ମହାକାଳପଡ଼ା,୪ା୬ (ପ୍ରତାପ ଚନ୍ଦ୍ର ସ୍ବାଇଁ): କୃଷି ଓ କୃଷକର ବିକାଶ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବ୍ୟାପକ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। କୃଷି ପ୍ରଣାଳୀ ଉପରେ ବୁଧବାର କ୍ଷେତ୍ର ଦିବସ ପାଳିତ ହୋଇଯାଇଛି। କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ କେବି ଦାଣ୍ଡୁଆ ପଞ୍ଚାୟତ ଏକଲପୁର ଗ୍ରାମରେ ବ୍ଲକ କୃଷି ବିଭାଗ ପକ୍ଷରୁ କ୍ଷେତ୍ର ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ବ୍ଲକ ଆତ୍ମା ଅଧ୍ୟକ୍ଷ ହିମାଂଶୁ ଶେଖର ପ୍ରଧାନଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ବ୍ଲକ କୃଷି ଅଧିକାରୀ ପ୍ରଦୋଷ କୁମାର ବେହେରା, ସହକାରୀ କୃଷି ଅଧିକାରୀ ମୃତ୍ୟୁଞ୍ଜୟ ବେହେରା ଯୋଗଦେଇ କୃଷକମାନଙ୍କର ଶସ୍ୟ ଅମଳ ବୃଦ୍ଧି ଉପରେ ଗୁରୁତ୍ୱାରୋପ କରିଥିଲେ। ବିଶେଷ କରି କୃଷି କ୍ଷେତରେ ଉର୍ବରତା ପାଇଁ ରାସାୟନିକ ଔଷଧ ସାରକୁ ବର୍ଜନ କରି ଜୈବିକ ଜିଆ ଖତସାର ପ୍ରୟୋଗ କରିବା ପାଇଁ ଉପସ୍ଥିତ କୃଷକମାନଙ୍କୁ ପରାମର୍ଶ ଦେଇଥିଲେ। ଜୈବିକ ଜିଆ ଖତସାର ପ୍ରୟୋଗ ଦ୍ୱାରା ଜମିର ଉର୍ବରତା ବୃଦ୍ଧି ପାଇବ । ଅଧିକ ଶସ୍ୟ ଅମଳ ହେବା ସହ ଜମିର ଉର୍ବରତା ବଢ଼ିବ ବୋଲି କହିଛନ୍ତି। ଆଗାମୀ ଖରିଫ ଋତୁରେ ଧାନ ଚାଷ ଜମିରେ ଜୈବିକ ଜିଆ ଖତସାର ପ୍ରୟୋଗ ପାଇଁ ପରାମର୍ଶ ଦେଇଥିଲେ। ଏହି କ୍ଷେତ୍ର ଦିବସରେ ଚାଷୀ ପଞ୍ଜୀକରଣ କରିବା ପାଇଁ କୃଷି ରଥ ବ୍ଲକ ବିଭିନ୍ନ ଅଞ୍ଚଳରେ ପରିକ୍ରମା କରୁଛି। ଚାଷୀ ପଞ୍ଜୀକରଣ କରି ସରକାରଙ୍କ କୃଷି ବିକାଶ ଯୋଜନାରେ ସାମିଲ ହେବାକୁ ପରାମର୍ଶ ଦେଇଥିଲେ। ଏହି କ୍ଷେତ୍ର ଦିବସରେ କୃଷକମାନଙ୍କ ମଧ୍ୟରେ ଗଗନ ପ୍ରଧାନ, ଚନ୍ଦ୍ରମଣି ପ୍ରଧାନ, ସୁକାନ୍ତି ପ୍ରଧାନ, ମାଧ ପଲେଇ, ଶୁଭ୍ରଜିତ୍ ପ୍ରଧାନ, ଅଙ୍କୁର ଦାସ, ବଂଶୀଧର ଦାସ ଓ କୃଷକ ସାଥୀ ନିତ୍ୟାନନ୍ଦ ପ୍ରଧାନଙ୍କ ସମେତ ୫୦ରୁ ଅଧିକ ସ୍ଥାନୀୟ ଅଞ୍ଚଳର ଚାଷୀମା ଯୋଗ ଦେଇଥିଲେ।