ନୂଆ ପ୍ରିଭେସି ନୀତି ପ୍ରତ୍ୟାହାର ଲାଗି ହ୍ବାଟ୍ସଆପ୍‌କୁ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୦।୫: ମେସେଜିଂ ସେବା ପ୍ରଦାନକାରୀ କମ୍ପାନୀ ହ୍ବାଟ୍ସଆପ୍‌ର ନୂଆ ପ୍ରିଭେସି ନୀତି ଦେଶ ମଧ୍ୟରେ ବିବାଦୀୟ ହୋଇପଡ଼ିଛି। ନୂଆ ଅପ୍‌ଡେଟ୍‌ରେ ୟୁଜରଙ୍କ ଲାଗି ରହିଥିବା ବିଭିନ୍ନ ପ୍ରସ୍ତାବକୁ ବିରୋଧ କରାଯିବାରୁ ଏହାକୁ ଚଳିତ ମାସ ଲାଗୁ ନ କରିବାକୁ କମ୍ପାନୀ ନିକଟରେ କହିଥିଲା। ଏଭଳି ସ୍ଥିତିରେ କେନ୍ଦ୍ର ଇଲେକ୍‌ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ କଡ଼ା ଆଭିମୁଖ୍ୟ ଗ୍ରହଣ କରିଥିବା ଜଣାପଡ଼ିଛି। ନୂଆ ପ୍ରିଭେସି ନୀତି ପ୍ରତ୍ୟାହାର କରିବା ଲାଗି ସରକାର ମଙ୍ଗଳବାର ହ୍ବାଟ୍ସଆପ୍‌କୁ ନିର୍ଦ୍ଦେଶ ଦେଇଥିବା ପ୍ରକ୍ରିୟା ସହ ଜଡ଼ିତ ଜଣେ ଅଧିକାରୀ କହିଛନ୍ତି।
ପ୍ରିଭେସି ନୀତିରେ ପରିବର୍ତ୍ତନ ଏବଂ ଏହାକୁ ଯେଉଁଭଳି ଭାବେ କାର୍ଯ୍ୟକାରୀ କରାଯାଇଛି ତାକୁ ନେଇ ମନ୍ତ୍ରଣାଳୟ ଅସନ୍ତୋଷ ବ୍ୟକ୍ତ କରିଥିବା କୁହାଯାଇଛି। ସୂଚନାର ଗୋପନୀୟତା, ଡାଟା ସୁରକ୍ଷା, ୟୁଜରଙ୍କ ପସନ୍ଦ ଏବଂ ଭାରତୀୟ ନାଗରିକଙ୍କ ସ୍ବାର୍ଥକୁ ଏହା କ୍ଷତି ପହଞ୍ଚାଉଥିବା ନାମ ଗୋପନ ରଖି ଏହି ସରକାରୀ ଅଧିକାରୀ ଜଣକ କହିଛନ୍ତି। ତେବେ ସରକାର ଏ ସଂକ୍ରାନ୍ତରେ ହ୍ବାଟ୍ସଆପ୍‌କୁ ଏକ ନୋଟିସ ପଠାଇଛନ୍ତି। ୭ ଦିନ ମଧ୍ୟରେ ଉତ୍ତର ରଖିବାକୁ କୁହାଯାଇଛି। କମ୍ପାନୀ ଯଦି ଏହି ଅବଧିରେ ସନ୍ତୋଷଜନକ ଉତ୍ତର ନ ଦେଇପାରେ ତେବେ ବିହୀତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅଧିକାରୀ କହିଛନ୍ତି। ସରକାର ପଠାଇଥିବା ନୋଟିସରେ କୁହାଯାଇଛି ଯେ କମ୍ପାନୀର ନୂଆ ଅପ୍‌ଡେଟ୍‌ ଭାରତୀୟ ଆଇନର ବିଭିନ୍ନ ନିୟମ ଏବଂ ଧାରାକୁ ଉଲ୍ଲଂଘନ କରୁଛି। ଭାରତୀୟ ନାଗରିକଙ୍କ ଅଧିକାର ଏବଂ ସ୍ବାର୍ଥକୁ ସୁରକ୍ଷା ପ୍ରଦାନ କରିବା ଲାଗି ସରକାର ବିଭିନ୍ନ ଆଇନଗତ ଦିଗ ଉପରେ ବିଚାର କରିଛନ୍ତି। ବିଶେଷକରି ୟୁରୋପ ୟୁଜରଙ୍କ ତୁଳନାରେ କମ୍ପାନୀ ଭାରତୀୟ ୟୁଜରଙ୍କ ଲାଗି କାହିଁକି ଭିନ୍ନ ନିୟମ ଲାଗୁ ହୋଇଛି ତାହା ପ୍ରଶ୍ନ କରାଯାଇଛି। ସରକାର ଏହା ମଧ୍ୟ କହିଛନ୍ତି ଯେ ଦୈନଦିନ ଜୀବନରେ ଭାରତୀୟମାନେ ଯୋଗାଯୋଗ ଲାଗି ହ୍ବାଟ୍ସଆପ୍‌ ଉପରେ ବିଶେଷ ଭାବେ ନିର୍ଭରଶୀଳ। ନୂଆ ନିୟମ କେବଳ ଅସୁବିଧା ସୃଷ୍ଟି କରିନାହିଁ ବରଂ କମ୍ପାନୀ ଏଭଳି ସ୍ଥିତିର ଫାଇଦା ଉଠାଇଛି। ନୂଆ ଅପ୍‌ଡେଟ ଗ୍ରହଣ କରିବା ଲାଗି ୟୁଜରଙ୍କୁ ବାଧ୍ୟ ମଧ୍ୟ କରାଯାଇଛି। ଉଲ୍ଲେଖଯୋଗ୍ୟ, ୟୁଜର ଡାଟା ମୂଳ କମ୍ପାନୀ ଫେସ୍‌ବୁକ ସହ ଶେୟାରିଂ କରିବା ପ୍ରସଙ୍ଗକୁ ନେଇ ହ୍ବାଟ୍ସଆପ୍‌କୁ ଅନେକେ ବିରୋଧ କରୁଛନ୍ତି। ଏଭଳି ସ୍ଥିତିରେ ଉକ୍ତ ନିୟମକୁ ଚଳିତ ମାସ ୧୫ରୁ ବାଧ୍ୟତାମୂଳକ ଭାବେ ଲାଗୁ ନ କରିବାକୁ କମ୍ପାନୀ କହିସାରିଛି। ନୋଟିସରେ ସରକାର କହିଛନ୍ତି, ୟୁଜରଙ୍କ ସୂଚନାଗତ ପ୍ରିଭେସି, ଡାଟା ସୁରକ୍ଷା ଏବଂ ୟୁଜରଙ୍କ ପସନ୍ଦ ଭଳି ପ୍ରସଙ୍ଗକୁ କମ୍ପାନୀ ଅବମାନନା କରୁଛି। କମ୍ପାନୀ ଡାଟା ପ୍ରିଭେସି ନିୟମକୁ ମଧ୍ୟ ଏହାର ଫ୍ରିକ୍ୟୁଏଣ୍ଟଲି ଆକ୍ସଡ କୋଶ୍ଚିନ(ଏଫ୍‌ଏକ୍ୟୁ)ରେ ମଧ୍ୟ ନିୟମ ଉଲ୍ଲଂଘନ କରିଛି। ଉଲ୍ଲେଖଯୋଗ୍ୟ, ଭାରତ ସରକାର ଦିଲ୍ଲୀ ହାଇକୋର୍ଟରେ ଏହି ପ୍ରସଙ୍ଗରେ ମଧ୍ୟ ନିଜର ପକ୍ଷ ସ୍ପଷ୍ଟ କରିଛନ୍ତି। ମାମଲା ବର୍ତ୍ତମାନ ବିଚାରାଧୀନ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

୫ ଶ୍ରେଣୀ ଛାତ୍ରୀଙ୍କୁ ଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ: ବାନ୍ଧିଲା ପୋଲିସ

ବାରିପଦା,୨୭ା୧୨: ଜଣେ ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଗିରଫ ହୋଇଛନ୍ତି ଜଣେ ଶିକ୍ଷକ। ଏପରି ଏକ ନିନ୍ଦନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲା-ଝାରପୋଖରିଆ ଥାନା...

World Richest Indian-Origin: ବିଶ୍ୱର ସବଠାରୁ ଧନୀ ଭାରତୀୟ ମୂଳ ବାସିନ୍ଦା CEO ହେଲେ ଜୟଶ୍ରୀ ଉଲ୍ଲାଲ,ପଛରେ ରହିଗଲେ…

ନୂଆଦିଲ୍ଲୀ,୨୭।୧୨: ବହୁ ବର୍ଷ ଧରି, ଯେତେବେଳେ ବି ବିଶ୍ୱ ଟେକ ଇଣ୍ଡଷ୍ଟ୍ରି ବା ଶିଳ୍ପ ସବୁଠାରୁ ଧନୀ ଭାରତୀୟ ବଂଶୋଦ୍ଭବ ସିଇଓଙ୍କ ବିଷୟରେ ଆଲୋଚନା କରୁଥିଲା,...

ସଲମାନଙ୍କ ଜନ୍ମଦିନରେ ଏମିତି କହି ଶୁଭେଚ୍ଛା ଜଣାଇଲେ କ୍ୟାଟ୍ରିନା

ବଲିଉଡ ସୁପରଷ୍ଟାର ସଲମାନ ଖାନ ୬୦ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ତାଙ୍କୁ ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି। ଅନେକ ବଲିଉଡ ସେଲିବ୍ରିଟି ମଧ୍ୟ...

କେମିତି, କାହିଁକି ହୋଇଥିଲା ମାତା ଗାନ୍ଧାରୀଙ୍କର ଶହେ ପୁତ୍ର, ଜାଣନ୍ତୁ କୌରବଙ୍କ ରହସ୍ୟମୟ କାହାଣୀ…

ଦ୍ୱାପର ଯୁଗରେ, ପାଣ୍ଡବ ଏବଂ କୌରବମାନଙ୍କ ମଧ୍ୟରେ ଏକ ଯୁଦ୍ଧ ହୋଇଥିଲା। ଏହି ଧର୍ମୀୟ ଯୁଦ୍ଧରେ ପାଣ୍ଡବମାନେ ବିଜୟୀ ହୋଇଥିଲେ। ମହାଭାରତରେ ମଧ୍ୟ ଅନେକ କାହାଣୀ...

ଅଜବ ସହର,ଯେଉଁଠି ଚପଲ ପିନ୍ଧି ଗାଡ଼ି ଚଲାଇବା ମନା

ନୂଆଦିଲ୍ଲୀ,୨୭।୧୨: ବିଦେଶ ଭ୍ରମଣର ସ୍ବପ୍ନ ଦେଖିବା ସମୟରେ ଲୋକମାନେ ପ୍ରାୟତଃ ସୁନ୍ଦର ବେଳାଭୂମି, ଐତିହାସିକ ରାସ୍ତା ଏବଂ ଖୋଲା ସ୍ବାଧୀନତା କଥା ଭାବନ୍ତି। କିନ୍ତୁ ଯଦି...

ମହିଳାଙ୍କୁ ICMRର ଚେତାବନୀ, ସ୍ତନ କର୍କଟ ପାଇଁ କେବଳ…

ନୂଆଦିଲ୍ଲୀ,୨୭।୧୨: ଭାରତରେ ସ୍ତନ କର୍କଟ ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ICMR ର ଏକ ଅଧ୍ୟୟନ ଅନୁଯାୟୀ, ନିରାମିଷ ଖାଦ୍ୟ, ଖରାପ ନିଦ୍ରା...

ମୟୂରଭଞ୍ଜ ଜିଲାରେ ଖୋଲିଲା ଧାନମଣ୍ଡି

ମୋରଡ଼ା,୨୭ା୧୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ୍‌ ଅଧୀନ ଚିତ୍ରଡ଼ା ବୃହଦାକାର ଆଦିବାସୀ ବହୁମୁଖୀ ସମବାୟ ସମିତି ପରିସରରେ ଶୁକ୍ରବାର ପୂର୍ବାହ୍ନ ୧୦ଟାରେ ଜିଲାସ୍ତରୀୟ ଖରିଫ...

ବାଇକ୍‌ରେ ଦାରିଙ୍ଗବାଡ଼ି ଫେରିବାବେଳେ ଦୁର୍ଘଟଣା: ୨ ଯୁବକ ଗୁରୁତର

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଡବେରୀ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ବାଇକ୍‌ ଦୁର୍ଘଟଣା ଘଟି ୨ ଯୁବକ ଗୁରୁତର ହୋଇଥିବାବେଳେ ଜଣେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri