୭ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ

ଜଗତ୍‌ସିଂହପୁର ଅଫିସ, ୫।୩: ଜଗତ୍‌ସିଂହପୁର ସଦର ମହକୁମାସ୍ଥିତ ବଙ୍ଗଳା ଛକ ନିକଟରେ ଜଳ ସମ୍ପଦ ବିଭାଗର ୧୦ ନମ୍ବର ଡିଷ୍ଟ୍ରିବ୍ୟୁଟାରିର ପୋଷ୍ଟ ଅଫିସ ସ୍କୋୟାରରୁ ଏଲ୍‌ଆଇସି କାର୍ଯ୍ୟାଳୟ ପର୍ଯ୍ୟନ୍ତ ଚାଲିଥିବା ବକ୍ସ କଲଭର୍ଟ ନିର୍ମାଣରେ ବଡ ଧରଣର ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି । ପୁରୁଣା କଲଭର୍ଟ ପାର୍ଶ୍ୱରେ ମରାଯାଇଥିବା ଫଳକରେ ଠିକାଦାରଙ୍କ ନାମ, କାମ ଆରମ୍ଭ ଓ ଶେଷ ତାରିଖ, ପ୍ରକଳ୍ପର ମୂଲ୍ୟ ୩,୬୦,୬୮,୫୩୯ ଟଙ୍କା ଉଲ୍ଲେଖ ଥିଲେ ସୁଦ୍ଧା ସର୍ବସାଧାରଣଙ୍କ ଜାଣିବା ନିମନ୍ତେ ଆବଶ୍ୟକ ସୂଚନା ଉଲ୍ଲେଖ କରାଯାଇନାହିଁ। ସେଥିରେ କଂକ୍ରିଟ, ଷ୍ଟିଲ (ରଡ୍‌), ଗୋଡି ଓ ସିମେଣ୍ଟ ଆଦିର ବ୍ରାଣ୍ଡ ଓ ଗ୍ରେଡ୍‌ର ପରିମାଣ ସମ୍ପର୍କରେ ଦର୍ଶାଯାଇ ନାହିଁ। କାନ୍ଥ ଓ ଛାତର ଲମ୍ବା, ପ୍ରସ୍ଥ, ମୋଟେଇ ସାଙ୍ଗକୁ ତଳ ବେଡ୍‌ର କଂକ୍ରିଟ୍ର ଭାଗମାପ, ରଡ ବାଇଣ୍ଡିଂ ଗ୍ୟାପ (ଦୂରତା) ଆଦି ଉପରେ କୌଣସି ସୂଚନା ଦିଆଯାଇନାହିଁ। ଏ ସମ୍ପର୍କରେ ଜଳସମ୍ପଦ ବିଭାଗର ଜଗତ୍‌ସିଂହପୁର ଅଧୀକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଯାଇ ବୁଝିବାକୁ ଚେଷ୍ଟା କଲେ ମଧ୍ୟ ତଥ୍ୟ ଲୁଚାଯାଉଛି। ଏପରି କି ଗଣମାଧ୍ୟମ ପ୍ରତିନିଧିଙ୍କୁ ମଧ୍ୟ ନାନା ବାହାନା ଦେଖାଯାଇ ତଥ୍ୟ ଦିଆଯାଉନାହିଁ। ଅପରପକ୍ଷେ କେନାଲ ଉଭୟ ପାର୍ଶ୍ୱ, ଶଯ୍ୟା ଆଦି ମନଇଚ୍ଛା ଖୋଳାଚାଲିଛି। ରାସ୍ତା ପାର୍ଶ୍ୱ ତଡାଯାଇ ତାହାକୁ କେନାଲ ଚଟାଣରେ ବିଛାଯାଉଛି। ଫଳରେ ଏହା ପାର୍ଶ୍ୱରେ ଥିବା ବିଦ୍ୟୁତ, ଟେଲିଫୋନ୍‌ କେବୁଲ ସାଙ୍ଗକୁ ଖୁଣ୍ଟ, ଜାତୀୟ ରାଜପଥ ଓ ଜଗତ୍‌ସିଂହପୁର ପୌର ପରିଷଦ ପକ୍ଷରୁ ଲଗାଯାଇଥିବା ପାମ ଗଛ ସାଙ୍ଗକୁ ତା’ଚାରିପଟେ ହୋଇଥିବା ପିଣ୍ଡି ମଧ୍ୟ ପ୍ରଭାବିତ ହେଉଛି। ଜଳ ସମ୍ପଦ ବିଭାଗ ଜଗତ୍‌ସିଂହପୁର ଅଧୀକ୍ଷଣ ଯନ୍ତ୍ରୀଙ୍କ ତତ୍ତ୍ବାବଧାନରେ କାମ ଚାଲିଥିବାବେଳେ ଜାତୀୟ ରାଜପଥ, ଟାଟା ପାୱାର, ବିଏସ୍‌ଏନ୍‌ଏଲ୍‌ ଓ ଜଗତ୍‌ସିଂହପୁର ପୌର ପରିଷଦ ସହ ସମନ୍ବୟ ରକ୍ଷା କରାଯାଇ ନ ଥିବାରୁ ସରକାରୀ ଅର୍ଥ ବରବାଦ ହେଉଛି । ଏ ସଂକ୍ରାନ୍ତୀୟ ଖବର ଗତ ୨ ତାରିଖରେ ଧରିତ୍ରୀରେ ପ୍ରକାଶ ପାଇବା ପରେ ଜିଲା ପ୍ରଶାସନର ଚେତା ପଶିଛି। ଜିଲାପାଳଙ୍କ ଅନୁପସ୍ଥିତିକ୍ରମେ ଦାୟିତ୍ୱରେ ଥିବା ଅତିରିକ୍ତ ଜିଲାପାଳ ସଚ୍ଚିଦାନନ୍ଦ ସାହୁ ଏନେଇ ଜଳ ସମ୍ପଦ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ପ୍ରତାପ ଶତପଥୀଙ୍କୁ ପ୍ରକାଶିତ ଖବର ଉପରେ ୭ ଦିନ ମଧ୍ୟରେ ତଥ୍ୟଭିତ୍ତିକ ରିପୋର୍ଟ ଦେବାକୁ ଚିଠି ଦେଇଛନ୍ତି ବୋଲି ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ କାମିନୀ ରଞ୍ଜନ ପଟ୍ଟନାୟକ ସୂଚନା ଦେଇଛନ୍ତି। ଅନ୍ୟପଟେ ଟିପିସିଓଡିଏଲ୍‌ (ଟାଟା ପାୱାର ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ୍‌ ଲିମିଟେଡ୍‌) ଜଗତ୍‌ସିଂହପୁର ଇଲେକ୍ଟ୍ରିକାଲ ଡିଭିଜନ ନିର୍ବାହୀ ଯନ୍ତ୍ରୀ (ବିଦ୍ୟୁତ) ଅଶୋକ କୁମାର ମହାନ୍ତିଙ୍କ ପକ୍ଷରୁ ଜଳ ସମ୍ପଦ ଜଗତ୍‌ସିଂହପୁର ଡିଭିଜନ ନିର୍ବାହୀ ଯନ୍ତ୍ରୀଙ୍କୁ ଚିଠି କରି ସମ୍ଭାବ୍ୟ ପରିସ୍ଥିତିକୁ ନେଇ ଉଦ୍‌ବେଗ ପ୍ରକାଶ କରାଯାଇଛି। ଏଥିରେ ଉଲ୍ଲେଖ ରହିଛି, ୧୦ ନଂ.କେନାଲର କଲେଜ ଛକରୁ ପୁରୋହିତପୁର ପର୍ଯ୍ୟନ୍ତ ବାମ ପାର୍ଶ୍ୱରେ ୩୩କେଭି ଜଗତ୍‌ସିଂହପୁର ଓ ତିର୍ତ୍ତୋଲ ଫିଡର, ୧୧ କେଭି ଲାଇନ, ଏଲ୍‌ଟି ଲାଇନ୍‌ ଏବଂ ଏସ୍‌/ଏସ୍‌ ରହିଛି । ଏବେ କେନାଲର ଉଭୟ ପାର୍ଶ୍ୱ ସମ୍ପ୍ରସାରଣ କାମ ଚାଲିଛି। ଏହାଦ୍ୱାରା ବିଦ୍ୟୁତ ଲାଇନ ଓ ଏସ୍‌/ଏସ୍‌ ଯଥା ୩୩ କେଭି ଏଚ୍‌-ପୋଲ/ଜଏଣ୍ଟ ପୋଲ, ୧୧ କେଭି ପୋଲ କ୍ଷତିଗ୍ରସ୍ତ ହେବା ସହ ବିପଜ୍ଜନକ ପରିସ୍ଥିତି ସୃଷ୍ଟି କରିପାରେ। ଏପରି କି ଯେ କୌଣସି ସମୟରେ ଅନେକଙ୍କ ଜୀବନ ଯିବାର ମଧ୍ୟ ଆଶଙ୍କା ରହିଛି। କେବଳ ଏତିକି ନୁହେଁ ବିଦ୍ୟୁତ ସରବରାହ ବିଚ୍ଛିନ୍ନ ହୋଇପାରେ। ଏହା ହେଲେ ଜଗତ୍‌ସିଂହପୁର ସହରର ୩୦% ଲୋକ ବିଦ୍ୟୁତ ସେବାରୁ ବଞ୍ଚତ୍ତ ହେବେ। ତେଣୁ ସମ୍ଭାବ୍ୟ ପରିସ୍ଥିତିକୁ ଏଡ଼ାଇବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବା ଜରୁରୀ ବୋଲି ମହାନ୍ତି ଦର୍ଶାଇଛନ୍ତି। ଏହାର ନକଲ ଜିଲାପାଳ, ପାରାଦୀପ ଏସ୍‌ଇଇସି, ଜଗତ୍‌ସିଂହପୁର ଇଲେକ୍ଟ୍ରିକାଲ ଏସ୍‌ଡିଓ ଓ କନିଷ୍ଠ ଯନ୍ତ୍ରୀ-୧ଙ୍କୁ ପଠାଯାଇଛି । କେବଳ ଏତିକି ନୁହେଁ, ଦୀର୍ଘ ୧୫ରୁ ଅଧିକ ଦିନ ହେବ ବିଛିନ୍ନ ହୋଇ ପଡିଥିବା ବିଏସ୍‌ଏନ୍‌ଏଲ୍‌ ସେବା ମଧ୍ୟ ଏ ପର୍ଯ୍ୟନ୍ତ ସ୍ବାଭାବିକ ହୋଇପାରିନାହିଁ। ଏ ସମ୍ପର୍କରେ ବିଏଲସ୍‌ଏନ୍‌ଏଲ୍‌ ଏସ୍‌ଡିଓ ପ୍ରଣବ କୁମାର ମଲ୍ଲିକ କହିଛନ୍ତି, ଜଳ ସମ୍ପଦ ବିଭାଗ ପକ୍ଷରୁ କାମ ଆରମ୍ଭ ପୂର୍ବରୁ କି ବର୍ତ୍ତମାନ ସୁଦ୍ଧା କୌଣସି ସହଯୋଗ ମଗା ନ ଯାଇ ମେଶିନ ଦ୍ୱାରା ମନଇଚ୍ଛା କାମ ଯୋଗୁ ୨ଟି କେବୁଲ ନଷ୍ଟ ହୋଇଯାଇଛି । ଏହାଦ୍ୱାରା ଶତାଧିକ ଇଣ୍ଟରନେଟ୍‌ ଓ ଟେଲିଫୋନ୍‌ ସେବା ବିଛିନ୍ନ ହୋଇଯାଇଛି । ଏହାକୁ ଏ ପର୍ଯ୍ୟନ୍ତ ସ୍ବାଭାବିକ କରିବା ସମ୍ଭବ ହେଉନି।
ସମ୍ପର୍କରେ ଜଗତ୍‌ସିଂହପୁର ପୌରାଧ୍ୟକ୍ଷା ଅର୍ଚ୍ଚନା ସିଂହ କହିଛନ୍ତି, ନଗର ଉନ୍ନୟନ ବିଭାଗ ପକ୍ଷରୁ ବକ୍ସ କଲଭର୍ଟ ପାଇଁ ପରିଷଦକୁ ୫ କୋଟି ଟଙ୍କା ଆସିଥିଲା। ପରିଷଦ ଏହି ରାଶି ଜଳସମ୍ପଦ ବିଭାଗ ଜଗତ୍‌ସିଂହପୁର ଡିଭିଜନକୁ ହସ୍ତାନ୍ତର କରିଥିଲା। ଜଳ ସମ୍ପଦ ବିଭାଗ କାମ କରୁଥିଲେ ସୁଦ୍ଧା ପରିଷଦକୁ ଅବଗତ କରୁନାହିଁ । ଜାତୀୟ ରାଜପଥ ଜଗତ୍‌ସିଂହପୁର ସବଡିଭିଜନ ନିର୍ବାହୀ ଯନ୍ତ୍ରୀ କମଳ କୁମାର ସ୍ବାଇଁ କହିଛନ୍ତି, ରାଜପଥର ପାର୍ଶ୍ୱ ଖୋଳାଯାଉଥିବାରୁ ବିପଦ ଆଶଙ୍କା କରାଯାଉଛି। ତେବେ ଅନୁଧ୍ୟାନ ପାଇଁ ସେ ତୁରନ୍ତ କନିଷ୍ଠ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହାକୁ ସେ ନିଜେ ଦେଖିବା ପରେ ପରବର୍ତ୍ତୀ ପଦକ୍ଷେପ ନେବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଓଡ଼ିଆ ଭାଷା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଉତ୍କଳ ଦିବସ-୨୦୨୬ ପାଳିତ

ଦାରିଙ୍ଗବାଡି,୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଜାଗୃତି ସଭାଗୃହ ପରିସରରେ ଉତ୍କଳ ଦିବସ-୨୦୨୬ ପାଳିତ ହୋଇଯାଇଛି । ବରିଷ୍ଠ ଶିକ୍ଷକ ପ୍ରଶାନ୍ତ କୁମାର ସାହୁଙ୍କ ସଂଯୋଜନାରେ ହୋଇଥିବା…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

ଚଣ୍ଡିପଦର ରୁଟରେ ଚାଲୁଥିବା ବସକୁ ନେଇ ଚିନ୍ତାରେ ସଂଘ, ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ

ପୁରଷୋତ୍ତମପୁର,୧।୪(ସବିତା ମିଶ୍ର): ଗଞ୍ଜମ ଜିଲା ପୁରୁଷୋତ୍ତମପୁର ମା କନକେଶ୍ବରୀ ଘରୋଇ ବସମାଲିକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି । ସଭାପତି ସନ୍ତୋଷକୁମାର ପତିଙ୍କ ପୌରହିତ୍ଯରେ…

ଛେଚିଲା କୁଆପଥର ବର୍ଷା, ପବନରେ ଗଛ ଭାଙ୍ଗି ନଷ୍ଟ ହେଲା ଏକାଧିକ ଗାଡ଼ି

ନନ୍ଦପୁର,୧ା୪(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ ବୁଧବାର ପବନ ସହ କୁଆପଥର ବର୍ଷା ହୋଇଛି। ଯାହାର ପ୍ରଭାବରେ ନନ୍ଦପୁର ବ୍ଲକ ସଦର ମହକୁମା ସ୍ଥିତ…

ନଦୀରେ ଗାଧୋଉଥିବାବେଳେ ଆକ୍ରମଣ କଲା କୁମ୍ଭୀର, ଆଉ ତା’ ପରେ…

କଳିଙ୍ଗନଗର,୧ା୪(ଶୁଭାଶିଷ ରାଉତ): ଯୋକଡିଆ ପାଟିଆ ନଈରେ କୁମ୍ଭୀର ଆକ୍ରମଣରେ ଜଣେ ଶ୍ରମଜୀବୀ ଗୁରୁତର ଆହତ ହୋଇଛନ୍ତି। ସୌଭାଗ୍ୟ କ୍ରମେ ଅଳ୍ପକେ ବର୍ତ୍ତିଯାଇଛି ତାଙ୍କ ଜୀବନ। ଯାଜପୁର ଜିଲା…

ANM ସ୍ତ୍ରୀଙ୍କୁ ମାରି ନିଆଁ ଲଗାଇବା ବେଳେ ନିଜେ ଜଳିଯାଇଥିଲେ, ଅର୍ଦ୍ଧଦଗ୍ଧ ସ୍ବାମୀରବି ହେଲା ମୃତ୍ୟୁ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଦେଓଗାଁ ଥାନା ବନ୍ଧପଡା ଫାଣ୍ଡି ଅନ୍ତର୍ଗତ ରାମଚନ୍ଦ୍ରପୁର ଉପସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ମହିଳା ଏଏନଏମ ଦମୟନ୍ତୀ ବାରିକ (୫୬)ଙ୍କ ମୃତ୍ୟୁ ଘଟଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri