ଜିଲା ପ୍ରଶାସନକୁ ପୁଣି ଅଭିଯୋଗ ଶୁଣାଇ ପାରିବେ ସାଧାରଣ ଲୋକେ: ଗଞ୍ଜାମ ଜିଲାପାଳ

ଛତ୍ରପୁର,୧୬।୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ପୁଣି ସାଧାରଣ ଲୋକଙ୍କ ଅଭିଯୋଗ ଶୁଣାଣି ଆରମ୍ଭ ହେବ। ଏ ନେଇ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଏକ ପ୍ରେସ ବିଜ୍ଞପ୍ତି ଜରିଆରେ ଜଣାଇଛନ୍ତି। ଜିଲାରେ ପୂର୍ବରୁ ଚାଲିଥିବା ଅଭିଯୋଗ ଶୁଣାଣି ବନ୍ଦ ରହିଥିଲା । ଏହି ଅଭିଯୋଗଗୁଡ଼ିକ ଚଳିତ ଏପ୍ରିଲ ମାସ ୧୮ ତାରିଖଠାରୁ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା, ଗଞ୍ଜାମ, ଛତ୍ରପୁର ଜଉଗଡ ସମ୍ମିଳନୀ କକ୍ଷରେ ସକାଳ୧୦ ଟାରୁ ୧୧ଟା ପର୍ଯ୍ୟନ୍ତ ଦିବ୍ୟାଙ୍ଗମାନଙ୍କ ଜନସମାଧାନ ଶୁଣାଣି ହେବ । ୧୧ଟାରୁ ସର୍ବସାଧାରଣ ମାନଙ୍କ ଶୁଣାଣି କାର୍ଯ୍ୟକ୍ରମ ହେବ । ଏଣୁ ଜନସାଧାରଣ ଉପରେ ଦର୍ଶିତ ଧାର୍ଯ୍ୟ ସମୟରେ ଉପସ୍ଥିତ ରହି ନିଜ ନିଜ ଅଭିଯୋଗ ଜିଲା ପ୍ରଶାସନକୁ ଜଣାଇ ପାରିବେ ।


Enter your email to get our daily news in your inbox.

All Right Reserved By Dharitri.Com

ଦେଢ଼ କୋଟି ଟଙ୍କାର ଗଞ୍ଜେଇ ଜବତ

ଚିତ୍ରକୋଣ୍ଡା,୮।୪(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ବଡ଼ପଦର ପଞ୍ଚାୟତ ପଳାସପଦର ଗ୍ରାମ ନିକଟରୁ ୧୭ କୁଇଣ୍ଟାଲ ଗଞ୍ଜେଇ ଜବତ ହୋଇଛି। ଏହାର ଆନୁମାନିକ ମୂଲ୍ୟ...

କଟକଣାକୁ ବେଖାତିର: ନିତିଦିନିଆ ହେଲାଣି ଶ୍ରୀମନ୍ଦିରରେ ନୀତି ବିଳମ୍ବ

ପୁରୀ ଅଫିସ, ୮।୩: କୌଣସି ପରିସ୍ଥିତିରେ ମହାପ୍ରଭୁଙ୍କ ସେବାପୂଜାରେ ବିଳମ୍ବ କିମ୍ବା ବିଭ୍ରାଟକୁ ବରଦାସ୍ତ କରାଯିବ ନାହିଁ। ଯେଉଁ ପାଳିଆସେବକ ୩ଥର ନୀତିରେ ବିଳମ୍ବ କରିବେ...

ଗାଁର ନାଁ କାମାରଗୁଡା: ୮କିମି ଗଲେ ଡାକ୍ତରଖାନା, ୧୫ କିମି ଗଲେ ପଞ୍ଚାୟତ କାର୍ଯ୍ୟାଳୟ

ଏମଭି ୭୯,୧୨ା୭: ମାଲକାନଗିରି ଜିଲା କାଲିମେଳା ବ୍ଲକ ପଶୁଗୁ ପଞ୍ଚାୟତର ଜିନେଲଗୁଡାଠାରୁ ୪ କିମି ଦୂରରେ ରହିଛି ଆଦିବାସୀ ଗାଁ କାମାରଗୁଡା। ସ୍ବାଧୀନତାର ଦୀର୍ଘ ବର୍ଷ...

ପୋଖରୀ ଖୋଳାକୁ ନେଇ ଗୁଳିମାଡ଼: ଗଲା ଜଣଙ୍କ ଜୀବନ

ଢେଙ୍କାନାଳ ଅଫିସ, ୧୭।୪: ଢେଙ୍କାନାଳ ଜିଲା ସଦର ଥାନା ଗେଙ୍ଗୁଟିଆ ପଞ୍ଚାୟତ କନ୍ଦପାଳ ଗାଁରେ ରବିବାର ସକାଳେ ଗୁଳିମାଡ଼ ହୋଇଛି। ଏଥିରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ...

ସପ୍ତମାତୃକା ବେଶର ଅନ୍ତିମ ଦିବସ: ମହାଲକ୍ଷ୍ମୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ମା’ ଭଦ୍ରକାଳୀ

ଭଦ୍ରକ ଅଫିସ,୨ା୧୧: ଅଧିଷ୍ଠାତ୍ରୀ ଦେବୀ ମା’ ଭଦ୍ରକାଳୀଙ୍କ ସପ୍ତମାତୃକା ବେଶର ଶନିବାର ଅନ୍ତିମ ଦିବସ। ଶେଷ ଦିନରେ ମା’ ମହାଲକ୍ଷ୍ମୀ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇଛନ୍ତି।...

ଚଣ୍ଡିମନ୍ଦିର ପରିଚାଳନା ବିଭ୍ରାଟ ନେଇ ବଢୁଛି ଅସନ୍ତୋଷ: କାର୍ଯ୍ୟକାରୀ ହେଉନି ଦେବୋତ୍ତର କମିଶନରଙ୍କ ଆଦେଶ

ଚଣ୍ଡିଖୋଲ,୮ା୮(ଡି.ଏନ.ଏ): ଚଣ୍ଡିଖୋଲର ଚଣ୍ଡିମାତା ମନ୍ଦିର ପରିଚାଳନା କ୍ଷେତ୍ରରେ ଦୀର୍ଘଦିନ ହେବ ବିଭ୍ରାଟ ହେବା ପରେ ଏହାକୁ ନେଇ ଦେବୋତ୍ତର କମିଶନରେ ମାମଲା ରୁଜୁ ହୋଇଥିଲା। କମିଶନର...

ବିବାହକୁ ଥିଲା ଆଉ ଦୁଇଦିନ, ଆଖି ବୁଜିଦେଲେ ଯୁବତୀ

ବ୍ରହ୍ମପୁର ଅଫିସ,୨୪ା୬: ବିବାହକୁ ଥିଲା ଆଉ ଦୁଇଦିନ। ଏଭଳି ସ୍ଥତିରେ ଜଣେ ଯୁବତୀ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଇଛନ୍ତି। ଏହି ଘଟଣା ଘଟିଛି ବ୍ରହ୍ମପୁର...

ପୋଖରୀରେ କୁମ୍ଭୀର: ଭୟରେ ସ୍ନାନ ପାଇଁ ଯାଉନାହାନ୍ତି ଲୋକେ

ନୟାଗଡ ଅଫିସ, ୩ା୨: ନୟାଗଡ଼ ଜିଲା ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ ଛାମୁଣ୍ଡିଆ ବନାଞ୍ଚଳ ଗୋପୀନାଥପୁର (ଖଳିସାହି) ଗ୍ରାମର ପାଖାପାଖି ଥିବା ୪ ପୋଖରୀରେ ୩ କୁମ୍ଭୀର...

Advertisement
Archives

Model This Week