ସାଧାରଣ ଓ ଅସାଧାରଣ

ଡ. ନିରଞ୍ଜନ ମିଶ୍ର

ଜାତିର ପିତା ମହାତ୍ମା ଗାନ୍ଧୀ କସ୍ମିନ୍‌ କାଳେ ଭଗବାନଙ୍କ ଅବତାର ନ ଥିଲେ। ସେ ଥିଲେ ଜଣେ ସାଧାରଣ ମଣିଷ। ‘କ୍ରାଇମ ଆଟ୍‌ ଚୌରୀଚୌରା’ ଶୀର୍ଷକରେ ସେ ଥରେ ‘ୟଙ୍ଗ୍‌ ଇଣ୍ଡିଆ’ରେ ଲେଖିଥିଲେ ଯେ, ଜଣେ ସାଧାରଣ ମଣିଷଠାରେ ଯେପରି ଅନେକ ଭଲଗୁଣ ଓ ମନ୍ଦଗୁଣ ରହିଛି, ତାଙ୍କ ଦେହ ଓ ମନର ଗଠନ ଠିକ୍‌ ସେହିଭଳି। ସେ ରକ୍ତମାଂସର ଜଣେ ସାଧାରଣ ମଣିଷ। ଅସହଯୋଗ ଆନ୍ଦୋଳନ ପାଇଁ ଡାକରା ଦେଇ ସେ ହିମାଳୟ ପର୍ବତ ଭଳି ଏକ ଭୁଲ୍‌ କରିଛନ୍ତି। କିନ୍ତୁ ଆମ ଦେଶର ଲୋକମାନେ କ’ଣ ତାଙ୍କ କଥା ଶୁଣିବେ? ୧୯୩୦ ମାର୍ଚ୍ଚ ୧୨ରେ ଲବଣ ସତ୍ୟାଗ୍ରହ ପାଇଁ ସେ ଯୋଜନା କଲେ। ସେତେବେଳର ଅପାଠୁଆ ମଳିମୁଣ୍ଡିଆ ଲୋକମାନେ ଏହି ପଦଯାତ୍ରାକୁ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ରଙ୍କ ବାନରସେନା ସହ ଲଙ୍କା ଯାତ୍ରା ସଙ୍ଗେ ତୁଳନା କରୁଥିଲେ।
ସବୁଠୁ ମଜା କଥା ହେଉଛି, ସେ ବଞ୍ଚି ଥିବାବେଳେ ତାଙ୍କ ସଂସ୍ପର୍ଶରେ ଆସୁଥିବା ଲୋକମାନେ ତାଙ୍କୁ ଜଣେ ମହାମାନବ ଭାବରେ ମାନୁଥିଲେ। ସି.ଏଫ୍‌. ଆଣ୍ଡ୍ରୁଜ ଦକ୍ଷିଣ ଆଫ୍ରିକାରେ ପ୍ରଥମଥର ତାଙ୍କୁ ଭେଟିଲାବେଳେ ସିଧାସଳଖ ତାଙ୍କ ପାଦଧୂଳି ନେଇ ନିଜ ମୁଣ୍ଡରେ ମାରିଲେ ଓ ଯିଶୁଖ୍ରୀଷ୍ଟଙ୍କୁ ତାଙ୍କଠାରେ ଦେଖିପାରୁଛନ୍ତି ବୋଲି କହିଲେ। ବ୍ରିଟିଶ ପ୍ରେସ୍‌ ଏଥିପାଇଁ ତାଙ୍କୁ ଭର୍ତ୍ସନା କରିଥିଲା। ସେ ଭାରତକୁ ଆସିବାର ଦୁଇବର୍ଷ ଆଗରୁ ଗୋପାଳକୃଷ୍ଣ ଗୋଖଲେ ବମ୍ବେ ଟାଉନହଲଠାରେ କହିଥିଲେ, ”ଗଭୀର ଶ୍ରଦ୍ଧା ଓ ସମ୍ମାନ ନ ଜଣାଇ ମୋହନଦାସ କରମଚାନ୍ଦ ଗାନ୍ଧୀଙ୍କ ନାମ ଉଚ୍ଚାରଣ କରିବା ମୋ ପକ୍ଷରେ ଅନ୍ୟାୟ।“ ସେ ତାଙ୍କୁ ଭାରତରେ ରାଜନୀତି କରିବାକୁ ପ୍ରବର୍ତ୍ତାଇଲେ। କିନ୍ତୁ ଗୋଟିଏ ସର୍ତ୍ତ ବର୍ଷେକାଳ ସେ ଭାରତର ବିଭିନ୍ନ ଅଞ୍ଚଳ ଗସ୍ତ କରିବେ। ସବୁ ବିଷୟ ଆଖିରେ ଦେଖିବେ ଓ କାନରେ ଶୁଣିବେ, କିନ୍ତୁ ପାଟି ଖୋଲିବେ ନାହିଁ। ଗୋଖଲେଙ୍କୁ ଗାନ୍ଧୀ ତାଙ୍କର ‘ପଲିଟିକାଲ ଗୁରୁ’ ବୋଲି କହନ୍ତି। ଗୁରୁଙ୍କ କଥା ମାନି ବର୍ଷେ ରହିଲେ ଓ ଯେତେବେଳେ ସମୟ ଅତିକ୍ରାନ୍ତ ହେଲା ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର ଉଦ୍‌ଘାଟନୀ ସଭାରେ ଭାଷଣ ଦେଲେ। ତାଙ୍କର ଅହିଂସା ଆନ୍ଦୋଳନ ମୁଖ୍ୟତଃ ଏକ କୃଷକର ଶାନ୍ତିପୂର୍ଣ୍ଣ ବିଦ୍ରୋହ। ବନାରସରେ ସେ କହିଲେ, ଗୋଟିଏ ସହରରେ ଯଦି ଗୋଟିଏ ବଡ଼ କୋଠାଘର ମୁଣ୍ଡ ଟେକି ଉଠୁଛି ମୋ ହାଡ଼ ଜଳୁଛି…., କାରଣ ଚାଷୀର ପଇସା ବାଟମାରଣା ହୋଇ ଧନୀଲୋକ ପାଖକୁ ଆସୁଛି। ଲାଙ୍କାସାୟାରଠାରେ ସେ ଛଟେଇ ହୋଇଥିବା ଶ୍ରମିକମାନଙ୍କୁ ପ୍ରଶ୍ନ କରିଥିଲେ, ଖଦି ଲୁଗା ଖଣ୍ଡିଏ ଦିନସାରା ଅକ୍ଳାନ୍ତ ପରିଶ୍ରମ କରି ବୁଣିଲେ ଚାରିଅଣା ବା ଛ’ଅଣା ରୋଜଗାର ହେବ। ଆପଣମାନେ ଭାରତୀୟ ବୁଣାକାରର ମୃତଦେହ ଉପରେ ଠିଆହେଲେ ଆପଣମାନଙ୍କ ଆତ୍ମା ଶାନ୍ତି ପାଇବ ତ? ଏ କଥା ଶୁଣିବା ପରେ ସେଠାରେ ତାଙ୍କର ସମର୍ଥକ ବାହାରିଲେ। ଭାରତ ବିଭାଜନ ପରେ ‘ହରିଜନ’ ପତ୍ରିକାରେ ସେ ଲେଖିଥିଲେ ଚିନାବାଦାମରେ ପ୍ରୋଟିନ୍‌। ଆମର ଗରିବ କୃଷକ ତା’ ଦ୍ୱାରା ଉପକୃତ ହେବେ। ଏହା ଥିଲା ଜଣେ ମହାମାନବର ଜୀବନ ଦର୍ଶନ।
ରାଜନୀତିକୁ ଯଦି କ୍ରିକେଟ ସଙ୍ଗେ ତୁଳନା କରିବା ତେବେ ଗାନ୍ଧିଜୀ ଜଣେ ଅଲ୍‌ରାଉଣ୍ଡର। ଜଣେ ଦକ୍ଷ ବ୍ୟାଟ୍‌ସମ୍ୟାନ ପଡ଼ିଆ ମଧ୍ୟକୁ ଆସି ଯେପରି ବିଭିନ୍ନ ଦିଗକୁ ବଲ୍‌ ମାରି ଏକ ବିଶାଳ ସ୍କୋର କରେ, ସେହିଭଳି ଗାନ୍ଧିଜୀ ଯେଉଁ ସ୍ଥାନକୁ ଯାଉଥିଲେ ଗଠନମୂଳକ କାମରେ ମାତିଯାଉଥିଲେ। ଦକ୍ଷିଣ ଆଫ୍ରିକାରେ ସେ କୃଷିର ଉନ୍ନତି ପାଇଁ ଟଲଷ୍ଟୟ ଫାର୍ମ କରିଥିଲେ। ଗୋମାତାର ସୁରକ୍ଷା, ଅସ୍ପୃଶ୍ୟତା ନିବାରଣ, ଖଦିର ପ୍ରସାର, ନିଶା ବିରୋଧରେ ଅଭିଯାନ, ନାରୀଶିକ୍ଷା ଇତ୍ୟାଦି ବିଷୟରେ ସେ ନିଷ୍ଠାପର ଭାବେ କାର୍ଯ୍ୟ କରିଛନ୍ତି। ତାଙ୍କର ଶିକ୍ଷାକୁ ‘ନଇ ତାଲିମ’ ନାଁ ଦିଆଯାଇଥିଲା। କିନ୍ତୁ ଦେଶ ସ୍ବାଧୀନତା ପାଇବା ପରେ ତାହା ପ୍ରତି କେହିହେଲେ ଗୁରୁତ୍ୱ ଦେଲେନାହିଁ। ଖୁବ୍‌ କମ୍‌ ସମୟ ସେ ବୋଲିଂ କରିଛନ୍ତି। ଅସହଯୋଗ ଆନ୍ଦୋଳନ, ଲବଣ ସତ୍ୟାଗ୍ରହ ଓ ଭାରତଛାଡ଼ ଆନ୍ଦୋଳନକୁ ଅହିଂସା ବଲ୍‌ ସାହାଯ୍ୟରେ ତାଙ୍କ ମାରାତ୍ମକ ବୋଲିଂ ବୋଲି କୁହାଯାଇପାରେ।
‘ଡ୍ରାମା ଆଟ୍‌ ଦି ସି ସୋର୍‌’ରେ ତାଙ୍କର ଜୀବନୀ ଲେଖକ ଲୁଇ ଫିସର ଲେଖିଛନ୍ତି ଯେ, ଭାରତ ପ୍ରତିବାଦ କଲାନି କି ମୁଣ୍ଡ ନୁଅଁାଇଲା ନାହିଁ। ସତ୍ୟାଗ୍ରହୀମାନେ ବ୍ରିଟିଶ ସରକାରର ବନ୍ଧୁକ ପ୍ରହାରକୁ ଖାତିର ନ କରି ଆଇନ ଅମାନ୍ୟ କଲେ। ନେତାଜୀ ଏହାକୁ ନେପୋଲିଅନଙ୍କ ଏଲ୍‌ବାଠାରୁ ପ୍ୟାରିସ ଯାତ୍ରା ସଙ୍ଗେ ତୁଳନା କରିଛନ୍ତି। ଲବଣ ସତ୍ୟାଗ୍ରହକୁ ଜାତିର ପିତାଙ୍କ ‘ସ୍ପିନ୍‌ ବୋଲିଂ’ କୁହାଯାଇପାରେ। ଏଥର ତାଙ୍କର ଫିଲ୍‌ଡିଂ ବିଷୟ ବିଚାର କରାଯାଉ। କଲିକତା ଦଙ୍ଗାକୁ ଦମନ କରିବା ପାଇଁ ସେ ଆମରଣ ଅନଶନ କରିଥିଲେ। ଗାନ୍ଧୀ ଯେତେବେଳେ ଆମରଣ ଅନଶନ କରନ୍ତି, ସାରା ବ୍ରିଟିଶ ସାମ୍ରାଜ୍ୟ ଥରହର ହୁଏ। ‘ଫ୍ରିଡମ୍‌ ଆଟ୍‌ ମିଡ୍‌ନାଇଟ’ ପୁସ୍ତକରେ ଲାପିୟର ଓ କଲିନ୍‌ସ ଲେଖିଛନ୍ତି, ହି ଅମ୍ବଲ୍‌ଡ ଗ୍ରେଟ୍‌ ବ୍ରିଟେନ ବାଇ ସିପିଂ ଓ୍ବାଟର ଆଣ୍ଡ୍‌ ବାଇକାର୍ବୋନେଟ ଅଫ ସୋଡ଼ା“ ତା’ ଅର୍ଥ ଲୁଣ ଓ ଲେମ୍ବୁପାଣି ପିଇ ସେ ପ୍ରବଳପ୍ରତାପୀ ବ୍ରିଟିଶ ସରକାରକୁ ପାଣି ପିଆଇ ଦେଇଥିଲେ। ନିଜ ଜୀବନକୁ ବାଜି ଲଗେଇ ସେ ନୂଆଖାଲିରେ ସାମ୍ପ୍ରଦାୟିକ ଦଙ୍ଗା ଦମନ ପାଇଁ ଚେଷ୍ଟା କରିଥିଲେ।
କବିଗୁରୁ ରବୀନ୍ଦ୍ର ନାଥ ତାଙ୍କୁ ଯିଶୁଖ୍ରୀଷ୍ଟ ଓ ବୁଦ୍ଧଙ୍କ ସଙ୍ଗେ ତୁଳନା କରିଛନ୍ତି। ଜୀବନର ସବୁ ଅବସ୍ଥାରେ ସେ ଜଣେ ସାଧାରଣ ମଣିଷ ଭଳି ଚଳୁଥିଲେ; କିନ୍ତୁ ଅସାଧାରଣ ଚିନ୍ତା ଯୋଗୁ ଆମେ ସଂସାର ଜାଲରେ ଛନ୍ଦି ହୋଇପଡୁଛୁ। ଜାତିର ପିତାଙ୍କ ବାଣୀ ସବ୍‌କୋ ସନମତି ଦେ ଭଗବାନ୍‌-ଆମ ହୃଦୟରେ ପୁଣିଥରେ ପ୍ରତିଧ୍ୱନିତ ହେଉ।
୫୬, ଆଇଆର୍‌ସି ଭିଲେଜ,
ଭିଆଇପି ଏରିଆ, ଭୁବନେଶ୍ୱର
ମୋ: ୯୪୩୭୨୫୮୯୩୬


Enter your email to get our daily news in your inbox.

All Right Reserved By Dharitri.Com

ପୁରାଣ କଥାରେ ସୃଷ୍ଟିତତ୍ତ୍ୱ

ଆମ ଦେଶରେ ଆମେ ଯେତେବେଳେ ସୃଷ୍ଟିର ପୌରାଣିକ କଥା ସମ୍ପର୍କରେ ବିଚାର କରୁ, ସେତେବେଳେ ସଂସ୍କୃତ କାହାଣୀ ଉପସ୍ଥାପନ କରିଥାଉ। ବିଶେଷକରି ବିଷ୍ଣୁ ଅନନ୍ତନାଗ ଉପରେ ଶୟନ…

ରାଜା ଗୁଣେ ପ୍ରଜା

ପ୍ରଜାଙ୍କୁ ପ୍ରଜାମାନେ ଅନୁସରଣ କରିବା ସ୍ବାଭାବିକ କଥା। ରାଜାଙ୍କ ହାବଭାବ, ଚାଲିଚଳନ, କଥାବାର୍ତ୍ତା, ଆଚାର ବ୍ୟବହାର ଏପରି କି ଚିନ୍ତାଦର୍ଶନକୁ ପ୍ରଜାମାନେ ଅନୁସରଣ କରୁଥିଲେ। ତେଣୁ ଲୋକପ୍ରିୟ…

ଗୋଡ଼ ଖସିବ

ଆମେରିକା-ଇସ୍ରାଏଲ ମିଳିତ ଭାବେ ଇରାନ୍‌ ସହିତ ଯୁଦ୍ଧ କରୁଛନ୍ତି। ଇସ୍ରାଏଲ-ହମାସ୍‌ ସଂଘର୍ଷ ପ୍ରାୟ ଅଢ଼େଇ ବର୍ଷ ଧରି ଚାଲିଥିବା ବେଳେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ୪ ବର୍ଷ ଅତିକ୍ରମ…

ଆଇନା ଓ ମଇନା

ଆଇନା ସବୁବେଳେ ସତ କହେ! ହୋଇଥିବ ବୋଧେ! ଏକଥା ସତ ବୋଲି ବି ମୋତେ ଲାଗିଲା। ଯଦିଓ ମୁଁ ସବୁବେଳେ ଆଇନା ଦେଖି ମୋ ରୂପ ସଜାଏ।…

ବରିଷ୍ଠ ନାଗରିକଙ୍କୁ ତାଚ୍ଛଲ୍ୟ

ମନୁଷ୍ୟ ସ୍ବାଭାବିକ ଜୀବନଚକ୍ରରେ ନିର୍ଦ୍ଦିଷ୍ଟ ବର୍ଷ ଅତିକ୍ରମ ପରେ ବୃଦ୍ଧାବସ୍ଥା ପ୍ରାପ୍ତହୁଏ । ଅନେକ ମାତାପିତା ବୃଦ୍ଧାବସ୍ଥାରେ ଅବହେଳାର ଶିକାର ହେଉଥିବା ଅନୁଭବକରି ମିଳିତ ଜାତିସଂଘ ସେମାନଙ୍କର…

ଭାଗ୍ୟ ବଳରେ

କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ହସ୍ପିିଟାଲରେ ୧୫ ମାର୍ଚ୍ଚ ବିଳମ୍ବିତ ରାତ୍ରିରେ ଟ୍ରମା କେୟାର ଇଣ୍ଟେନସିଭ୍‌ କେୟାର ୟୁନିଟ (ଆଇସିୟୁ)ରେ ଅଗ୍ନିକାଣ୍ଡ ଘଟି ୧୦…

ମଧ୍ୟପ୍ରାଚ୍ୟ ଯୁଦ୍ଧ

ମଧ୍ୟପ୍ରାଚ୍ୟ ଯୁଦ୍ଧର ତାଣ୍ଡବଲୀଳା ବଢିଚାଲିଛି। ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ଏବଂ ଇରାନର ଭୀଷଣ ପ୍ରତିଆକ୍ରମଣ ଯୁଦ୍ଧର ବିଭୀଷିକାକୁ ଆହୁରି ଗମ୍ଭୀର କରି…

କୃଷକ ବଜାର ଓ ଆର୍ଥିକ ସୁରକ୍ଷା

ଓଡ଼ିଶା ଦେଶର ଅଷ୍ଟମ ବୃହତ୍ତମ ରାଜ୍ୟ। ପ୍ରଚୁର କଞ୍ଚାମାଲ ଓ ଭିତ୍ତିଭୂମି ଥିବା ସତ୍ତ୍ୱେ ଆବଶ୍ୟକ ଶିଳ୍ପାୟନ ଅଭାବରୁ ଓଡ଼ିଶାରେ ଏବେ ବି ପ୍ରାୟ ୬୦-୭୦ ଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri