କପା ମିଲର୍ସଙ୍କୁ ବଜାର ଫି ଛାଡ଼ ନିର୍ଦ୍ଦେଶ

ରାୟଗଡ଼ା,୨୪ା୧(ସ୍ବ.ପ୍ର.):ରାୟଗଡ଼ା ଜିଲାରେ କପା ମିଲର୍ସଙ୍କୁ ବଜାର ଫି ଛାଡ଼ ପାଇଁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ହୋଇଛି। ଏ ନେଇ ଜିଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ପକ୍ଷରୁ ଜିଲାର ଦୁଇ ଆର୍‌ଏମ୍‌ସି ରାୟଗଡ଼ା ଓ ଗୁଣପୁରକୁ ଚିଠି ମାଧ୍ୟମରେ ନିର୍ଦ୍ଦେଶ ଦିଆଯାଇଛି। ପ୍ରକାଶଯୋଗ୍ୟ, ଧାନ ପରେ ଦ୍ୱିତୀୟ ବୃହତ ଫସଲ ଭାବେ ଧଳାସୁନାର ଆଖ୍ୟା ପାଇଛି ରାୟଗଡ଼ା ଜିଲାର କପା। ଜିଲାରେ ଅଧିକ କପାଚାଷ ହେଉଥିବା ବେଳେ ଚାଷୀ ଏହାର ଉଚିତ ମୂଲ୍ୟ ପାଇପାରୁ ନାହାନ୍ତି। ଅପରପକ୍ଷେ ଚାଷୀ କ୍ଷତି ସହୁଥିବା ବେଳେ ରାଜ୍ୟ ବାହାର କପା ମିଲର୍ସ ଏହାର ଲାଭ ଉଠାଉଛନ୍ତି।ବାହାର ରାଜ୍ୟରୁ ଆସି ଏଠାରେ କପା ମିଲ୍‌ କରି ମାଲାମାଲ ହେଉଥିବା ବେଳେ ଜିଲା ପ୍ରଶାସନ ପକ୍ଷରୁ ମିଲର୍ସଙ୍କୁ ଅହେତୁକ ଅନୁକମ୍ପା ମିଳିଥିବା ଜଣାପଡ଼ିଛି। କପା ମିଲର୍ସଙ୍କୁ ଚଳିତ ବର୍ଷ କପା ଉପରେ ବଜାର ଫି ଛାଡ଼ କରିବା ପାଇଁ ଜିଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ଚିଠି ନଂ. ୫ରେ ଦର୍ଶାଯାଇଛି। ରାୟଗଡ଼ା ଓ ଗୁଣପୁର ସ୍ଥିତ ଦୁଇ ଆର୍‌ଏମ୍‌ସିକୁ ଫି ଛାଡ଼ ନେଇ ଚିଠିରେ ନିର୍ଦ୍ଦେଶ ରହିଛି। ଉକ୍ତ ଚିଠି ଅନୁଯାୟୀ କପା ମିଲର୍ସ ମାନେ ଜାନୁୟାରୀ ୫ରେ ଜିଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ। ଏବେ କପାର ଦର ସରକାରଙ୍କ ଧାର୍ଯ୍ୟ ଏମ୍‌ଏସ୍‌ପି ଠାରୁ ଅଧିକ ରହିଛି ଏବଂ ଚଳିତ ବର୍ଷ ପାଣିପାଗ ଠିକ ନ ଥିବାରୁ କପା ଉପତ୍ାଦନ କମିଯାଇଥିବା ଏଥିରେ ଦର୍ଶାଇଥିଲେ। ଏହି ଚିଠିକୁ ଭିତ୍ତିକରି ଜିଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ପକ୍ଷରୁ ବଜାର ଫି ଛାଡ଼ ପାଇଁ ଆର୍‌ଏମ୍‌ମସିକୁ ନିର୍ଦ୍ଦେଶ ଦିଆଯାଇଛି। ସୂଚନାଯୋଗ୍ୟ, ରାୟଗଡ଼ା ଆର୍‌ଏମ୍‌ସିରେ କପା ବାବଦକୁ ବାର୍ଷିକ ପ୍ରାୟ ୧କୋଟି ଏବଂ ଗୁଣପୁର ଆର୍‌ଏମ୍‌ସିରେ ସର୍ବାଧିକ ୩କୋଟି ଟଙ୍କା ରାଜସ୍ବ ଆଦାୟ ହୋଇଥାଏ। ହେଲେ ଜିଲାପାଳଙ୍କ ଏହି ନିର୍ଦ୍ଦେଶ ପରେ ଜିଲାରେ ପ୍ରାୟ ୪କୋଟି ଟଙ୍କାର ରାଜସ୍ବ ହାନି ଘଟିବ ବୋଲି ଜଣାପଡ଼ିଛି। ବଜାର ଫି ଆଦାୟ ହେଉ ନଥିବାରୁ ମିଲର୍ସ ମାଲାମାଲ ହେଉଛନ୍ତି।
ଅପରପକ୍ଷେ ସରକାର କୁଇଣ୍ଟାଲ ପିଛା ୬ ହଜାର ୩୮୦ ଟଙ୍କା ଧାର୍ଯ୍ୟ କରିଥିବା ବେଳେ ଚାଷୀ ଏହାଠାରୁ ପ୍ରାୟ ଏକ ହଜାର ଟଙ୍କା ଅଧିକ ଦରରେ ବିକ୍ରି କରୁଥିବା ଜଣାପଡ଼ିଛି। ଫଳରେ ମିଲର୍ସ ଅନେକ କ୍ଷତି ସହୁଛନ୍ତି ା ବ୍ୟବସାୟୀମାନେ ସିଧାସଳଖ ଚାଷୀଙ୍କ ଠାରୁ କପା କିଣିବା ଦ୍ୱାରା ଆର୍‌ଏମସିର କୌଣସି କାର୍ଯ୍ୟ ରହୁନାହିଁ ା ଏଣୁ ବଜାର ଫି ଛାଡ଼ ପାଇଁ ଚିଠିରେ ଉଲ୍ଲେଖ ରହିଛି। ଜିଲପାଳଙ୍କ ଏହି ଚିଠି ଆଧାରରେ ଆର୍‌ଏମ୍‌ସି ପକ୍ଷରୁ କପା ମିଲର୍ସଙ୍କୁ ବଜାର ଫି ଛାଡ଼ କରାଯାଇଛି। ତେବେ ଏଥିରେ ଚାଷୀର କୌଣସି ଲାଭ ହେବ ନାହିଁ ବୋଲି ଚାଷୀମାନେ ପ୍ରକାଶ କରିଛନ୍ତି। ଅଧିକ ଦର ବୋଲି ମିଲରମାନେ ଜିଲାପାଳଙ୍କୁ ଚିଠିରେ ଜଣାଇଥିବ ବିଷୟ ମିଛ ବୋଲି ଅନୁସନ୍ଧାନରୁ ଜଣାପଡିଛି। ଦଲାଲମାନେ ଚାଷୀଙ୍କ ଠାରୁ କପା କିଣି ଅଧିକ ଦରରେ ବିକି ଲାଭ ପାଉଛନ୍ତି। ମିଲର୍ସ ଭୁଲ ତଥ୍ୟ ଦେଇ ଏହାର ଫାଇଦା ନେଉଥିବା ଜଣେ କପା ଚାଷୀ ପ୍ରକାଶ କରିଛନ୍ତି ା ମିଲର୍ସଙ୍କୁ ବଜାର ଫି ଛାଡ଼ କଲେ ଚାଷୀର କୌଣସି ଲାଭ ନାହିଁ। ବରଂ ଏଥିରେ ଜିଲାର ରାଜସ୍ବ ହାନି ହେବ ବୋଲି ମତପ୍ରକାଶ ପାଇଛି। ଏ ନେଇ ଜଣେ କପା ମିଲରଙ୍କ ସହ ଆଲୋଚନା ବେଳେ ସେ କହିଛନ୍ତି, କଳାହାଣ୍ଡି, ବଲାଙ୍ଗୀର, ନୂଆପଡ଼ା ଆଦି ଜିଲାରେ ବଜାର ଫି ଛାଡ଼ ରହିଛି ା ଏ ନେଇ ଜିଲାପାଳଙ୍କୁ ଅବଗତ କରାଯିବା ପରେ ସେ ରାୟଗଡ଼ା ଜିଲାରେ ବଜାର ଫି ଛାଡ଼ କରିବାକୁ ଆର୍‌ଏମ୍‌ସିକୁ ନିର୍ଦ୍ଦେଶ ଦେଇଛନ୍ତି। ହେଲେ ଏ ପର୍ଯ୍ୟନ୍ତ ବଜାର ଫି ଛାଡ଼ ହୋଇନାହିଁ। ଅନ୍ୟପକ୍ଷରେ ଆର୍‌ଏମ୍‌ସି କର୍ମଚାରୀଙ୍କ ସୂଚନା ଅନୁଯାୟୀ, ଏ ପର୍ଯ୍ୟନ୍ତ ଚାଷୀ କପା ବିକ୍ରି କରିନାହାନ୍ତି। ସରକାରୀ ନିୟମ ଓଏପିଏମ ଆକ୍ଟ – ୧୯୫୬ ଅନୁଯାୟୀ ବ୍ୟବସାୟୀଙ୍କ ଠାରୁ ବଜାର ଫି ନିଆଯିବା କଥା। ହେଲେ ବଜାର ଫି ଛାଡ଼ କରି ବାର୍ଷିକ ପ୍ରାୟ ୪ କୋଟି ରାଜସ୍ବ ଛାଡ଼ କାହା ସ୍ବାର୍ଥରେ ବୋଲି ବୁଦ୍ଧିଜୀବୀ ପ୍ରଶ୍ନ ଉଠାଇଛନ୍ତି। ସେହିପରି ବଜାର ଫି ଛାଡ ନିର୍ଦ୍ଦେଶ ପରେ ଆର୍‌ଏମ୍‌ସି କର୍ମଚାରୀ ମଧ୍ୟ ହାତବାନ୍ଧି ବସିଛନ୍ତି। କାରଣ ସେମାନଙ୍କ ପାଖରେ ଆଉ କୌଣସି କାମ ନାହିଁ। ଏ ବିଷୟରେ ସମବାୟ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କୁ ପଚାରିବାରୁ ସେ କହିଛନ୍ତି, ବଜାର ଫି କେଉଁ ପରିସ୍ଥିତିରେ ଛାଡ଼ କରାଯାଇଛି ତାହାର ସମୀକ୍ଷା କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

ଜିଲାସ୍ତରୀୟ ଓଡ଼ିଶା ଦିବସ ପାଳନ: ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ସୂର୍ଯ୍ୟବଂଶୀ ସୁରଜ

ଭଦ୍ରକ, ୧।୪(ସନାତନ ରାଉତ): ଭଦ୍ରକ ନେହେରୁ ଷ୍ଟାଡିଅମରେ ବୁଧବାର ଜିଲାସ୍ତରୀୟ ଉତ୍କଳ ଦିବସ ପାଳିତ ହୋଇଯାଇଛି l ସକାଳ ୮ଟାରେ ବିଭିନ୍ନ ସ୍କୁଲରୁ ଆସିଥିବା ୫ ହଜାରରୁ…

ସିଆରିନ ଇଲେଭେନକୁ ହରାଇ ଚମ୍ପିୟନ ହେଲେ ମହାଲକ୍ଷ୍ମୀ ଇଲେଭେନ

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ମାଳି ଜଗନ୍ନାଥପୁର ଖେଳ ପଡିଆରେ ବାବାଲୀ ଲୋକନାଥ କ୍ରିକେଟ କ୍ଳବ ପକ୍ଷରୁ ଦୁଇଦିନିଆ କ୍ରିକେଟ ଟୁର୍ନାମେଣ୍ଟ ଉଦ୍‌ଯାପିତ ହୋଇଛି।…

କ୍ୱାର୍ଟରରେ ଶୋଇଥିଲେ ମହିଳା ANM, ଲାଗିଗଲା ନିଆଁ: ସନ୍ଦେହଜନକ ଭାବେ…

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଦେଓଗାଁ ଥାନା ବନ୍ଧପଡା ଫାଣ୍ଡି ଅନ୍ତର୍ଗତ ରାମଚନ୍ଦ୍ରପୁର ଉପସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ମହିଳା ଏଏନଏମ ଦମୟନ୍ତୀ ବାରିକ (୫୬)ଙ୍କ ମଙ୍ଗଳବାର ରାତିରେ…

ଓଲଟିଲା ମାଛ ବୋଝେଇ ମିନି ଟ୍ରକ: ଆଉ ତା’ପରେ ଘଟିଲା…

ଗଞ୍ଜାମ,୧।୪(ଅନାଥ ତରାଇ): ଗଞ୍ଜାମ ଥାନା ଅନ୍ତର୍ଗତ ବିଞ୍ଚଣାପଲି ଛକ ୧୬ ନମ୍ବର ଜାତୀୟ ରାଜପଥଠାରେ ଗତକାଲି ବିଳମ୍ବିତ ରାତି ପ୍ରାୟ ୧୨ଟା ୩୦ ମିନିଟ ସମୟରେ ଏକ…

ଗଞ୍ଜାମ ଜିଲାକୁ ୩ ଜାତୀୟ ପୁରସ୍କାର: ଚାରିଆଡ଼ୁ ଛୁଟିଲା ଶୁଭେଚ୍ଛାର ସୁଅ

ଛତ୍ରପୁର, ୧/୪(ଦିଲ୍ଲୀପ ସାମଲ): ପୁଣି ରାଜ୍ୟରେ ଗଞ୍ଜାମ ଜିଲା ସୁନାମ ଆଣିଛି । ଜିଲାକୁ ୩ଟି ଜାତୀୟ ପୁରସ୍କାର ମିଳିଛି । ଦୀନଦୟାଲ ଉପାଧ୍ୟାୟ ପଞ୍ଚାୟତ ସତତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri