‘ଧାର୍ଯ୍ୟ ସମୟ ଭିତରେ କାମ ଶେଷ କରିବାକୁ ନିର୍ଦ୍ଦେଶ’

ଭୁବନେଶ୍ବର,୨୩ା୬(ସୁନିତ୍‌ ମିଶ୍ର): ଜାତୀୟ ରାଜପଥ(ଏନ୍‌ଏଚ୍‌)-୧୬ରେ ଆସୁଥିବା ଖୋର୍ଦ୍ଧାରୁ ଚଣ୍ଡିଖୋଲ ରାସ୍ତା ମଧ୍ୟରେ ଦୁର୍ଘଟଣା ଏବଂ ମୃତ୍ୟୁହାର ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ହ୍ରାସ କରିବାକୁ ଗତ ମାସରେ ଅନୁଷ୍ଠିତ ବୈଠକରେ ନିଆଯାଇଥିବା ନିଷ୍ପତ୍ତିକୁ ତ୍ୱରିତ କାର୍ଯ୍ୟକାରୀ କରିବା ସହ ଧାର୍ଯ୍ୟ ସମୟରେ କାର୍ଯ୍ୟ ଶେଷ କରିବାକୁ ଏନ୍‌ଏଚ୍‌ଏଆଇ ମୁଖ୍ୟ ଜେନେରାଲ ମ୍ୟାନେଜରଙ୍କୁ ବୁଧବାର ବାଣିଜ୍ୟ ଓ ପରିବହନ ସଚିବ ଉଷା ପାଢୀ ଚିଠି ଲେଖିଛନ୍ତି।
ଖୋର୍ଦ୍ଧାରୁ ଚଣ୍ଡିଖୋଲ ରାସ୍ତା ମଧ୍ୟରେ ରାସ୍ତା ପାର୍ଶ୍ୱରେ ବେଆଇନ ପାର୍କିଂ ଏବଂ ଜବରଦଖଲ ହଟାଇବା ନେଇ ଗତ ମାସ ୪ ତାରିଖରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକରେ ଆସନ୍ତା ଜୁଲାଇ ୧୫ ତାରିଖ ସୁଦ୍ଧା ଭୁବନେଶ୍ୱର-କଟକ ରାସ୍ତାରେ ଲେନ୍‌ ଡ୍ରାଇଭିଂ ଲାଗୁ କରାଯିବାକୁ ନିଷ୍ପତ୍ତି ହୋଇଥିଲା। ଏଥିସହ ଏନ୍‌ଏଚ୍‌ଏଆଇ ହେଲ୍‌ପ ଲାଇନ ନମ୍ବର ୧୦୩୩ ସମ୍ପର୍କରେ କ୍ୟାମ୍ପେନ କରାଯିବାକୁ କୁହାଯାଇଥିଲା। ପୋଲିସ ଏବଂ ଏନ୍‌ଏଚଏଆଇ ପାଟ୍ରୋଲିଂ ଗାଡ଼ି ମଧ୍ୟରେ ସମନ୍ବୟ ରଖି କାର୍ଯ୍ୟ କରିବା, କ୍ରାସ୍‌ ଆନାଲିସିସ୍‌ ଟିମ୍‌କୁ କାର୍ଯ୍ୟରେ ଲଗାଯିବା, ଖୋର୍ଦ୍ଧା-ଚଣ୍ଡିଖୋଲ ରାସ୍ତା ଉନ୍ନତିକରଣ, ପ୍ରଶସ୍ତିକରଣ ଲାଗି ଅଡିଟ୍‌ ଟିମ୍‌ ଦେଇଥିବା ସ୍ବତନ୍ତ୍ର ପ୍ରସ୍ତାବକୁ ଜୁଲାଇ ୩୧ ସୁଦ୍ଧା କାର୍ଯ୍ୟକାରୀ କରାଯିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ସେହିପରି ସେଭ୍‌ ଲାଇଫ ଫାଉଣ୍ଡେଶନ ଏହି ରାସ୍ତାରେ ଥିବା ମୁଖ୍ୟ ୫ଟି ବ୍ଲାକ ସ୍ପଟକୁ ନେଇ ଦେଇଥିବା ପ୍ରସ୍ତାବ କାର୍ଯ୍ୟକାରୀ କରାଯିବା ସହ ଚଣ୍ଡିଖୋଲ ଛକକୁ ଇଞ୍ଜିନିୟରିଂ ଟିମ୍‌ ଦ୍ୱାରା ପୁନଃନିର୍ମାଣପରିବର୍ତ୍ତନ କରାଯିବା ନେଇ ମଧ୍ୟ ଆଲୋଚନା ହୋଇଥିଲା। ଅସ୍ଥାୟୀ ଜବରଦଖଲ ସ୍ଥାନ ଗୁଡ଼ିକରେ ପାର୍କିଂ ନ କରିବା ଲାଗି ସାଇନ୍‌ ବୋର୍ଡ ଲଗାଇବା ସହ ମଙ୍ଗୁଳି, ଡ୍ରିମ୍‌ ଛକ, ପାହାଳ ଭଳି ସ୍ଥାନରୁ ସ୍ଥାୟୀ ଜବରଦଖଲ ଉଚ୍ଛେଦ କରିବା ଏବଂ ଜୁଲାଇ ୩୧ ସୁଦ୍ଧା ରାସ୍ତା ପାର୍ଶ୍ୱରେ ଲୁହା ବାଡ଼ କରିବା ସମ୍ପର୍କିତ ନିଷ୍ପତ୍ତି ଉପରେ ତ୍ୱରିତ ପଦକ୍ଷେପ ନେବାକୁ ପାଢ଼ୀ ଚିଠିରେ ଉଲ୍ଲେଖ କରିଛନ୍ତି। ଏହାସହ ଚଳିତ ମାସ ଶେଷ ସପ୍ତାହରେ ଏନେଇ ଆଉ ଏକ ବୈଠକ ହେବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିନା କାଗଜପତ୍ରରେ ଖୁଲମଖୁଲା ଚାଲାଣ ହେଉଥିଲା ବାଲି-ପଥର, ୧୧ ହାଇୱା ଜବତ ପରେ…

ମହାକାଳପଡ଼ା,୩ା୪ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳର ସାମୁଦ୍ରିକ ଝଡ଼, ସୁନାମି, ଭୂକମ୍ପ ପ୍ରବଣରୁ ସୁରକ୍ଷା ପାଇଁ ଜନବସତି ପାର୍ଶ୍ୱରେ ସୁଉଚ୍ଚ…

ଦସ୍ତଖତ କରିଥିଲେ ୯, ଗଲେ ୮: କଂଗ୍ରେସରେ ତେଜୁଛି ଗୋଷ୍ଠୀକନ୍ଦଳ

ଭୁବନେଶ୍ୱର, ୩।୪(ସୁନିତ୍‌ ମିଶ୍ର):୨୦୨୪ ସାଧାରଣ ନିର୍ବାଚନରେ ଓଡ଼ିଶାରେ କଂଗ୍ରେସର ମୋଟ୍‌ ୧୪ ଜଣ ବିଧାୟକ ବିଜୟୀ ହୋଇଥିଲେ। ସେଥିରୁ ଗତ ମାର୍ଚ୍ଚ ୧୬ ତାରିଖରେ ଅନୁଷ୍ଠିତ ରାଜ୍ୟ…

ପାକିସ୍ତାନ ଉପରେ ସର୍ଜିକାଲ ଷ୍ଟ୍ରାଇକ୍‌ କଲା ଆଫଗାନିସ୍ତାନ: ସୈନ୍ୟ ଆଡ୍ଡା ଧ୍ୱଂସ

କାବୁଲ,୩।୪: ଆଫଗାନ ସେନା ପାକିସ୍ତାନ-ଆଫଗାନିସ୍ତାନ ସୀମାରେ ଡୁରାଣ୍ଡ ରେଖା ପାର କରି ଖୋଷ୍ଟ-ଖୁରମ ସୀମା ନିକଟରେ ପାକିସ୍ତାନୀ ସାମରିକ ସ୍ଥାନ ଉପରେ ଏକ ବଡ଼ ଆକ୍ରମଣ କରିଛି।…

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri