପରି ଭାବେ ମୋର ପ୍ରଥମ ରୋଜଗାରକୁ ମୁଁ ଖର୍ଚ୍ଚ କରିଥିଲି। ୟା’ ଭିତରେ ଦୀର୍ଘ ୨୮ ବର୍ଷ ବିତିଯାଇଥିଲେ ବି ମୁଁ ସେହି କଲେଜରେ ରହି ଆଜି ବି ଶିକ୍ଷାଦାନ କରୁଅଛି। ଅବଶ୍ୟ ୧୯୯୫ରୁ ୨୦୧୫ ପର୍ଯ୍ୟନ୍ତ ମୁଁ ଏହି କଲେଜରେ ପ୍ରିନ୍ସିପାଲ୍‌ ଦାୟିତ୍ୱ ତୁଲାଇ ଆସୁଥିଲି। କିନ୍ତୁ ଦୁର୍ଭାଗ୍ୟ ୨୦୧୫ ମସିହାରେ ମୋ ବାପାଙ୍କର ହଠାତ୍‌ ଦେହ ଖରାପ ହେଲା ଆଉ ସେ ଆରପାରିକୁ ଚାଲିଗଲେ। ତାଙ୍କ ଦେହାନ୍ତ ପରେ ଘରର ସମ୍ପୂର୍ଣ୍ଣ ଭାର ମୋ ଉପରେ ଆସିଯିବାରୁ ମୁଁ ବାଧ୍ୟହୋଇ ପ୍ରିନ୍ସିପାଲ୍‌ ଦାୟିତ୍ୱ ଛାଡ଼ିଦେଲି। ଆଉ ଏବେ ମୁଁ ସେହି କଲେଜରେ ବରିଷ୍ଠ ଅଧ୍ୟାପକ ଭାବେ ଅଧ୍ୟାପନା କରୁଅଛି। ଚାକିରି ଜୀବନ ବାଦ୍‌ ସାହିତ୍ୟ ପ୍ରତି ମୋର ରୁଚି ରହିଛି। ସ୍କୁଲ୍‌ ପଢ଼ା ସମୟରୁ ସାହିତ୍ୟ ପ୍ରତି ରୁଚି ରଖୁଥିବା ଆମ ସଂସ୍କୃତ ଓ ବିଜ୍ଞାନ ସାର୍‌ ଆମମାନଙ୍କୁ ଛୋଟ ଛୋଟ ଗପ, କବିତା ଓ ପ୍ରବନ୍ଧ ଆଦି ଲେଖିବା ପାଇଁ ପ୍ରେରଣା ଦେଉଥିଲେ। ବାସ୍‌ ସେବେଠାରୁ ଲେଖାଲେଖିର ଏହି ଧାରା ମୋର ଜାରି ରହିଛି। ୟା’ଭିତରେ ମୁଁ ପ୍ରାୟ ୩୦୦ରୁ ଊଦ୍ଧର୍‌ବ କବିତା ଲେଖି ସାରିଲିଣି। ତନ୍ମଧ୍ୟରୁ ୧୫୦ରୁ ଊଦ୍ଧର୍‌ବ କବିତା ବିଭିନ୍ନ ପତ୍ରପତ୍ରିକାରେ ମୋର ପ୍ରକାଶିତ ହୋଇସାରିଲାଣି। ଏଥିସହିତ କେତୋଟି ଅଣୁଗଳ୍ପ ମଧ୍ୟ ଖବରକାଗଜରେ ପ୍ରକାଶିତ ହୋଇଛି। ଇଚ୍ଛା ଥିଲା ବାପାଙ୍କୁ ଉତ୍ସର୍ଗୀକୃତ କରି ଗୋଟିଏ କବିତା ସଂକଳନ କରିବି, ଆଉ ତାଙ୍କରି ହାତରେ ଉନ୍ମୋଚନ କରିବି ବୋଲି। ହେଲେ ସେ ଇଚ୍ଛା ମୋର ପୂରଣ ହୋଇପାରିଲାନି। ଏବେ ପୁଣିଥରେ ମନ ବଳାଇଛି ସେ ଅଧୁରା ସ୍ବପ୍ନକୁ ସାକାର କରିବାକୁ। ଯଦି ଭଗବାନଙ୍କ ଆର୍ଶୀବାଦ ରହିଲା ତା’ହେଲେ ଗୋଟିଏ ଏକପଦୀ ଓ ଗୋଟିଏ ଦୀର୍ଘପଦୀ କବିତା ପୁସ୍ତକ ମୋର ଖୁବ୍‌ ଶୀଘ୍ର ପ୍ରକାଶିତ ହୋଇଯିବ। ଏଥିସହିତ ଜଟଣୀ ସାହିତ୍ୟ ସଂସଦର ପାଖାପାଖି ୧୩ବର୍ଷ ସମ୍ପାଦକ ଦାୟିତ୍ୱରେ ଥିଲି ଆଉ ଏବେ ଏହାର ଆଜୀବନ ସଦସ୍ୟ ଅଛି। ସେହିପରି ଏହି ଅନୁଷ୍ଠାନ ତରଫରୁ ପ୍ରକାଶିତ ‘ଚିହ୍ନ’ ପତ୍ରିକାର ମଧ୍ୟ ମୁଁ ୪ ବର୍ଷ ସମ୍ପାଦକ ଦାୟିତ୍ୱରେ ଥିଲି। ତା’ଛଡା ଏହି ଲେଖାଲେଖିକୁ ନେଇ ମୋତେ ଅନେକ ପୁରସ୍କାର ଓ ସମ୍ମାନ ମଧ୍ୟ ମିଳିଛି। ତେଣୁ ଅଧ୍ୟାପନା ବାଦ୍‌ ଲେଖାଲେଖି ବି ମୋ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ପାଲଟିଯାଇଛି। -ଅମ୍ବ୍ରିତା


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri