ପ୍ରିଭେସି ଅପ୍‌ଡେଟ୍‌ ପ୍ରତ୍ୟାହାର ଲାଗି ହ୍ବାଟ୍ସଆପ୍‌କୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ହ୍ବାଟ୍ସଆପ୍‌ର ନୂଆ ପ୍ରିଭେସି ପଲିସି ପରିବର୍ତ୍ତନକୁ ନେଇ ଗତ କିଛିଦିନ ହେବ ୟୁଜରଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ଲାଗି ରହିଥିବା ବେଳେ ମଙ୍ଗଳବାର ଏହି ଘଟଣାରେ ଏକ ନୂଆ ମୋଡ଼ ଦେଖିବାକୁ ମିଳିଛି। ବିବାଦୀୟ ପ୍ରିଭେସି ଅପ୍‌ଡେଟ୍‌ ପ୍ରତ୍ୟାହାର କରିବା ଲାଗି ଭାରତ ସରକାର ହ୍ବାଟ୍ସଆପ୍‌କୁ ନିର୍ଦ୍ଦେଶ ଦେଇଛନ୍ତି। ହ୍ବାଟ୍ସଆପ୍‌ ଲାଗି ଏହା ଏକ ବଡ଼ ଝଟକା ବୋଲି କୁହାଯାଉଛି। କମ୍ପାନୀ ଘରୋଇ ବଜାର ଲାଗି ଏହି ଅପ୍‌ଡେଟ୍‌ ଘୋଷଣା କରିବା ପରେ ଏହାକୁ ନେଇ ଅନେକ ବିବାଦ ଲାଗି ରହିଛି। ଭାରତୀୟ ବ୍ୟବହାରକାରୀଙ୍କ ସୂଚନାର ଗୋପନୀୟତା ତଥା ଡାଟା ନିରାପତ୍ତାକୁ କମ୍ପାନୀ ସମ୍ମାନ ଦେଉ ବୋଲି ସରକାର ନିର୍ଦ୍ଦେଶରେ କହିଛନ୍ତି।
କେନ୍ଦ୍ର ସରକାର ହ୍ବାଟ୍ସଆପ୍‌କୁ ପ୍ରଶ୍ନର ଏକ ଲମ୍ବା ତାଲିକା ପଠାଇଛନ୍ତି। ସରକାର କହିଛନ୍ତି, କମ୍ପାନୀ ୟୁରୋପ ବଜାର ଲାଗି କୋହଳ ନୀତି ଆପଣାଇଛି। ହେଲେ ଭାରତ ବଜାରରେ କାହିଁକି କଠୋର ପଲିସି ଗ୍ରହଣ କରାଯାଇଛି। ଏଭଳି କରିବା ଦ୍ୱାରା ଭାରତୀୟ ୟୁଜରଙ୍କ ଲାଗି ପକ୍ଷପାତିତା ହୋଇଛି। ଏହି ପ୍ରସଙ୍ଗକୁ ନେଇ ସରକାର ଅସନ୍ତୋଷ ପ୍ରକାଶ କରିଥିବା ଜଣେ ବରିଷ୍ଟ ଅଧିକାରୀ ନାମ ଗୋପନ ରଖି ଏକ ଜାତୀୟ ଗଣମାଧ୍ୟମକୁ କହିଛନ୍ତି। ଏହି ପ୍ରସଙ୍ଗରେ ତୁରନ୍ତ ଏକ ତ୍ୱରିତ ପଦକ୍ଷେପ ନେବାକୁ ଫେସ୍‌ବୁକ୍‌ ଅଧିକୃତ ଉକ୍ତ କମ୍ପାନୀକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରସ୍ତାବିତ ସେବା ସଂକ୍ରାନ୍ତ ନୂଆ ସର୍ତ୍ତାବଳୀ ଏବଂ ପ୍ରିଭେସି ନୀତିକୁ ନେଇ ସରକାର ଉଦ୍‌ବେଗ ପ୍ରକାଶ କରିବା ସହ ହ୍ବାଟ୍ସଆପ୍‌ ସିଇଓଙ୍କୁ ଚିଠି ଲେଖାଯାଇଛି।
ଫେସ୍‌ବୁକ୍‌ ସହ ହ୍ବାଟ୍ସଆପ୍‌ ଡାଟା ଶେୟାର ହେଲେ ଭାରତୀୟ ୟୁଜରଙ୍କ ନିରାପତ୍ତା ବିପନ୍ନ ହେବ ବୋଲି ସରକାର ଚିଠିରେ ଉଲ୍ଲେଖ କରିଥିବା ଅଧିକାରୀ ଜଣକ କହିଛନ୍ତି। ଏହା ଅତ୍ୟନ୍ତ ଚିନ୍ତାର ବିଷୟ। ଅନାୟାସରେ ବିଭିନ୍ନ ସୂଚନା ଏହା ଦ୍ୱାରା ଶେୟାର ହୋଇପାରିବ। ସୂଚନାଯୋଗ୍ୟ, ହ୍ବାଟ୍ସଆପ୍‌ର ନୂଆ ଅପ୍‌ଡେଟ ଗ୍ରହଣ କଲେ ଗ୍ରାହକ ସମ୍ପୂର୍ଣ୍ଣ ସେବା ଲାଭ କରିପାରିବେ। ନଚେତ୍‌ ତୁରନ୍ତ ପ୍ଲାଟଫର୍ମ ଛାଡିବାକୁ ପଡିବ ବୋଲି ହ୍ବାଟ୍ସଆପ୍‌ ପକ୍ଷରୁ କୁହାଯାଇଛି। କମ୍ପାନୀର ଏଭଳି ପ୍ରସ୍ତାବକୁ ମଧ୍ୟ ସରକାର ନାପସନ୍ଦ କରିଛନ୍ତି। ଏଭଳି ଏକ ଅପ୍‌ଡେଟ ଭାରତୀୟ ଗ୍ରାହକଙ୍କଠାରୁ ପସନ୍ଦ କରିବା ବିକଳ୍ପକୁ ଛଡ଼ାଇ ନେଉଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି। କମ୍ପାନୀ ୟୁରୋପ ଏବଂ ଭାରତ ବଜାର ଲାଗି ଭିନ୍ନ ନୀତି ଆପଣାଇଛି। ଏହାଦ୍ୱାରା ଭାରତୀୟ ନାଗରିକଙ୍କ ଅଧିକାର ଏବଂ ସ୍ବାର୍ଥକୁ କମ୍ପାନୀ ସମ୍ମାନ ଜଣାଉ ନ ଥିବାରୁ ସରକାର ଚିନ୍ତା ପ୍ରକଟ କରୁଥିବା ଅଧିକାରୀ ଜଣକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଧାର ପାନ୍ ଲିଙ୍କ ନେଇ ଆସିଲା ବଡ଼ ଖବର, ୩୧ ମେ ପର୍ଯ୍ୟନ୍ତ TDS ର ସ୍ୱଳ୍ପ ରିହାତି ଉପରେ ହେବନି କୌଣସି କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୨୪ା୪: ଆୟକର ବିଭାଗ ଟିଡିଏସ (ଟିସିଏସ) ରିହାତି ବିଷୟରେ ଟିକସଦାତା ଏବଂ ବ୍ୟବସାୟୀଙ୍କୁ ବଡ଼ ଆରାମ ପ୍ରଦାନ କରିଛି। ଆୟକର ବିଭାଗ କହିଛି ଯେ ଟିକସଦାତା...

ଖୁବଶୀଘ୍ର ମୁକେଶ ଅମ୍ବାନୀଙ୍କ ଦୁନିଆରେ ଜୀବନ ବିତାଇବେ ଆପଣ, ଜାଣନ୍ତୁ କାରଣ

ମୁମ୍ବାଇ,୨୪ା୪: ଭାରତରେ ଏକ ବଡ ସଂଖ୍ୟକ ଲୋକେ ସେମାନଙ୍କର ଦୈନନ୍ଦିନ ଜୀବନ ଖୁବ ଶୀଘ୍ର ଭାରତର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ଦ୍ୱାରା ପରିଚାଳିତ...

କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ ଉପରେ କଟକଣା ଲଗାଇଲା ଆରବିଆଇ: ନୂଆ ଗ୍ରାହକ ଯୋଡ଼ିବା, କ୍ରେଡିଟ୍ କାର୍ଡ ଦେବା ଉପରେ ଲାଗିଲା ରୋକ

ମୁମ୍ବାଇ,୨୨ା୪: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ବୁଧବାର ମହିନ୍ଦ୍ରା ବଡ଼ କଟକଣା ଲଗାଇଛନ୍ତି। କଟକଣା ଲାଗିବା ପରେ ବ୍ୟାଙ୍କ ଏବେ ଅନଲାଇନ୍, ମୋବାଇଲ ବ୍ୟାଙ୍କିଙ୍ଗ ମାଧ୍ୟମରେ ଆଉ...

ଜୋକୋଭିଚ୍‌, ବୋନମାଟିଙ୍କୁ ଲୌରିଅସ ପୁରସ୍କାର

ମାଡ୍ରିଡ୍‌, ୨୪ା୪ (ଏପି): ସମ୍ମାନଜନକ ଲୌରିଅସ୍‌ ଓ୍ବାଲର୍‌ଡ ସ୍ପୋଟର୍‌ସ ଆଓ୍ବାର୍ଡ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଗତବର୍ଷ ପ୍ରଥମଥର ମହିଳା ବିଶ୍ୱକପ୍‌ ଜିତିଥିବା ସ୍ପେନ୍‌ ଦୁଇଟି ପୁରସ୍କାର...

ଶେୟାର ବଜାର କାରବାରରେ ଉତ୍ସାହ

ନୂଆଦିଲ୍ଲୀ,୨୪।୪: କ୍ରମାଗତ ୩ୟ ଦିନ ଲାଗି ଘରୋଇ ଶେୟାର ବଜାର କାରବାରରେ ବୃଦ୍ଧି ଘଟିଛି। ଏପରିକି ଚଳିତ ସପ୍ତାହର ୨ୟ କାର୍ଯ୍ୟ ଦିବସର ଫଳାଫଳ ଅନୁଯାୟୀ...

ପ୍ରବୀଣ ଟିପିଡବ୍ଲ୍ୟୁଓଡିଏଲ୍‌ର ନୂତନ ସିଇଓ

ଭୁବନେଶ୍ୱର,୨୪।୪: ଟିପି ଓ୍ବେଷ୍ଟର୍ନ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ଟିପିଡବ୍ଲ୍ୟୁଓଡିଏଲ୍‌) ର ନୂତନ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଭାବେ ପ୍ରବୀଣ କୁମାର ବର୍ମା ନିକଟରେ ଦାୟିତ୍ୱ ଗ୍ରହଣ...

ଲାଲଚାନ୍ଦ୍‌ ଜୁଏଲର୍ସର ଗୋଲ୍ଡ ଲକ୍‌ ଅଫର

ଭୁବନେଶ୍ୱର,୨୪।୪(ଅଭୟ ଦାଶ): ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଅକ୍ଷୟ ତୃତୀୟା ଉପଲକ୍ଷେ ଲାଲ୍‌ଚାନ୍ଦ୍‌ ଜୁଏଲର୍ସର ଆକର୍ଷଣୀୟ ଅଫର ଓ ଅଗ୍ରିମ ବୁକିଂ ସମ୍ପର୍କରେ ଘୋଷଣା...

ଆଇଟି କମ୍ପାନୀରେ କମୁଛି ନିଯୁକ୍ତି

ଭୁବନେଶ୍ୱର,୨୪।୪(ଅନୁରାଧା ମହାରଣା): ଲୋକଙ୍କୁ ନିଯୁକ୍ତି ପ୍ରଦାନ କ୍ଷେତ୍ରରେ ଶୀର୍ଷରେ ଥିବା ଆଇଟି ସଂସ୍ଥାଗୁଡ଼ିକର ସ୍ଥିିତି ଭଲ ନାହିଁ। ବିଶ୍ୱର ବଡ଼ ବଡ଼ ବୈଷୟିକ କମ୍ପାନୀଗୁଡ଼ିକରେ ଛଟେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri