ସାଧାରଣ ଓ ଅସାଧାରଣ

ଡ. ନିରଞ୍ଜନ ମିଶ୍ର

ଜାତିର ପିତା ମହାତ୍ମା ଗାନ୍ଧୀ କସ୍ମିନ୍‌ କାଳେ ଭଗବାନଙ୍କ ଅବତାର ନ ଥିଲେ। ସେ ଥିଲେ ଜଣେ ସାଧାରଣ ମଣିଷ। ‘କ୍ରାଇମ ଆଟ୍‌ ଚୌରୀଚୌରା’ ଶୀର୍ଷକରେ ସେ ଥରେ ‘ୟଙ୍ଗ୍‌ ଇଣ୍ଡିଆ’ରେ ଲେଖିଥିଲେ ଯେ, ଜଣେ ସାଧାରଣ ମଣିଷଠାରେ ଯେପରି ଅନେକ ଭଲଗୁଣ ଓ ମନ୍ଦଗୁଣ ରହିଛି, ତାଙ୍କ ଦେହ ଓ ମନର ଗଠନ ଠିକ୍‌ ସେହିଭଳି। ସେ ରକ୍ତମାଂସର ଜଣେ ସାଧାରଣ ମଣିଷ। ଅସହଯୋଗ ଆନ୍ଦୋଳନ ପାଇଁ ଡାକରା ଦେଇ ସେ ହିମାଳୟ ପର୍ବତ ଭଳି ଏକ ଭୁଲ୍‌ କରିଛନ୍ତି। କିନ୍ତୁ ଆମ ଦେଶର ଲୋକମାନେ କ’ଣ ତାଙ୍କ କଥା ଶୁଣିବେ? ୧୯୩୦ ମାର୍ଚ୍ଚ ୧୨ରେ ଲବଣ ସତ୍ୟାଗ୍ରହ ପାଇଁ ସେ ଯୋଜନା କଲେ। ସେତେବେଳର ଅପାଠୁଆ ମଳିମୁଣ୍ଡିଆ ଲୋକମାନେ ଏହି ପଦଯାତ୍ରାକୁ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ରଙ୍କ ବାନରସେନା ସହ ଲଙ୍କା ଯାତ୍ରା ସଙ୍ଗେ ତୁଳନା କରୁଥିଲେ।
ସବୁଠୁ ମଜା କଥା ହେଉଛି, ସେ ବଞ୍ଚି ଥିବାବେଳେ ତାଙ୍କ ସଂସ୍ପର୍ଶରେ ଆସୁଥିବା ଲୋକମାନେ ତାଙ୍କୁ ଜଣେ ମହାମାନବ ଭାବରେ ମାନୁଥିଲେ। ସି.ଏଫ୍‌. ଆଣ୍ଡ୍ରୁଜ ଦକ୍ଷିଣ ଆଫ୍ରିକାରେ ପ୍ରଥମଥର ତାଙ୍କୁ ଭେଟିଲାବେଳେ ସିଧାସଳଖ ତାଙ୍କ ପାଦଧୂଳି ନେଇ ନିଜ ମୁଣ୍ଡରେ ମାରିଲେ ଓ ଯିଶୁଖ୍ରୀଷ୍ଟଙ୍କୁ ତାଙ୍କଠାରେ ଦେଖିପାରୁଛନ୍ତି ବୋଲି କହିଲେ। ବ୍ରିଟିଶ ପ୍ରେସ୍‌ ଏଥିପାଇଁ ତାଙ୍କୁ ଭର୍ତ୍ସନା କରିଥିଲା। ସେ ଭାରତକୁ ଆସିବାର ଦୁଇବର୍ଷ ଆଗରୁ ଗୋପାଳକୃଷ୍ଣ ଗୋଖଲେ ବମ୍ବେ ଟାଉନହଲଠାରେ କହିଥିଲେ, ”ଗଭୀର ଶ୍ରଦ୍ଧା ଓ ସମ୍ମାନ ନ ଜଣାଇ ମୋହନଦାସ କରମଚାନ୍ଦ ଗାନ୍ଧୀଙ୍କ ନାମ ଉଚ୍ଚାରଣ କରିବା ମୋ ପକ୍ଷରେ ଅନ୍ୟାୟ।“ ସେ ତାଙ୍କୁ ଭାରତରେ ରାଜନୀତି କରିବାକୁ ପ୍ରବର୍ତ୍ତାଇଲେ। କିନ୍ତୁ ଗୋଟିଏ ସର୍ତ୍ତ ବର୍ଷେକାଳ ସେ ଭାରତର ବିଭିନ୍ନ ଅଞ୍ଚଳ ଗସ୍ତ କରିବେ। ସବୁ ବିଷୟ ଆଖିରେ ଦେଖିବେ ଓ କାନରେ ଶୁଣିବେ, କିନ୍ତୁ ପାଟି ଖୋଲିବେ ନାହିଁ। ଗୋଖଲେଙ୍କୁ ଗାନ୍ଧୀ ତାଙ୍କର ‘ପଲିଟିକାଲ ଗୁରୁ’ ବୋଲି କହନ୍ତି। ଗୁରୁଙ୍କ କଥା ମାନି ବର୍ଷେ ରହିଲେ ଓ ଯେତେବେଳେ ସମୟ ଅତିକ୍ରାନ୍ତ ହେଲା ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର ଉଦ୍‌ଘାଟନୀ ସଭାରେ ଭାଷଣ ଦେଲେ। ତାଙ୍କର ଅହିଂସା ଆନ୍ଦୋଳନ ମୁଖ୍ୟତଃ ଏକ କୃଷକର ଶାନ୍ତିପୂର୍ଣ୍ଣ ବିଦ୍ରୋହ। ବନାରସରେ ସେ କହିଲେ, ଗୋଟିଏ ସହରରେ ଯଦି ଗୋଟିଏ ବଡ଼ କୋଠାଘର ମୁଣ୍ଡ ଟେକି ଉଠୁଛି ମୋ ହାଡ଼ ଜଳୁଛି…., କାରଣ ଚାଷୀର ପଇସା ବାଟମାରଣା ହୋଇ ଧନୀଲୋକ ପାଖକୁ ଆସୁଛି। ଲାଙ୍କାସାୟାରଠାରେ ସେ ଛଟେଇ ହୋଇଥିବା ଶ୍ରମିକମାନଙ୍କୁ ପ୍ରଶ୍ନ କରିଥିଲେ, ଖଦି ଲୁଗା ଖଣ୍ଡିଏ ଦିନସାରା ଅକ୍ଳାନ୍ତ ପରିଶ୍ରମ କରି ବୁଣିଲେ ଚାରିଅଣା ବା ଛ’ଅଣା ରୋଜଗାର ହେବ। ଆପଣମାନେ ଭାରତୀୟ ବୁଣାକାରର ମୃତଦେହ ଉପରେ ଠିଆହେଲେ ଆପଣମାନଙ୍କ ଆତ୍ମା ଶାନ୍ତି ପାଇବ ତ? ଏ କଥା ଶୁଣିବା ପରେ ସେଠାରେ ତାଙ୍କର ସମର୍ଥକ ବାହାରିଲେ। ଭାରତ ବିଭାଜନ ପରେ ‘ହରିଜନ’ ପତ୍ରିକାରେ ସେ ଲେଖିଥିଲେ ଚିନାବାଦାମରେ ପ୍ରୋଟିନ୍‌। ଆମର ଗରିବ କୃଷକ ତା’ ଦ୍ୱାରା ଉପକୃତ ହେବେ। ଏହା ଥିଲା ଜଣେ ମହାମାନବର ଜୀବନ ଦର୍ଶନ।
ରାଜନୀତିକୁ ଯଦି କ୍ରିକେଟ ସଙ୍ଗେ ତୁଳନା କରିବା ତେବେ ଗାନ୍ଧିଜୀ ଜଣେ ଅଲ୍‌ରାଉଣ୍ଡର। ଜଣେ ଦକ୍ଷ ବ୍ୟାଟ୍‌ସମ୍ୟାନ ପଡ଼ିଆ ମଧ୍ୟକୁ ଆସି ଯେପରି ବିଭିନ୍ନ ଦିଗକୁ ବଲ୍‌ ମାରି ଏକ ବିଶାଳ ସ୍କୋର କରେ, ସେହିଭଳି ଗାନ୍ଧିଜୀ ଯେଉଁ ସ୍ଥାନକୁ ଯାଉଥିଲେ ଗଠନମୂଳକ କାମରେ ମାତିଯାଉଥିଲେ। ଦକ୍ଷିଣ ଆଫ୍ରିକାରେ ସେ କୃଷିର ଉନ୍ନତି ପାଇଁ ଟଲଷ୍ଟୟ ଫାର୍ମ କରିଥିଲେ। ଗୋମାତାର ସୁରକ୍ଷା, ଅସ୍ପୃଶ୍ୟତା ନିବାରଣ, ଖଦିର ପ୍ରସାର, ନିଶା ବିରୋଧରେ ଅଭିଯାନ, ନାରୀଶିକ୍ଷା ଇତ୍ୟାଦି ବିଷୟରେ ସେ ନିଷ୍ଠାପର ଭାବେ କାର୍ଯ୍ୟ କରିଛନ୍ତି। ତାଙ୍କର ଶିକ୍ଷାକୁ ‘ନଇ ତାଲିମ’ ନାଁ ଦିଆଯାଇଥିଲା। କିନ୍ତୁ ଦେଶ ସ୍ବାଧୀନତା ପାଇବା ପରେ ତାହା ପ୍ରତି କେହିହେଲେ ଗୁରୁତ୍ୱ ଦେଲେନାହିଁ। ଖୁବ୍‌ କମ୍‌ ସମୟ ସେ ବୋଲିଂ କରିଛନ୍ତି। ଅସହଯୋଗ ଆନ୍ଦୋଳନ, ଲବଣ ସତ୍ୟାଗ୍ରହ ଓ ଭାରତଛାଡ଼ ଆନ୍ଦୋଳନକୁ ଅହିଂସା ବଲ୍‌ ସାହାଯ୍ୟରେ ତାଙ୍କ ମାରାତ୍ମକ ବୋଲିଂ ବୋଲି କୁହାଯାଇପାରେ।
‘ଡ୍ରାମା ଆଟ୍‌ ଦି ସି ସୋର୍‌’ରେ ତାଙ୍କର ଜୀବନୀ ଲେଖକ ଲୁଇ ଫିସର ଲେଖିଛନ୍ତି ଯେ, ଭାରତ ପ୍ରତିବାଦ କଲାନି କି ମୁଣ୍ଡ ନୁଅଁାଇଲା ନାହିଁ। ସତ୍ୟାଗ୍ରହୀମାନେ ବ୍ରିଟିଶ ସରକାରର ବନ୍ଧୁକ ପ୍ରହାରକୁ ଖାତିର ନ କରି ଆଇନ ଅମାନ୍ୟ କଲେ। ନେତାଜୀ ଏହାକୁ ନେପୋଲିଅନଙ୍କ ଏଲ୍‌ବାଠାରୁ ପ୍ୟାରିସ ଯାତ୍ରା ସଙ୍ଗେ ତୁଳନା କରିଛନ୍ତି। ଲବଣ ସତ୍ୟାଗ୍ରହକୁ ଜାତିର ପିତାଙ୍କ ‘ସ୍ପିନ୍‌ ବୋଲିଂ’ କୁହାଯାଇପାରେ। ଏଥର ତାଙ୍କର ଫିଲ୍‌ଡିଂ ବିଷୟ ବିଚାର କରାଯାଉ। କଲିକତା ଦଙ୍ଗାକୁ ଦମନ କରିବା ପାଇଁ ସେ ଆମରଣ ଅନଶନ କରିଥିଲେ। ଗାନ୍ଧୀ ଯେତେବେଳେ ଆମରଣ ଅନଶନ କରନ୍ତି, ସାରା ବ୍ରିଟିଶ ସାମ୍ରାଜ୍ୟ ଥରହର ହୁଏ। ‘ଫ୍ରିଡମ୍‌ ଆଟ୍‌ ମିଡ୍‌ନାଇଟ’ ପୁସ୍ତକରେ ଲାପିୟର ଓ କଲିନ୍‌ସ ଲେଖିଛନ୍ତି, ହି ଅମ୍ବଲ୍‌ଡ ଗ୍ରେଟ୍‌ ବ୍ରିଟେନ ବାଇ ସିପିଂ ଓ୍ବାଟର ଆଣ୍ଡ୍‌ ବାଇକାର୍ବୋନେଟ ଅଫ ସୋଡ଼ା“ ତା’ ଅର୍ଥ ଲୁଣ ଓ ଲେମ୍ବୁପାଣି ପିଇ ସେ ପ୍ରବଳପ୍ରତାପୀ ବ୍ରିଟିଶ ସରକାରକୁ ପାଣି ପିଆଇ ଦେଇଥିଲେ। ନିଜ ଜୀବନକୁ ବାଜି ଲଗେଇ ସେ ନୂଆଖାଲିରେ ସାମ୍ପ୍ରଦାୟିକ ଦଙ୍ଗା ଦମନ ପାଇଁ ଚେଷ୍ଟା କରିଥିଲେ।
କବିଗୁରୁ ରବୀନ୍ଦ୍ର ନାଥ ତାଙ୍କୁ ଯିଶୁଖ୍ରୀଷ୍ଟ ଓ ବୁଦ୍ଧଙ୍କ ସଙ୍ଗେ ତୁଳନା କରିଛନ୍ତି। ଜୀବନର ସବୁ ଅବସ୍ଥାରେ ସେ ଜଣେ ସାଧାରଣ ମଣିଷ ଭଳି ଚଳୁଥିଲେ; କିନ୍ତୁ ଅସାଧାରଣ ଚିନ୍ତା ଯୋଗୁ ଆମେ ସଂସାର ଜାଲରେ ଛନ୍ଦି ହୋଇପଡୁଛୁ। ଜାତିର ପିତାଙ୍କ ବାଣୀ ସବ୍‌କୋ ସନମତି ଦେ ଭଗବାନ୍‌-ଆମ ହୃଦୟରେ ପୁଣିଥରେ ପ୍ରତିଧ୍ୱନିତ ହେଉ।
୫୬, ଆଇଆର୍‌ସି ଭିଲେଜ,
ଭିଆଇପି ଏରିଆ, ଭୁବନେଶ୍ୱର
ମୋ: ୯୪୩୭୨୫୮୯୩୬


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜଳବାୟୁ ପରିବର୍ତ୍ତନ ସଙ୍କଟ ଗମ୍ଭୀର ହେବାରେ ଲାଗିଛି। ପ୍ରାକୃତିକ ବିପର୍ଯ୍ୟୟର ତୀବ୍ରତା ବୃଦ୍ଧି ପାଉଥିବାବେଳେ କୃଷି ଓ ଜୀବନ ଜୀବିକା ପ୍ରଭାବିତ ହେଉଛି। ଏହାକୁ ନେଇ ଜାତୀୟ…

ଶେଷ ଧାଡ଼ିର ସ୍ବର

ଜଣେ ସରଳ, ଆଦିବାସୀ ମଣିଷର ବ୍ୟାଙ୍କକୁ ‘ଗୁହାରି’ ସାରା ବିଶ୍ୱକୁ ଚକିତ କଲା। ନିଜ ମୃତ ଭଉଣୀର ଖାତାରେ ଥିବା ଟଙ୍କା ଉଠାଣ ପାଇଁ କେତେଥର ବ୍ୟାଙ୍କକୁ…

ପରା ଓ ଅପରା ବିଦ୍ୟା

ବିଦ୍ୟା ୟା ବିମୁକ୍ତୟେ’ ଏମନ୍ତ ଆପ୍ତ ବାକ୍ୟ ସହିତ ସମସ୍ତେ ଊଣା ଅଧିକେ ଅବଗତ। ବିଷ୍ଣୁ ପୁରାଣରେ ଉଲ୍ଲିଖିତ ଏହି କଥାଟି ଏକ ଅବିସମ୍ବାଦିତ ସତ୍ୟ ଭାବରେ…

୩ ବର୍ଷ ପରେ ମଣିପୁର

ମଣିପୁରରେ ୨୦୨୩ ମେ’ ୩ରେ ଘଟିଥିବା ଜାତିଆଣ ହିଂସାକୁ ଏବେ ୩ ବର୍ଷ ପୂରିଛି। ଏହି ସମୟ ମଧ୍ୟରେ ନିର୍ବାଚିତ ମୁଖ୍ୟମନ୍ତ୍ରୀ ଏନ୍‌. ବୀରେନ୍‌ ସିଂ ପଦବୀରୁ…

ଏଇ ଭାରତରେ

ନଡ଼ିଆକତାକୁ ସାମଗ୍ରୀ ତିଆରି କରିବାରେ ଯେତିକି ବ୍ୟବହାର କରାଯାଉଛି ତାହାଠାରୁ ଅଧିକ ବର୍ଜ୍ୟ ଆକାରରେ ପିଙ୍ଗି ଦିଆଯାଉଛି। ତେବେ ଏହି କତା ବର୍ଜ୍ୟକୁ କେରଳର ଅର୍ଦ୍ରା ନାୟର…

ଯୋଗ ଦିବାରାତ୍ରି

ଭାରତ ନେତୃତ୍ୱରେ ସାରା ବିଶ୍ୱରେ ପାଳିତ ଯୋଗଦିବସରେ ଶହଶହ ଯୋଗୀ ଓ ଯୋଗିନୀ ବିଭିନ୍ନ ଆସନ, ପ୍ରାଣାୟାମ ଇତ୍ୟାଦି ପତଞ୍ଜଳିକୃତ ଯୋଗମାର୍ଗ ପ୍ରଦର୍ଶନ କରନ୍ତି । ଯୋଗ କଲେ…

ସବୁଜ ଶକ୍ତି ଓ ନିଯୁକ୍ତି ସୁଯୋଗ

ଶ୍ୱତାପନ ଓ ଜଳବାୟୁ ପରିବର୍ତ୍ତନ ପରି ଗମ୍ଭୀର ପରିବେଶ ସମସ୍ୟାର ପ୍ରଚ୍ଛଦରେ ରହିଛି ଶକ୍ତି ଉତ୍ପାଦନର ପ୍ରମୁଖ ଉତ୍ସ କୋଇଲା, ପେଟ୍ରୋଲିୟମ ତୈଳ ଏବଂ ପ୍ରାକୃତିକ ଗ୍ୟାସ…

ପକ୍ଷପାତ ବିଚାର

ଆପଣ ଯଦି ଜଣେ ସାଧାରଣ ବ୍ୟକ୍ତି, ତେବେ ଯେକୌଣସି ଦଳକୁ ସମର୍ଥନ କରିପାରିବେ ଏବଂ ଭୋଟ ଦେଇପାରିବେ। ଡିଏମ୍‌କେ, ଏଡିଏମ୍‌କେ, ଟିଡିପି, ଏନ୍‌ସିପି, ପିଡିପି, ଟିଏମ୍‌ସି, ଆଇଏନ୍‌ସି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri