କପା ମିଲର୍ସଙ୍କୁ ବଜାର ଫି ଛାଡ଼ ନିର୍ଦ୍ଦେଶ

ରାୟଗଡ଼ା,୨୪ା୧(ସ୍ବ.ପ୍ର.):ରାୟଗଡ଼ା ଜିଲାରେ କପା ମିଲର୍ସଙ୍କୁ ବଜାର ଫି ଛାଡ଼ ପାଇଁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ହୋଇଛି। ଏ ନେଇ ଜିଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ପକ୍ଷରୁ ଜିଲାର ଦୁଇ ଆର୍‌ଏମ୍‌ସି ରାୟଗଡ଼ା ଓ ଗୁଣପୁରକୁ ଚିଠି ମାଧ୍ୟମରେ ନିର୍ଦ୍ଦେଶ ଦିଆଯାଇଛି। ପ୍ରକାଶଯୋଗ୍ୟ, ଧାନ ପରେ ଦ୍ୱିତୀୟ ବୃହତ ଫସଲ ଭାବେ ଧଳାସୁନାର ଆଖ୍ୟା ପାଇଛି ରାୟଗଡ଼ା ଜିଲାର କପା। ଜିଲାରେ ଅଧିକ କପାଚାଷ ହେଉଥିବା ବେଳେ ଚାଷୀ ଏହାର ଉଚିତ ମୂଲ୍ୟ ପାଇପାରୁ ନାହାନ୍ତି। ଅପରପକ୍ଷେ ଚାଷୀ କ୍ଷତି ସହୁଥିବା ବେଳେ ରାଜ୍ୟ ବାହାର କପା ମିଲର୍ସ ଏହାର ଲାଭ ଉଠାଉଛନ୍ତି।ବାହାର ରାଜ୍ୟରୁ ଆସି ଏଠାରେ କପା ମିଲ୍‌ କରି ମାଲାମାଲ ହେଉଥିବା ବେଳେ ଜିଲା ପ୍ରଶାସନ ପକ୍ଷରୁ ମିଲର୍ସଙ୍କୁ ଅହେତୁକ ଅନୁକମ୍ପା ମିଳିଥିବା ଜଣାପଡ଼ିଛି। କପା ମିଲର୍ସଙ୍କୁ ଚଳିତ ବର୍ଷ କପା ଉପରେ ବଜାର ଫି ଛାଡ଼ କରିବା ପାଇଁ ଜିଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ଚିଠି ନଂ. ୫ରେ ଦର୍ଶାଯାଇଛି। ରାୟଗଡ଼ା ଓ ଗୁଣପୁର ସ୍ଥିତ ଦୁଇ ଆର୍‌ଏମ୍‌ସିକୁ ଫି ଛାଡ଼ ନେଇ ଚିଠିରେ ନିର୍ଦ୍ଦେଶ ରହିଛି। ଉକ୍ତ ଚିଠି ଅନୁଯାୟୀ କପା ମିଲର୍ସ ମାନେ ଜାନୁୟାରୀ ୫ରେ ଜିଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ। ଏବେ କପାର ଦର ସରକାରଙ୍କ ଧାର୍ଯ୍ୟ ଏମ୍‌ଏସ୍‌ପି ଠାରୁ ଅଧିକ ରହିଛି ଏବଂ ଚଳିତ ବର୍ଷ ପାଣିପାଗ ଠିକ ନ ଥିବାରୁ କପା ଉପତ୍ାଦନ କମିଯାଇଥିବା ଏଥିରେ ଦର୍ଶାଇଥିଲେ। ଏହି ଚିଠିକୁ ଭିତ୍ତିକରି ଜିଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ପକ୍ଷରୁ ବଜାର ଫି ଛାଡ଼ ପାଇଁ ଆର୍‌ଏମ୍‌ମସିକୁ ନିର୍ଦ୍ଦେଶ ଦିଆଯାଇଛି। ସୂଚନାଯୋଗ୍ୟ, ରାୟଗଡ଼ା ଆର୍‌ଏମ୍‌ସିରେ କପା ବାବଦକୁ ବାର୍ଷିକ ପ୍ରାୟ ୧କୋଟି ଏବଂ ଗୁଣପୁର ଆର୍‌ଏମ୍‌ସିରେ ସର୍ବାଧିକ ୩କୋଟି ଟଙ୍କା ରାଜସ୍ବ ଆଦାୟ ହୋଇଥାଏ। ହେଲେ ଜିଲାପାଳଙ୍କ ଏହି ନିର୍ଦ୍ଦେଶ ପରେ ଜିଲାରେ ପ୍ରାୟ ୪କୋଟି ଟଙ୍କାର ରାଜସ୍ବ ହାନି ଘଟିବ ବୋଲି ଜଣାପଡ଼ିଛି। ବଜାର ଫି ଆଦାୟ ହେଉ ନଥିବାରୁ ମିଲର୍ସ ମାଲାମାଲ ହେଉଛନ୍ତି।
ଅପରପକ୍ଷେ ସରକାର କୁଇଣ୍ଟାଲ ପିଛା ୬ ହଜାର ୩୮୦ ଟଙ୍କା ଧାର୍ଯ୍ୟ କରିଥିବା ବେଳେ ଚାଷୀ ଏହାଠାରୁ ପ୍ରାୟ ଏକ ହଜାର ଟଙ୍କା ଅଧିକ ଦରରେ ବିକ୍ରି କରୁଥିବା ଜଣାପଡ଼ିଛି। ଫଳରେ ମିଲର୍ସ ଅନେକ କ୍ଷତି ସହୁଛନ୍ତି ା ବ୍ୟବସାୟୀମାନେ ସିଧାସଳଖ ଚାଷୀଙ୍କ ଠାରୁ କପା କିଣିବା ଦ୍ୱାରା ଆର୍‌ଏମସିର କୌଣସି କାର୍ଯ୍ୟ ରହୁନାହିଁ ା ଏଣୁ ବଜାର ଫି ଛାଡ଼ ପାଇଁ ଚିଠିରେ ଉଲ୍ଲେଖ ରହିଛି। ଜିଲପାଳଙ୍କ ଏହି ଚିଠି ଆଧାରରେ ଆର୍‌ଏମ୍‌ସି ପକ୍ଷରୁ କପା ମିଲର୍ସଙ୍କୁ ବଜାର ଫି ଛାଡ଼ କରାଯାଇଛି। ତେବେ ଏଥିରେ ଚାଷୀର କୌଣସି ଲାଭ ହେବ ନାହିଁ ବୋଲି ଚାଷୀମାନେ ପ୍ରକାଶ କରିଛନ୍ତି। ଅଧିକ ଦର ବୋଲି ମିଲରମାନେ ଜିଲାପାଳଙ୍କୁ ଚିଠିରେ ଜଣାଇଥିବ ବିଷୟ ମିଛ ବୋଲି ଅନୁସନ୍ଧାନରୁ ଜଣାପଡିଛି। ଦଲାଲମାନେ ଚାଷୀଙ୍କ ଠାରୁ କପା କିଣି ଅଧିକ ଦରରେ ବିକି ଲାଭ ପାଉଛନ୍ତି। ମିଲର୍ସ ଭୁଲ ତଥ୍ୟ ଦେଇ ଏହାର ଫାଇଦା ନେଉଥିବା ଜଣେ କପା ଚାଷୀ ପ୍ରକାଶ କରିଛନ୍ତି ା ମିଲର୍ସଙ୍କୁ ବଜାର ଫି ଛାଡ଼ କଲେ ଚାଷୀର କୌଣସି ଲାଭ ନାହିଁ। ବରଂ ଏଥିରେ ଜିଲାର ରାଜସ୍ବ ହାନି ହେବ ବୋଲି ମତପ୍ରକାଶ ପାଇଛି। ଏ ନେଇ ଜଣେ କପା ମିଲରଙ୍କ ସହ ଆଲୋଚନା ବେଳେ ସେ କହିଛନ୍ତି, କଳାହାଣ୍ଡି, ବଲାଙ୍ଗୀର, ନୂଆପଡ଼ା ଆଦି ଜିଲାରେ ବଜାର ଫି ଛାଡ଼ ରହିଛି ା ଏ ନେଇ ଜିଲାପାଳଙ୍କୁ ଅବଗତ କରାଯିବା ପରେ ସେ ରାୟଗଡ଼ା ଜିଲାରେ ବଜାର ଫି ଛାଡ଼ କରିବାକୁ ଆର୍‌ଏମ୍‌ସିକୁ ନିର୍ଦ୍ଦେଶ ଦେଇଛନ୍ତି। ହେଲେ ଏ ପର୍ଯ୍ୟନ୍ତ ବଜାର ଫି ଛାଡ଼ ହୋଇନାହିଁ। ଅନ୍ୟପକ୍ଷରେ ଆର୍‌ଏମ୍‌ସି କର୍ମଚାରୀଙ୍କ ସୂଚନା ଅନୁଯାୟୀ, ଏ ପର୍ଯ୍ୟନ୍ତ ଚାଷୀ କପା ବିକ୍ରି କରିନାହାନ୍ତି। ସରକାରୀ ନିୟମ ଓଏପିଏମ ଆକ୍ଟ – ୧୯୫୬ ଅନୁଯାୟୀ ବ୍ୟବସାୟୀଙ୍କ ଠାରୁ ବଜାର ଫି ନିଆଯିବା କଥା। ହେଲେ ବଜାର ଫି ଛାଡ଼ କରି ବାର୍ଷିକ ପ୍ରାୟ ୪ କୋଟି ରାଜସ୍ବ ଛାଡ଼ କାହା ସ୍ବାର୍ଥରେ ବୋଲି ବୁଦ୍ଧିଜୀବୀ ପ୍ରଶ୍ନ ଉଠାଇଛନ୍ତି। ସେହିପରି ବଜାର ଫି ଛାଡ ନିର୍ଦ୍ଦେଶ ପରେ ଆର୍‌ଏମ୍‌ସି କର୍ମଚାରୀ ମଧ୍ୟ ହାତବାନ୍ଧି ବସିଛନ୍ତି। କାରଣ ସେମାନଙ୍କ ପାଖରେ ଆଉ କୌଣସି କାମ ନାହିଁ। ଏ ବିଷୟରେ ସମବାୟ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କୁ ପଚାରିବାରୁ ସେ କହିଛନ୍ତି, ବଜାର ଫି କେଉଁ ପରିସ୍ଥିତିରେ ଛାଡ଼ କରାଯାଇଛି ତାହାର ସମୀକ୍ଷା କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

ଅମ୍ଳଯୁକ୍ତ ମାଟିକୁ କିପରି କରିବେ ଉର୍ବର, କେମିତି ବଢ଼ିବ ଉତ୍ପାଦନ

ଭଞ୍ଜନଗର,୫।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ବିଶ୍ବ ମୂର୍ତ୍ତିକା ଦିବସ ପାଳିତ ହୋଇଯାଇଛି। ରାଜ୍ୟରେ ୬୫ ପ୍ରତିଶତ ଚାଷ ଜମି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri