ସମ୍ପାଦକଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ

ପଟ୍ଟାମୁଣ୍ଡାଇ,୫।୪(ସ୍ବ.ପ୍ର.): ସମବାୟ ସମିତିରେ ଧାନକିଣା ହେରଫେରକୁ ନେଇ କେନ୍ଦ୍ରାପଡ଼ା ଏଆରସିଏସ୍‌ ସମବାୟ ସମ୍ପାଦକଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ଆପରାଧିକ ମାମଲା ରୁଜୁ କରିବାକୁ ସମବାୟ ସଭାପତିଙ୍କୁ ଚିଠି କରିଛନ୍ତି। ସୂଚନାଯୋଗ୍ୟ, କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇରେ କ୍ରମାଗତ ଧାନକିଣାରେ ଦୁର୍ନୀତି, ମଣ୍ଡି ପରିଚାଳନାରେ ଅବ୍ୟବସ୍ଥା, ଫଲ୍‌ସ ଏଣ୍ଟ୍ରିରେ ପଞ୍ଜୀକରଣ ଓ ପ୍ରକୃତ ଚାଷୀମାନେ ସମ୍ମୁଖୀନ ହେଉଥିବା ନେଇ ଅଭିଯୋଗ ହୋଇ ଆସୁଥିଲା। ନକଲି ଚାଷୀ, ଠକ ବେପାରୀମାନେ ମଣ୍ଡି କର୍ମଚାରୀଙ୍କ ସହ ଅସାଧୁ ମେଣ୍ଟ କରି ଧାନ ବିକ୍ରି ନିମନ୍ତେ ଟୋକନ ହାତେଇବା ସହ ସରକାରୀ ଏମ୍‌ଏସ୍‌ପିକୁ ହରିଲୁଟ କରୁଛନ୍ତି ବୋଲି ଚାଷୀମାନେ ଅଭିଯୋଗ କରିଥିଲେ। ପଟ୍ଟାମୁଣ୍ଡାଇ ବ୍ଲକର ୧୪ ମଣ୍ଡିରେ ୫,୮୮୩ ଜଣ ଚାଷୀ ଧାନ ବିକ୍ରି ପାଇଁ ନାମ ପଞ୍ଜୀକରଣ କରିଥିଲେ। ସେମାନଙ୍କ ପାଖରୁ ୧ ଲକ୍ଷ ୭୮ ହଜାର ୪୩୬ କୁଇଣ୍ଟାଲ ୩୨ କିଲୋ ଧାନକିଣା ହୋଇଥିଲା। ଅଧିକାଂଶ ସମବାୟ ସମିତିରେ ଭୂତ ଚାଷୀ ଧାନ ଦେଇଥିବା ପଛରେ ଏକ ବଡ଼ଧରଣର ଦୁର୍ନୀତି ହୋଇଥିବା ନେଇ ଚାଷୀମାନେ ଅଭିଯୋଗ କରିଥିଲେ। ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଥିବା ଖଡିଅଣ୍ଟା, ବଡ଼ପଡ଼ା, ସଂସାରଫଳ, ଶ୍ୟାମସୁନ୍ଦରପୁର, ଚନ୍ଦନନଗର, କଷଣଅଣ୍ଟା, ବଡ଼ମୂଳବସନ୍ତ ପ୍ରଭୃତି ସମବାୟ ସମିତିରେ ଯେଉଁ ଚାଷୀମାନଙ୍କ ଜମି ଓ ସ୍ବତ୍ୱ ପ୍ରମାଣପତ୍ର ନ ଥିଲା, ସେମାନେ ନାମ ପଞ୍ଜୀକରଣ କରି ଧାନ ବିକ୍ରି କରିଥିବା ଅଭିଯୋଗ ହେଉଥିଲା। ଏହା ତଦନ୍ତସାପେକ୍ଷ ବୋଲି ଚାଷୀମାନେ ଅଭିଯୋଗ କରିଥିଲେ। ଏହାକୁ ବିଚାରକୁ ନେଇ ଏଆର୍‌ସିଏସ୍‌ ସୋମବାର ଚିଠି ନଂ. ୧୩୩୬/୨୩ରେ ବଡ଼ପଡା ସମିତିର ସଭାପତି ଓ ୧୩୪୨/୨୩ରେ ଖଡିଅଣ୍ଟା ସମବାୟ ସମିତିର ସଭାପତି ଦାୟିତ୍ୱରେ ଥିବା ଆଡ୍‌ମିନିଷ୍ଟ୍ରେଟରଙ୍କୁ ଚିଠି କରିଛନ୍ତି। ଏଥିସହ କେନ୍ଦ୍ରାପଡ଼ା ଜିଲାପାଳ, ଜିଲା ଯୋଗାଣ ବିଭାଗ ଅଧିକାରୀ, ସମବାୟ ସମିତିର ଡେପୁଟି ରେଜିଷ୍ଟ୍ରାର, ଓଡ଼ିଶା ସମବାୟ ସମିତିର ରେଜିଷ୍ଟ୍ରାର ଭୁବନେଶ୍ୱର ଓ କଟକ କେନ୍ଦ୍ର ସମବୟ ବ୍ୟାଙ୍କ ପଟ୍ଟାମୁଣ୍ଡାଇ ଶାଖା ପରିଚାଳକଙ୍କୁ ମଧ୍ୟ ଅବଗତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri