Categories: ରାଜ୍ୟ

ଚାନ୍ଦିପୁର ଗୁପ୍ତ ତଥ୍ୟ ଚୋରି ମାମଲା: ରାଜ୍ୟ-କେନ୍ଦ୍ରକୁ ହାଇକୋର୍ଟଙ୍କ ନୋଟିସ୍‌

ଭୁବନେଶ୍ୱର, ୯।୧୧(ବ୍ୟୁରୋ): ଚାନ୍ଦିପୁର ଆଇଟିଆର୍‌ରୁ ତଥ୍ୟ ଚୋରି ମାମଲାର ତଦନ୍ତ ପ୍ରସଙ୍ଗରେ ଓଡ଼ିଶା ହାଇକୋର୍ଟ ମଙ୍ଗଳବାର ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାରଙ୍କୁ ନୋଟିସ୍‌ ଜାରି କରିଛନ୍ତି। ତଦନ୍ତର ଅଗ୍ରଗତି ନେଇ ସତ୍ୟପାଠ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ତେବେ ପରବର୍ତ୍ତୀ ଶୁଣାଣି ପୂର୍ବରୁ ଏହି ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି।

ପ୍ରକାଶ ଯେ, ଚାନ୍ଦିପୁର ଡିଆର୍‌ଡିଓରୁ ତଥ୍ୟ ଲିକ୍‌ ମାମଲାରେ ବାଲୋଶ୍ୱର ପୋଲିସ ସେପ୍ଟେମ୍ବର ୧୮ରେ ଆର୍‌ଟିଆର୍‌ର ୪ ଠିକା କର୍ମଚାରୀଙ୍କୁ ଗିରଫ କରିଥିଲା। ଘଟଣାର ଗୁରୁତ୍ୱଦେଖି ରାଜ୍ୟ ସରକାର ଏହାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ପରେ ଆଇଟିଆର୍‌ର ଜଣେ କର୍ମଚାରୀଙ୍କୁ ଗିରଫ କରାଯାଇଥିଲା।