ଜୈବିକ ପଦ୍ଧତିରେ ଚାଷ ଦେଇଛି ସଫଳତା

ଦଶମନ୍ତପୁର,୨୧ା୧୧(ଡି.ଏନ୍‌.ଏ.):ଜୈବିକ ପଦ୍ଧତିରେ ଚାଷକରି ଉଦାହରଣ ସୃଷ୍ଟି କରିଛନ୍ତି କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ଲୁଲା ପଞ୍ଚାୟତ ଗୁଲିମୂଷା ଗ୍ରାମର ଶୋଭା ପ୍ରଧାନୀ। ଏକ୍ଷେତ୍ରରେ ଅଗ୍ରଗାମୀ ସଂସ୍ଥା ତାଙ୍କୁ ସହାୟତା ଯୋଗାଇ ଦେଇଛି। ପୂର୍ବରୁ ରାସାୟନିକ ସାର ବ୍ୟବହାରକରି ଶୋଭା ନିଜ ୫ଏକର ଜମିରେ ବିଭିନ୍ନ ପ୍ରକାର ଚାଷ କରୁଥିଲେ। ଏଥିରେ ସେ ଅଧିକ ଅମଳ କରିବାରେ ବିଫଳ ହୋଇ ଆସୁଥିଲେ। ତାଙ୍କ ପାଖରେ ୨୧ କିସମର ଧାନ ଯଥା କଳା ଚୁଡ଼ି, ସମୁଦ୍ର ବାଲି ଧାନ, ଟିକି ଚୁଡ଼ି, ମୁଣ୍ଡା ଧାନ, ରଙ୍ଗ ଚୁଡ଼ି, ବଲାକ ବ୍ରିଡ୍‌, ମିର୍ଲ, ଦୁଧ ମିର୍ଲ, ଦେଶୀ ସାରଳା, କଳା ଜିରା, ରତନ ଚୁଡି, ଜୟଜାତି, କରାଣ୍ଡି, କାନ୍ଦୁଲ କାଟି, ଲାଇସାରି, ସାଧା ଲକ୍ଟି ମଚିଧାନ ଭଳି କିସମର ଧାନ ନିଜ ଜମିରେ ଚାଷ କରି ଆସୁଥିଲେ। ଏ କ୍ଷେତ୍ରରେ ପରିଶ୍ରମ ଅନୁସାରେ ତାଙ୍କୁ ଉତ୍ପାଦନରେ ସୁଫଳ ମିଳୁ ନ ଥିଲା। ଶେଷରେ ଶୋଭା ଚାଷ କାର୍ଯ୍ୟ ଛାଡ଼ିଦେବାକୁ ନିଷ୍ପତ୍ତି ନେଇଥିଲେ। ଏକଦା ୨୦୧୮ରେ ଚାଷୀମାନଙ୍କୁ ନେଇ ଦଶମନ୍ତପୁର ବ୍ଲକର ସ୍ବେଚ୍ଛାସେବୀ ସଙ୍ଗଠନ ଅଗ୍ରଗାମୀର ଅତୁଲ ନାୟକ ଗୁଲିମୂଷା ଗ୍ରାମକୁ ଯାଇଥିଲେ। ଗ୍ରାମବାସୀଙ୍କୁ ନେଇ ଏକ ବୈଠକ କରି ୬ ଦିନିଆ ଜୈବିକ ପଦ୍ଧତିରେ ଚାଷ କାର୍ଯ୍ୟ ପାଇଁ ତାଲିମ ଦେଇଥିଲେ। ପରବର୍ତ୍ତୀ ସମୟରେ ଶୋଭା ଅଗ୍ରଗାମୀ ସହାୟତାରେ ଦଶମନ୍ତପୁରଠାରୁ ଆରମ୍ଭକରି କୋରାପୁଟ, ରାୟଗଡ଼ା ପର୍ଯ୍ୟନ୍ତ ଅନୁଷ୍ଠିତ ତାଲିମରେ ଅଂଶଗ୍ରହଣ କରି ତାଲିମ ନେଇଥିଲେ। ପ୍ରଥମେ ସେ ବୈପାରିଗୁଡ଼ାଠାରୁ ୩୫୦ ଟଙ୍କା ଦେଇ ଅଧ କିଲୋ ଜିଆ ଆଣି ଟାଙ୍କି ନିର୍ମାଣ କରି ଖତ ପ୍ରସ୍ତୁତ କଲେ। ପରେ ମିଠା ଖତ ଓ ଜିବାମୃତ ଦ୍ୱାରା ହାଣ୍ଡିଖତ ପ୍ରସ୍ତୁତ କରି ପ୍ରଥମେ ଅଧା ଏକର ଜମିରେ ଜୈବିକ ପଦ୍ଧତିରେ ଚାଷ କରିବା ଆରମ୍ଭ କଲେ। ସେଥିରେ ଜିବାମୃତ ଖତ ଓ ଜିଆଖତ ପକାଇଲେ। ୧୫ଦିନ ପରେ ହାଣ୍ଡିଖତ ବ୍ୟବହାର କଲେ। ଏହି ପ୍ରଣାଳୀରେ ଚାଷକରି ସେ ଭଲ ଫସଲ ଉତ୍ପାଦନ କଲେ। ସେବେଠାରୁ ଶୋଭା ଆଉ ଚାଷରେ ରାସାୟନିକ ସାର ବ୍ୟବହାର କରିନାହାନ୍ତି। ଜୈବିକ ପଦ୍ଧତି ତାଙ୍କ ପାଇଁ ସଫଳତା ଆଣି ଦେଇଛି। ବର୍ତ୍ତମାନ ସେ ଧାନ ସହ ୫ ସେଣ୍ଟ ଜମିରେ ମାଣ୍ଡିଆ ରୁଆ, ଦେଢ଼ ଏକର ଜମିରେ ସୁଆଁ ଚାଷ, ଅଧା ଏକର ଜମିରେ ଅଳସି ଚାଷ, ୨ସେଣ୍ଟ ଜମିରେ ମରିଚ ଚାଷ, ୧ ଏକର ଜମିରେ ମକାଚାଷ, ୩ ସେଣ୍ଟ ଜମିରେ କୋଳଥ ଚାଷ ଏବଂ ୨ ସେଣ୍ଟ ଜମିରେ ବିରି ଚାଷ କରୁଛନ୍ତି। ଏଭଳି ଭାବେ ସେ ଜଣେ ସଫଳ ଚାଷୀ ଭାବେ ପରିଗଣିତ ହେବାକୁ ଲାଗିଲେ । ଅନେକ ସ୍ଥାନରୁ ଚାଷୀମାନେ ଆସି ଶୋଭାଙ୍କ ଠାରୁ ବିଭିନ୍ନ କିସମର ଚାରା ନେଉଥିବା ଦେଖିବାକୁ ମିଳୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri