ପ୍ରିଭେସି ଅପ୍‌ଡେଟ୍‌ ପ୍ରତ୍ୟାହାର ଲାଗି ହ୍ବାଟ୍ସଆପ୍‌କୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ହ୍ବାଟ୍ସଆପ୍‌ର ନୂଆ ପ୍ରିଭେସି ପଲିସି ପରିବର୍ତ୍ତନକୁ ନେଇ ଗତ କିଛିଦିନ ହେବ ୟୁଜରଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ଲାଗି ରହିଥିବା ବେଳେ ମଙ୍ଗଳବାର ଏହି ଘଟଣାରେ ଏକ ନୂଆ ମୋଡ଼ ଦେଖିବାକୁ ମିଳିଛି। ବିବାଦୀୟ ପ୍ରିଭେସି ଅପ୍‌ଡେଟ୍‌ ପ୍ରତ୍ୟାହାର କରିବା ଲାଗି ଭାରତ ସରକାର ହ୍ବାଟ୍ସଆପ୍‌କୁ ନିର୍ଦ୍ଦେଶ ଦେଇଛନ୍ତି। ହ୍ବାଟ୍ସଆପ୍‌ ଲାଗି ଏହା ଏକ ବଡ଼ ଝଟକା ବୋଲି କୁହାଯାଉଛି। କମ୍ପାନୀ ଘରୋଇ ବଜାର ଲାଗି ଏହି ଅପ୍‌ଡେଟ୍‌ ଘୋଷଣା କରିବା ପରେ ଏହାକୁ ନେଇ ଅନେକ ବିବାଦ ଲାଗି ରହିଛି। ଭାରତୀୟ ବ୍ୟବହାରକାରୀଙ୍କ ସୂଚନାର ଗୋପନୀୟତା ତଥା ଡାଟା ନିରାପତ୍ତାକୁ କମ୍ପାନୀ ସମ୍ମାନ ଦେଉ ବୋଲି ସରକାର ନିର୍ଦ୍ଦେଶରେ କହିଛନ୍ତି।
କେନ୍ଦ୍ର ସରକାର ହ୍ବାଟ୍ସଆପ୍‌କୁ ପ୍ରଶ୍ନର ଏକ ଲମ୍ବା ତାଲିକା ପଠାଇଛନ୍ତି। ସରକାର କହିଛନ୍ତି, କମ୍ପାନୀ ୟୁରୋପ ବଜାର ଲାଗି କୋହଳ ନୀତି ଆପଣାଇଛି। ହେଲେ ଭାରତ ବଜାରରେ କାହିଁକି କଠୋର ପଲିସି ଗ୍ରହଣ କରାଯାଇଛି। ଏଭଳି କରିବା ଦ୍ୱାରା ଭାରତୀୟ ୟୁଜରଙ୍କ ଲାଗି ପକ୍ଷପାତିତା ହୋଇଛି। ଏହି ପ୍ରସଙ୍ଗକୁ ନେଇ ସରକାର ଅସନ୍ତୋଷ ପ୍ରକାଶ କରିଥିବା ଜଣେ ବରିଷ୍ଟ ଅଧିକାରୀ ନାମ ଗୋପନ ରଖି ଏକ ଜାତୀୟ ଗଣମାଧ୍ୟମକୁ କହିଛନ୍ତି। ଏହି ପ୍ରସଙ୍ଗରେ ତୁରନ୍ତ ଏକ ତ୍ୱରିତ ପଦକ୍ଷେପ ନେବାକୁ ଫେସ୍‌ବୁକ୍‌ ଅଧିକୃତ ଉକ୍ତ କମ୍ପାନୀକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରସ୍ତାବିତ ସେବା ସଂକ୍ରାନ୍ତ ନୂଆ ସର୍ତ୍ତାବଳୀ ଏବଂ ପ୍ରିଭେସି ନୀତିକୁ ନେଇ ସରକାର ଉଦ୍‌ବେଗ ପ୍ରକାଶ କରିବା ସହ ହ୍ବାଟ୍ସଆପ୍‌ ସିଇଓଙ୍କୁ ଚିଠି ଲେଖାଯାଇଛି।
ଫେସ୍‌ବୁକ୍‌ ସହ ହ୍ବାଟ୍ସଆପ୍‌ ଡାଟା ଶେୟାର ହେଲେ ଭାରତୀୟ ୟୁଜରଙ୍କ ନିରାପତ୍ତା ବିପନ୍ନ ହେବ ବୋଲି ସରକାର ଚିଠିରେ ଉଲ୍ଲେଖ କରିଥିବା ଅଧିକାରୀ ଜଣକ କହିଛନ୍ତି। ଏହା ଅତ୍ୟନ୍ତ ଚିନ୍ତାର ବିଷୟ। ଅନାୟାସରେ ବିଭିନ୍ନ ସୂଚନା ଏହା ଦ୍ୱାରା ଶେୟାର ହୋଇପାରିବ। ସୂଚନାଯୋଗ୍ୟ, ହ୍ବାଟ୍ସଆପ୍‌ର ନୂଆ ଅପ୍‌ଡେଟ ଗ୍ରହଣ କଲେ ଗ୍ରାହକ ସମ୍ପୂର୍ଣ୍ଣ ସେବା ଲାଭ କରିପାରିବେ। ନଚେତ୍‌ ତୁରନ୍ତ ପ୍ଲାଟଫର୍ମ ଛାଡିବାକୁ ପଡିବ ବୋଲି ହ୍ବାଟ୍ସଆପ୍‌ ପକ୍ଷରୁ କୁହାଯାଇଛି। କମ୍ପାନୀର ଏଭଳି ପ୍ରସ୍ତାବକୁ ମଧ୍ୟ ସରକାର ନାପସନ୍ଦ କରିଛନ୍ତି। ଏଭଳି ଏକ ଅପ୍‌ଡେଟ ଭାରତୀୟ ଗ୍ରାହକଙ୍କଠାରୁ ପସନ୍ଦ କରିବା ବିକଳ୍ପକୁ ଛଡ଼ାଇ ନେଉଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି। କମ୍ପାନୀ ୟୁରୋପ ଏବଂ ଭାରତ ବଜାର ଲାଗି ଭିନ୍ନ ନୀତି ଆପଣାଇଛି। ଏହାଦ୍ୱାରା ଭାରତୀୟ ନାଗରିକଙ୍କ ଅଧିକାର ଏବଂ ସ୍ବାର୍ଥକୁ କମ୍ପାନୀ ସମ୍ମାନ ଜଣାଉ ନ ଥିବାରୁ ସରକାର ଚିନ୍ତା ପ୍ରକଟ କରୁଥିବା ଅଧିକାରୀ ଜଣକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ; ୧୩୦୦୦ କମିଲା….

ନୂଆଦିଲ୍ଲୀ,୨।୪: ଆଜି ସୁନା ଏବଂ ରୂପା ବଜାରରେ ଏକ ବଡ଼ ହ୍ରାସ ଦେଖିବାକୁ ମିଳିଛି । ଯାହା ନିବେଶକ ଏବଂ କ୍ରେତା ଉଭୟଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି…

ଓରାକଲ୍‌ରୁ ଆମାଜନ୍‌ ଯାଏ ଛଟେଇ: ନିଯୁକ୍ତି ହରାଇଲେଣି ୧୨୦୦୦ ଭାରତୀୟ

ନୂଆଦିଲ୍ଲୀ , ୨ା୪:ଆଇଟି କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀ ଏବଂ ପେସାଦାରଙ୍କ ପାଇଁ ଏବେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ସବୁଠୁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ବର୍ତ୍ତମାନ…

ସାବଧାନ! ୧ ଏପ୍ରିଲରୁ ବଦଳିଲା UPIର ପ୍ରକ୍ରିୟା, ପେମେଣ୍ଟ ଉପରେ ଲାଗିଲା…

ନୂଆଦିଲ୍ଲୀ,୧।୪: ଯଦି ଆପଣ ଚା ଦୋକାନ ଠାରୁ ଆରମ୍ଭ କରି ସପିଂ ମଲ ପର୍ଯ୍ୟନ୍ତ ସବୁଠି ପେମେଣ୍ଟ ପାଇଁ PhonePe, Google Pay, କିମ୍ବା Paytm ଭଳି…

ମାସରେ ୩୦ ଦିନରୁ ୧୪ ଦିନ ବ୍ୟାଙ୍କ୍ ସେବା ବନ୍ଦ; ଜାଣି ନିଅନ୍ତୁ କେମିତି କରିବେ ଟଙ୍କା ଜମା..

ନୂଆଦିଲ୍ଲୀ,୩୧।୩: ଯଦି ଆପଣଙ୍କର ବ୍ୟାଙ୍କ କାମ ବାକି ଅଛି ଏବଂ ଆପଣ ଏହାକୁ ଆସନ୍ତା ମାସରେ ସମାପ୍ତ କରିବାକୁ ଚିନ୍ତା କରୁଛନ୍ତି, ତେବେ ଅପେକ୍ଷା କରନ୍ତୁନାହିଁ! ଏପ୍ରିଲ…

୧ ଏପ୍ରିଲରୁ ATM ରୁ ଟଙ୍କା ଉଠାଇବା ହେବ ମହଙ୍ଗା! HDFC ରୁ PNB ପର୍ଯ୍ୟନ୍ତ…

ନୂଆଦିଲ୍ଲୀ,୩୧।୩: ୧ ଏପ୍ରିଲ, ୨୦୨୬ ଠାରୁ, HDFC ବ୍ୟାଙ୍କ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଏବଂ ବନ୍ଧନ ବ୍ୟାଙ୍କ ସେମାନଙ୍କର ATM ନିୟମରେ ପରିବର୍ତ୍ତନ କରିବେ। ଏଥିରେ ମାଗଣା…

ଆଜି ରାତି ୧୨ଟା ସୁଦ୍ଧା ଶେଷ କରନ୍ତୁ ଏହି ୩ କାମ, ନଚେତ୍‌ ଆସନ୍ତାକାଲିଠୁ ବନ୍ଦ ହୋଇଯିବ ଆପଣଙ୍କର…

ନୂଆଦିଲ୍ଲୀ,୩୧।୩: ଆଜି ମାର୍ଚ୍ଚ ୩୧, ୨୦୨୬ ଆର୍ଥିକ ବର୍ଷର ଶେଷ ଦିନ। ଯଦି ଆପଣଙ୍କର ଏକ ବ୍ୟାଙ୍କ ଆକାଉଣ୍ଟ ଅଛି କିମ୍ବା ଆପଣ ଷ୍ଟକ ବଜାରରେ ନିବେଶ…

ହର୍ମୁଜ ଶକ୍ତି ସଙ୍କଟ ମଧ୍ୟରେ ବଡ଼ ନିଷ୍ପତ୍ତି ନେଲେ ସରକାର: ଏବେ ଗହମ-ଚାଉଳ ସହିତ ମିଳିବ…

ନୂଆଦିଲ୍ଲୀ,୩୦।୩: ଇରାନ ଉପରେ ଆମେରିକା ଏବଂ ଇସ୍ରାଏଲର ଆକ୍ରମଣ ପରେ, ଇରାନ ହର୍ମୁଜ ପ୍ରଣାଳୀକୁ ବନ୍ଦ କରିଦେଇଛି। ଏହା ଭାରତ ସମେତ ବିଶ୍ୱକୁ ଶକ୍ତି ଯୋଗାଣକୁ ପ୍ରଭାବିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri