ଚାଉଳ ପାଇଁ ଓଡ଼ିଆ କୃଷି ବୈଜ୍ଞାନିକ ପାଇବେ ଅନ୍ତର୍ଜାତୀୟ ପୁରସ୍କାର

ଭୁବନେଶ୍ୱର, ୭।୧୧(ଅସମାପିକା ସାହୁ):ବିଶ୍ୱ ଚାଉଳ ଶିଳ୍ପରେ ଉଲ୍ଲେଖନୀୟ ଅବଦାନ ପାଇଁ ଓଡ଼ିଆ କୃଷି ବୈଜ୍ଞାନିକ ଡ. ସମରେନ୍ଦୁ ମହାନ୍ତିଙ୍କୁ ‘ଓ୍ବାର୍ଲଡ ରାଇସ୍‌ ଇଣ୍ଡଷ୍ଟ୍ରି ଗ୍ଲୋବାଲ ସର୍ଭିସ୍‌ ଆଓ୍ବାର୍ଡ’ ମିଳିବ। ଆସନ୍ତା ୨୮ରୁ ୩୦ ତାରିଖ ମଧ୍ୟରେ ଫିଲିପାଇନ୍ସର ସେବୁଠାରେ ହେବାକୁ ଥିବା ବିଶ୍ୱ ଚାଉଳ ସମ୍ମିଳନୀରେ ତାଙ୍କୁ ଏହି ଅନ୍ତର୍ଜାତୀୟ ସମ୍ମାନରେ ସମ୍ମାନିତ କରାଯିବ। ଆନ୍ତର୍ଜାତିକ ଚାଉଳ ଗବେଷଣା ପ୍ରତିଷ୍ଠାନ(ଆଇଆର୍‌ଆର୍‌ଆଇ)ର ପୂର୍ବତନ ପ୍ରିନ୍ସିପାଲ ସାଇଣ୍ଟିଷ୍ଟ ତଥା ପ୍ରୋଗ୍ରାମ ଲିଡର ସମରେନ୍ଦୁ ମହାନ୍ତି ବର୍ତ୍ତମାନ ଆନ୍ତର୍ଜାତିକ ଆଳୁ କେନ୍ଦ୍ର(ସିଆଇପି)ରେ ଏସିଆ ଆଞ୍ଚଳିକ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି। ବଜାରକୁ ସୁରୁଖୁରୁରେ ଚଳାଇବା ପାଇଁ ଠିକ୍‌ ତଥ୍ୟ ଆଣିବାରେ ସେ ସରକାର ଓ ଚାଉଳ ଶିଳ୍ପ ସହ ମିଶି କାମ କରୁଛନ୍ତି। ସେ ମଧ୍ୟ ଅନେକ ଏସୀୟ ଦେଶର କୃଷକଙ୍କ ସହ ମିଶି ନୂତନ ଜ୍ଞାନ କୌଶଳ ଗ୍ରହଣ, ବିହନ ପ୍ରଣାଳୀ ବିକାଶ ଏବଂ ବଜାର ସଂଯୋଗୀକରଣ ମାଧ୍ୟମରେ ସେମାନଙ୍କ ଜୀବିକାରେ ଉନ୍ନତି ଆଣିବା ଦିଗରେ ପ୍ରମୁଖ ଭୂମିକା ନେଉଛନ୍ତି। ଧାନ ଓ ଆଳୁ ଫସଲ ପ୍ରଣାଳୀକୁ ନିରନ୍ତର ଭାବେ ବୃଦ୍ଧି କରିବା ଏବଂ କମ୍‌ ମୂଲ୍ୟର ଆଳୁ ମଞ୍ଜି ଉତ୍ପାଦନ ପ୍ରଯୁକ୍ତି ଆରମ୍ଭ ଓ ବୃଦ୍ଧି କରିବା ହେଉଛି ତାଙ୍କର ବର୍ତ୍ତମାନର ଲକ୍ଷ୍ୟ। ଡ. ମହାନ୍ତିଙ୍କ ପୈତୃକ ଘର ଯାଜପୁର ଜିଲା ବିଞ୍ଝାରପୁରରେ। ଦୀର୍ଘ ୩୨ବର୍ଷ ଧରି ଦେଶ ବାହାରେ ରହୁଥିଲେ ମଧ୍ୟ ଡ. ମହାନ୍ତି ଓଡ଼ିଶାରୁ ଆରମ୍ଭ ହୋଇଥିବା ସଫଳତାର ମୂଳଦୁଆକୁ ଭୁଲି ନାହାନ୍ତି। ଓଡ଼ିଶା ରାଜ୍ୟକୁ ଆଳୁ ଉତ୍ପାଦନରେ ଆତ୍ମନିର୍ଭରଶୀଳ କରିବାରେ ସରକାରଙ୍କ ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ ସହ କାର୍ଯ୍ୟ କରି ଆସୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri