ମଙ୍କିପକ୍ସ ମୁକାବିଲା ପାଇଁ ସର୍ଭେଲାନ୍ସ ବଢ଼ାଇବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୨୦ା୯ (ବନ୍ଦନା ସେଠୀ):ଭାରତରେ ଦ୍ୱିତୀୟ ମଙ୍କିପକ୍ସ ରୋଗୀ ଚିହ୍ନଟ ହେବାପରେ ଏହାକୁ ଗୁରୁତ୍ୱର ସହ ନେଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ। ସମ୍ଭାବ୍ୟ ମଙ୍କିପକ୍ସ ସଂକ୍ରମଣର ମୁକାବିଲା ପାଇଁ ସର୍ଭେଲାନ୍ସ ବଢାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ସଂକ୍ରମଣ ରୋକିବା ପାଇଁ ଯଥେଷ୍ଟ ସତର୍କତା ଅବଲମ୍ବନ କରିବା ଉପରେ ଧ୍ୟାନ ଦେବାକୁ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡା. ନୀଳକଣ୍ଠ ମିଶ୍ର କ୍ୟାପିଟାଲ ହସ୍ପିଟାଲ, ପିଜିଆଇଏମ୍‌ଇଆର୍‌ କ୍ୟାପିଟାଲ ହସ୍ପିଟାଲ୍‌, ଆର୍‌ଜିଏଚ୍‌ ରାଉରକେଲାର ନିର୍ଦ୍ଦେଶକ, ସମସ୍ତ ଜିଲା ମୁଖ୍ୟ ଚିକିତ୍ସାଳୟ ସମେତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ନିର୍ଦ୍ଦେଶକ, ପାରାଦୀପ ବନ୍ଦର ସ୍ବାସ୍ଥ୍ୟ ଅଧିକାରୀଙ୍କୁ ଚିଠି ଲେଖିଛନ୍ତି।

 

ଗତ ୨୧ ଦିନ ଭିତରେ ମଙ୍କିପକ୍ସ ପ୍ରଭାବିତ ଦେଶକୁ ଯାତ୍ରା କରି ଫେରିଥିବା ବ୍ୟକ୍ତିଙ୍କଠାରେ ଜ୍ବର, ଦୁର୍ବଳତା କିମ୍ବା ମଙ୍କିପକ୍ସର ଅନ୍ୟ କିଛି ଲକ୍ଷଣ ଦେଖାଦେଇଥିଲେ ସେମାନଙ୍କର ତୁରନ୍ତ ଟେଷ୍ଟ କରିବାକୁ ପରାମର୍ଶ ଦିଆଯାଇଛି। ବିମାନବନ୍ଦର ଏବଂ ସାମୁଦ୍ରିକ ବନ୍ଦରରେ ଭାରତକୁ ପ୍ରବେଶ କରୁଥିବା ଯାତ୍ରୀଙ୍କ ଉପରେ ସୀମା ପ୍ରବେଶ ପଏଣ୍ଟରେ ତୀକ୍ଷ୍ଣ ନଜର ରଖିବାକୁ କୁହାଯାଇଛି। ପ୍ରବେଶ ପଏଣ୍ଟରେ ଚିହ୍ନଟ ହୋଇଥିବା ସମସ୍ତ ସନ୍ଦିଗ୍ଧ ମାମଲା ସମ୍ପର୍କରେ ତୁରନ୍ତ ସମନ୍ବିତ ରୋଗ ସର୍ଭେଲାନ୍ସ ପ୍ରୋଗ୍ରାମର ରାଜ୍ୟ କିମ୍ବା ଜିଲା ସର୍ଭେଲାନ୍ସ ଅଧିକାରୀଙ୍କୁ ଜଣାଇବାକୁ ପରାମର୍ଶ ଦିଆଯାଇଛି। ଏହିପରି ସନ୍ଦିଗ୍ଧ ମାମଲାଗୁଡ଼ିକ ପରିଚାଳନା କରିବା ସମୟରେ ସମସ୍ତ ନିୟମକୁ ଅନୁସରଣ କରିବା ଆବଶ୍ୟକ। ସନ୍ଦିଗ୍ଧଙ୍କୁ ଆମ୍ବୁଲାନ୍ସ ଯୋଗେ ଚିହ୍ନିତ ବା ଆଇସୋଲେଶନ ସୁବିଧା ଥିବା ନିର୍ଦ୍ଦିଷ୍ଟ ରେଫରାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯିବ। ରେଫରାଲ ହସ୍ପିଟାଲରୁ ସନ୍ଦିଗ୍ଧଙ୍କ ନମୁନା ପରୀକ୍ଷଣ ପାଇଁ ଏମ୍ସ ଭୁବନେଶ୍ବର ଲାବକୁ ପଠାଯିବ। କୌଣସି ଦ୍ବନ୍ଦ୍ବ ଥିଲେ ଏନ୍‌ସିଡିସି ହେଲ୍ପଲାଇନ ନମ୍ବର (+୯୧) ୦୧୧-୨୩୯୦୯୩୪୮କୁ ଯୋଗାଯୋଗ କରାଯାଇପାରିବ ବୋଲି ଚିଠିଲେ ଉଲ୍ଲେଖ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନରୁ ଖୋଲାଖୋଲି LPG କିଣିଲା ଭାରତ, ଟ୍ରମ୍ପ ଦେଖି କାବା!

ନୂଆଦିଲ୍ଲୀ,୨୬।୩: ପଶ୍ଚିମ ଏସିଆ (ମଧ୍ୟପ୍ରାଚ୍ୟ)ରେ ବର୍ତ୍ତମାନ ବୃଦ୍ଧି ପାଉଥିବା ଉତ୍ତେଜନା ଏବଂ ଯୁଦ୍ଧର ଭୟ ମଧ୍ୟରେ, ଭାରତ ଏହାର ଘରୋଇ ରନ୍ଧନ ଗ୍ୟାସ ଆବଶ୍ୟକତା ପୂରଣ କରିବା…

ଅହିଂସା ଓ ଅସ୍ପୃଶ୍ୟତା

ଅହିଂସାକୁ ହିନ୍ଦୁଧର୍ମରେ ଶ୍ରେଷ୍ଠ ସଦାଚାର ବା ଗୁଣ ବୋଲି ବିବେଚନା କରାଯାଏ। ଏହା ସଦାଚାରୀ ସନ୍ନ୍ୟାସୀ, ଦୟାଶୀଳ ଋଷି ତଥା ଶ୍ରେଷ୍ଠ ନୈତିକ ଜୀବନର ଭାବମୂର୍ତ୍ତିକୁ ପରିପ୍ରକାଶକରେ।…

ଏତିକି ଟଙ୍କାରେ ନିଲାମ ହେଲା ମରିଚି କୁଣ୍ଡ ପାଣି: ନିଃସନ୍ତାନ ମହିଳା ହେବେ ସନ୍ତାନ ପ୍ରାପ୍ତି

ଭୁବନେଶ୍ୱର,୨୬।୩: ରୁକୁଣା ରଥଯାତ୍ରା ପୂର୍ବରୁ ମୁକ୍ତେଶ୍ୱର ମନ୍ଦିର ପରିସରରେ ଥିବା ମରୀଚି କୁଣ୍ଡ ପାଣି ନିଲାମ ହୋଇଛି। ୭୦୦୧ ଟଙ୍କାରେ ନିଲାମ ହେଲା ମରିଚି କୁଣ୍ଡ ପାଣି।…

ହୋଟେଲ, ରେଷ୍ଟୁରାଣ୍ଟରେ ‘ଏଲ୍‌ପିଜି ଚାର୍ଜ’ ନେବା ବେଆଇନ

ଭୁବନେଶ୍ୱର,୨୬ା୩(ଅନୁରାଧା ମହାରଣା):କେନ୍ଦ୍ରୀୟ ଗ୍ରାହକ ସୁରକ୍ଷା ପ୍ରାଧିକରଣ (ସିସିପିଏ), ହୋଟେଲ ଏବଂ ରେଷ୍ଟୁରାଣ୍ଟଗୁଡିକ ଦ୍ୱାରା ଗ୍ରାହକଙ୍କ ବିଲ୍‌ରେ ଏଲ୍‌ପିଜି ଚାର୍ଜ, ଗ୍ୟାସ୍‌ ସର୍‌ଚାର୍ଜ ଏବଂ ଇନ୍ଧନ ମୂଲ୍ୟ ଭରଣା…

ସରିଯିବ ଧାନକିଣା ଅବଧି, ସମସ୍ୟା ଅସମାହିତ

ବରଗଡ଼,୨୬ା୩(ପ୍ରେମାନନ୍ଦ ଖମାରୀ): ଖରିଫ୍‌ ଧାନ ସଂଗ୍ରହ ପ୍ରକ୍ରିୟା ସରିବାକୁ ଆଉ ମାତ୍ର ୬ ଦିନ ବାକି। ମାତ୍ର ବରଗଡ଼ ଜିଲାର ବିଭିନ୍ନ ବ୍ଲକର ଚାଷୀମାନେ ଧାନ ବିକ୍ରି…

ମୋଦି ବିଶ୍ୱର ସବୁଠୁ ଲୋକପ୍ରିୟ ନେତା

ନୂଆଦିଲ୍ଲୀ ,୨୬ା୩: ବିଶ୍ୱର ଲୋକପ୍ରିୟ ନେତା ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବେ ବି ସବୁଠୁ ଆଗରେ ରହିଛନ୍ତି। ଗତ ବର୍ଷ ତୁଳନାରେ ତାଙ୍କର ଲୋକପ୍ରିୟତା ହ୍ରାସ…

ଅଲୋଡ଼ାଙ୍କୁ ଭରସା: ସରଗରମ ବାଲେଶ୍ୱର ରାଜନୀତି

ବାଲେଶ୍ୱର,୨୬ା୩(ବାଞ୍ଛାନିଧି ଦେ):ବାଲେଶ୍ୱର ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି। ଗତ କିଛିଦିନ ଧରି ଜିଲାର ରାଜନୈତିକ ବାତାବରଣ ସରଗରମ ରହିଛି। ପୂର୍ବତନ ଏମ୍‌ପି ରବୀନ୍ଦ୍ର କୁମାର ଜେନା ଭାଜପାରେ…

ସୁନା ବଜାରରେ ନିଆଁ: ହଠାତ ଏତିକି ବଢ଼ିଗଲା ସୁନା ଦର, ରୂପା ବି… ଏକ୍ସପର୍ଟ ଚକିତ!

ନୂଆଦିଲ୍ଲୀ, ୨୫।୩: ଅନ୍ତର୍ଜାତୀୟ ବଜାରରେ ସୁନା ଓ ରୂପା ଦରରେ ବୃଦ୍ଧି ଯୋଗୁ ଘରୋଇ ବଜାରରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଦିଲ୍ଲୀ ସର୍ରଫା ବଜାରରେ ବୁଧବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri