ପ୍ରାକୃତିକ କୃଷି

ନିକଟରେ ବିଶ୍ୱସ୍ତରୀୟ ପ୍ରମୁଖ ପତ୍ରିକା ‘ଇକୋନୋମିଷ୍ଟ’ରେ ‘ବିଶ୍ବର ପରବର୍ତ୍ତୀ ଖାଦ୍ୟ ମହାଶକ୍ତି’ ଶୀର୍ଷକରେ ପ୍ରକାଶିତ ଏକ ଲେଖାରେ ଭାରତୀୟ କୃଷି କ୍ଷେତ୍ରର ସମ୍ଭାବନା ଉପରେ ଆଲୋକପାତ କରାଯାଇଛି। ବିଶ୍ୱ ଖାଦ୍ୟ ମହାଶକ୍ତିର ମାନ୍ୟତା ପାଇବାକୁ ହେଲେ ଅଧିକ ଅମଳକ୍ଷମ ଫସଲ ଉପରେ ଗୁରୁତ୍ୱ ଦେବା ନିହାତି ଆବଶ୍ୟକ। କେନ୍ଦ୍ର ବଜେଟ ଭାଷଣରେ ଅର୍ଥମନ୍ତ୍ରୀ ଭାରତରେ ଉତ୍ପାଦକତା ବୃଦ୍ଧି ପାଇଁ ପ୍ରାକୃତିକ କୃଷିକୁ ପ୍ରୋତ୍ସାହନ ଦେବା ଉପରେ ଗୁରୁତ୍ୱ ଦେଇଥିଲେ। ନ୍ୟାଶନାଲ ମିଶନ ଅନ ନାଚୁରାଲ ଫାର୍ମିଂ (ଏନ୍‌ଏମ୍‌ଏନ୍‌ଏଫ୍‌)ର ଅଂଶ ସ୍ବରୂପ ପ୍ରାକୃତିକ ଚାଷ ବା ରାସାୟନିକ ମୁକ୍ତ ଚାଷ ପାଇଁ ଚାଷୀଙ୍କୁ ପ୍ରୋତ୍ସାହିତ କରିବାକୁ ସରକାର ଯୋଜନା କରିଛନ୍ତି। ଏହାର ଉଦ୍ଦେଶ୍ୟ ହେଉଛି ପ୍ରାକୃତିକ ଚାଷର ଉପକାରିତା ବିଷୟରେ କୃଷକମାନଙ୍କୁ ଶିକ୍ଷିତ କରିବା, ଯାହାଫଳରେ ସେମାନେ ଏହାକୁ ସ୍ବେଚ୍ଛାକୃତ ଭାବେ ଗ୍ରହଣ କରିବେ। କେମିକାଲ ଆଧାରିତ ଚାଷରୁ ପ୍ରାକୃତିକ ଚାଷ ଆଡ଼େ ମୁହଁାଇବା ପାଇଁ ଚାଷୀଙ୍କୁ ଗ୍ରହଣୀୟ ଆଚରଣଗତ ପରିବର୍ତ୍ତନର ଆବଶ୍ୟକତା ରହିଛି।
ପ୍ରାକୃତିକ କୃଷିରେ ରାସାୟନିକ ଓ କୀଟନାଶକ ପ୍ରୟୋଗ ହୁଏ ନାହିଁ। ଏହା ପାରମ୍ପରିକ ସ୍ବଦେଶୀ ପଦ୍ଧତିକୁ ପ୍ରୋତ୍ସାହନ ଦେଉଛି, ଯାହା ମୁଖ୍ୟତଃ ବାୟୋମାସ ରିସାଇକ୍ଲିଂ, ଗୋବରର ବ୍ୟବହାର, ଜୈବିକ ଉପାୟରେ କୀଟପତଙ୍ଗ ନିୟନ୍ତ୍ରଣ କରିବା ସହ ସିନ୍ଥେଟିକ କେମିକାଲ ଇନ୍‌ପୁଟକୁ ବାଦ୍‌ ଦେବା ଉପରେ ଆଧାରିତ। ନ୍ୟୁଟ୍ରିଣ୍ଟ ସାଇକ୍ଲିଂରେ ଉନ୍ନତି ଆଣି ମାଟିରେ ଜୈବିକ ପଦାର୍ଥ ବୃଦ୍ଧି ଉପରେ ଗୁରୁତ୍ୱ ଦିଆଯାଇଛି। ପ୍ରାକୃତିକ କୃଷିକୁ ସମର୍ଥନ କରିବାର ଉଦ୍ଦେଶ୍ୟ ହେଉଛି ଏହା କୃଷକମାନଙ୍କର ଆୟ ବୃଦ୍ଧି କରିବାର କ୍ଷମତା ରଖିଥାଏ। ଏହା ସହିତ ମାଟିର ଉର୍ବରତାକୁ ପୁନଃ ସ୍ଥାପନ କରିବା ଏବଂ ପରିବେଶର ସ୍ବାସ୍ଥ୍ୟକୁ ବଜାୟ ରଖିବା ଭଳି ଅନେକ ଲାଭ ଦେଇଥାଏ। କିନ୍ତୁ ଏହାକୁ ଦୀର୍ଘମିଆଦୀ ଭାବେ କୃଷକମାନଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ‘ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରକ୍ରିୟାର’ ଅଂଶବିଶେଷ ହେବା ଆବଶ୍ୟକ।
ରାସାୟନିକ କୃଷିରୁ ପ୍ରାକୃତିକ କୃଷିକୁ ପରିବର୍ତ୍ତନ କରିବା ପୂର୍ବରୁ ଏହାର ପୁଙ୍ଖାନୁପୁଙ୍ଖ ମୂଲ୍ୟାୟନ ଏବଂ ଅନୁଧ୍ୟାନ କରାଯିବା ଆବଶ୍ୟକ। କିଛି ବର୍ଷ ତଳେ ଶ୍ରୀଲଙ୍କା ଆର୍ଥିକ ସଙ୍କଟ ଦେଇ ଗତି କରିଥିଲା, ଯେତେବେଳେ ସେମାନେ ପ୍ରାକୃତିକ ଚାଷ କରିବାକୁ ନିଷ୍ପତ୍ତି ନେଇଥିଲେ। ସରକାର ସାର ଓ କେମିକାଲ ଆମଦାନୀ ଉପରେ କଟକଣା ଜାରି କରିଥିଲେ। ପ୍ରାକୃତିକ କୃଷି ପାଇଁ କୃଷକମାନେ ପ୍ରାକୃତିକ ସାର ପାଇପାରିନଥିଲେ। ଫଳରେ ଧାନ ଉତ୍ପାଦନରେ ଯଥେଷ୍ଟ ହ୍ରାସ ଘଟିଥିଲା ଏବଂ ଶ୍ରୀଲଙ୍କାର ଖାଦ୍ୟ ସୁରକ୍ଷାକୁ ବିପଦରେ ପକାଇଲା। ଖାଦ୍ୟ ସାମଗ୍ରୀର ବୃଦ୍ଧି, ମୁଦ୍ରାସ୍ଫୀତି ଇତ୍ୟାଦି ଶ୍ରୀଲଙ୍କାରେ ଏକ ଆର୍ଥିକ ବିଶୃଙ୍ଖଳା ସୃଷ୍ଟି କରିଥିଲା, ଯାହା ଶେଷରେ ସରକାରର ପତନର କାରଣ ହେଲା। ଭାରତରେ ବ୍ୟାପକ ପ୍ରାକୃତିକ କୃଷିକୁ କାର୍ଯ୍ୟକାରୀ କରିବା ପାଇଁ ଅନେକ ପ୍ରତିବନ୍ଧକ ରହିଛି। ତଥାପି ରାସାୟନିକ ଚାଷରୁ ପ୍ରାକୃତିକ ଚାଷକୁ ପରିବର୍ତ୍ତନ କରିବା ନେଇ ବିଶେଷଜ୍ଞଙ୍କ ନିକଟରେ ଉପାୟ ରହିଛି। ପ୍ରାକୃତିକ କୃଷି ଉପରେ ପ୍ରୟୋଗ ଏକ ଦୀର୍ଘ ପ୍ରକ୍ରିୟା ହେବା ଉଚିତ। ଏହାକୁ ଦେଶବ୍ୟାପୀ ପ୍ରଚଳନ କରିବା ପୂର୍ବରୁ ତରବରିଆ ଭାବେ ପ୍ରୟୋଗ କରାଯିବା ଉଚିତ ନୁହେଁ। ବୈଜ୍ଞାନିକମାନେ ବିଭିନ୍ନ ପ୍ରକାରର ମୃତ୍ତିକାର ଅଧ୍ୟୟନ କରିବା ଆବଶ୍ୟକ। ଅତୀତରେ ଏକାଧିକ ସଂସ୍ଥା ଭାରତରେ ପ୍ରାକୃତିକ କୃଷି ଉପରେ ଅଧ୍ୟୟନ କରିଛନ୍ତି। ସେମାନଙ୍କ ଅନୁସନ୍ଧାନ ବିପରୀତ ହୋଇଛି, ଯାହା ଦ୍ୱନ୍ଦ୍ୱ ସୃଷ୍ଟି କରୁଛି।
ଭାରତ ଭଳି ଜନବହୁଳ ଦେଶରେ ହଠାତ୍‌ ପ୍ରାକୃତିକ କୃଷିକୁ ଆପଣେଇବା ଏକ ସଫଳ ମଡେଲ ହୋଇ ନ ପାରେ। ପ୍ରଥମେ ସ୍ଥାନୀୟ ସ୍ତରରେ ଏହାକୁ ଗ୍ରହଣ କରିବାକୁ ପଡ଼ିବ। ଯଦି ଭାରତ ପ୍ରାକୃତିକ ଚାଷକୁ ଆପଣାଇବ, ତା’ହେଲେ ମାତ୍ର ଏକ ତୃତୀୟାଂଶ ଲୋକ ନିଜର ଖାଦ୍ୟ ଆବଶ୍ୟକତା ପୂରଣ କରିପାରିବେ। ଗହମ ଓ ଚାଉଳ ହେଉଛି ମୁଖ୍ୟ ଖାଦ୍ୟ। ପ୍ରାକୃତିକ କୃଷି ମାଧ୍ୟମରେ ଏଗୁଡ଼ିକର ଅମଳ କମ ହେବ। ପ୍ରଥମେ ପ୍ରାକୃତିକ ଚାଷ ମାଧ୍ୟମରେ ପରିପୂରକ ଖାଦ୍ୟଶସ୍ୟ ଉତ୍ପାଦନ କରାଯାଇପାରେ ଏବଂ ସେଗୁଡ଼ିକ ଅମଳକୁ ବିଶ୍ଳେଷଣ ଓ ଅନୁଶୀଳନ କରିବା ଆବଶ୍ୟକ। ଏହି ପରିପ୍ରେକ୍ଷୀରେ ଆଞ୍ଚଳିକ ସ୍ତରରେ ପରୀକ୍ଷାମୂଳକ ଭାବେ ପ୍ରଥମେ ପଦକ୍ଷେପ ନିଆଯିବା ଆବଶ୍ୟକ। ପରେ ଏହାକୁ ପର୍ଯ୍ୟାୟକ୍ରମେ କାର୍ଯ୍ୟକାରୀ କରାଯିବା ଉଚିତ।

ସୌରଜିତ ପ୍ରଧାନୀ
ଚନ୍ଦ୍ରଶେଖରପୁର, ଭୁବନେଶ୍ୱର
ମୋ: ୯୯୬୭୧୦୨୨୬୪


Enter your email to get our daily news in your inbox.

All Right Reserved By Dharitri.Com

IPL 2026 ବଡ଼ ଧମାକା କରିବେ ବୈଭବ ସୂର୍ଯ୍ୟବଂଶୀ! ଟୁର୍ନାମେଣ୍ଟ ଆରମ୍ଭ ପୂର୍ବରୁ ଦେଲେ ବଡ଼ ବୟାନ

ନୂଆଦିଲ୍ଲୀ,୧୬।୩: ଭାରତୀୟ କ୍ରିକେଟର ଉଦୀୟମାନ ଯୁବ ତାରକାଙ୍କ ମଧ୍ୟରୁ ଜଣେ ବୈଭବ ସୂର୍ଯ୍ୟବଂଶୀ ଏବେ ଏକ ପ୍ରମୁଖ ଲକ୍ଷ୍ୟ ସହିତ 2026 IPL ସିଜିନରେ ଆରମ୍ଭ କରିବାକୁ…

ଅସ୍ବାଭାବିକ ଋତୁ ପରିବର୍ତ୍ତନ ଜୀବଜଗତର ଆଚରଣ ବଦଳାଉଛି

ଓ୍ବାଶିଂଟନ୍‌ ,୧୬ା୩: ଜଳବାୟୁ ପରିବର୍ତ୍ତନ ଏବେ ବିଶ୍ୱ ସମାଜ ପାଇଁ ସବୁଠୁ ଚିନ୍ତାଜନକ ହୋଇପଡ଼ିଛି। ଜଳବାୟୁ ପରିବର୍ତ୍ତନର ଦୀର୍ଘସୂତ୍ରୀ ପ୍ରଭାବ ମାନବ ସମାଜ ପାଇଁ କେତେ ଅନିଷ୍ଟକର,…

ଆରାବଳୀ ସଂଜ୍ଞା ନିର୍ଦ୍ଧାରଣ ପାଇଁ ୧୦ ଜଣିଆ ବିଶେଷଜ୍ଞ କମିଟି

ନୂଆଦିଲ୍ଲୀ,୧୬ା୩(ପି.ଟି.): ଆରାବଳୀ ପର୍ବତମାଳାର ସାର୍ବଜନିକ ସଂଜ୍ଞା ନିର୍ଦ୍ଧାରଣ ପାଇଁ ୧୦ ଜଣିଆ ଉଚ୍ଚ କ୍ଷମତାସମ୍ପନ୍ନ ବିଶେଷଜ୍ଞ କମିଟି ଗଠନ ନିମନ୍ତେ କେନ୍ଦ୍ରୀୟ କ୍ଷମତାପ୍ରାପ୍ତ କମିଟି ଦେଇଥିବା ପ୍ରସ୍ତାବ ଉପରେ…

SCB ଅଗ୍ନିକାଣ୍ଡ: ମୃତକଙ୍କ ମିଳିଲା ପରିଚୟ

କଟକ,୧୬।୩: SCB ମେଡିକାଲରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ୧୦ ରୋଗୀଙ୍କ ମୃତ୍ୟୁ ହୋଇଥିବାବେଳେ ୫ ରୋଗୀଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଏହି ଅଗ୍ନିକାଣ୍ଡରେ ୧୦…

ଲୁଚାଇବା ଅନାବଶ୍ୟକ

ସୁପ୍ରିମକୋର୍ଟ ୧୩ ମାର୍ଚ୍ଚ ୨୦୨୬ରେ ମହିଳାଙ୍କ ଋତୁସ୍ରାବକାଳୀନ ଛୁଟି ସଂକ୍ରାନ୍ତ ଆବେଦନକୁ ଖାରଜ କରିଦେବା ସହ ଦେଇଥିବା ମତକୁ ନେଇ ଚାରିଆଡ଼େ ଚର୍ଚ୍ଚା ଚାଲିଛି। ସର୍ବୋଚ୍ଚ ଅଦାଲତ…

ନକଲି ପୋଲିସକୁ ଧରିଲା ଅସଲି ପୋଲିସ: ଓଡ଼ିଶା ପୋଲିସ ଲେଖାଥିବା ଡ୍ରେସ୍ ପିନ୍ଧି…

ଅତାବିରା,୧୬ା୩(ଯୁଧିଷ୍ଠିର ମହାପାତ୍ର):ଅତାବିରା ଥାନା ଅନ୍ତର୍ଗତ ହୀରାକୁଦ ଜଳଭଣ୍ଡାର ଅଞ୍ଚଳରେ ରବିବାର ନକଲି ପୋଲିସ ଭାବରେ ବୁଲୁଥିବା ଜଣେ ବ୍ୟକ୍ତିଙ୍କୁ ସ୍ଥାନୀୟ ପୋଲିସ ଗିରଫ କରିଛି। ଗିରଫ ନକଲି…

ଡେପୁଟେସନ ନୁହେଁ, ସ୍ଥାୟୀ ଶିକ୍ଷକ ଦରକାର: ଆନ୍ଦୋଳନ ଚେତାବନୀ ଦେଲେ ଗ୍ରାମବାସୀ

ଥୁଆମୂଳ ରାମପୁର, ୧୬।୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅଧୀନ ବିରିକୋଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଅଭାବକୁ ନେଇ ସୃଷ୍ଟି ହୋଇଥିବା…

Video: ଡ୍ରୋନ ଆକ୍ରମଣରେ ହୁତୁହୁତୁ ହୋଇ ଜଳିଲା ଦୁବାଇ ବିମାନ ବନ୍ଦର, ସମସ୍ତ ଉଡାଣ ବାତିଲ

ଦୁବାଇ,୧୬।୩: ସୋମବାର ସକାଳେ ଦୁବାଇ ଅନ୍ତର୍ଜାତୀୟ ବିମାନବନ୍ଦର ନିକଟରେ ଏକ ଜୋରଦାର ବିସ୍ଫୋରଣ ପରେ ଦୁବାଇରେ ଆତଙ୍କ ଖେଳିଗଲା, ଯାହା ଏକ ଡ୍ରୋନ ଦୁର୍ଘଟଣା ଯୋଗୁ ହୋଇଥିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri